ରାଜ୍ୟପାଳଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦଳାରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡଇ ଦୁର୍ଘଟଣା ଗ୍ରସ୍ତ ହେବା ସହିତ 7 ଜଣ ଆହତ ହୋଇଛନ୍ତି। ରାଜ୍ୟପାଳଙ୍କ ଗାଡି ଆଗକୁ ଜନୈକ ସାଇକେଲ ଆରୋହୀ ପଶି ଆସିବାରୁ ଏହି ଦୁର୍ଘଟଣା ଘଟିଥିଲା। ରାଜ୍ୟପାଳ ଉଦଳାରୁ ବାରିପଦା ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାରେ ଦୁଇଟି ଯାକ ଏସ୍କର୍ଟ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Author: Samikhsya Bureau
ସିବିଆଇ ପକ୍ଷରୁ ଆଇଏନଏକ୍ସ ମିଡିଆ ମାମଲାକୁ ନେଇ ଆଜି ଚାର୍ଜସିଟ୍ ଦାଖଲ କରାଯାଇଛି । ଏହି ମାମଲା କାରଣରୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଜେଲ୍ରେ ରହିଥିବା ବେଳେ ତାଙ୍କ ପୁଅ କର୍ତ୍ତୀ ଚିଦାମ୍ବରମଙ୍କ ନାମ ଚାର୍ଜସିଟ୍ରେ ରହିଛି । ଚିଦାମ୍ବରମ୍ ଏବଂ କର୍ତ୍ତିଙ୍କ ବ୍ୟତିତ ଅନ୍ୟ 13 ଜଣଙ୍କ ନାମ ଚାର୍ଜସିଟ୍ରେ ଉଲ୍ଲେଖ କରିଛି ସିବିଆଇ । ସେହିପରି ସିବିଆଇ ପକ୍ଷରୁ ଚିଦାମ୍ବରମଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି । ସଲଇସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଚିଦାମ୍ବରମ ବାହାରକୁ ଗଲେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ଯୁକ୍ତି କରିବା ପରେ କୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କରିଥିଲେ ।
ରଙ୍ଗାଚରଣ ପ୍ରଧାନ ଓଡିଶା କ’ଣ ସତରେ ଭାରତଠାରୁ ଅଲଗା ହୋଇ ନିଜର ସ୍ବାଧୀନତା ଘୋଷଣା କରିସାରିଛି ? ଓଡିଶାର ଗଣମାଧ୍ୟମର ବ୍ୟବହାରକୁ ଯିଏ ଲକ୍ଷ୍ୟ କରୁଥିବ ତାକୁ ତ ତାହା ହିଁ ମନେହେବା ଉଚିତ୍ । ଏ ପ୍ରଶ୍ନ ହୁଏତ ଅନେକଙ୍କୁ ଅବାନ୍ତର ମନେ ହୋଇପାରେ । ମାତ୍ର ଏମିତି ଭାବିବାର ଅନେକ କାରଣ ରହିଛି । ନିମ୍ନରେ ତାହାର ତିନୋଟି ପ୍ରମୁଖ ଉଦାହରଣ ଦେଉଛି । ଅନ୍ୟ କେତେଗୁଡିଏ ରାଜ୍ୟ ଭଳି ଓଡିଶାରେ ବି ଚିଟଫଣ୍ଡ ଦୁର୍ନୀତିର ପର୍ଦ୍ଦାଫାଶ ହେବାକୁ ପ୍ରାୟ ୧ ଦଶନ୍ଧି ହୋଇଗଲାଣି । ଏ ପର୍ଯ୍ୟନ୍ତ କୌଣସି ଜମାକାରୀ ତାଙ୍କର ବୁଡି ଯାଇଥିବା ଜମାଟଙ୍କା ଫେରି ପାଇନାହାନ୍ତି । ଯଦିଓ ତିନୋଟିଯାକ ମୂଖ୍ୟ ରାଜନୈତିକ ଦଳର ବିଭିନ୍ନ ନେତା ଏହି ଠକେଇରୁ ଲାଭାନ୍ବିତ ହୋଇଛନ୍ତି ଏବଂ ପୃଷ୍ଠପୋଷକତା ଯୋଗାଇଛନ୍ତି ବୋଲି ବିଭିନ୍ନ ସମୟରେ ଗିରଫ ହେଉଥିବା ନେତାମାନଙ୍କ ତାଲିକାରୁ ଜଣାପଡେ, ଏବଂ ଯଦିଓ ଏହାର ତଦନ୍ତର…
