Author: Samikhsya Bureau

ଦୁଇ ଦିନର ବ୍ୟବଧାନ ପରେ ପାଳନ ହେବ 73 ତମ ସ୍ୱାଧୀନତା ଦିବସ । ଚଳିତ ବର୍ଷ ଓଡ଼ିଶାରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ସ୍ଥାନରେ ପରିବର୍ତ୍ତନ କରାଯାଇଛି । ଗାନ୍ଧୀ ମାର୍ଗ ବଦଳରେ ପ୍ରଥମଥର ପାଇଁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ କରାଯାଉଛି । ଏଥିପାଇଁ ଜୋରଦାରରେ ଚାଲିଛି ପ୍ରସ୍ତୁତି । ଏହା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେଲେଙ୍ଗାନା ପୁଲିସ, ଟେରିଟୋରିଆଲ ଆର୍ମୀ, ସିଏଏଫ ଏବଂ ଓଡିଶା ପୁଲିସ ପରେଡ୍‌ରେ ଭାଗ ନେବେ । ପରେଡ ଦେଖିବା ପାଇଁ ପ୍ରାୟ 8-10 ହଜାର ଦର୍ଶକଙ୍କ ସମାଗମ ହେବ ବୋଲି ବୋଲି ଆକଳନ କରାଯାଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ 20 ପ୍ଲାଟୁନ୍ ଫୋର୍ସଙ୍କୁ ମୁତୟନ କରାଯିବ ।

Read More

କାଳିଆ ଯୋଜନା ଯୋଜନା ସମୀକ୍ଷା ବୈଠକରେ ଆଜି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚ ଅବଧି ବଢାଇ ଦିଆଯାଇଛି । ଏହି ଯାଞ୍ଚର ଶେଷ ତାରିଖ ଥିଲା କାଲି କିନ୍ତୁ ଏହି ଅବଧି ବୃଦ୍ଧି ହୋଇ 27 ଯାଏଁ ସମୟ ଦିଆଯାଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବାକୁ ପଞ୍ଚାୟତ ,ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇ ସମୟ ସୀମା ଦିଆଯାଇଥିଲା । କାଳିଆ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଯାଞ୍ଚର ଶେଷ ତାରିଖ ଥିଲା ଅଗଷ୍ଟ 14 କିନ୍ତୁ ଏହି ଅବଧି ବୃଦ୍ଧି କରାଯାଇ 27 ଯାଏଁ ସମୟ ଦିଆଯାଇଥିଲା । 27ରେ ପଞ୍ଚାୟତ ସ୍ତରୀୟ ,29ରେ ବ୍ଲକ ସ୍ତରୀୟ ଓ 31 ରେ ଜିଲ୍ଲାସ୍ତରୀୟ ଯାଞ୍ଚ ଶେଷ କରାଯିବ । କାଳିଆ ଯୋଜନା ସମୀକ୍ଷା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।

Read More

ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା 48 ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଯାହା ପ୍ରଭାବରେ ବହୁ ଜିଲ୍ଲାରେ ବର୍ଷା ଲାଗି ରହିଛି । ଏହା ପ୍ରଭାବରେ ଆସନ୍ତା 48 ଘଣ୍ଟା ରାଜ୍ୟର 12ଟି ଜିଲ୍ଲା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ନବରଙ୍ଗପୁର, କୋରାପୁଟ, କନ୍ଧମାଳ , ଅନୁଗୁଳ, ସୋନପୁର, ଦେବଗଡ଼ ,ସମ୍ବଲପୁର , ଝାରସୁଗୁଡ଼ା, ମୟୂରଭଞ୍ଜ, ବରଗଡ଼, କେନ୍ଦୁଝରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି…

