Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଡ଼ସର ଚକ୍ରବ୍ୟୁହରେ ଗଂଜାମ ଜିଲ୍ଲା: ସରକାରୀ ରିପୋର୍ଟରେ ହ୍ରାସ: ବାସ୍ତବ ଚିତ୍ର କିନ୍ତୁ ଉଦବେଗଜନକ
ବିଶେଷ ଖବର

ଏଡ଼ସର ଚକ୍ରବ୍ୟୁହରେ ଗଂଜାମ ଜିଲ୍ଲା: ସରକାରୀ ରିପୋର୍ଟରେ ହ୍ରାସ: ବାସ୍ତବ ଚିତ୍ର କିନ୍ତୁ ଉଦବେଗଜନକ

December 2, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ / ହେମାଙ୍ଗ ପ୍ରସାଦ ରାଉଳ :

ସମ୍ପ୍ରତି ରାଜ୍ୟ ସରକାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଂସ୍କାରମୂଳକ ଯୋଜନା ରାଜ୍ୟବାସୀଙ୍କୁ ଭେଟି ଦେଉଥିବାବେଳେ ଏହାକୁ ୫ଟିର ଅନ୍ତର୍ଗତ କରାଇ ଏହାର ଫାଇଦା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଲାଗିପଡିଛନ୍ତି । କିନ୍ତୁ ଆଜି ବି ଏମିତି କିଛି ସ୍ବାସ୍ଥ୍ୟ ସମସ୍ୟାରେ ଲୋକମାନେ ଧନ୍ଦି ହେଉଛନ୍ତି, ଯାହାର କିଛି ଉପଚାର ଅଛି ନା ପ୍ରତିକାର । କେବଳ ସଚେନତତା ହିଁ ଏହାର ଏକମାତ୍ର ନିଦାନ । ସେହିପରି ଏକ ବ୍ୟାଧିର ନାମ ହେଉଛି ‘ଏଡସ୍‌’ । ଏଡସ୍‌ ରୋଗର ଭୟାବହତା ଓ ଏହାର ନିରାକରଣ ପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡସ୍‌ ଦିବସ ଭାବରେ ପାଳନ କରାଯାଉଛି ।

