Author: Samikhsya Bureau
ସମୀକ୍ଷା ବ୍ୟୁରୋ ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ଯୋଗ ଦେଇ ପୁଣି ସେଠାରୁ ଇସ୍ତଫା ଦେଇଥିବା ଦାମୋଦର ରାଉତଙ୍କ ବିବୃତିକୁ ନେଇ ଏବେ ଓଡିଶା ରାଜନୀତିରେ ଚାଲିଛି ଚର୍ଚ୍ଚା। ବିଜେପୁର ନିର୍ବାଚନ ଫଳାଫଳ ବିଜେଡି ସପକ୍ଷରେ ଯିବା ପରେ ମତ ପ୍ରକାଶ କରି ଦାମ କହିଛନ୍ତି ଦେଶରେ ଜାତୀୟ ରାଜନୈତିକ ଦଳ ଅପେକ୍ଷା ଆଞ୍ଚଳିକ ଦଳ ଗୁଡିକ ଅଧିକ ଲୋକପ୍ରିୟ ହେଉଛନ୍ତି । ସେହି କ୍ରମରେ ବିଜେଡି ତାର ଲୋକ ପ୍ରିୟତା ପ୍ରମାଣିତ କରିଛି । ନବୀନଙ୍କ ଲୋକପ୍ରିୟତା କାରଣରୁ ଓଡିଶାର ଜନସାଧାରଣ ଜାତୀୟ ଦଳ ତୁଳନାରେ ଆଞ୍ଚଳିକ ଦଳକୁ ଅଧିକ ପସନ୍ଦ କରୁଛନ୍ତି । ନବୀନ ହେଉଛନ୍ତି ଓଡିଶା ରାଜନୀତିରେ ଜଣେ ଅପରାଜୟ ନେତା। ତାଙ୍କୁ ହରାଇବା ପାଇଁ ଓଡିଶାରେ କେହି ନାହାଁନ୍ତି ବୋଲି ଦାମ କହିଛନ୍ତି। ଦାମଙ୍କ ଏପରି ଉକ୍ତିକୁ ନେଇ ଓଡିଶା ରାଜନୀତି ସରଗରମ ହୋଇ ଉଠିଛି। ଦୀର୍ଘ ମାସ ପରେ ଦାମୋଦର ରାଉତ ଏପରି ବିବୃତିରୁ…
ପେଣ୍ଟାଗନ୍ ପକ୍ଷରୁ ମାଇକ୍ରୋସଫ୍ଟକୁ 10 ବିଲିୟନ୍ ଡଲାରର ଚୁକ୍ତି ମିଳିବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଆମାଜନ୍ । ଆମାଜନ୍ ଏହି ଚୁକ୍ତି ହାସଲ ନେଇ ଆଶାବାଦୀ ରହିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଡୋନାଲ୍ଡ ଟ୍ରମ୍ପ ମାଇକ୍ରୋସଫ୍ଟକୁ ଏହି ଚୁକ୍ତି ମିଳିଥିବା ସମ୍ପର୍କରେ ଘୋଷଣା କରିଥିଲେ । ଆମେରିକୀୟ ସରକାରଙ୍କ ପକ୍ଷରୁ ଆମାଜନ୍କୁ ପକ୍ଷପାତ କରି ଅଧିକ ଚୁକ୍ତି ପ୍ରଦାନ କରାଯାଉଥିବା ଅଭିଯୋଗ କାରଣରୁ ଏକାଧିକ ମାମଲା ଦାୟର କରାଯିବା ପରେ ଆମାଜନ୍ ନିକଟରୁ ଏହି ଚୁକ୍ତି ପ୍ରତ୍ୟାହାର କରି ମାଇକ୍ରୋସଫ୍ଟକୁ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ସରକାର । ଆମାଜନ୍କୁ ପେଣ୍ଟାଗନ୍ ପକ୍ଷରୁ 48 ପ୍ରତିଶତ ଚୁକ୍ତି ମିଳିଥିବା ବେଳେ ପ୍ରଥମ ଥର ପାଇଁ ମାଇକ୍ରୋସଫ୍ଟକୁ ଏହି ଚୁକ୍ତି ମିଳିଛି ।
