ସମୀକ୍ଷା ବ୍ୟୁରୋ ବାଲୁଗାଁ-ଖୋର୍ଦ୍ଧ ଜିଲ୍ଲା ବାଲୁଗାଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଅଲାଇଡିହ ଛକରେ ଏହି ଦୁର୍ଘଟଣା ଘଟିଛି। ଜନୈକ ସାଇକେଲ ଚାଳକଙ୍କୁ କାର ଧକ୍କା ଦେବା ଫଳରେ ସାଇକେଲ ଚାଳକ ଗୁରୁତର ହୋଇ ପଡିଛନ୍ତି। ଗୁରୁତର ଅବସ୍ଥାରେ ଆହତଙ୍କୁ ବାଲୁଗାଁ ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ଜଣକ ହେଲେ ବନ୍ଧମୁଣ୍ଡାଇ ଗ୍ରାମର ବୀର ରାଉତ। କିଛି କାମ ପାଇଁ ବାଲୁଗାଁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସ୍ବିଫ୍ଟ ଡିଜାୟର୍ ଧକ୍କା ଦେବାରୁ ବୀର ଗୁରୁତର ହୋଇ ପଡିଥିଲେ।
Author: Samikhsya Bureau
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଡ୍ରାଇଭର ସିଟ୍ରେ ରହିଛି ଭାରତ । ପ୍ରଥମ ଇନିଂସରେ ଭାରତୀୟ ଓପ୍ନର ମୟଙ୍କ ଅଗ୍ରଓ୍ବାଲ ଏବଂ ଚେତେଶ୍ବର ପୂଜାରା ଅର୍ଦ୍ଧଶତକ ହାସଲ କରିଛନ୍ତି । ମୟଙ୍କ 154ଟି ବଲ୍ର ସମ୍ମୁଖୀନ ହୋଇ 83 ରନ୍ ସଂଗ୍ରହ କରିଛନ୍ତି । ଶୁକ୍ରବାର ସକାଳୁ ଭାରତ ପୂଜାରା ଏବଂ ଅଧିନାୟକ କୋହଲିଙ୍କ ଓ୍ବିକେଟ ହରାଇଥିଲେ ମଧ୍ୟ ଏହା ରନ୍ହାର ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇନଥିଲା । ଶୁକ୍ରବାର ସକାଳୁ ପୂଜାରା 64 ରନ୍ କରି ଆଉଟ ହୋଇଥିଲେ । ଏହାପରେ ଖାତା ଖୋଲିବା ପୂର୍ବରୁ ଅଧିନାୟକ ବିରାଟ କୋହଲି ଆବୁ ଜାୟେଦଙ୍କ ଶିକାର ହୋଇଥିଲେ । ଆଜିଙ୍କ୍ୟ ରାହାଣେ(32)ଙ୍କ ସହିତ ମୟଙ୍କ 64 ରନ୍ର ଅବିଭାଜିତ ଭାଗିଦାରୀ କରିଛନ୍ତି । ଭାରତ ଲଞ୍ଚ ବିରତି ପୂର୍ବରୁ ତିନି ଓ୍ବିକେଟ ହରାଇ 184 ରନ୍ ସଂଗ୍ରହ କରିଛି ।
ଭଦ୍ରକ ରେଳ ଷ୍ଟେସନରେ ଅସୁରକ୍ଷିତ ପ୍ରସବ କାରଣରୁ 3 ନବଜାତ ଶିଶୁଙ୍କ ପ୍ରାଣହାନି ଘଟିଛି । ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ୍ରେ ଯାଉଥିବା ମହିଳା ଜଣଙ୍କ ଭଦ୍ରକ ରେଳ ଷ୍ଟେସନ୍ରେ ପ୍ରସବ କରିଥିଲେ । ଆସାମର ଏହି ମହିଳାଙ୍କୁ ରେଳବାଇ ପୁଲିସ୍ ପକ୍ଷରୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅସୁରକ୍ଷିତ ପ୍ରସବ କାରଣରୁ ତିନି ଶିଶୁଙ୍କ ପ୍ରାଣ ହାନି ଘଟିଥିବା ବେଳେ ମହିଳା ଜଣଙ୍କ ସୁସ୍ଥ ରହିଥିବା ଜଣାପଡିଛି ।
ଆସିକା ଉପ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ପ୍ରାଣହାନି ଘଟିଛି । ମୃତ କଏଦୀଙ୍କ ନାମ ଡାକ୍ତର ସାହୁ ଓରଫ ଡାକ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ କଏଦୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଅସୁସ୍ଥ କଏଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଙ୍କ ପକ୍ଷରୁ ତାଙ୍କୁ ମୃତ ଘୋଷିତ କରାଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗିବାରୁ ପୂଜା ସାମଗ୍ରୀ, ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ୱିତ ରାତିରେ ଭଣ୍ଡାର ଘରେ ହୁହୁ ହୋଇ ନିଆଁ ଜଳୁଥିବାର ମନ୍ଦିରର ରାତି ଜଗୁଆଳି ଦେଖିବାକୁ ପାଇଥିଲେ । ଏନେଇ ସେବାୟତ ଓ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସେବାୟତ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ତଦନ୍ତ ଜାରି ରହିଛି ।