Read More

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜସ୍ଥାନ ରାଜ୍ୟସଭା ସାଂସଦ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ପାଇଁ ମନମୋହନ ସିଂ ନିଜର ନାମାଙ୍କନ ଦାଖଲ କରିଛନ୍ତି । 86 ବର୍ଷୀୟ ମନମୋହନ ସିଂଙ୍କ ବିମାନବନ୍ଦରରୁ ପାଛୋଟି ନେଇଥିଲେ ରାଜସ୍ଥାନ କଂାଗ୍ରେସ ସଭାପତି ତଥା ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ । କଂଗ୍ରେସ ନିକଟରେ 100 ବିଧାୟକ ରହିଥିବା ବେଳେ 6 ଜଣ ବିଏସ୍‌ପି ଏବଂ 12 ଜଣ ସ୍ବାଧୀନ ବିଧାୟକ କଂଗ୍ରେସକୁ ସର୍ମଥନ କରୁଛନ୍ତି । 14 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ସଚିନ୍‌ ପାଇଲଟ୍‌ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃତ୍ବଙ୍କ ଉପସ୍ଥିତିରେ ମନମୋହନ ସିଂ ନିଜର ନାମାଙ୍କନ ଦାଖଲ କରିଛନ୍ତି । ଏହି ଆସନ ପାଇଁ ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ଆସନ୍ତା 26 ତାରିଖରେ ନିର୍ବାଚନ ହେବା ସହିତ…

Read More

ତେଲୁଗୁ ଅଭିନେତା ବିଜୟ ଦେବରକୋଣ୍ଡା ନିଜର ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି । ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ସହିତ ନିଜ ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଟେମ୍ପର ଏବଂ ଆଇ ସ୍ମାର୍ଟ ଶଙ୍କର ପରି ଫିଲ୍ମର ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ସହିତ ଏହି ଫିଲ୍ମ ନେଇ ବିଜୟ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରିଛନ୍ତି । ଏହି ଫିଲ୍ମର କାହାଣୀକୁ ପୂର୍ବରୁ ଚୀରଞ୍ଜିବୀ ଏବଂ ମହେଶ ବାବୁ ପ୍ରତ୍ୟାଖ୍ୟାନ କରିଥିଲେ । ସେହିପରି ନିକଟରେ କନ୍ନଡ ସୁପରଷ୍ଟାର ୟଶ୍‌ଙ୍କ ସହିତ ଏହି ଫିଲ୍ମର କାହାଣୀକୁ ନେଇ ଆଲୋଚନା କରିଥିଲେ । ପୁରୀ ଜଗନ୍ନାଥ ଏବଂ ଚାର୍ମି କୌର୍‌ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି । ନିକଟରେ ରିଲିଜ୍‌ ହୋଇଥିବା ବିଜୟଙ୍କ ଫିଲ୍ମ ଡିଅର କମ୍ରେଡ ବକ୍ସ ଅଫିସ୍‌ରେ ଆଭରେଜ ପ୍ରଦର୍ଶନ କରିଥିଲା ।

Read More

କେଦାର ମିଶ୍ର ବଲିଉଡରେ ଆଜିକାଲି ଲଭ ଷ୍ଟୋରି ବା ପ୍ରେମ କାହାଣୀ ଆଉ ବେଶୀ ଚାଲୁନି। ବଜାରରେ ଏବେ ହେଟ ଷ୍ଟୋରି ବା ବିଦ୍ଵେଷର ସମୟ। ଏବେ ବଲିଉଡରେ ହେଟ ଷ୍ଟୋରି , ଏକ, ଦୁଇ, ତିନ….ଏମିତି ଗୋଟେ ପରେ ଗୋଟେ ସିନେମା ତିଆରି ହେଉଛି। ଓଡିଶା ରାଜନୀତିରେ କିନ୍ତୁ ଲଭ ଷ୍ଟୋରି ଓ ହେଟ ଷ୍ଟୋରି ହାତ ଧରାଧରି ହୋଇ ଚାଲିଛନ୍ତି। ଓଡିଶାରେ ଶାସନ କରୁଥିବା ବିଜୁ ଜନତା ଦଳ ଓ କେନ୍ଦ୍ରରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ଭିତରେ ନିର୍ବାଚନ ସମୟର ହେଟ ଷ୍ଟୋରି ସୁପର ହିଟ ନାଟକ ଥିଲା। ସେତେବେଳେ ବିଜେପିର ଜାତୀୟ ସଭାପତି ଯାତ୍ରାମାର୍କା ଡାଇଲଗ ମାରି କହୁଥିଲେ- ନବୀନ ବାବୁ ପୋଡା ଟ୍ରାନ୍ସଫର୍ମର, ତାଙ୍କୁ ଓପାଡି ସମୁଦ୍ରକୁ ଫୋପାଡି ଦିଅ। ଓଡିଶାରୁ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ କଥା କଥାକେ ନବୀନ ସରକାରକୁ ଅପାରଗ ଓ ସ୍ଥାଣୁ ବୋଲି କହି ମାଇକ ଫଟାଇ…