ବେଙ୍ଗାଲୁରୁ ପୋଲିସ୍ ପକ୍ଷରୁ ରବିବାର ଦିନ 30 ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖାଯାଇଛି । ବେଙ୍ଗାଲୁରୁ କ୍ରାଇମବ୍ରାଞ୍ଚ ପକ୍ଷରୁ 30 ଜଣଙ୍କୁ ବିନା ଭିସାରେ ଗିରଫ କରାଯାଇଛି । ଏହି ନାଗରିକ ମାନଙ୍କୁ ବିଦେଶୀ ନାଗରିକ ନିୟମ ଅନୁଯାୟୀ ଗିରଫ କରାଯାଇଥିବା ବେଳେ ଏମାନଙ୍କୁ ପ୍ରତ୍ୟର୍ପଣ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଚଳିତ ମାସ ପ୍ରାରମ୍ଭରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ରାଜ୍ୟରେ ଏନ୍ଆରସି ଲାଗୁ କରିବା ନେଇ ଘୋଷଣା କରିଥିଲେ । ନିୟମ ଅନୁଯାୟୀ ଅନୈତିକ ଭାବରେ ଅବସ୍ଥାନ କରିଥିବା ନାଗରିକଙ୍କୁ ଗିରଫ କରାଯାଇପାରିବ ନାହିଁ ମାତ୍ର ସେମାନଙ୍କୁ ପ୍ରତ୍ୟର୍ପଣ କରାଯାଇପାରିବ । ସମସ୍ତ ନାଗରିକଙ୍କୁ ପ୍ରତ୍ୟର୍ପଣ କେନ୍ଦ୍ରରେ ରଖାଯାଇଛି ।
ରଙ୍ଗାଚରଣ ପ୍ରଧାନ ମହାରାଷ୍ଟ୍ର ଓ ହରିଆନାରେ ହୋଇଥିବା ବିଧାନସଭା ନିର୍ବାଚନ ଏବଂ ଅନ୍ୟାନ୍ୟ ରାଜ୍ୟଗୁଡିକରେ ହୋଇଥିବା ଉପନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କର ଧ୍ୟାନ କେନ୍ଦ୍ରିତ ହୋଇଥିବା ବେଳେ ଶୁକ୍ରବାର ଦିନ ଆଉ ଏକ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଅକ୍ଟୋବର ୨୪ ତାରିଖରେ ଜାମ୍ମୂ କାଶ୍ମୀରରେ ପ୍ରଥମ ଥର ପାଇଁ ଗଠିତ ‘ବ୍ଲକ୍ ଡେଭେଲପମେଣ୍ଟ କାଉନସିଲ’ ପାଇଁ ଭୋଟ ଦାନ ହୋଇଥିଲା । ପରଦିନ ଘୋଷଣା ହୋଇଥିବା ଫଳାଫଳରୁ ଜଣା ପଡିଛି ଯେ ସମୂଦାୟ ୩୦୭ ଟି ଆସନ ମଧ୍ୟରୁ ବିଜେପି ୮୧ଟି ଆସନରେ ବିଜୟ ଲାଭ କରିଛି ଓ ଅବଶିଷ୍ଟ ସମସ୍ତ ଆସନରେ ସ୍ବାଧୀନ ପ୍ରାର୍ଥୀମାନେ ଜିତିଛନ୍ତି । ଏହି ଫଳାଫଳକୁ ଏଥିପାଇଁ ଅସାମାନ୍ୟ କୁହାଯିବ ଯେ ଏହି ନିର୍ବାଚନକୁ ନ୍ୟାସନାଲ୍ କନଫରେନ୍ସ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ଓ ପିପୁଲ୍ସ କନଫରେନ୍ସ ଭଳି ସ୍ଥାନୀୟ ରାଜନୈତିକ ଦଳଗୁଡିକ ବର୍ଜନ କରିଥିଲେ । ଏହି ଦଳଗୁଡିକର ନେତାମାନେ ଏବେ ଜେଲ୍…
ସମୀକ୍ଷା ବ୍ୟୁରୋ ଚଳିତ ମହାରାଷ୍ଟ୍ର-ହରିୟାଣାର ନିର୍ବାଚନରେ ଦୁଇ ନୂଆ ରାଜନୈତିକ ଚେହେରା ସାମ୍ନାକୁ ଆସିଛନ୍ତି। ଜଣେ ହେଉଛନ୍ତି ମହାରାଷ୍ଟ୍ରର ଓ୍ବାର୍ଲି ଆସନରୁ ବିଜୟୀ ହୋଇଥିବା ଆଦିତ୍ୟ ଠାକ୍ରେ। ଆଉ ଜଣେ ହରିୟାଣାର ଦୁଷ୍ମନ୍ତ ଚୌତାଲା। ମହାରାଷ୍ଟ୍ର ରାଜନୀତିରେ ସର୍ବଦା ନିଜର ଦବଦବା ରଖି ଆସିଥିବା ଦଳ ଶିବସେନାର ପ୍ରମୁଖ ଉଦ୍ଧବ ଠାକ୍ରେଙ୍କ ପୁତ୍ର ଆଦିତ୍ୟ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ବାଜିମାତ୍ କରି ମହାରାଷ୍ଟ୍ରର କିଙ୍ଗ୍ ବନିବା ପାଇଁ ଯୋଗାଡ଼ରେ ରହିଛନ୍ତି। ସେହିପରି