ଗୁରୁବାର ଦିନ ଏକ ବଡ ଖୋଲାସା କରିବି, ଜେଲରୁ ମୁକୁଳିବା ପରେ କହିଲେ ଚିଦାମ୍ବରମ୍

Published: Dec 5, 2019, 12:12 am IST

ନୂଆଦିଲ୍ଲୀ,4/12:  ମୁଁ କୌଣସି ଦୁର୍ନିତିରେ ସଂପୃକ୍ତ ନାହିଁ, ହେଲେ ମୋତେ କଣ ପାଇଁ ଜେଲରେ ଭର୍ତ୍ତି କରାଗଲା ତାହାର ଖୋଲାସା କରିବି। ଏହି କଥା କହିଛନ୍ତି ପୂର୍ବତ୍ତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ। ଆଜି ରାତି ଆଠଟା ବେଳେ ଜେଲରୁ ମୁକୁଳି ଗାଡିରେ ବସିବାକୁ ଯାଉଥିବା ବେଳେ ଗଣମାଧ୍ୟମକୁ ଏ କଥା କହିଛନ୍ତି। ଗୁରୁବାର ମଧ୍ୟାହ୍ନରେ ସେ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏହି ସମ୍ମିଳନୀରେ ସବୁ କଥା ଦେଶର ଜନସଧାରଣଙ୍କୁ ଜଣାଇବେ ବୋଲି ଚିଦାମ୍ବରମ କହିଛନ୍ତି। ଜେଲରୁ ମୁକୁଳିବା ବେଳେ ତାଙ୍କୁ ନେବା ପାଇଁ ତାଙ୍କ ପୁତ୍ର ତଥା ସାଂସଦ କୀର୍ତ୍ତି ଚିଦାମ୍ବରମ ଅପେକ୍ଷା କରିଥିଲେ। ଏଥିସହିତ କଂଗ୍ରେସ କର୍ମିମାନେ ଚିତାମ୍ବରମ ଜିନ୍ଦାବାଦ କରି ସ୍ଲୋଗାନ ଦେଇଥିଲେ। ଆଇଏନଏକ୍ସ ମିଡିଆ ମାମଲାରେ ଚିତାମ୍ବରମ 106 ଦିନ ଜେଲରେ ଥିଲେ। ଗୁରୁବାର ଦିନ ଚିଦାମ୍ବରମ ସଂସଦକୁ ଯିବେ ବୋଲି ଜଣାପଡିଛି। ଏହାପରେ କଂଗ୍ରେସ ଭବନରେ ଏହି ସାମ୍ବାଦିକ ସମ୍ମିଳନୀ କରିବେ।

ଫଟୋ-ଜେଲରୁ ମୁକୁଳି ଘରେ ପହଁଚିବା ପରେ ଏହି ଫଟୋଟି ନିଆଯାଇଛି

Related posts