Read More

ଧାରା 370କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଉଚ୍ଛେଦ କରାଯାଇଥିବା ବେଳେ ଏହା ବିରୋଧରେ କରାଯାଇଥିବା ମାମଲାକୁ ଦୁଇ ସପ୍ତାହ ଘୁଞ୍ଚାଇଛନ୍ତି । ମଙ୍ଗଳବାର ଦିନ କେନ୍ଦ୍ର ବିରୋଧରେ କରାଯାଇଥିବା ମାମଲାକୁ ଶୁଣାଣିକୁ ଘୁଞ୍ଚାଇଛନ୍ତି ଜଷ୍ଟିସ୍‌ ଅରୁଣ ମିଶ୍ରା, ଏମ୍‌ ଆର ଶାହ ଏବଂ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ । କଂଗ୍ରେସର ସାମାଜିକ କର୍ମୀ ତେହସାନ୍‌ ପୁନାଓ୍ବଲା ଜମ୍ମୁ କାଶ୍ମୀରରେ ଲଗା ଯାଇଥିବା କଟକଣା ଉଠାଇବା ପାଇଁ ଆବେଦନ କରିଥିଲେ । ସେହିପରି ଅନ୍ୟ ଏକ ମାମଲା କାଶ୍ମୀର ଟାଇମ୍ସର ସମ୍ପାଦକ ଅନୁରାଧା ଭାସିନ୍‌ ମଧ୍ୟ ଏକ ମାମଲା ଦାୟର କରିଥିଲେ । ଗଣମାଧ୍ୟମର ସ୍ବାଧୀନତା ଉପରେ ରୋକ୍‌ ଲଗାଯାଇଥିବା ନେଇ ଭାସିନ୍‌ ମାମଲା ରୁଜୁ କରିଥିଲେ ।

Read More

ସମୀକ୍ଷା ବ୍ୟୁରୋ ଦେଶରେ ଏବେ ମୋଦି ସରକାରଙ୍କର ଦ୍ଵିତୀୟ ଏବଂ ରାଜ୍ୟ ସରକାରଙ୍କର ପଞ୍ଚମ ପାଳି ଚାଲିଛି। ଉଭୟ ସରକାର ଏବେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। କାଁ ଭାଁ ବିରୋଧ ଦେଖିବାକୁ ମିଳୁଛି ଯାହା ସବୁ ସରକାର ସମୟରେ ଥିଲା। କିନ୍ତୁ ଅତୀତରେ ସରକାରରେ ଥିବା ବିରୋଧୀ ଦଳ ଚଳିତ ସରକାରରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବେଶ ଦୁର୍ବଳ ମନେ ହୁଏ। ନିର୍ବାଚନ ସମୟରେ ଉଭୟ ସରକାର ପ୍ରତିଶ୍ରୁତିର ବର୍ଷା କରିଥିଲେ। ଅନ୍ୟ ଦଳ ମଧ୍ୟ କରିଥିଲେ। ଯେହେତୁ ଅନ୍ୟ ଦଳ ତାଙ୍କର ମୁଖିଆ କିଏ ହେବ ସେମାନେ ନିଜେ ସନ୍ଦିହାନ ଥିବାରୁ ଲୋକମାନେ ତାଙ୍କୁ ଭରଷା କରି ପାରିଲେ ନାହିଂ ଏବଂ ଚଳିତ ସରକାର ରେ ପୁଣି ଥରେ କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନ ସରକାର ବିଜୟୀ ହେଲେ। ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳିତ କରି ଟଙ୍କାଏ ରେ କିଲେ ଚାଉଳ ଦେବାର…