ହରିୟାଣାର ଜେଜେପି ନେତା ଦୁଷ୍ମନ୍ତ ସିଂ ଚୌତାଲା ନିଜ ପରିବାରଠାରୁ ଅଲଗା ଯାଇ ଏକ ନୂତନ ଦଳ କରି ୧୦ଟି ଆସନ ଜିତି ହରିୟାଣା ରାଜନୀତିରେ କିଙ୍ଗମେକର୍ର ଭୂମିକା ନିଭାଇଛନ୍ତି। ଆଗାମୀ ରାଜନୀତି ପାଇଁ ଦୁହେଁ ବେଶ୍ ଲମ୍ବା ରାସ୍ତାର ପ୍ରସ୍ତୁତି କରିଛନ୍ତି । ପରିବାରଠାରୁ ବିରୋଧୀ ହୋଇ ପ୍ରସ୍ତୁତ କଲେ ନିଜ ରାସ୍ତା ଚୌଧୁରୀ ଦେବୀଲାଲ୍ଙ୍କ ପାରମ୍ପରିକ ରାଜେନୖତିକ ଉତ୍ତରାଧିକାରୀକୁ ନେଇ ଓମ୍…
ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ହେବ କଲ୍ ସେଣ୍ଟର । ଏନେଇ ସବୁ ଡିଆରଡିଓର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ଲେଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ରାଜ୍ୟସରକାରଙ୍କ ତରଫରୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ସ୍ବଚ୍ଛତା ପାଇଁ ପଦକ୍ଷେପ ନିଆଯାଉଛି । ଏଥିନିମେନ୍ତ ଆବାସ ଯୋଜନା ପାଇଁ ପ୍ରତି ଜିଲ୍ଲାରେ କଲ୍ ସେଣ୍ଟର ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ । ହିତାଧିକାରୀଙ୍କୁ ଯାବତୀୟ ସୁବିଧା ସହ | କଣ ପାଇଁ ଅର୍ଥ ପାଇବାରେ ବିଳମ୍ବ ହେଉଛି ଫିଡବ୍ୟାକ ନେବେ ସରକାର | କଲ ସେଣ୍ଟରରୁ ପ୍ରତିଦିନ ୫୦ ହିତାଧିକାରୀଙ୍କୁ ଯିବ ଫୋନ 5-T ମାଧ୍ୟମରେ ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ କରିବୁ: ମନ୍ତ୍ରୀ
ଆତ୍ମସ୍ବାଭିମାନୀ ମହିଳା ମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବା ଉଚିତ୍ ବୋଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମତ ଦେଇଛନ୍ତି । ବିଜେପି ସର୍ବଦା ଏପରି ରାଜନୈତିକ ବ୍ୟକ୍ତିତ୍ବଙ୍କୁ ସମର୍ଥନ କରୁଛି ଯେଉଁମାନେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥାନ୍ତି । ତେଣୁ ଆତ୍ମସ୍ବାଭିମାନ ଥିବା ମହିଳା ମାନେ ବିଜେପିକୁ କଦାପି ସମର୍ଥନ କରିବା ଉଚିତ୍ ନୁହେଁ ବୋଲି ପ୍ରିୟଙ୍କା ଗାନ୍ଧୀ ମତ ଦେଇଛନ୍ତି । ଟ୍ବିଟ୍ଟର ଜରିଆରେ ବିଜେପିକୁ ସମାଲୋଚନା କରିଥିଲେ ପ୍ରିୟଙ୍କା । ‘ପ୍ରଥମେ କୁଲଦୀପ ସେଙ୍ଗାର, ଚିନ୍ମୟାନନ୍ଦ ଏବଂ ବର୍ତ୍ତମାନ ଗୋପାଳ କାଣ୍ଡାଙ୍କୁ ସମର୍ଥନ କରି ବିଜେପି ନିଜର ଅସଲି ଚେହେରା ପଦାରେ ପକାଇଛି ବୋଲି ପ୍ରିୟଙ୍କା ଟ୍ବିଟ୍ କରିଛନ୍ତି । ଗତକାଲି ହରିୟାଣାର ସ୍ବାଧୀନ ବିଧାୟକ ଗୋପାଳ କାଣ୍ଡା ବିଜେପି ପ୍ରତି ନିଜର ସମର୍ଥନ ଘୋଷଣା କରିବା ପରେ ଏହି ବିବାଦର ସୂତ୍ରପାତ ହୋଇଥିଲା । ଏପରିକି ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ମଧ୍ୟ କାଣ୍ଡାଙ୍କ ସହଯୋଗ…
