Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

November 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର, ୨୬/୧୧: (ସମୀକ୍ଷା ବ୍ୟୁରୋ) : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ ହୋଇଯାଇଛି। ୬ ବାଟାଲିଅନ ଓଡିଶା, ପୁରୀ ଅଧୀନରେ ଥିବା ଉକ୍ତ ଏନ.ସି.ସି କେନ୍ଦ୍ରର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲେଫ୍ଟନାଣ୍ଟ ଗୁରୁ କିଶୋର ନାୟକ ଯୋଗ ଦେଇଥିବାବେଳେ ସିନିଅର ଅଣ୍ଡର ଅଫିସର ମନୋଜ ମଲିକ, ଜୁନିଅର ଅଣ୍ଡର ଅଫିସର ସମୀର ସ୍ୱାଇଁ ଓ ସମୁଦାୟ ଷାଠିଏ ଜଣ କାଡେଟ ଏହି ସମାରୋହର ଯୋଗଦାନ କରିଥିଲେ। ଏକତା ଓ ଅନୁଶାସନ ସଫଳତାର ଚାବିକାଠି ଓ ଜଣେ ସାଧାରଣ ବିଦ୍ୟାର୍ଥୀକୁ ଏହା ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ କରିପାରେ ବୋଲି ମୁଖ୍ୟ ଅତିଥି ମନ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର ଯୋଗଦେଇ ପ୍ରତ୍ୟେକ କାଡେଟର ମୂଳ ଲକ୍ଷ୍ୟ ଦେଶ ସେବା ତଥା ସମାଜର ଉନ୍ନତି ନିମନ୍ତେ ନିଜକୁ ବ୍ରତୀ କରିବା ଦରକାର ବୋଲି କହିଥିଲେ। ପରିଶେଷରେ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ବାଣପୁର ସହରାଞ୍ଚଳରେ ‘ବେଟି ବଚାଓ ବେଟି ପଢ଼ାଓ’ ସଚେତନତା ଅଭିଯାନ କରାଯାଇଥିଲା, ଯାହା ଅଞ୍ଚଳବାସୀଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା।

ncc ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ‌‌: ଯୋଗଦେଲେ ଆଇନ ମନ୍ତ୍ରୀ

July 7, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ

July 6, 2026

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026
Latest News

ଇଣ୍ଡୋନେସିଆ ସଂସଦରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କଲେ ମୋଦୀ

July 8, 2026

ମେସିଙ୍କ ଚମତ୍କାର: ଶେଷ ମିନିଟ୍‌ରେ ଓଲଟିଲା ମ୍ୟାଚ୍‌, କ୍ୱାର୍ଟରଫାଇନାଲ ପହଞ୍ଚିଲା ଆର୍ଜେଣ୍ଟିନା

July 7, 2026

ଓଡ଼ିଶାରେ ସଡ଼କ ସୁରକ୍ଷା ପାଇଁ STAର କଡ଼ା ପଦକ୍ଷେପ, ଫିଟ୍‌ନେସ୍‌, ପରମିଟ୍‌ କିମ୍ବା ରେଜିଷ୍ଟ୍ରେସନ୍‌ ନଥିଲେ ଗାଡ଼ି ହେବ ଜବତ

July 7, 2026

କେନାଲରେ ପଡି ନାବାଳକ ମୃତ

July 7, 2026

କେରଳର ୱାୟନାଡରେ ଭୟଙ୍କର ଭୂସ୍ଖଳନ: ୧୦ ଜଣ ମାଟି ତଳେ ଫସିଲେ

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.