ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖିଲା ପୋଲିସ୍‌

Published: Nov 22, 2019, 10:07 am IST

ସମୀକ୍ଷା ବ୍ୟୁରୋ

ସାଲେପୁରରେ ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ଯାତ୍ରାପାର୍ଟି ସଦସ୍ୟଙ୍କୁ ଅଟକ ରଖିଛି ପୋଲିସ୍‌ । ପରିବାର ସହ ଯାତ୍ରା ଦେଖିବାକୁ ଯାଇଥିବା ନେମାଳର ଏହି 6 ବର୍ଷୀୟା ବାଳିକାକୁ ଦୁଷ୍କର୍ମର ଅଭିଯୋଗ ଆସିଛି । ଯାତ୍ରା ପାର୍ଟିର କୌଣସି ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୋଲିସ୍‌ ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖିଛି । ନେମାଳ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରାପାର୍ଟି କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

Related posts