ଆସନ୍ତା କାଲି ଦୀପାବଳି ଉତ୍ସବ । ଏଥିପାଇଁ ସାରା ଓଡ଼ିଶା ଉତ୍ସବ ମୁଖର । ଦୀପାବଳି ପ୍ରସ୍ତୁତି ନେଇ ପୋଲିସ୍ କମିସନର ପ୍ରେସ୍ ମି୍ଟ୍ କରିଛନ୍ତି । ଏହି ପ୍ରେସ୍ମିଟ୍ରେ ସୁରକ୍ଷିତ ବାଣ ଫୁଟାଇବା ଉପରେ ପରାମର୍ଶ ଦେଇଛନ୍ତି । ରାତି ୮ଟାରୁ ୧୦ଟା ଏଯାଏଁ ବାଣ ଫୁଟାଇବାକୁ ନିର୍ଦ୍ଦେଶ ରହିଥିବାବେଳେ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କଠୁ ବାଣ କିଣିବାକୁ ପରାମର୍ଶ ରହିଛି । ସେହିପରି ୧୨୫ ଡେସିବିଲ୍ରୁ ଅଧିକ ଶବ୍ଦ କରୁଥିବା ବାଣକୁ ନିଷେଧ କରାଯାଇଥିବାବେଳେ ଛୋଟ ପିଲାଙ୍କୁ ଏକାକୀ ବାଣ ନ ଫୁଟାଇବାକୁ ପରାମର୍ଶ ଦିଆଯାଇଛି । କିଛି ଦୁର୍ଘଟଣା ଘଟିଲେ ପୋଲିସ୍ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଜଣାଇବାକୁ ପୋଲିସ କମିସନର ସୁଧଂଶୁ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି ।
ଆସନ୍ତାକାଲି ଦୀପାବଳି । ଦୀପାବଳିରେ ବାଣ ଫୁଟାଇବା ବେଳେ ଯେପରି କୈାଣସି ଅଘଟଣ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ଯଦି କୈାଣସି ସ୍ଥାନରେ କିଛି ଅଘଟଣ ଘଟୁଛି ତାକୁ ଏଡ଼ାଇବା ଦାୟିତ୍ୱରେ ରହିଛନ୍ତି ଅଗ୍ନିଶମ ବିଭାଗ । ତେଣୁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୫ହଜାର କର୍ମଚାରୀ ନିୟୋଜିତ ହେବା ସହ ୯୦୦ଟି ଗାଡ଼ି ପ୍ରସ୍ତୁତ ରହିଛି । ଏହା ସହ ସମସ୍ତ ୩୩୭ଟି ଅଗ୍ନିଶମ କେନ୍ଦ୍ର ଆଲର୍ଟରେ ରହିବେ। ୩୫୦ଜଣ ଅଫିସର ମଧ୍ୟ ଏହି ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । କେବଳ ଏତିକି ନୁହେଁ କଟକରେ ୫ଟି, ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ସେହିପରି ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ସମ୍ବଲପୁରରେ ମଧ୍ୟ ଅସ୍ଥାୟୀ କେନ୍ଦ୍ର ବ୍ୟବସ୍ଥା କରାଯାଇଛି ।
Variety of traditional earthen lamps at a shop ahead of Diwali in Belagavi on Saturday.
