ସମୀକ୍ଷା ବ୍ୟୁରୋ ଭୁବନେଶ୍ବର- ଚଳିତ ବର୍ଷ ଦଶହରା ପାଳନ କରି ନ ଥିଲେ। ନିଜର ଜନ୍ମଦିନ ମଧ୍ୟ ପାଳନ କରି ନ ଥିଲେ। ହେଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏଥର ଦୀପାବଳି ପାଳନ କରିଛନ୍ତି। ଆଜି ଅପରାହ୍ନରେ ନବୀନ ଭୁବନେଶ୍ବରର କଳିଙ୍ଗନଗରରେ ଥିବା ଏସଓଏସ ଭିଲେଜରେ ଅନାଥ ପିଲାଙ୍କ ଗହଣରେ ପାଳନ କରିଛନ୍ତି ଦୀପାବଳି। ନବୀନ ସେହି ଗ୍ରାମରେ ପହଁଚିବା ପରେ ପିଲାମାନଙ୍କ ମନରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ସେମାନଙ୍କ ଗହଣରେ ନବୀନ ଚୁଡୁଚୁଡିଆ ବାଣ ଫୁଟାଇଥିଲେ। ଏହା ଦେଖି ସେଠାକାର ପିଲା ବେଶ୍ ଖୁସି ହୋଇ ଯାଇଥିଲେ। ସେତିକି ନୁହେଁ ବାଣଫୁଟା ପର୍ବ ସରିବା ପରେ ନବୀନ ପିଲାଙ୍କୁ ମିଠା ପ୍ୟାକେଟ ପ୍ରଦାନ କରି, ହାପି ଦିୱାଲି ବୋଲି କହିଥିଲେ। ସେଠାରେ ନବୀନ ବେଶ୍ କିଛି ସମୟ ବିତାଇଥିଲେ। ପିଲାମାନଙ୍କ ସହିତ ହସଖୁସି କରିବା ସହ ସେମାନଙ୍କୁ ବିଭିନ୍ନ କଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ପୁରୀ:-ଚଳିତ ବର୍ଷ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତମାନେ ବଡବଡିଆ ସଂପୂର୍ଣ୍ଣ ସିଂହଦ୍ବାର ସମ୍ମୁଖରେ ଏବଂ ମନ୍ଦିର ଚାରିପଟେ ଡାକିବାର ସୌଭାଗ୍ୟ ପାଇ ପାରିଛନ୍ତି। ପୂର୍ବରୁ ସିଂହଦ୍ବାର ସମ୍ମୁଖରେ ପର୍ଯ୍ୟାପ୍ତ ସ୍ଥାନ ନ ଥିବାରୁ ଅଳ୍ପ ଭକ୍ତ ରହିଲେ ଭିଡ ହୋଇ ଯାଉଥିଲା। ଫଳରେ ଭକ୍ତମାନେ ମନ୍ଦିରର ବହୁ ଦୂରରେ ବଡବଡିଆ ଡାକୁଥିଲେ। ହେଲେ ଚଳିତ ବର୍ଷ ମଠ ଉଚ୍ଛେଦ ପରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପଯ୍ୟାପ୍ତ ସ୍ଥାନ ମିଳିବାରୁ ସବୁ ଭକ୍ତ ଏକାଠି ବଡବଡିଆ ଡାକିବାର ସମର୍ଥ ହୋଇଛନ୍ତି। ମୁଖ୍ୟତଃ ଦ୍ବୀପାବଳୀ ଦିନ ପୂର୍ବପୁରୁଷଙ୍କୁ ସ୍ମରଣ କରି ବଡବଡିଆ ଡାକିବା ପାଇଁ ପୁରୀରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଓ଼ଡିଶାର ପୁରପଲ୍ଲୀରେ ଲୋକମାନେ କାଉଁରିଆ କାଠି ଜାଳି ବଡବଡିଆ ଡାକୁଥିଲେ ମଧ୍ୟ ପୂର୍ବପୁରୁଷଙ୍କ ସ୍ମରଣ କରିବାରେ ପୁରୀ ହେଉଛି ଉପଯୁକ୍ତ କ୍ଷେତ୍ର। ସେଥିପାଇଁ ପ୍ରତିବର୍ଷ ଏହି ଦ୍ବୀପାବଳୀରେ ଭକ୍ତମାନେ ଦୂରଦୂରାନ୍ତରୁ ଆସି ବଡବଡିଆ ଡାକି, ବାଇଶି ପାହାଚରେ ଶ୍ରାଦ୍ଧ ଦେଇଥାନ୍ତି।…
ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ନିଜ ଜନ୍ମଦିନରେ ଅଷ୍ଟ୍ରେଲିଆ ଓପ୍ନର ଡେଭିଡ୍ ଓ୍ବାର୍ଣ୍ଣର ଶତକ ହାସଲ କରିବାରୁ ଅଷ୍ଟ୍ରେଲିଆ ମୁକାବିଲାକୁ ୧୩୪ ରନ୍ର ବ୍ୟବଧାନରେ ବିଜୟୀ ହୋଇଥିଲା। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଅଧିନାୟକ ଆରୋନ୍ ଫିଞ୍ଚ ଏବଂ ଡେଭିଡ୍ ଓ୍ବାର୍ଣ୍ଣର ପ୍ରଥମ ଓ୍ବିକେଟ୍ରେ ୧୨୨ ରନ୍ ଯୋଡିଥିଲେ। ଫିଞ୍ଚ ୩୬ ବଲ୍ର ସମ୍ମୁଖୀନ ହୋଇ ୬୪ ରନ୍ ସଂଗ୍ରହ କରିଥିବା ବେଳେ ଓ୍ବାର୍ଣ୍ଣର ୫୬ ବଲ୍ର ସମ୍ମୁଖୀନ ହୋଇ ୧୦୦ ରନ୍ ସଂଗ୍ରହ କରିଥିଲେ। ଓ୍ବାର୍ଣ୍ଣର ନିଜ ଇନିଂସରେ ୧୦ଟି ଚୌକା ଏବଂ ୪ଟି ଛକ୍କା ମାରିଥିଲେ। ମ୍ୟାକ୍ସଓ୍ବେଲ ଶେଷ ଭାଗରେ ୨୮ ବଲ୍ରୁ ୬୨ ରନ୍ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ୨୩୩ରନ୍ର ବିଶାଳ ସ୍କୋର ହାସଲ କରିଥିଲା। ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୯ ଓ୍ବିକେଟ୍…
ସମୀକ୍ଷା ବ୍ୟୁରୋ ଆଜି ପବିତ୍ର ଦୀପାବଳି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏ.ବି.ଭି.ପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏକକାଳୀନ ଭାବରେ ବାଣପୁର ସ୍ଥିତ ମୁକ୍ତାଦେଇପୁର ଗ୍ରାମ ଓ ଗମ୍ଭାରୀମୁଣ୍ଡା ସ୍ଥିତ ଖଜୁରିଆ ଗ୍ରାମରେ ସଂସ୍କାର କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଣପୁର ସଂସ୍କାର କେନ୍ଦ୍ରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଖୋର୍ଦ୍ଧା ଜିଲ୍ଲା ଶାରୀରିକ ଶିକ୍ଷଣ ପ୍ରମୁଖ କେଦାର ମେହେର ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାଣପୁର ମଣ୍ଡଳ ପ୍ରମୁଖ କୈଳାଶ ଚନ୍ଦ୍ର ଖୁଣ୍ଟିଆ ଉଦ୍ଘାଟନ କରିଥିବା ବେଳେ ଗମ୍ଭାରୀମୁଣ୍ଡା ସଂସ୍କାର କେନ୍ଦ୍ରକୁ ଗମ୍ଭାରୀମୁଣ୍ଡା ଅଂଚଳର ଉଦୀୟମାନ ଯୁବ ସମାଜସେବୀ ଆଶିଷ ସାମନ୍ତସିଂହାର ଓ ପାର୍ଥସାରଥୀ ପଲାଇ ଉଦ୍ଘାଟନ କରିଥିଲେ। ଉଭୟ ସଂସ୍କାର କେନ୍ଦ୍ରରେ ଅତିଥିମାନେ ଛୋଟଛୋଟ ଶିଶୁ ଭାଇଭଉଣୀମାନଙ୍କୁ ବିଭିନ୍ନ ଶ୍ଳୋକ ଶିଖାଇବା ସହ ଶାରୀରିକ ପ୍ରଶିକ୍ଷଣ ଓ ଜ୍ଞାନ ପ୍ରଦାନ କରିଥିଲେ। ବାଣପୁର ସଂସ୍କାର କେନ୍ଦ୍ରର ନେତୃତ୍ୱ ବାଲୁଗାଁ କଲେଜ ଯୁକ୍ତ ୨ କ୍ୟାମ୍ପସ ୟୁନିଟ ସଭାପତି ଭୋଳା…