କେଦାର ମିଶ୍ର ରକ୍ଷା ହୋଇଛି, ୪, ଡିସେମ୍ବର, ୧୮୨୯ରୁ ଭାରତରେ ସତୀପ୍ରଥାର ବିଲୋପ ଘଟିଛି। ଯଦି ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଲର୍ଡ ଉଇଲିୟମ ବେଣ୍ଟିକ ଏ ପ୍ରଥାକୁ ଉଚ୍ଛେଦ କରିନଥାନ୍ତେ, ତାହେଲେ ଆଜି ଏହାର ନିରାକରଣ ପାଇଁ ଆମକୁ ସୁପ୍ରିମ କୋର୍ଟରେ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥାନ୍ତା। ସବରିମାଳା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ଅଧିକାରକୁ ନେଇ ଗତକାଲି ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପଢିଲା ପରେ, ଆମ ମନରେ ଏଇ କଥାଟି ପ୍ରଥମେ ଆସୁଛି। ଗତ ୩୦ ବର୍ଷ ଧରି ସବରିମାଳା ମନ୍ଦିରରେ ପ୍ରବେଶ ଅଧିକାର ପାଇବାକୁ ଇଣ୍ଡିଆନ ୟଙ୍ଗ ଲୟର୍ସ ଆସୋସିଏସନ ସଂଘର୍ଷ କରୁଛି। ଗତ ୨୮, ସେପ୍ଟେମ୍ବର,୨୦୧୮ରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସବରିମାଳା ମନ୍ଦିରରେ ଯେ କୌଣସି ବୟସର ମହିଳା ପ୍ରବେଶ କରିପାରିବେ ବୋଲି ରାୟ ଦେଇଥିଲେ। ସୁପ୍ରିମ କୋର୍ଟଙ୍କ ଏହି ରାୟ…
ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ ପଛପଟକୁ ଧକ୍କା ଦେବାରୁ 9 ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭୋର ପ୍ରାୟ 3ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଗୁଜୁରାଟ ଆରବାଲି ଜିଲ୍ଲାରୁ 9 ଜଣ ଯାତ୍ରୀ ଏକ ୱିଙ୍ଗରରେ ପୁରୀ ଯାଉଥିଲେ । ଏହି ସମୟରେ ତାଳନଗର ନିକଟରେ ଗୋଟିଏ ଟ୍ରକ୍ ପଛରେ ପିଟି ହୋଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Various school students performing cultural dance Children’s Day celebrating on the occasion of First Prime Minister of India Pandit Jawaharlal Nehru’s birth anniversary at Ravindra Bharati in Hyderabad on Thursday. UNI PHOTO – RJ19u
Visitors at Vijay Chowak wearing mask to protect themselves from the smog. Air quality index of Delhi crosses 500, in New Delhi on Thursday.
President Ram Nath Kovind meeting with students/children from various schools/organizations on the occasion of Children’s Day at Rashtrapati Bhavan, in New Delhi on Thursday.UNI PHOTO-72U
Cricketer Mahendra Singh Dhoni playing lawn tennis during Country Club Tennis Tournament at JSCA Stadium in Ranchi on Thursday.