Read More

2022 ରାଜ୍ୟଗୋଷ୍ଠୀ କ୍ରୀଡାରୁ ସୁଟିଂକୁ ବାଦ ଦିଆଯାଇଛି । ଭାରତର କ୍ରମାଗତ ବିରୋଧ ଏବଂ ଓହରିବାର ଧମକ ସତ୍ତ୍ବେଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ମୁଖ୍ୟ ଲୁଇସ୍‌ ମାର୍ଟିନ୍‌ ଆଜି ଏହି ଘୋଷଣା କରିଛନ୍ତି । 1974 ପରଠାରୁ ପ୍ରଥମ ଥର ପାଇଁ ସୁଟିଂକୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ଦିଆଯିବା ନେଇ ମାର୍ଟିନ୍‌ ଘୋଷଣା କରିଛନ୍ତି । ସୁଟିଂରେ ଭାରତ ସମୁଦାୟ 16ଟି ରାଜ୍ୟଗୋଷ୍ଠୀ ପଦକ ହାସଲ କରିଥିବା ବେଳେ ସମୁଦାୟ 66ଟି ପଦକ ହାସଲ କରିଛି । ପୂର୍ବ ସଂସ୍କରଣରେ ଭାରତ ସୁଟିଂରୁ କେବଳ 7ଟି ପଦକ ହାସଲ କରିଥିଲା । ସୁଟିଂ ଏକ ବ୍ୟୟବହୁଳ ଖେଳ ହୋଇଥିବାରୁ ଏହାକୁ ବାଦ ଦିଆଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଲୁଇସ୍‌ ପ୍ରକାଶ କରିଛନ୍ତି । ଗତ ମାସରେ ଆଇଓସି ମୁଖ୍ୟ ନରିନ୍ଦର ବାତ୍ରା 2022ର ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିବା ପାଇଁ କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁଙ୍କୁ ପତ୍ର ଲେଖିଥିଲେ ।

Read More

ସମୀକ୍ଷା ବ୍ୟୁରୋ ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଏକ ପ୍ରେସ ବିଜ୍ଞପ୍ତି ଆସିଛି। ଯେଉଁଥିରେ ତିରିଶିଟି ଜିଲ୍ଲାର ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ସାଧାରଣତଃ ଏହି ପଦବୀରେ ମନ୍ତ୍ରୀମାନଙ୍କୁ ନିଆଯାଇଥାଏ। ହେଲେ କେତେକ କ୍ଷେତ୍ରରେ ବିଧାୟକଙ୍କୁ ମଧ୍ୟ ନେବାରେ କୌଣସି ଅସୁବିଧା ନାହିଁ। ଏହି ବିଜ୍ଞପ୍ତିରେ ୧୮ ଜଣ ମନ୍ତ୍ରୀଙ୍କ ସହିତ ୧୨ ଜଣ ବିଧାୟକଙ୍କ ନାମ ମଧ୍ୟ ରହିଛି। ଏହି ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ କରାଯାଇଛି। ହେଲେ ଦୁଃଖର କଥା ଏହି ତାଲିକାରେ କେନ୍ଦ୍ରାପଡା ଜିଲ୍ଲାର ଟାଣୁଆ ଓ ଶକ୍ତିଶାଳି ବିଧାୟକଙ୍କ ନାମ ମଧ୍ୟ ନାହିଁ। ସେଦିନ ଚା ଖଟିର କାଠ ବେଞ୍ଚ ଉପରେ ବସି କେନ୍ଦ୍ରାପଡାର ଜଣେ ବିଜେଡି ନେତା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବିଜ୍ଞପ୍ତିକୁ ଏକ ନିଃସ୍ବାସରେ ପଢି ଚାଲିଲେ। ଆମେ ପାଟିରୁ ଗରମ ଚାହାଟା ବାହର କରି କହିଲୁ, କାହିଁ କଣ ହେଲା କି ? ନ ଥିଲେ ନ…

Read More

ଶେଷରେ ଶିକ୍ଷା ବିଭାଗର ନିଦ ଭାଙ୍ଗିଛି । ଏଣିକି ସରକାରୀ ବିଦ୍ୟାଳୟରେ ପ୍ରାଥମିକ ସ୍ତରରୁ ଗଣିତ, ଇଂରାଜୀ ଏବଂ ବିଜ୍ଞାନ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଣିକି ଏହି ତିନୋଟି ବିଷୟକୁ 45 ମିନିଟ୍‌ ପରିବର୍ତ୍ତେ 90 ମିନିଟ୍‌ ଲେଖାଏଁ ପଢିଆଯିବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏହି ତିନୋଟି ବିଷୟରେ ଛାତ୍ର ଛାତ୍ରୀ କମ୍‌ ମାର୍କ ରଖୁଥିବାରୁ ପ୍ରାଥମିକ ସ୍ତରରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ନେଇଛି ଶିକ୍ଷାବିଭାଗ । ପ୍ରାରମ୍ଭିକ ଭାବରେ କିଛି ସ୍କୁଲରେ ଏହାକୁ ଲାଗୁ କରାଯିବା ପରେ ବ୍ଲକ୍‌ସ୍ତରରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।

