Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବେଚାରା ସରକାର ଏତେ କରୁଛନ୍ତି, ତଥାପି ବଦମାସ ଜିଡିପି ଏତେ ତଳକୁ ଖସୁଛି କେମିତି??
ବିଶେଷ ଖବର

ବେଚାରା ସରକାର ଏତେ କରୁଛନ୍ତି, ତଥାପି ବଦମାସ ଜିଡିପି ଏତେ ତଳକୁ ଖସୁଛି କେମିତି??

November 30, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତକାଲି ଦେଶର ଅର୍ଥନୀତିକୁ ନେଇ ଦୁଇଟି ବଡ ଖବର ଆସିଥିଲା। ପ୍ରଥମ ଖବର ଟି ହେଉଛି ଦେଶର ବିକାଶ ଧାରାକୁ ସୂଚାଉଥିବା ଜିଡିପି ୪.୫% ଓ ଜିଭିଏ ୪.୩% କୁ ଖସିଆସିଛି। ଦେଶର ଯେତେସବୁ ପ୍ରମୁଖ ଉତ୍ପାଦନ କ୍ଷେତ୍ର ସବୁଠି ହତାଶା ଓ ତଳମୁହାଁ ଅବସ୍ଥା ଲାଗି ରହିଛି। ତେବେ ଗତ ୨୪ ମାସ ଧରି ଏହି ସମାନ ସ୍ଥିତି ଲାଗି ରହିଛି। ପ୍ରାୟ 8% ବିକାଶ ହାରରୁ ଆମେ ଏହାର ଅଧାଅଧି ଅବସ୍ଥାକୁ ଆସିଗଲୁଣି। ଅର୍ଥନୀତିଜ୍ଞ ତଥା ବିଜେପି ନେତା ସୁବ୍ରମନ୍ୟମ ସ୍ଵାମୀଙ୍କ କହିବା ଅନୁସାରେ ଯଦିଓ ସରକାରୀ ତଥ୍ୟ ଅନୁଯାୟୀ ଏହା ୪.୫%  ରହିଛି, ହେଲେ ଅସଲରେ ଏହା ୧.୫% ଭିତରେ ରହିବ। ମୋଦୀ ସରକାର ଆସିଲା ପରେ ଜିଡିପିର ଆକଳନ ପାଇଁ ଯେଉଁ ମାନକ ରହିଥିଲା ତାକୁ ବଦଳାଇ ଦିଆ ଯାଇଛି। ପୁରୁଣା ୟୁପିଏ ଅମଳର ମାନକ ବ୍ୟବହାର କଲେ ଆମର ଅଭିବୃଦ୍ଧି ଦର ୨% ରୁ ଅଧିକ ହେବନାହିଁ ବୋଲି ଅନେକ ଅର୍ଥନୀତିଜ୍ଞ କହୁଛନ୍ତି। ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ଅର୍ଥନୀତିଜ୍ଞଙ୍କ କଥା ଶୁଣୁଛି କିଏ ବା ବୁଝୁଛି କିଏ?

ଗତକାଲି ସନ୍ଧ୍ୟା ୫.୩୦ରେ ଯେତେବେଳେ ଜୁଲାଇ-ସେପ୍ଟେମ୍ବର-୨୦୧୯ ପାଇଁ ଜିଡିପି ତଥ୍ୟ ବାହାରିଲା, ତାକୁ ନେଇ କୌଣସି ସରକାରୀ ପ୍ରତିକ୍ରିୟା ଏଯାଏ ମିଳିନାହିଁ। ଆଜି ମୋଦୀ ସରକାରର ଦ୍ଵିତୀୟ ପାଳିରେ ୬ ମାସ ପୁରୁଛି। ସେହି ୬ ମାସରେ ଦେଶର ଅର୍ଥନୈତିକ ସ୍ଥିତି ଯେ ଅତ୍ୟନ୍ତ ସଙ୍ଗୀନ ଏକଥା ମାନିବାକୁ ସରକାର ପ୍ରସ୍ତୁତ ନୁହନ୍ତି। ବିକାଶ ସୂଚକାଙ୍କରେ ପରିବର୍ତ୍ତନ କରି ଯଦିଓ ଜିଡିପି ଦରକୁ ଗୋଟେ ସମୟରେ ଅଧିକ ଦେଖାଯାଇଛି, ତେବେ ବାସ୍ତବରେ ଏହାର ସତ୍ୟତାକୁ ନେଇ ସନ୍ଦେହ ରହିଛି। ତେବେ ଗତ ୨୪ ମାସର ତଥ୍ୟ କହୁଛି, ଆମେ ସବୁ କ୍ଷେତ୍ରରେ ପଛକୁ ପଛକୁ ଯାଉଛୁ।