ଲଘୁଚାପ ଜନିତ ବର୍ଷାରୁ ଏବେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲେ ରାଜ୍ୟବାସୀ। ଏପରିକି ବର୍ଷା ବିତ୍ପାତ କାରଣରୁ ସ୍କୁଲ କଲେଜ ସବୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଲଘୁଚାପ ନିଷ୍କ୍ରିୟ ହୋଇଛି। ଆଜି କାଁ ଭାଁ ବର୍ଷା ହେବ। କାଲିଠାରୁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜି ଲଘୁଚାପ ନିଷ୍କ୍ରିୟ ହୋଇଛି। ଆସାମ ଯାଏଁ ଟ୍ରପ ଲାଇନ୍ ସୃଷ୍ଟି ହୋଇଛି। ଏଥିପାଇଁ ଆଜି କିଛି ଅଞ୍ଚଳରେ ବର୍ଷା ହେଵ। ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କାଲିଠୁ ପାଗ ଶୁଖିଲା ଓ ଉତ୍ତରା ପବନ ବହିବ। ଆସନ୍ତା ୨/୩ ଦିନରେ ଆଂଶିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ସମୀକ୍ଷା ବ୍ୟୁରୋ ଲଘୁଚାପ ବର୍ଷା ପ୍ରଭାବରେ ପାଣିଘେରରେ ରହିଛି ବାଣପୁରର ନନ୍ଦପୁର ଗ୍ରାମ । ନନ୍ଦପୁର ପଞ୍ଚାୟତର ନନ୍ଦପୁର ଗ୍ରାମର ବିଭିନ୍ନ ଘରେ ପାଣି ପଶିଯାଇଥିବା ବେଳେ ଗ୍ରାମଟି ଦୁଇ ଦିନ ଧରି ପାଣି ଘେରରେ ରହିଛି । ଏଠାରେ ଜଳ ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡିଥିବାରୁ ଗ୍ରାମରେ ମହାମାରୀ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ଶୁକ୍ରବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନନ୍ଦପୁର ଗ୍ରାମ ଗସ୍ତ କରିଥିଲେ । ମାତ୍ର ଜଳ ନିଷ୍କାସନ ବ୍ୟବସ୍ଥା ଅଚଳ ହୋଇ ପଡିଥିବାରୁ ସ୍ଥିତିରେ କୌଣସି ସୁଧାର ଆସିନାହିଁ । ପ୍ରତ୍ୟେକ ଥର ବର୍ଷା ଆରମ୍ଭରୁ ଏହି ଗ୍ରାମଟି ଜଳାର୍ଣ୍ଣବ ହୋଇପଡୁଛି । ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ପାଇଁ ଫାଇଲିନ୍ ପରଠାରୁ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏଠାରେ ଜଳ ନିଷ୍କାସନ ପାଇଁ ରହିଥିବା ଡ୍ରେନ୍…
ହରିୟାଣାରେ ସରକାର ଗଠନ ନେଇ ଜାରି କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ ଜନତା ପାର୍ଟି ଜେଜେପି ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ବିଜେପି ପାଖରେ ରହୁଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ପଦ ଜେଜେପିକୁ ଦିଆଯାଇଛି । ଜେଜେପିର ପ୍ରମୁଖ ଦୁଷ୍ୟନ୍ତ ଚୌତାଲା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ଆଜି ମନୋହର ଲାଲ ଖଟ୍ଟର ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି । ହରିୟାଣାରେ ସ୍ଥାୟୀ ସରକାର ଗଠନ ପାଇଁ ସେ ବିଜେପିକୁ ସମର୍ଥନ ଦେଇଛନ୍ତି ବୋଲି ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ।