Read More

ସିକ୍କିମ୍‌ ରାଜନୀତିରେ ଏକ ମୋଡ ଦେଖିବାକୁ ମିଳିଛି । ଆଜି 10 ଜଣ ଏସ୍‌ଡିଏଫ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ନେତାମାନେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଥିଲେ । ସିକ୍କିମ୍‌ରେ ସମୁଦାୟ 32 ବିଧାନସଭା ଆସନ ରହିଥିବା ବେଳେ ବିପକ୍ଷ ଦଳର ନେତା ରହିଥିବା ପଓ୍ବନ୍‌ ଚାମଲିଙ୍ଗଙ୍କ ଏସ୍‌ଡିଏଫର ସମୁଦାୟ 13 ଜଣ ବିଧାୟକ ରହିଛନ୍ତି । ପୂର୍ବରୁ ଦୁଇ ଜଣ ବିଧାୟକ ପୂର୍ବରୁ ଦଳରୁ ଇସ୍ତଫା ପ୍ରଦାନ କରି ସାରିଥିଲେ । ଦଳର ବର୍ତ୍ତମାନ ବିଧାୟକ ସଂଖ୍ୟା 11 ରହିଥିବା ବେଳେ କେବଳ ପଓ୍ବନ୍‌ ଚାମଲିଙ୍ଗଙ୍କ ବ୍ୟତୀତ ଅନ୍ୟ ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ବିଧାୟକ ମାନେ ବିଜେପିରେ ଯୋଗ ଦେବା ବିଜେପିକୁ ଫାଇଦା ପ୍ରଦାନ କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

Read More

ଭାରତୀୟ ସେୟାର ବଜାର ମୁମ୍ବାଇର ଲଗାଣ ବର୍ଷା ପ୍ରଭାବରେ ତଳୁଆ ରହିଛି। ଏହି ସମୟରେ ସେନ୍‌ସେକ୍ସ 200 ପଏଣ୍ଟ ତଳକୁ ଖସିଛି। ସେନ୍‌ସେକ୍ସ 200 ପଏଣ୍ଟ ତଳକୁ ଖସିଥିଲେ ମଧ୍ୟ ରିଲାଏନ୍ସ ଏହି ସମୟରେ 8 ପ୍ରତିଶତର ଅଭିବୃଦ୍ଧି ଘଟିଛି। ସେନ୍‌ସେକ୍ସ ଏହି ସମୟରେ 240.75 ପଏଣ୍ଟ ତଳକୁ ଖସି 37341.16 ପଏଣ୍ଟରେ ପହଞ୍ଚିଛି। ଏହି ସମୟରେ ନିଫ୍‌ଟୀ 62.80 ପଏଣ୍ଟ ତଳକୁ ଖସି 11046.85 ପଏଣ୍ଟରେ ପହଞ୍ଚିଛି। ବଜାରର ବିପରୀତ ଦିଗରେ ରିଲାଏନ୍ସ ଏହି ସମୟରେ 8 ପ୍ରତିଶତର ଅଭିବୃଦ୍ଧି ଘଟିଛି। ଗତକାଲି ରିଲାଏନ୍ସର 42 ତମ ସାଧାରଣ ବୈଠକରେ ଆମାରୋକ୍‌ର ନିବେଶ ଏବଂ ଜିଓ ଜିଗା ଫାଇବର୍‌ର ଘୋଷଣା ଯୋଗୁଁ ବଜାରର ବିପରୀତ ଦିଗରେ ଅଭିବୃଦ୍ଧି ହାସଲ କରିଛି।

Read More

ରାଜ୍ୟରେ ଦିନକୁ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁନର୍ବାର କନ୍ଧମାଳରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ତିରିଙ୍ଗିଆ ମୁସେଲପାଙ୍ଗା ନିକଟରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢାଉ କରି ଦେଢ କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ବୋଲେରୋ ଜବତ କରିଛି । ଏହା ସହ ଚୋରାଚାଲାଣରେ ସମ୍ପୃକ୍ତ 2 ଜଣକୁ ଗିରଫ କରିଛି ପୋଲିସ । ଏହି ଗଞ୍ଜେଇ ଚୋରାଚାଲାଣ ଲିଙ୍କ ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଖୋଳତାଡ଼ କରୁଛି ପୋଲିସ ।

