ମୁମ୍ବାଇ,26/11: ଆସନ୍ତାକାଲି ହେବ ମହାରାଷ୍ଟ୍ର ବିଧାନସଭାର ସଂଖ୍ୟା ଗରିଷ୍ଠତା ପ୍ରମାଣ। ବୁଧବାର ଅପରାହ୍ନ 5ଟା ସୁଦ୍ଧା ଫଡନବିସ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ। ଏହିପରି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ବଡି ସକାଳୁ ଦେବେନ୍ଦ୍ର ଫଡନାବିସ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ପାଠକୁ ନେଇ ମାମଲା ଋଜୁ କରାଯାଇଥିଲା। ଏହି ମାମଲା କଂଗ୍ରେସ, ଏନସିପି ଏବଂ ଶିବସେନା ତରଫରୁ କରାଯାଇଥିଲା। ତାହାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ଏଥିରେ କୋର୍ଟ କହିଛନ୍ତି ଯେ, ଏହି ଫ୍ଲୋର ଟେଷ୍ଟ ଗୁପ୍ତ ନୁହେଁ ମୁକ୍ତ ଭୋଟିଂ ମାଧ୍ୟମରେ ହେବ। ପ୍ରଥମେ ବିଧାନସଭାରେ ବିଧାୟକମାନେ ଶପଥ ଗ୍ରହଣ କରିବେ। ସେଥିପାଇଁ ଜଣେ ଅସ୍ଥାୟୀ ବାଚସ୍ପତି ମନୋନିତ କରାଯିବ। ଏହାପରେ ଅପରାହ୍ନରେ ଫ୍ଲୋର ଟେଷ୍ଠ କରାଯିବ। ଅପରାହ୍ନରେ ହେବାକୁ ଥିବା ମୁକ୍ତ ଭୋଟିଂ ପ୍ରକ୍ରିୟାର ସିଧା ପ୍ରସାରଣ କରିବାକୁ ତିନି ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ…
Author: Samikhsya Bureau
ନୂଆଦିଲ୍ଲୀ,26/11 :ରାଷ୍ଟ୍ରପତି ରାମନାଥ କୋବିନ୍ଦ 70ତମ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ । ସମ୍ବିଧାନ ଦିବସ ଅବସରରେ ଆୟୋଜିତ ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ ପ୍ରମୁଖ ଅଂଶଗ୍ରହଣ କରିବେ । ସକାଳ 11ଟାରେ ସଂସଦ ଭବନରେ ଏହି ଡିଜିଟାଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଉଲ୍ଲେଖଯୋଗ୍ୟ ଯେ, 1950 ମସିହା ଜାନୁୟାରୀ 26 ତାରିଖରେ ସମ୍ବିଧାନ ପ୍ରଣୟନ କରାଯାଇଥିଲେ ମଧ୍ୟ 1949 ନଭେମ୍ବର 26 ତାରିଖରେ ଏହାକୁ ଗ୍ରହଣ କରାଯାଇଥିଲା । ତେଣୁ ନଭେମ୍ବର 26କୁ ସମ୍ବିଧାନ ଦିବସ ଭାବରେ ପାଳିତ କରାଯାଉଛି । ସେହିପରି ମହାରାଷ୍ଟ୍ର ରାଜନୀତିକୁ ବିରୋଧ କରି କଂଗ୍ରେସ, ଏନ୍ସିପି, ଟିଏମ୍ସି ଏବଂ ଡିଏମ୍କେ ପରି ଦଳ ସଂସଦ ଭବନ ପରିତ୍ୟାଗ କରି ଆମ୍ବେଦକର ପ୍ରତିମା ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବେ ବୋଲି ଜଣାପଡିଛି…
ଜମ୍ମୁ,26/11 : ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ହିଜବୁଲ ମୁଜାହିଦୀନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି । ଆତଙ୍କବାଦୀମାନେ ଆର୍ମି ପେଟ୍ରୋଲିଂ ଗାଡ଼ି ଉପରକୁ ଆକ୍ରମଣ କରିବା ପରେ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ନିହତ ହୋଇଥିବା ଆତଙ୍କବାଦୀ ଈରଫାନ ଅହମଦ ରଥହର ବୋଲି ଜଣାପଡ଼ିଛି । ଆହୁରି 2-3 ଆତଙ୍କୀ ଲୁଚି ରହିଥିବାରୁ ସେନା ପକ୍ଷରୁ ସମ୍ପୃକ୍ତ ସ୍ଥାନରେ ଅନୁସନ୍ଧାନ ଜାରି ରହିଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ,26/11 : ଭଦ୍ରକର ଚାନ୍ଦବାଲିରେ ଏକ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଦ୍ବୟ ହେଉଛନ୍ତି ନଳଗୋହିରା ଗ୍ରାମର ଅଶୋକ ଦାସ ଓ ବଳରାମ ନାୟକ । ଦୁଇ ଜଣଙ୍କ ବ୍ୟତିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତିନିଜଣ ଏକ ବାଇକ୍ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅଶୋକଙ୍କ ମୃତ୍ୟୁ ଘଟିଥିଲା । ବଳରାମ ଓ ଆନନ୍ଦଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ବଳାରାମଙ୍କ ମୃତ୍ୟୁ ଘଟିଛି ।
କେଦାର ମିଶ୍ର ଗତ ପାଞ୍ଚବର୍ଷ ଭିତରେ ଟେଲି ଗଣମାଧ୍ୟମର ବ୍ୟାପକ ଅବକ୍ଷୟ ଘଟିଥିବା ବେଳେ, ଅନ୍ତତଃ କେତୋଟି ଇଂରାଜୀ ସଂବାଦପତ୍ର ନିଜର ମେରୁଦଣ୍ଡକୁ ସଳଖ ରଖିବାରେ ସମର୍ଥ ହୋଇଛନ୍ତି। ସେଇ ଅଳ୍ପ କେତୋଟି ସମ୍ବାଦପତ୍ର ଭିତରୁ କଲିକତାରୁ ପ୍ରକାଶ ପାଉଥିବା “ଦି ଟେଲିଗ୍ରାଫ” ଅନ୍ୟତମ। ଖବର ପରିବେଷଣ କରିବା ସମୟରେ ସବୁଠୁ ଶକ୍ତିଶାଳୀ ଶିରୋନାମା ଲେଖିବାରେ ଏହି ଖବର କାଗଜ ଇତିହାସ ସୃଷ୍ଟି କରିଛି। ଏହାର ସର୍ବଶେଷ ଉଦାହରଣ ହେଉଛି, ଗତକାଲି ମହାରାଷ୍ଟ୍ର ରାଜନୀତିକୁ ନେଇ “ଦି ଟେଲିଗ୍ରାଫ” ର ଶିରୋନାମା। “ଆଧୁନିକ ଭାରତର ମନ୍ଦିର; ହୋଟେଲ ହେଉଛି ଏକମାତ୍ର ସଂସ୍ଥା ଯେଉଁଠି ଆମର ଗଣତନ୍ତ୍ର ସୁରକ୍ଷିତ”। ମହାରାଷ୍ଟ୍ର ରାଜନୀତିରେ ଯେଉଁ ହଟ ଚମଟ ଚାଲିଛି, ସେଥିରେ ସବୁଦଳ ନିଜ ନିଜ ବିଧାୟକମାନଙ୍କୁ ବିଭିନ୍ନ ତାରକା ହୋଟେଲ ଗୁଡିକରେ ଲୁଚାଇ ରଖିଛନ୍ତି। ମହାରାଷ୍ଟ୍ର ନିର୍ବାଚନ ଫଳ ବାହାରିବା ପରଠୁ ସବୁ ଦଳର ବିଧାୟକମାନେ ଏ ହୋଟେଲରୁ ସେ ହୋଟେଲ ନିଜର ଶିବିର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: 25/11: ଓଡ଼ିଶାର ଟେଲିକମ ଓ ଡିଜିଟାଲ ସେବା ବର୍ଗରେ ନିଜର ରାଜସ୍ୱ ନେତୃତ୍ୱ ସ୍ଥିତିକୁ ସଂପ୍ରସାରିତ କରି ରିଲାଏନ୍ସ ଜିଓ ୨୦୧୯ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ତ୍ରୟମାସରେ ମୋଟ ରାଜସ୍ୱର ୪୮.୧%ରୁ ଅଧିକ ବଜାର ଅଂଶ ହାସଲ କରିଛି ବୋଲି ନିକଟରେ ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ସଦ୍ୟତମ ଆର୍ଥିକ ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ମୋଟ ରାଜସ୍ୱରେ ଜିଓର ୪୮.୧% ବଜାର ଅଂଶ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ଠାରୁ ୧୨% ଅଧିକ ରହିଛି । ଓଡ଼ିଶାରେ ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର)ରେ ମଧ୍ୟ ଏହି ତ୍ରୟମାସରେ, ରିଲାଏନ୍ସ ଜିଓ ଏହାର ନେତୃôତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରି ବୃହତ ୫୬.୮% ବଜାର ଅଂଶ ହାସଲ କରି, ଅନ୍ୟମାନଙ୍କ ଠାରୁ ବହୁତ ଆଗକୁ ବଢ଼ିଯାଇଛି ବୋଲି ଟ୍ରାଇ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ,…