ଦେଶ ଓ ରାଜ୍ୟରେ ଏଡସ୍‌ ନିରାକରଣ ଓ ସଚେତନତା ଲାଗି ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ଏଡସ୍‌ ଚକ୍ରବ୍ୟୁହରେ ରହିଛି ଗଞ୍ଜାମ ଜିଲ୍ଲା। ସମଗ୍ର ଦେଶରେ ଏଇ ଜିଲ୍ଲା ଏବେ ଅଷ୍ଟମ ସ୍ଥାନରେ ।  ଏଡ଼ସ୍ ସଂପର୍କରେ ବିଗତ ଜନ ସଚେତନତା ପାଇଁ ଅଜସ୍ର ଯୋଜନା ଅଜସ୍ର ସଂଗଠନ ବିଗତ ତିରିଶି ବର୍ଷ ଭିତରେ ଶହଶହ କୋଟି ଟଙ୍କା ଖାଇଗଲେ ଅଥଚ ସାଂଘାତିକ ଏଡ଼ସ୍ କାୟା ବିସ୍ତାର କରି ଚାଲିଛି ବୋଲି ଅଭିଯୋଗ ହେଉଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗଂଜାମ ଜିଲ୍ଲାରେ ଏଡ଼ସ୍ ରୋଗ ଭୟାନକ ରୂପ ଧାରଣ କରୁଛି । ଗଂଜାମ ଜିଲ୍ଲାରୁ ଅଧିକାଂଶ ଲୋକ ଶ୍ରମଜୀବୀ ହୋଇ ସହର ମୁମ୍ବାଇ, ହାଇଦ୍ରାବାଦ, ସୁରଟ, ଦିଲ୍ଲି, ପୁନେ ଓ ବାଙ୍ଗୋଲୋର ଆଦି ସହରକୁ ଚାଲିଯାଆନ୍ତି । ସେଇ ସହର ମାନଙ୍କରେ ଯୌନ କ୍ଷୁଧାପୂରଣ ପାଇଁ ଏମାନେ ଖରାପ ରାସ୍ତାକୁ ଯାଇ ଯେଉଁ ଦୁଃସାଧ୍ୟ ରୋଗର ସମ୍ମୁଖୀନ ହୋଇ ଫେରନ୍ତି ତାହାର ହିସାବ କିତାବ ସରକାର ଦେବାରେ ସମର୍ଥ ନୁହନ୍ତି । ପ୍ରତିଦିନ ସୁରଟ ଫେରନ୍ତାଙ୍କ ଗହଳି ଲାଗିଥାଏ ଷ୍ଟେସନ ରୋଡ଼୍ ବ୍ରହ୍ମପୁରଠାରେ । ସକାଳୁ ସୁରତ ଫେରୁଥିବା ଲୋକଙ୍କ ସଂଖ୍ୟା ଓ ସୁରତକୁ ଯିବା ଲୋକ ସଂଖ୍ୟାର ହାର ଦେଖିଲେ ଏଇ ଗଂଜାମ ଜିଲ୍ଲା ସୁରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଲକ୍ଷଲକ୍ଷ ଓଡ଼ିଆଙ୍କ ଭିତରେ ଗଂଜାମର ସଂଖ୍ୟା ହିଁ ସବୁଠାରୁ ଅଧିକ । ଏଇମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତାର ଅଭାବ ହେତୁ ଶ୍ରମିକମାନେ ନିଃସହାୟ ହୋଇ ଜୀବନ ଯାପନ କରନ୍ତି । ଅତୀତରେ ସୁରଟ ଅଂଚଳ ପରିଦର୍ଶନ କରିଥବା ଗୋଟିଏ ଟିମ୍ ସେଠାକାର ଶ୍ରମିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାରଙ୍କ ପାଖରେ ରିପୋର୍ଟ ଦେଇଥିଲେ କିନ୍ତୁ ଫଳାଫଳ ଶୂନ୍ । ଓଡ଼ିଶାରେ ଗଂଜାମ ଜିଲ୍ଲାରେ ଏଚ୍ଆଇଭି ସଂକ୍ରମିତ ରୋଗୀ ସଂଖ୍ୟା ସର୍ବାଧିକ । ଗଂଜାମ ଜିଲ୍ଲା ଓଡ଼ିଶାରେ ଏକନମ୍ବର ସ୍ଥାନରେ ରହିଛି । ଚଳିତ ବର୍ଷ ଗଂଜାମ ଜିଲ୍ଲା ପାଇଁ ସରକାରୀ ରିପୋର୍ଟ ଅନୁସାରେ କିଛି ପରିମାଣରେ ଆଶ୍ୱସ୍ତି ମିଳିଛି ।

ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଡା. ବିଜୟ କୁମାର ପାଣିଗ୍ରାହୀଙ୍କ ତଥ୍ୟ ଅନୁସାରେ ୨୦୧୭-୧୮ରେ ୬୭୧ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୧୮-୧୯ରେ ୫୦୫ ଜଣ ଚିହ୍ନଟ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷରେ କମିଛି ପ୍ରାୟ ଶତକଡ଼ା ୨୫ ଭାଗ । ସେହିପରି ବୁଗୁଡ଼ା ବ୍ଲକରେ ୫୨୮ ଜଣ ଏଡ଼ସ୍ ରୋଗୀ ଥିବା ବୁଗୁଡ଼ା ମେଡ଼ିକାଲ ଅଫିସର ଡା. ଗୋପବନ୍ଧୁ ବେହେରା ପ୍ରକାଶ କରିଛନ୍ତି । ୨୦୧୭-୧୮ରେ ବୁଗୁଡ଼ାରେ ୨୮ ଜଣ ଚିହ୍ନଟ ହୋଇଥିବାବେଳେ ୨୦୧୮-୧୯ରେ ମାତ୍ର ୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ବୁଗୁଡ଼ା ବ୍ଲକରେ ଗତବର୍ଷ ଅପେକ୍ଷା ଚଳିତବର୍ଷ ପ୍ରାୟ ଶତକଡ଼ା ୭୧ ଭାଗ କମିଛି । ସ୍ୱାସ୍ଥ୍ୟ ବିଭାଗ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସଚେତନତା କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ଗଂଜାମରେ ରୋଗୀଙ୍କ ହାର କମିଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ । ୨୦୧୮ ଜାନୁୟାରୀରୁ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲାରେ ୨୪ ଜଣ ଗର୍ଭବତୀ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିଭଳି ୨୦୧୭ରେ ୭୨,୦୨୮ ଜଣଙ୍କ ରକ୍ତପରୀକ୍ଷା କରିଥିବାବେଳେ ସେଥିମଧ୍ୟରୁ ୪୭ ଜଣ ଗର୍ଭବତୀ ମହିଳା ରହିଥିଲେ । ୨୦୧୬ରେ ୫୩,୦୩୫ ଜଣଙ୍କୁ ପରୀକ୍ଷା କରାଯାଇଥିବାସ୍ଥଳେ ସେଥିମଧ୍ୟରୁ ୫୧ ଜଣ ଗର୍ଭବତୀ ଏଚ୍ଆଇଭି ପଜିଟିଭ୍ ଥିଲେ । ୨୦୧୫ରେ ୪୯,୫୭୩ ଜଣ ଗର୍ଭବତୀ ରକ୍ତପରୀକ୍ଷା କରିଥିବାବେଳେ ସେଥିମଧ୍ୟରୁ ୪୫ ଜଣ ଗର୍ଭବତୀ ମହିଳାଙ୍କ ପଜିଟିଭ୍ ଥିଲା । ଯାହାକି ସଚେତନତା ଫଳରେ କିଛିମାତ୍ରାରେ ଏହିବର୍ଷ କମିଥିଲେ ସୁଦ୍ଧା ଜିଲ୍ଲା ଏଡ଼ସ ଚକ୍ରବ୍ୟୁହୁରେ ଫସିଫସି ଯାଉଥିବା ଦେଖିବାକୁ ମିଳିଛି । ମୁଖ୍ୟକାରଣ ହେଲା ବେକାରୀ ସମସ୍ୟା । ଯାହାଫଳରେ ଯୁବକମାନେ ମୁଖ୍ୟତଃ ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତାଲିମନାଡ଼ୁ ଆଦି ଅଂଚଳକୁ ଦାଦନ ଖଟିବାକୁ ଯାଇଥାନ୍ତି । ଏମାନେ ପରିବାରଠାରୁ ଦୂରରେ ରହିବା ଫଳରେ ସେଠାରେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହନ୍ତି । ଯାହାକି ପରବର୍ତ୍ତୀ ପର୍ଯ୍ୟାୟରେ ଏଡ଼ସ୍ ସଂକ୍ରାମିତ ହୋଇଥାନ୍ତି । ଏହି ବିଷୟରେ ଜାଣିନପାରି ନିଜ ଗାଁକୁ ଫେରିବା ପରେ ନିଜ ସ୍ତ୍ରୀ ସହିତ ଯୌନ ସଂପର୍କ ଫଳରେ ସ୍ତ୍ରୀ ମଧ୍ୟ ଏଥିରେ ସଂକ୍ରମିତ ହୋଇଥାଏ  । ଯାହାର ପ୍ରଭାବ ଗର୍ଭବତୀ ହେଲାପରେ ଶିଶୁ ଉପରେ ମଧ୍ୟ ପଡ଼ିଥାଏ । କିନ୍ତୁ ଡ଼ାକ୍ତରଙ୍କ କହିବା ଅନୁସାରେ ଜଣେ ଗର୍ଭବତୀ ମହିଳା ଗର୍ଭପାତର ୬ ମାସ ପୂର୍ବରୁ ଯଦି ଔଷଧ ସେବନ କରେ ତେବେ ସେ ଜନ୍ମ କରିବାକୁ ଶିଶୁ ଉପରେ ତାହାର ପ୍ରଭାବ ପଡ଼େ ନାହିଁ । କିନ୍ତୁ ସରକାରଙ୍କ ସଠିକ୍ ଭାବରେ ସଚେତନତା କାର୍ଯ୍ୟକ୍ରମ କେବଳ କାଗଜ କଲମରେ ସୀମିତ ରହିଥିବା ଯୋଗୁଁ ଏହି ରୋଗ ଉପରେ ବିଶେଷ ଜ୍ଞାନ ଲୋକଲୋଚନକୁ ଆସିପାରୁନାହିଁ । ସରକାର ଏହି ବାବଦରେ ଏହାର ପ୍ରତିକାର ଏବଂ ସଚେତନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଭଳିକି ନାଚ, ଗୀତ ଜରିଆରେ ମଧ୍ୟ ଲୋକଙ୍କୁ ସଚେତନତା କରାଇବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ କିଛି ଏନଜିଓ ଏବଂ ମେଡ଼ିକାଲ୍ କର୍ତ୍ତୃପକ୍ଷ ମାନେ ଅତି ଖାମଖିଆଲି ଭାବରେ ନେଇ କୋଟି କୋଟି ଟଙ୍କା ଆତ୍ମସାତ୍ କରୁଛନ୍ତି ।