Read More

ଜାତୀୟ ରାଜଧାନୀ ଦିଲ୍ଲୀରେ ଜନୈକ ଉଜ୍‌ବେକୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ବସନ୍ତ କୁଞ୍ଜରେ ତିନି ଜଣ ଯୁବକ ଏହି 31 ବର୍ଷ ବୟସ୍କଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ବସନ୍ତକୁଞ୍ଜ ଅଞ୍ଚଳରେ ଏକ ସ୍କର୍ପିଓ କାର୍‌ରେ ତିନି ଜଣ ଯୁବକ ଏହି ମହିଳାଙ୍କ ସହିତ ଗଣ ଦୁଷ୍କର୍ମ କରିଥିଲେ । ଶନିବାର ଏହି ଘଟଣା ଘଟିଥିବା ବେଳେ ସୋମବାର ଦିନ ଦିଲ୍ଲୀ ପୋଲିସ୍‌ ନିକଟରେ ଅଭିଯୋଗ କରାଯାଇଥିଲା । ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଯୁବତୀ ଜଣଙ୍କୁ ହରିୟାଣାର ଗୁରୁଗ୍ରାମରେ ଭେଟିଥିଲେ । ଜଣେ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

Read More

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଗତକାଲି ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇ ସାରିଛି । ଫଳରେ ଏକ ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି । ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଲଗାଣ ବର୍ଷା ହେବା କାରଣରୁ ପୁଣି କନ୍ଧମାଳ ବାଲିଗୁଡ଼ା ନିକଟରେ ଥିବା ଏନଏଚ 59 ବାଟାଗୁଡ଼ା ନିକଟରେ ଥିବା ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । କନ୍ଧମାଳ ,କଳାହାଣ୍ଡି ଓ ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Read More

ସେପ୍ଟେମ୍ବର 7 ତାରିଖରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-2 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବାନୁମାନ ଅନୁଯାୟୀ ଚନ୍ଦ୍ରଯାନ-2 ଚଳିତ ମାସ 20 ତାରିଖରେ ଚନ୍ଦ୍ରପୃଷ୍ଠର ନିକଟତର ହେବାକୁ ଥିବା ବେଳେ ଆଗାମୀ ସେପ୍ଟେମ୍ବର 7ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଇସ୍ରୋର ଅଧ୍ୟକ୍ଷ କେ ଶିବାନ ଚନ୍ଦ୍ରଯାନ-2 କାର୍ଯ୍ୟକ୍ରମ ବାବଦରେ ସୋମବାର କହିଛନ୍ତି, ଅଗଷ୍ଟ 20ରେ ଏହା ଚନ୍ଦ୍ର ନିକଟରେ ପହଂଚିବ ଏବଂ ସେପ୍ଟେମ୍ବର 7ରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ନେଇ ଆମେ ଯୋଜନା କରିଛୁ । ସେ କହିଛନ୍ତି, ଅଗଷ୍ଟ 14 ପରେ ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠର ଖୁବ ନିକଟତର ହୋଇଯିବ । ଅଗଷ୍ଟ 14 ଭୋର ସକାଳୁ ଚନ୍ଦ୍ରପୃଷ୍ଠ ନିକଟରେ ଚନ୍ଦ୍ରଯାନ-2 ପହଞ୍ଚିବ ।

Read More

ମୟୁରଭଞ୍ଜ ବହଳଦାରେ ମଦ ବୋଝେଇ ଟ୍ରକ ଜବତ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇଁ ବହଳଦା ପୋଲିସ ଏକ ଟ୍ରକ୍‌କୁ ଧରିଥିଲା । ଯାଞ୍ଚ କରିବା ପରେ ଟ୍ରକ୍‌ ଭିତରୁ ବିପୁଳ ପରିମାଣରେ ମଦ ମିଳିଥିଲା । ସମୁଦାୟ 300 ପେଟି ମଦ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଚଢ଼ାଉ ସମୟରେ 3 ଜଣଙ୍କୁ ଗିରଫ କରାଯାଇଥିବାବେଳେ 4 ଜଣ ଫେରାର ହୋଇଯାଇଛନ୍ତି । ଏତେ ପରିମାଣରେ ମଦ କେଉଁଠୁ ଆସିଲା ଏବଂ କିଏ ଚାଲାଣ କରୁଥିଲା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି ।

