ଦୁଷ୍କର୍ମ ପୀଡ଼ିତା ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦାବିରେ ଏବିଭିପି ପକ୍ଷରୁ ସମୂହ ଦୀପଦାନ

Published: Dec 3, 2019, 9:01 pm IST

ସମୀକ୍ଷା ବ୍ୟୁରୋ

ବାଣପୁର, ୩/୧୨:  ହାଇଦ୍ରାବାଦର ଭେଟେନାରୀ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଗଣ ଦୁଷ୍କର୍ମ ପରେ ତାଙ୍କୁ ପୋଡ଼ି ମାରିବା ଘଟଣାର ନିଆଁ ଥମି ନଥିବାବେେ ଗତକାଲି ଓଡ଼ିଶାର ଧାର୍ମିକ ସହର ପୁରୀରେ ମଧ୍ୟ ସେହିପରି ଏକ ଲଜ୍ଜାଜନକ ଘଟଣା ଘଟିଛି। ଏହି ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଦୃଢ ନିନ୍ଦା କରାଯାଇଥିଲା। ଆଜି ସନ୍ଧ୍ୟାରେ ମା’ ଭଗବତୀ ମନ୍ଦିରରେ ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଆତ୍ମାର ଶାନ୍ତି ନିମେନ୍ତ ଏବିଭିପି ପକ୍ଷରୁ ସାମୂହିକ ଦୀପଦାନ କରାଯାଇଥିଲା। ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଆଯାଉ ଏବଂ ସଦ୍ୟ ପୁରୀ ପୀଡ଼ିତା ତଥା ତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦିଆଯାଉ ବୋଲି ନଗର ସମ୍ପାଦକ ବିକାଶ ସେଠୀ ମତ ରଖିଥିଲେ। ସ୍ଥାନୀୟ ନାଗରିକ ଓ ବୁଦ୍ଧିଜୀବୀମାନେ ବିଦ୍ୟାର୍ଥୀ ପରିଷଦର ଏହି କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ କରିଥଲେ ଓ ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଆଯାଉ ବୋଲି ମନ୍ତବ୍ୟ ପ୍ରକାଶ କରିଥିଲେ। ପରିଶେଷରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଣପୁର କଲେଜର ଯୁକ୍ତ ୨ କ୍ୟାମ୍ପସ ୟୁନିଟ ସଭାପତି ପ୍ରିୟାଂଶୁ, ସୌରଭ, ସୋମନାଥ,ଓମ,ବଳରାମ, ବୁଲୁ, ଅଜୟ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।

ରିପୋର୍ଟର: ସୁନୀଲ କୁମାର ଭୋଳ(ବିଜୁ)

Related posts