ଆଜି ଆଲୋକର ପର୍ବ ଦୀପାବଳି । ରାଜ୍ୟବାସୀଙ୍କ ଶୁଭେଚ୍ଛା ଜଣାଇବା ସହିତ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍ଓ ଏସ୍ ଭିଲେଜ୍ରେ ଶିଶୁମାନଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବେ । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ପଦଧିକାରୀ ଯେପରିକି ସିଏସ , ଡିସି ଏବଂ ଏ ପିସିମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସେମାନେ ଶିଶୁଙ୍କ ଥଇଥାନ ଲାଗି ଉଦ୍ଦିଷ୍ଟ ଅନୁଷ୍ଠାନ ତଥା ଚାଇଲ୍ଡ କେୟାର ପ୍ରତିଷ୍ଠାନକୁ ଗସ୍ତ କରି ସେଠାରେ ଥିବା ଶିଶୁମାନଙ୍କ ସହ ଦୀପାବଳି ପାଳନ କରନ୍ତୁ। ସେହିପରି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ସେମାନଙ୍କ ଜିଲ୍ଲାରେ ଥିବା ଶିଶୁ ମଙ୍ଗଳ ସଂସ୍ଥାଗୁଡିକୁ ଯାଇ ଦୀପାବଳି ପାଳନ କରିବେ । ଡିଜିଙ୍କଠୁ ଆରମ୍ଭ କରି ଏସପିଙ୍କ ସମେତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ବାଟାଲିଆନକୁ ଯାଇ ସେଠାରେ ଯବାନ ଏବଂ ତାଙ୍କ ପରିବାରଙ୍କ ସହିତ ଦୀପାବଳି ପାଳନ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି…
ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ର ମୁଖ୍ୟ ଅବୁ ବକର୍ ବାଗଦାଦୀ ନିହତ ହୋଇଥିବାର ଖବର ପ୍ରକାଶ ପାଇଛି । ରବିବାର ଆମେରିକା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବାଗ୍ଦାଦୀ ଉପରେ ହୋଇଥିବା ଆକ୍ରମଣରେ ସେ ପ୍ରାଣ ହରାଇଛି । ରବିବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆକ୍ରମଣ ସମୟରେ ବାଗ୍ଦାଦୀ ଏକ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଛି । ସିରିଆରେ ମୁତୟନ ରହିଥିବା ଆମେରିକା ସେନାର ଏକ ପୋର୍ଟାଲ ପକ୍ଷରୁ ଏହି ସୂଚନା ରବିବାର ଦିନ ପ୍ରକାଶ ପାଇଛି । ଏହା ସହିତ ଟ୍ରମ୍ପ କୌଣସି ବଡ ଘୋଷଣା କରିବା ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ପ୍ରକାଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବିଗତ କିଛି ବର୍ଷ ମଧ୍ୟରେ ବାଗ୍ଦାଦୀର ମୃତ୍ୟୁ ନେଇ ଅନେକ ଖବର ପ୍ରକାଶ ପାଇଥିବା ବେଳେ ସର୍ବଦା ଏହା ମିଥ୍ୟା ପ୍ରମାଣିତ ହେଇଥିଲା ।