Read More

କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି ଆମିକସ୍‌ କ୍ୟୁରୀ ଏନ୍‌ କେ ସାହୁ । ଜୁଲାଇ 23 ତାରିଖରେ ହାଇକୋର୍ଟ ସାହୁଙ୍କୁ ଆମିକସ୍‌ କ୍ୟୁରୀ ଭାବରେ ନିଯୁକ୍ତ କରିଥିଲେ । ସୋମବାର ଏନ୍‌ କେ ସାହୁ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ସମ୍ପୂର୍ଣ୍ଣ ମନ୍ଦିର ପରିଦର୍ଶନ ପରେ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଏନ୍‌ କେ ସାହୁ । ଜୁଲାଇ 23 ତାରିଖରେ ଆଇନଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଦାୟର କରାଯାଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ଏନ୍‌ କେ ସାହୁଙ୍କୁ ଆମିକସ୍‌ କ୍ୟୁରୀ ଭାବରେ ନିଯୁକ୍ତ କରିଥିଲେ । ଆମିକସ୍‌ କ୍ୟୁରୀଙ୍କ ନିଯୁକ୍ତ କରାଗଲେ ମରାମତି କାମ ସୂଚାରୁ ଭାବରେ ହେଉଛି କି ନାହିଁ ତାହାର ତଦାରଖ ହୋଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି ।

Read More

କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେଠାକାର ପରିସ୍ଥିତି ବେଶ୍‌ ସଙ୍ଗୀନ ହୋଇପଡିଛି । ଏଠାରେ   ହଜାର ହଜାର ଘରେ ପାଣି ଭର୍ତ୍ତି ହୋଇଯାଇଥିବାବେଳେ ଅନେକ ଘର ବନ୍ୟାରେ ବୋହିଯାଇଛି । ସହରକୁ ଯୋଡ଼ୁଥିବା କିଛି ପୋଲ୍‌ ଭାଙ୍ଗିଯାଇଛି । କର୍ଣ୍ଣାଟକର ବନ୍ୟା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଆଜି ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସରକାରୀ ସହାୟତାର ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବାର ଘୋଷଣା କରାଯାଇଥିବାବେଳେ ବର୍ତ୍ତମାନ ପାଇଁ ୧୦ ହଜାର ଟଙ୍କାର ଅନ୍ତରୀଣ ସହାୟତା ଦେବା ପାଇଁ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଦକ୍ଷିଣ କର୍ଣ୍ଣାଟକରେ ୫ଟି ପୋଲ ଓ ୩୦୦ଟି ଘର ନଷ୍ଟ ହୋଇଛି । ଏହା ପୂର୍ବରୁ ଶନିବାର ଦିନ କେନ୍ଦ୍ର ସରକାରଙ୍କ ଉତ୍ତର-ପଶ୍ଚିମ ଓ ଊପକୂଳବର୍ତ୍ତୀ ଅଞ୍ଚଳରେ ଥିବା ରାଜ୍ୟର ୧୪ଟି ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପାଇଁ ୩,୦୦୦ କୋଟିଟଙ୍କା…

Read More

ଅହମ୍ମଦାବାଦରେ ଏକ ପାଣି ଟାଙ୍କି ଭୁଷୁଡି ପଡିବାରୁ 3 ଜଣଙ୍କର ପ୍ରାଣହାନି ଘଟିଛି । ଅହମ୍ମଦାବାଦର ବୋପାଲ୍‌ରେ ଘଟିଥିବା ଏହି ଅଘଟଣରେ ଅନ୍ୟ 6 ଜଣ ମଧ୍ୟ ଆହତ ହୋଇଛନ୍ତି । ପ୍ରବଳ ବର୍ଷା କାରଣରୁ ପାଣି ଟାଙ୍କିଟି ଶ୍ରମିକ ମାନେ ରହୁଥିବା କ୍ୟାଣ୍ଟିନ୍‌ ଉପରେ ଗଳିପଡିଥିଲା । ସମୁଦାୟ 9 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 3 ଜଣ ପ୍ରଥମରୁ ପ୍ରାଣ ହରାଇଥିଲେ । ଆହତ 6 ଜଣଙ୍କୁ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଅହମ୍ମଦାବାଦର ଜିଲ୍ଲାପାଳ ବିକ୍ରାନ୍ତ ପାଣ୍ଡେ ଦୁର୍ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନର ନିର୍ଦ୍ଦେଶ ଦେଇଛନ୍ତି ।

Read More