ALL ODISHA CONTRACTOR ASSOCIATION-10dafa dabi re all odisha contractor association Bidhansabha gherao
ମୁମ୍ବାଇ, ୨୫/୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭୀସ୍ କିଶାନ କାର୍ଡ ଖୋଲିଛନ୍ତି । ଦେବେନ୍ଦ୍ର ଫଡ୍ନଭୀସ୍ ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୫୩୮୦କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଚାଷୀ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭୀସ୍ ଓ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାରଙ୍କ ସହ ବୈଠକ କରିଥିଲେ । ବନ୍ୟା ତଥା ବର୍ଷା ପ୍ରଭାବିତ ଚାଷୀଙ୍କୁ ଅତିରିକ୍ତ ସହାୟତା ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ଦେବେନ୍ଦ୍ର ଫଡ୍ନଭୀସ୍ ଓ ଅଜିତ୍ ପାଓ୍ବାର୍ଙ୍କ ସହ ଚର୍ଚ୍ଚା କରିଥିଲେ । (ଏଜେନ୍ସି)
ମୁମ୍ବାଇ, ୨୫/୧୧: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ନାଟକକ୍ରମରେ ପ୍ରତ୍ୟେକ ଦିନ କିଛି କିଛି ନୂଆ ଘଟଣା ଦେଖିବାକୁ ମିଳିଛି । ଏଠି ସମେସ୍ତ ସମସ୍ତଙ୍କ ପାଓ୍ବାର ଦେଖାଇବାରେ ବ୍ୟସ୍ତ ରହିଛନ୍ତି । ବିଜେପି ରାତାରାତି ନିଜ ପାଓ୍ବାର ଜରିଆରେ ସରକାର ଗଢିଥିବାବେଳେ ଏବେ କଂଗ୍ରେସ-ଏନ୍ସିପି- ଶିବସେନା ନିଜର ପାଓ୍ବାର ଦେଖାଉଛନ୍ତି। ବିଜେପି ଅଜିତ୍ ପାଓ୍ବାରଙ୍କ ସହ ମିଶି ସରକାର ଗଠନ କରିଥିବାବେଳେ ଫ୍ଲୋରଟେଷ୍ଟ ହେବାକୁ ବାକି ରହିଛି। ଅପରପକ୍ଷରେ ଆଜି ସନ୍ଧ୍ୟାରେ ମୁମ୍ବାଇର ହୋଟେଲ୍ ଗ୍ରାଣ୍ଡ ହୟାତ୍ଠାରେ ଏନ୍ସିପି-କଂଗ୍ରେସ ଓ ଶିବସେନାର ୧୬୨ ବିଧାୟକଙ୍କ ଏକ ମିଳନ ଉତ୍ସବ ଘଟିଛି । ‘ଓ୍ବି ଆର୍ ୧୬୨’ର ବ୍ୟାନର୍ ଲଗାଇ ଏକ ଏଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ସୁପ୍ରିୟା ସୁଲେ, କଂଗ୍ରେସ ନେତା ମଲ୍ଲିକାର୍ଜୁନ୍ ଖଡ୍ଗେ, ଚରଣ ସିଂ ସାପରା, ଉଦ୍ଧବ ଠାକ୍ରେ, ଆଦିତ୍ୟ ଠାକ୍ରେ, ନଓ୍ବାବ୍ ମଲ୍ଲିକ ପ୍ରମୁଖ ଉପସ୍ଥିତ…
ଭଞ୍ଜନଗର, ୨୫/୧୧: (ସମୀକ୍ଷା ବ୍ୟୁରୋ) ମିଶନ ଶକ୍ତି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟାଙ୍କୁ ଉଦ୍ୟାନ କୃଷି ବିଭାଗ ଦ୍ବାରା ସ୍ବୟଂ ସମ୍ବଳ ବୃଦ୍ଧି ପାଇଁ ପନିପରିବା ଚାଷ କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଏନେଇ ସ୍ଥାନୀୟ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଭଞ୍ଜନଗରଙ୍କ କାର୍ଯ୍ୟାଳୟରେ ଭଞ୍ଜନଗର ବ୍ଲକ୍ର ତୁରମୁ, ଲାଲସିଙ୍ଗି, ସାନକୋଦଣ୍ଡା, ବାଉଁଶଲୁଣ୍ଡି ଅଞ୍ଚଳର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୨୦ ଜଣ ସଦସ୍ୟାଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପନିପରିବା ଚାଷର ଆବଶ୍ୟକତା, ବୈଜ୍ଞାନିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତି, ସମନ୍ବିତ ସାର ପ୍ରୟୋଗ, ରୋଗ ପୋକ ପରିଚାଳନା ଏବଂ ଉତ୍ତମ ଆୟ ପ୍ରଦାନ କରୁଥିବା ଟମୋଟା, ବାଇଗଣ କୋବି ଜାତୀୟ ଫସଲ ତଥା ମୂଳା ଚାଷ ଓ ଆଳୁ ଚାଷର ଉପାଦାଦେୟତା ସମ୍ପର୍କରେ ବୁଝାଯାଇଥିଲା। ସଫଳ ପନିପରିବା ଚାଷ ପାଇଁ ସରକାରଙ୍କ ତରଫରୁ ଥିବା ସରକାରୀ ଯୋଜନା ବିଷୟରେ ମଧ୍ୟ ସଭ୍ୟାମାନଙ୍କୁ ପ୍ରଶିକ୍ଷଣ…
ନୂଆଦିଲ୍ଲୀ, ୨୫/୧୧: (ସମୀକ୍ଷାବ୍ୟୁରୋ) : ବହୁଚର୍ଚ୍ଚିତ ବ୍ୟାପମ ଘୋଟାଲାରେ ଆଜି ରାୟ ପ୍ରକାଶ କରିଛନ୍ତି ସିବିଆଇର ସ୍ୱତନ୍ତ୍ର ଅଦାଲତ। ଗତ ଗୁରୁବାର ଏହି ମାମଲାରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଏହି ଘୋଟଲାର ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଦୀପ ତ୍ୟାଗୀକୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଦେଇଛନ୍ତି କୋର୍ଟ। ବ୍ୟାପମ୍ ଅଧୀନରେ ୨୦୧୩ରେ ମଧ୍ୟପ୍ରଦେଶରେ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା। କନେଷ୍ଟବଳ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଦୋଷୀଙ୍କ ମଧ୍ୟରେ ୧୨ ଜଣ ପରୀକ୍ଷାର୍ଥୀ, ୧୨ ଜଣ ନକଲି ପରୀକ୍ଷାର୍ଥୀ ଓ ୭ ଜଣ ଦଲାଲ ରହିଛନ୍ତି। (ଏଜେନ୍ସି)
ନୂଆଦିଲ୍ଲୀ, ୨୫/୧୧: ରାଜଧାନୀ ନୂଆଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବାକୁ ଚାଲିଥିବା ଯୋଜନାର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସ୍ ଏହି ବଡ଼ଧରଣର ଆତଙ୍କୀ ହମଲାକୁ ଟାଳିବା ସହ ବିପୁଳ ପରିମାଣର ଆଇଇଡି ବିସ୍ଫୋରକ ଜବତ କରିଛି। ଏହି ଘଟଣାରେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ ସହ ସମ୍ପର୍କ ରଖିଥିବା ୩ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍ ଏମାନଙ୍କୁ ଆସାମର ଗୌହାଟୀରୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମୁକଦାସ ଇସଲାମ, ରଣଜୀତ ଅଲୀ ଓ ଲ୍ୟୁସ ଜାମିଲ ଜାମଲା। (ଏଜେନ୍ସି)
ଦିଲ୍ଲୀ,୨୫/୧୧: ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ, ରାଜଧାନୀ ଦିଲ୍ଲୀର ସ୍ଥିତି ନର୍କଠୁ ବହୁତ ଭୟାନକ। ଲୋକଙ୍କୁ ଏମିତି ମରିବାକୁ ଦିଆଯାଇ ପାରିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କୁ ଅଣନିଃଶ୍ଵାସୀ କରି ମାରିବା ଅପେକ୍ଷା ଭଲ ହେବ ସମସ୍ତଙ୍କୁ ଏକ ସଙ୍ଗେ ବିସ୍ଫୋରଣ କରି ଉଡ଼ାଇ ଦିଆଯାଉ। ସୁପ୍ରିମ୍କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ, ଆପଣଙ୍କୁ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ। ଉଚ୍ଚ ନ୍ୟାୟଳୟ ପଞ୍ଜାବ ଓ ହରିୟାଣାକୁ ନଡ଼ା ଜଳାଇବାକୁ ନେଇ ମଧ୍ୟ କଠୋର ହୋଇଛନ୍ତି। ପ୍ରଦୂଷଣ ସମସ୍ୟା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ନିଜ ଭିତରେ ଥିବା ମତଭେଦକୁ ଭୁଲି ଏହି ସମସ୍ୟାର ସମାଧାନ କରିବାକୁ କହିଛନ୍ତି। ଏହା ସହିତ ୧୦ ଦିନ ମଧ୍ୟରେ ବାୟୁ ବିଶୁଦ୍ଧକରଣ ଟାଓ୍ବାର କରିବାର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି ।…
ସମୀକ୍ଷା ବ୍ୟୁରୋ ଆମ ଦେଶରେ କିଛି ବି ହୋଇପାରେ। ଯେମିତିକି ପୁଅ ଉପ ମୁଖମନ୍ତ୍ରୀ ହେବା କ୍ଷଣି ଦୁର୍ନୀତି ଅଭିଯୁକ୍ତ ବାପାକୁ ଜେଲରୁ ଛୁଟି ମିଳିଯାଇପାରେ। ଯେମିତିକି ମହାରାଷ୍ଟ୍ରରେ ଅଧରାତିଆ ସରକାର ଗଠନ ହେବାର ୪୮ ଘଣ୍ଟା ଭିତରେ ୭୨ ହଜାର କୋଟି ଟଙ୍କାର ଜଳସେଚନ ଦୁର୍ନୀତିର ଫାଇଲ ବନ୍ଦ ହୋଇଯାଇପାରେ। ଯେଉଁ ଅଜିତ ପାୱାର ବିରୋଧରେ ବିଜେପି ସରକାର ତଦନ୍ତ କରି ତାଙ୍କୁ ଦୁର୍ନୀତିର ସବୁଠୁ ବଡ ପ୍ରତୀକ ବୋଲି କହୁଥିଲା, ଆଜି ମାତ୍ର ୪୮ ଘଣ୍ଟାରେ ତାଙ୍କ ଦେହରୁ ସବୁ ଦାଗ ପୋଛିଦେଲା। ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର ଦୁଇ ଦିନ ତଳେ ମହାରାଷ୍ଟ୍ରରେ ସରକାର ଗଢିଛନ୍ତି। ତାଙ୍କ ସରକାର ବିଧାନସଭାରେ ଏ ପର୍ୟନ୍ତ ବହୁମତ ସାବ୍ୟସ୍ତ କରିନାହିଁ। ଅଥଚ ଉପ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରହିଥିବା ଦୁର୍ନୀତି ମାମଲାର ରଫା ଦଫା ହୋଇ ସାରିଛି। ଆଗରୁ ସରକାର ଗଠନ ପରେ ଲୋକେ କିଛିଟା ଦାୟିତ୍ଵବାନ ହେଉଥିଲେ। ବିଜେପି…
ମୁମ୍ବାଇ,25/11 : ଭାରତୀୟ କ୍ରିକେଟର ଜାହିର ଖାନ 41 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ସୋମବାର 41 ବର୍ଷରେ ପଦାର୍ପଣ କରିଥିବା ଜାହିରଙ୍କୁ ସାଥୀ ଭାରତୀୟ ଖେଳାଳି ମାନେ ଜାହିରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଜାହିରଙ୍କ ପୂର୍ବତନ ଟିମ୍ମେଟ୍ ଭିଭିଏସ୍ ଲକ୍ଷ୍ମଣ, ଶିଖର ଧଓ୍ବନ୍, ହରଭଜନ ସିଂ ପ୍ରମୁଖ ଜାହିରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏପରିକି ଜାହିରଙ୍କ ଚିର ପ୍ରତିଦ୍ବନ୍ଦୀ ଗ୍ରେମ୍ ସ୍ମିଥ୍ ମଧ୍ୟ ଜାହିରଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ । ଜାହିର ଅକ୍ଟୋବର 2000ରେ କେନିଆ ବିପକ୍ଷରେ କ୍ରିକେଟରେ ପଦାର୍ପଣ କରିଥିଲେ । ଏହାର ଏକ ମାସ ପରେ ଜାହିର ଟେଷ୍ଟ ମ୍ରଶଚ୍ ପଦାର୍ପଣ ମଧ୍ୟ କରିଥିଲେ । ଜାହିର ଭାରତ ପାଇଁ 92ଟି ଟେଷ୍ଟ ଏବଂ 200ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । 92 ଟେଷ୍ଟରୁ 311ଟି ଓ୍ବିକେଟ ଏବଂ 200ଟି ଦିନିକିଆରୁ 282 ଓ୍ବିକେଟ ଅକ୍ତିଆର କରିଥିଲେ ଜାହିର । 2011 ବିଶ୍ବକପ୍ରେ ଜାହିର…