ଆତଙ୍କୀଙ୍କୁ ଅର୍ଥ ଯୋଗାଣ ଏବଂ ସହାୟତା କରୁଥିବା କାରଣରୁ ପାକିସ୍ତାନକୁ ଏଫ୍ଟିଏଫ୍ ପକ୍ଷରୁ ଚେତାବନୀ ପ୍ରଦାନ କରାଯାଇଛି । ଆସନ୍ତା ଫେବୃୟାରୀ 2020 ସୁଦ୍ଧା ଆତଙ୍କୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରାନଗଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରାଯିବା ନେଇ ଚେତାବନୀ ଦିଆଯାଇଛି । ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଥିବା 40 ମାନଦଣ୍ଡ ମଧ୍ୟରୁ ପାକିସ୍ତାନ 4ଟି ମାନଦଣ୍ଡକୁ ଆଦୌ ପାଳନ କରୁନାହିଁ ବୋଲି 228 ପୃଷ୍ଠା ରିପୋର୍ଟରେ ପ୍ରକାଶ କରିଛି ଏଫ୍ଟିଏଫ୍ । ଅଗଷ୍ଟ ମାସରେ ପ୍ରକାଶିତ ରିପୋର୍ଟରେ ପାକିସ୍ତାନ 40ରୁ 32ଟି ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିଲା । ଏହି ଧାରା ଜାରି ରହିଲେ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବା ନେଇ ଏଫଟିଏଫ୍ ପକ୍ଷରୁ ଚେତାବନୀ ଦିଆଯାଇଛି ।
ବିଶ୍ବର ପ୍ରଥମ ଅଣ୍ଡର ଡିସ୍ପ୍ଲେ କ୍ୟାମେରା ଫୋନ୍ ବଜାରକୁ ଆସିବାକୁ ଯାଉଛି । ମୋବାଇଲ୍ରେ ଦିନକୁ ଦିନ ନୂତନ ପ୍ରଯୁକ୍ତି କୌଶଳର ବିକଶିତ ହେବାରେ ଲାଗିଛି । ପୂର୍ବରୁ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉଥିବା ବେଳେ ଦିନକୁ ଦିନ ଏହା କମ୍ପ୍ୟୁଟରର ବିକଳ୍ପ ଭାବରେ ଉଭା ହୋଇଛି । ଯୁବପିଢିଙ୍କ ପାଇଁ ମୋବାଇଲ୍ କ୍ୟାମେରା ଏବଂ ସେଲ୍ଫି ସଦାସର୍ବଦା ମାତ୍ରାଧିକ ଗୁରୁତ୍ବ ବହନ କରିଥାଏ । କେଉଁ ଫୋନ୍ରେ 3ରୁ 4ଟି କ୍ୟାମେରା ରହିଛିତ କେଉଁଥିରେ 108 ମେଗା ପିକ୍ସେଲ କ୍ୟାମେରା ରହିଛି । ଦିନକୁ ଦିନ ମୋବାଇଲ କମ୍ପାନୀ ଗୁଡିକ ଏହାକୁ ଆହୁରି ବିକଶିତ କରିବାର ଚେଷ୍ଟା କରୁଥିବା ବେଳେ ସାମସଙ୍ଗ ବିଶ୍ବର ପ୍ରଥମ ଅଣ୍ଡର ଡିସ୍ପ୍ଲେ ଫୋନ୍ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ଦୁଇ ମାସ ମଧ୍ୟରେ କମ୍ପାନୀ ନିଜର ଗାଲାକ୍ସି ସିରିଜ୍ର ଫୋନ୍ ଏସ୍ 11ରେ ଏହି ବ୍ୟବସ୍ଥାର ଲଞ୍ଚ କରିବାକୁ ଯାଉଛି…
ଉତ୍ତର ପ୍ରଦେଶର ବାହୁବଳୀ ବିଧାୟକ ତଥା ଗ୍ୟାଙ୍ଗଷ୍ଟାର ମୁଖତାର ଅନ୍ସାରୀଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ପୋଲିସ୍ ୬ଟି ବନ୍ଧୁକ ଏବଂ ୪୪୩୧ ରାଉଣ୍ଡର ଗୁଳି ଜବତ କରିଛି। ଏହା ସହିତ ପୋଲିସ୍ ଅନ୍ସାରୀଙ୍କ ପୁଅ ଆବ୍ବାସ ଅନ୍ସାରୀଙ୍କୁ ଗିରଫ କରିଛି। ଜବତ ବନ୍ଧୁକ ମଧ୍ୟରୁ ମାତ୍ର ଗୋଟିଏ ବନ୍ଧୁକର ଲାଇସେନ୍ସ ରହିଥିବା ବେଳେ ଅନ୍ୟ କୌଣସି ବନ୍ଧୁକର ଲାଇସେନ୍ସ ନାହିଁ। ଅନ୍ସାରୀଙ୍କ ବସନ୍ତ କୁଞ୍ଜ ସ୍ଥିତ ଫାର୍ମ ହାଉସ୍ରେ ଲକ୍ଷ୍ନୌ ପୋଲିସ୍ ପକ୍ଷରୁ ଗୁରୁବାର ରାତିରେ ଚଢାଉ କରାଯିବା ସହିତ ଆବ୍ବାସଙ୍କୁ ଗିରଫ କରାଯାଇଛି। ଜବତ କରାଯାଇଥିବା ସମସ୍ତ ବନ୍ଧୁକ ଗୁଡିକ ଇଟାଲୀ ଏବଂ ସ୍ଲୋଭେନିଆରେ ନିର୍ମିତ ବୋଲି ପୋଲିସ୍ ପକ୍ଷରୁ ପ୍ରକାଶ କରାଯାଇଛି।