ସବୁଠୁ ମଜାର କଥା ହେଉଛି, ଗତକାଲି ଜିଡିପି ତଥ୍ୟର ଆଲୋଚନା ସମୟରେ ଅନେକ ଅର୍ଥନୀତି ପଣ୍ଡିତ ଓ ସାମ୍ବାଦିକ ନିଜକୁ ବଡ ଦୋଷୀ ବୋଲି ଭାବୁଥିଲେ। ସେମାନଙ୍କର ଯୁକ୍ତି ଥିଲା, ଅର୍ଥନୀତିର ଏହି ଦୁର୍ଗତି ଲାଗି ସରକାରଙ୍କୁ ଦୋଷ ଦେବା ଉଚିତ ହେବନାହିଁ। ସରକାର ବହୁତ କରୁଛନ୍ତି, ହେଲେ କିଛି ପ୍ରଭାବ ପଡୁନି। ତେବେ ଅର୍ଥନୀତିର ଏହି ତଳମୁହାଁ ଗତି ଲାଗି ସରକାରଙ୍କ ଭୁଲ ଆର୍ଥିକ ପରିଚାଳନା ଓ ଏକଛତ୍ରବାଦୀ ବିମୁଦ୍ରାକରଣର ପ୍ରଭାବ ଯେ ଅନେକାଂଶରେ ଦାୟୀ, ତାହା କେହି ସ୍ଵୀକାର କରୁନାହାନ୍ତି। ୨୦୧୫ ବର୍ଷରେ ୮% ଜିଡିପି ହାର ବର୍ଷକୁ ବର୍ଷ କମି ଆସି ଚଳିତ ବର୍ଷ ଏହା ୫-୫.୫% ରହିପାରେ ବୋଲି କୁହାଯାଉଛି। ଯେତେବେଳେ ବିଶ୍ଵର ମାନ୍ଦାବସ୍ଥାରୁ ମୁକୁଳି ଆମର ଅର୍ଥନୀତି ଠିକ ଗତି ଧରିବା ଆରମ୍ଭ କରିଥିଲା, ସେତେବେଳେ ନୋଟବନ୍ଦୀ ଭଳି ଅପରିଣାମଦର୍ଶୀ ନିଷ୍ପତ୍ତି ନିଆଗଲା। ଦେଶର ଅର୍ଥନୈତିକ ଗତି କୁ ତିନିମାସ ଲାଗି ଠପ କରି ଦିଆଗଲା। ତା ସହିତ ନୂଆ ଜିଏସଟି ଆଇନ ପରିସ୍ଥିତିକୁ ଅଧିକ ଜଟିଳ କରିଦେଲା।

୩ ମାସ ଧରି ବିନା ପଇସାରେ ଭାରତର ଯେଉଁ ଅବସ୍ଥା ହୋଇଥିଲା ତାର ପରିଣତି ହେଉଛି ଆଜିର ଅର୍ଥନୈତିକ ଦୁରବସ୍ଥା। ୧% ଜିଡିପି କମିବାର ଅର୍ଥ ହେଉଛି ଦେଶର ୧.୫ ଲକ୍ଷ କୋଟି ଟଙ୍କାର କ୍ଷତି। ଆଜି ପାଖାପାଖି ୩% ଜିଡିପି ଆମେ ହରାଇସାରିଛୁ। ଏହାର ଅର୍ଥ ହେଉଛି ଦେଶ ୪.୫ଲକ୍ଷ କୋଟି ଟଙ୍କା ସରକାରଙ୍କ ଭୁଲ ନୀତି ଯୋଗୁଁ ହରାଇଛି। ଏତକ କହିବା ଲାଗି ସାମ୍ବାଦିକ ଓ ଅର୍ଥନୀତିଜ୍ଞଙ୍କ ପାଟି ଖନି ମାରି ଯାଉଛି।

ଯେଉଁ ଦେଶରେ ସତ ଶୁଣିବାକୁ ଓ କହିବାକୁ ସାହସ କମିଯାଏ, ସେ ଦେଶର ବିକାଶ କେବଳ ଧୂଆଁବାଣ ମାତ୍ର!!

 

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.