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର-14/11: ସମୁଦ୍ର କୂଳରେ କଇଁଛଙ୍କ ଅଣ୍ଡାଦାନ ସମୟ ପାଖେଇ ଆସିଲାଣି। ଅଲିଭ ରିଡଲେ କଇଁଛଙ୍କୁ କେମିତି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ୨୦୨୦ ମେ ୩୧ ଯାଏ ୩ଟି ସ୍ଥାନରେ ମାଛଧରା ନିଷେଧ କରାଯାଇଛି। ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ୬୬ଟି ଶିବିର ଖୋଲିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୦୨୦ ମେ ୩୧ ଯାଏ ୩ଟି ସ୍ଥାନରେ ମାଛଧରା ନିଷେଧ। ଗହୀରମଥା, ରୁଷିକୂଲ୍ୟା ଓ ଦେବୀ ମୁହାଣରେ ମାଛଧରା ବନ୍ଦ ରହିବ। ଉପକୂଳରୁ ୧୨୦ କିମି ଯାଏ ସମୁଦ୍ରରେ ମାଛଧରା ଉପରେ କଟକଣା ଲଗାଯାଇଛି। ମାଛଧରା ବନ୍ଦ ହେଉଥିବାରୁ ମତ୍ସ୍ୟଜୀବୀଙ୍କ ପରିବାରକୁ ୭ ମାସ ଯାଏ ମାସିକ ୭ ହଜାର ୫୦୦ ଟଙ୍କା ଦିଆଯିବ ବୋଲି ବୈଠକ ପରେ ବନ୍ୟପ୍ରାଣୀ ପିସିସିଏଫ ହରିଶଙ୍କର ଉପାଧ୍ୟାୟଙ୍କ ସୂଚନା ଦେଇଛନ୍ତି।
ସମୀକ୍ଷା ବ୍ୟୁରୋ ଝାରଖଣ୍ଡ ବିଧାନସଭା ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କର ତାଲିକା ପ୍ରକାଶ କରିଛି । ହେଲେ ଏହି ତାଲିକାରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁ ନାହିଁ । ଏହି ତାଲିକାରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁ ଥିବା ବେଳେ ପ୍ରିୟଙ୍କାଙ୍କ ନାଁ କିପରି ନ ରହିଲା ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାଯୋଗ୍ୟ, ଝାଡଖଣ୍ଡ ବିଧାନସଭାର ୩୧ ଆସନରେ କଂଗ୍ରେସ ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଠାରେ ୫ଟି ପର୍ଯ୍ୟାୟରେ ଅର୍ଥାତ୍ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ମତଦାନ କରାଯିବ। ଡିସେମ୍ବର ୨୨ରେ ଫଳାଫଳ ଘୋଷଣା କରାଯିବ। ତେବେ ପ୍ରକାଶିତ ହୋଇଥିବା ପ୍ରଚାରକ ତାଲିକାର ପ୍ରଥମ…
ରାଜ୍ୟରେ ଖୋଲିବ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ୬ଟି ନୂଆ କୋର୍ଟ ଖୋଲିବାକୁ ହାଇକୋର୍ଟଙ୍କଠାରୁ ଅନୁମତି ମିଳିଛି । ରାଜ୍ୟରେ ଅନେକ ମାମଲାର ଶୁଣାଣୀ ହେବାକୁ ବର୍ଷ ବର୍ଷ ଲାଗି ଯାଉଛି । କୋର୍ଟ ଅଭାବ ଓ ଆଇନଜୀବୀଙ୍କ ଆନ୍ଦୋଳନ ମୁଖ୍ୟ ପ୍ରସଙ୍ଗ ରହିଛି । ଅଳ୍ପ ସଂଖ୍ୟକ କୋର୍ଟ ଥିବାରୁ କୋର୍ଟ ଗୁଡ଼ିକରେ ହଜାର ହଜାର ମାମଲା ଶୁଣାଣୀ ନ ହୋଇ ପଡ଼ିରହୁଛି । ହାଇକୋର୍ଟଙ୍କ ସୁପାରିସ କ୍ରମେ ହାଇଲେଭଲ କମିଟି ଦ୍ୱାରା ଏହି ନିଷ୍ପତ୍ତି ହୋଇଛି । ତେଣୁ ରାଜ୍ୟର ୬ଟି ସ୍ଥାନରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଖୋଲିବାକୁ ଆଜି ହାଇକୋର୍ଟ ପକ୍ଷରୁ ଅନୁମତି ମିଳିଛି । କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ ଓ ଖରିଆରରେ ନୂଆ କୋର୍ଟ ଖୋଲିବ । ନୂଆ କୋର୍ଟ ଖୋଲିବା ନେଇ ଆଇନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭାରତୀୟ ଜନତା ପାର୍ଟି କର୍ଣ୍ଣାଟକ ଉପ ନିର୍ବାଚନ ପାଇଁ ନିଜର ୧୩ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଆସନ୍ତା ୫ ତାରିଖରେ ଏହି ରାଜ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ଭିତରେ ରହିଛନ୍ତି ସୁଧାକର, ବିସିପାଟିଲ୍, ଶିବରାମ ହେବ୍ବର, ଆନନ୍ଦ ସିଂହ, ଏସଟି ସୋମଶେଖର ଆଦି ସାମିଲ୍ ରହିଛନ୍ତି । ଏହି ସମସ୍ତ ପ୍ରାର୍ଥୀ କଂଗ୍ରେସ ଏବଂ ଜେଡିଏସ୍ର ବିଦ୍ରୋହୀ ବିଧାୟକ ଥିଲେ । ସୂଚନାଯୋଗ୍ୟ, କର୍ଣ୍ଣାଟକର ୧୭ ବିଦ୍ରୋହ ବିଧାୟକଙ୍କ ମଧ୍ୟରୁ ୧୫ଜଣ ଆଜି ବିଜେପିରେ ସାମିଲ୍ ହୋଇଥିଲେ । ପୂର୍ବରୁ ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକଙ୍କୁ ନିର୍ବାଚନ ଲଢିବା ନେଇ କ୍ଲିନ ଚିଟ୍ଟ୍ ଦେଇଥିଲେ ।