୨୦୨୦ ଅକ୍ଟୋବର ୨ ତାରିଖ ସୁଦ୍ଧା ଗ୍ରାମାଞ୍ଚଳରୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ପୁରା ବ୍ୟାନ୍ ହେବ। ଏନେଇ ଶୁକ୍ରବାର ପରିବେଶ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏକ ବୈଠକରେ ଏହି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ସବୁ ପୌରାଞ୍ଚଳରେ ନିଷେଧ ହୋଇଛି ପ୍ଲାଷ୍ଟିକ୍ । ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ଲାଷ୍ଟିକ୍ର ଡିସ୍ପୋଜ କରିବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ସବୁ ଜିଲ୍ଲାରେ ପ୍ଲାଷ୍ଟିକ୍ ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ହେବ । ସ୍ବୟଂସହାୟକ ଗୋଷ୍ଠୀ କାଗଜ ବ୍ୟାଗ୍ ତିଆରି କରିବେ ବୋଲି ସୂଚନା ଦେଇଛନ୍ତି ।
ପଶ୍ଚିମବଙ୍ଗ ସରକାରଙ୍କ ସଚିବଙ୍କ ବିରୋଧରେ ଏକ ଫେସବୁକ୍ ପୋଷ୍ଟ ଅଭିଯୋଗରେ ଜନୈକ କଂଗ୍ରେସ ନେତାଙ୍କୁ ଗିରଫ କରାଯାଇଛି । କଂଗ୍ରେସ ନେତା ସନ୍ମୋୟ ବନ୍ଦୋପାଧ୍ୟାୟଙ୍କୁ ପୋଲିସ୍ ପକ୍ଷରୁ ଶନିବାର ଦିନ ଗିରଫ କରାଯାଇଛି । ବନ୍ଦୋପାଧ୍ୟାୟଙ୍କୁ ଗିରଫ କରାଯିବା ପରେ କଂଗ୍ରେସ ପକ୍ଷରୁ ଏହାର ବିରୋଧ କରାଯିବା ସହିତ ତାଙ୍କୁ ଛଡାନଗଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବା ନେଇ କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଛି । ବନ୍ଦୋପାଧ୍ୟାୟଙ୍କୁ ପୁରୁଲିଆ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି । ଏହି ଘଟଣା ସହିତ ସରକାରଙ୍କର କୌଣସି ସମ୍ବନ୍ଧ ନାହିଁ ଏବଂ ଅଭିଯୋଗ ଅନୁଯାୟୀ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମତ ଦେଇଛନ୍ତି ।
ତିନି ପୋଲିସ୍ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅବସର ଦିଆଯାଇଥିବା ଅଫିସରମାନେ ହେଲେ ସବ୍ ଇନ୍ସପେକ୍ଟର ବନମାଳୀ ନାୟକ, ଏଏସ୍ଆଇ ବୀରବର ଲେଙ୍କା ଓ କିଶୋର ବାଗ୍ । କ୍ଷମତା ଦୁରୁପଯୋଗ ନେଇ ସେମାନଙ୍କ ବିରୁଦ୍ଧରେ ଏସ୍ପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ନେଇ ଓଡ଼ିଶା ଡିଜିପିଙ୍କ ପକ୍ଷରୁ ଟୁଇଟ୍ କରାଯାଇଛି । ଏହି ସମସ୍ତ ଅଫିସରଙ୍କ ବିରୁଦ୍ଧରେ ଓଡ଼ିଶା ସର୍ଭିସ୍ କୋଡ୍, ରୁଲ୍-୭୧ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସମୀକ୍ଷା ବ୍ୟୁରୋ ବାୟୁ ପ୍ରଦୂଷଣ ଦ୍ଵାରା କେବଳ ଦିଲ୍ଲୀ ଏନସିଆର ଅଞ୍ଚଳର ବାୟୁମଣ୍ଡଳ ନୁହେଁ ବରଂ ସାରା