ବିଶ୍ବ ସୁଟିଂ ଚାମ୍ପିୟନ୍‌ସିପ୍‌ : ମାନୁ ଭାକେରଙ୍କୁ ସ୍ବର୍ଣ୍ଣ

Published: Nov 21, 2019, 1:05 pm IST

ଭାରତୀୟ ସୁଟର ମାନୁ ଭାକେର ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ଇତିହାସ ସୃଷ୍ଟି କରିଛନ୍ତି । ଏହି 17 ବର୍ଷୀୟ ସୁଟିଂ ସେନ୍‌ସେସନ ଗୁରୁବାର ଦିନ ନିଜର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ସହିତ ଏହି ଅବସରରେ ମାନୁ ଜୁନିୟର ବର୍ଗରେ ରହିଥିବା ବିଶ୍ବ ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ହିନା ସିଦ୍ଧୁଙ୍କ ପରେ ଦ୍ବିତୀୟ ଭାରତୀୟ ଭାବରେ ବିଶ୍ବକପ୍‌ରେ ସ୍ବର୍ଣ୍ଣ ଜିତିଥିବା ଭାକେର 244.7 ପଏଣ୍ଟ ସ୍କୋର କରିବାରେ ସଫଳ ହୋଇଥିଲେ । ଅନ୍ୟତମ ଭାରତୀୟ ଖେଳାଳି ଯଶଶ୍ବିନୀ ଦେଶାଇ ଷଷ୍ଠ ସ୍ଥାନରେ ରହିଥିଲେ । ସର୍ବିଆର ଜୋରାନା ଅରୁଣୋଭିକ୍‌ 241.9 ପଏଣ୍ଟ ସହିତ ଦ୍ବିତୀୟ ଏବଂ ଚୀନ୍‌ର କ୍ବି ଆନ୍ ଓ୍ବାଙ୍ଗ 221.8 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଥିଲେ । ପୂର୍ବରୁ ଭାକେର ଏସିଆନ୍‌ ଚାମ୍ପିୟନ୍‌ସିପ୍‌ ଏବଂ ଯୁବ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସବହିତ ଙଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି ।

Related posts