ଡିସେମ୍ବର ୧ରୁ ଆରମ୍ଭ ହେବ ପ୍ରସିଦ୍ଧ କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ

Published: Nov 28, 2019, 5:09 pm IST

ଭୁବନେଶ୍ବର, ୨୮/୧୧: (ସମୀକ୍ଷା ବ୍ୟୁରୋ)  ଡ଼ିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବର ଆୟୋଜନ ହେବାକୁ ଯାଉଛି  । ଓଡ଼ିଶାର ଅନ୍ତର୍ନିହିତ ଐତିହ୍ୟକୁ ବାଦ ଦେଲେ ଏହି ଉତ୍ସବ ଉତ୍କୃଷ୍ଟ ମାନର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ କରୁଅଛି  । କୋଣାର୍କ ଉତ୍ସବ ଯେଉଁଥିରେ ବହୁ ପ୍ରତିଭାବାନ୍‍ ନୃତ୍ୟ ବିଶାରଦ ପ୍ରାୟ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତନାଟ୍ୟମ, କଥକ, କୁଚିପୁଡ଼ି, ମୋହିନିଆଟ୍ଟମ ଏବଂ ଏବର୍ଷର ବିଶେଷ ଆକର୍ଷଣ ଇଣ୍ଡୋନେସିଆର ବାଲିନିଜ୍‍ ଦଳଗତ ନୃତ୍ୟ ପ୍ରଦର୍ଶନ କରିବେ ।

ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨୦୧୯

କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କି.ମି. ଦୂରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗାର ପ୍ରଶସ୍ତ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳାର ଆୟୋଜନ କରାଯାଉଅଛି । ଏହି ଉତ୍ସବ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଏହି ବିଶ୍ୱବ୍ୟାପୀ ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ପାଞ୍ଚଦିନ ପର୍ଯ୍ୟନ୍ତ ନିଦ୍ଦିଷ୍ଟ ଘଟଣା ଉପରେ ଆଧାରିତ ବାଲୁକା ଚିତ୍ରକଳା ପ୍ରଦର୍ଶନ  କରିବେ  । ଚଳିତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, ଆୟରଲାଣ୍ଡ, ଡ଼େନ୍‍ମାର୍କ, ଋଷିଆ, କାନାଡ଼ା, ଟଗୋ ଓ ଶ୍ରୀଲଙ୍କା ଆଦି ଦେଶମାନଙ୍କରୁ ପ୍ରତିଭାବାନ ବାଲୁକାଶିଳ୍ପୀମାନେ ଅଂଶ ଗ୍ରହଣ କରିବେ । ସେହିପରି ଦେଶ ଭିତରରୁ ଯଥା ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାରୁ ଖ୍ୟାତିନାମା ବାଲୁକାକଳା ଶିଳ୍ପିମାନେ ଅଂଶଗ୍ରହଣ କରିବେ  । ଚଳିତ ଥରର ବିଷୟବସ୍ତୁ ମଧ୍ୟରେ ରହିଛି ପ୍ରକୃତି ପର୍ଯ୍ୟଟନ, ସଂସ୍କୃତି, ପର୍ବ ଓ ପର୍ବାଣୀ, ମହିଳା ସଶକ୍ତିକରଣ, ପ୍ଲାଷ୍ଟିକ୍‍କୁ ନା ଐତିହ୍ୟ । ସେହିପରି ଚନ୍ଦ୍ରଭାଗା ନିକଟରେ ଏକ ଆକର୍ଷଣୀୟ ହସ୍ତଶିଳ୍ପ ମେଳା ଅନୁଷ୍ଠିତ ହେବ  । ଏହି ମେଳରେ ବିଭିନ୍ନସ୍ଥାନର ସୁନ୍ଦର ସ୍ଥପତିମାନେ ସେମାନଙ୍କ ଦ୍ୱାରା ନିର୍ମିତ ଭିନ୍ନ ଭିନ୍ନ ସୁନ୍ଦର ହସ୍ତଶିଳ୍ପ ପ୍ରଦର୍ଶନ କରିବେ  ।

Related posts