ଦେଶର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଏହା କେବଳ ଯେ ମହିଳା, ବୟସ୍କ ବ୍ୟକ୍ତି ଏବଂ ଜନ୍ମିତ ଶିଶୁ ଉପରେ ପ୍ରଭାବ ପକାଏ ତା ନୁହେଁ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ବାୟୁ ପ୍ରଦୂଷଣର ପ୍ରଭାବ ପଡିଥାଏ । ବହୁ ଗର୍ଭସ୍ଥ ଶିଶୁ ପ୍ରଦୂଷଣ ଯୋଗୁଁ ଜନ୍ମ ହେବ ଆଗରୁ ହିଁ ଗର୍ଭ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି। ପ୍ରଦୂଷଣ ଯୋଗୁଁ ମହିଳାଙ୍କଠାରେ ଗର୍ଭପାତ ଭଳି ସମସ୍ୟା ଏବେ ବହୁତ ଦେଖିବାକୁ ମିଳୁଛି। ଭାରତରେ ପ୍ରତିବର୍ଷ ୧୨.୪ ଲକ୍ଷ ଲୋକ ପ୍ରଦୂଷଣର ଶିକାର ହୋଇଥାନ୍ତି ଏଇ ନିକଟ ଅତୀତରେ ଜାରି କରାଯାଇଥିବା ଷ୍ଟେଟ ଅଫ ଗ୍ଲୋବାଲ ଏୟାର ୨୦୧୯ ର ତଥ୍ୟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୨.୪ ଲକ୍ଷ ଲୋକ ପ୍ରଦୂଷଣର ଶିକାର ହେଉଛନ୍ତି । ଏହି ଅଧ୍ୟୟନ ଦ୍ଵାରା ଜଣା ପଡିଛି…
ଶନିବାର ପରବର୍ତ୍ତୀ ସୁପ୍ରିମ୍କୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ପ୍ରସ୍ତାବ କରିଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ନାମକୁ ପ୍ରସ୍ତାବ କରି ମୁଖ୍ୟ ବିଚାରପତି ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ମୁଖ୍ୟ ବିଚାରପତି ରହିଥିବା ରଞ୍ଜନ ଗୋଗୋଇ ଆସନ୍ତା ନଭେମ୍ବର 17 ତାରିଖରେ ଅବସର ଗ୍ରହଣ କରୁଛନ୍ତି । ଆଇନ୍ ଏବଂ ନ୍ୟାୟ ମନ୍ତ୍ରାଳୟକୁ ଗୋଗୋଇଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ ବର୍ତ୍ତମାନର ବରିଷ୍ଠ ବିଚାରପତି ଏସ୍ ଏ ବୋବଡେଙ୍କ ନାମ ପ୍ରସ୍ତାବ କରାଯାଇଛି । ଯଦି ବୋବ୍ଡେ ମୁଖ୍ୟ ବିଚାରପତି ହୁଅନ୍ତି ତେବେ ସେ ଏପ୍ରିଲ୍ 2021 ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାନ କରିବେ ।
ଭାରତୀୟ ଜନତା ପାର୍ଟି ନେତ୍ରୀ ଜୟା ପ୍ରଦା ଆଜମ୍ ଖାନ୍ଙ୍କୁ ସମାଲୋଚନା କରିଛନ୍ତି । ମହିଳାଙ୍କୁ ଅସମ୍ମାନ କରୁଥିବାରୁ ବର୍ତ୍ତମାନ ଅସୁବିଧାରେ ପଡୁଥିବା ନେଇ ଜୟା ମତ ଦେଇଛନ୍ତି । ଅତୀତରେ ଆଜମ କେବେବି ମହିଳାଙ୍କୁ ସମ୍ମାନ ପ୍ରଦାନ କରି ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ବେଆଇନ ଜମି ଅଧିଗ୍ରହଣକୁ ନେଇ ଆଜମ୍ ଖାନ୍ଙ୍କ ବିରୋଧରେ 51ଟି ମାମଲା ରୁଜୁ କରାଯାଇଛି । ଏହାକୁ ନେଇ ଗଣମାଧ୍ୟମ ଏବଂ ଜନସାଧାରଣଙ୍କ ସମ୍ମୁଖରେ ଗୁରୁବାର ରାମପୁର ସାଂସଦ ଆଜମ୍ ଖାନ୍ କାନ୍ଦି ପକାଇଥିଲେ । ଆଜମ୍ ଖାନ୍ ଅଭିନୟ କରୁଛନ୍ତି ବୋଲି ମତ ଦେଇଛନ୍ତି ଜୟା । ଉଲ୍ଲେଖଯୋଗ୍ୟ ଯେ, 2019 ଲୋକସଭା ନିର୍ବାଚନ ପୂର୍ବରୁ ଆଜମ୍ ଜୟାଙ୍କୁ ନାଚବାଲି ବୋଲି ସମ୍ବୋଧନ କରିଥିଲେ ।