ଏଡ଼ସ୍ ଏକ ମାରାତ୍ମକ ଏବଂ ସଂକ୍ରାମକ ରୋଗ ହୋଇଥିଲେ ମଧ୍ୟ ଏହାର ପ୍ରତିକାର ଅଛି ବୋଲି ଡ଼ାକ୍ତରମାନେ ମତ ରଖିଛନ୍ତି । କିନ୍ତୁ ମୁଖ୍ୟତଃ ସଚେତନତାର ଆବଶ୍ୟକତା ଅତି ଜରୁରି । ପ୍ରତି ବ୍ଲକରେ ଏହି ପରୀକ୍ଷା ହେବା ଯୋଗୁଁ ଏଡ଼ସ୍ ରୋଗୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି । ପୋଲସରା, ବୁଗୁଡ଼ା, ଜଗନ୍ନାଥପ୍ରସାଦ, ଖଲିକୋଟ, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, କୋଦଳା, ସୁମଣ୍ଡଳ, ବେଗୁନିଆପଡ଼ା ଅଂଚଳର ବହୁ ଲୋକ ପ୍ରବାସ ସୁରତରେ କାମ କରନ୍ତି । ଏମାନଙ୍କ ସ୍ୱାସ୍ଥ୍ୟ ସଚେତନ ପାଇଁ କେତେକ ଏନ୍ଜିଓ ମଧ୍ୟ କାମ କରନ୍ତି । କିନ୍ତୁ ଯେଉଁ ଉଦ୍ଦେଶ୍ୟ ରଖି ଏଡ଼ସ୍ ରୋଗର ଭୟାନକ ଦୃଶ୍ୟ ଲୁଚାଇବାକୁ ବିଶ୍ୱର ସଂଗଠନମାନେ ଅର୍ଥ ଅଜାଡ଼ି ଦେଇଛନ୍ତି ସେଇ ସଂଗଠନମାନଙ୍କ ଲକ୍ଷ୍ୟ ପୂରଣ କରିବାରେ ଅସମର୍ଥ ହେଲେ ସରକାର ତାଙ୍କର ପରିଚାଳିତ ଏନଜିଓ। ଏଡ଼ସ୍ ପୀଡ଼ିତ ଗୃହିଣୀଙ୍କ ସଂଖ୍ୟା ଏକହଜାର ପାଖରେ ପହଞ୍ଚିଲା ବେଳକୁ ସମୂହ ଏଡ଼ସ୍ ରୋଗର ପୀଡ଼ିତଙ୍କ ସଂଖ୍ୟା ପାଖାପାଖି ୧୫ ହଜାର ।

ଆଜିକାଲି ଏଡ଼ସ୍ ରୋଗୀଙ୍କ ସମସ୍ତ ତଥ୍ୟ ଗୁପ୍ତ ରଖିବା ସହ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଉଛି । ରକ୍ତ ପରୀକ୍ଷାକୁ ଭୟ ନକରି ଆଗୁଆ ଏଡ଼ସ୍ ରୋଗ ସମ୍ପର୍କରେ ସୂଚନା ପାଇଲା ପରେ ରୋଗୀଟି ଯଦି ନିୟମିତ ଔଷଧ ସେବନ କରେ ତାହେଲେ  ସଂପୂର୍ଣ୍ଣ ଠିକ୍ ହୋଇପାରିବ ବୋଲି ଡ଼ାକ୍ତରମାନେ କହୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡର ପର୍ଦ୍ଦାଫାସ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.