ସମୀକ୍ଷା ବ୍ୟୁରୋ ଆଜି ହେଉଛି ଦୀପାବଳି। ଏହି ରାତ୍ରିଟି ବହୁତ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। କାର୍ତ୍ତିକ କୃଷ୍ଣ ଅମାବାସ୍ୟାର ରାତ୍ରିକୁ ଦୀପାବଳି କୁହାଯାଏ। ଏହି ରାତ୍ରିରେ ବିଶେଷ ପ୍ରୟୋଗ କରିବା ଦ୍ବାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଖାସ୍ କରି ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଆଜି ରାତ୍ରିରେ କ’ଣ କଲେ ଆର୍ଥିକ ସଂକଟରୁ ମୁକ୍ତି ପାଇବା ସହିତ ନିଜ ଜୀବନରୁ ଅନ୍ଧାରକୁ ଦୂର କରିପାରିବା। ଦୀପାବଳି ରାତ୍ରିରେ କେମିତି କରିବେ ମହାପ୍ରୟୋଗ – ମଧ୍ୟ ରାତ୍ରିର ୧୧ରୁ ରାତ୍ରି ୧ଟା ପର୍ଯ୍ୟନ୍ତ ମହାପ୍ରୟୋଗ କରନ୍ତୁ – ଲାଲ କିମ୍ବା ହଳଦିଆ ବସ୍ତ୍ର ଧାରଣ କରନ୍ତୁ – ଶୁଦ୍ଧ ଘିଅର ଏକ ଏକମୁଖୀ ବଡ଼ ଦୀପ ଜଳାନ୍ତୁ – ପୂର୍ବ ଆଡକୁ ମୁହଁ କରି ପୂଜାର ଆରମ୍ଭ କରନ୍ତୁ – ମନ୍ତ୍ର ଜପ କରିବା ପାଇଁ ସ୍ପଟିକ ଓ ରୁଦ୍ରାକ୍ଷ ମାଳାର ଉପଯୋଗ କରନ୍ତୁ । ଦୀପାବଳିରେ କେମିତି…
ସମୀକ୍ଷା ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୮ତମ ମନ କି ବାତ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ମୋଦୀ ଦୀପାବଳିର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ମୋଦି। ଏହି ଅବସରରେ ମୋଦି ନାରୀଶକ୍ତିର ଗୁରୁତ୍ବ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଦୀପାବଳି ନାରିଶକ୍ତିର ସମ୍ମାନ ଉଦ୍ଦେଶ୍ୟରେ ଏବଂ ଭାରତରେ ମହିଳାଙ୍କୁ ଲକ୍ଷ୍ମୀ ଭାବରେ ପୂଜା କରିବା ପାଇଁ ପାଳନ କରାଯାଏ ବୋଲି ମୋଦି କହିଥିଲେ। ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ବିଷୟରେ ମଧ୍ୟ ମୋଦି ନିଜ ମନ୍ କି ବାତ ସମୟରେ କହିଥିଲେ। ଭାରତର ପ୍ରଥମ ଗୃହମନ୍ତ୍ରୀ ଭାବରେ ସର୍ଦ୍ଦାର ବଲ୍ଲଭାଇ ପଟେଲ ଭାରତକୁ ଏକ କରି ଗଢି ତୋଳିବା ଭଳି ଐତିହାସିକ କାମ କରିଛନ୍ତି। ଅକ୍ଟୋବର ୩୧ ତାରିଖରେ ପ୍ରତି ବର୍ଷ ଭଳି ରନ ଫର ୟୁନିଟର ଆୟୋଜନ କରାଯିବ ବୋଲି ମୋଦି କହିଥିଲେ। ସେହିପରି ଗୁରୁ ନାନକଙ୍କ ୫୫୦ ତମ ଜନ୍ମଦିବସ ଉପଲକ୍ଷେ କର୍ତ୍ତାରପୁର…
ପଞ୍ଜାବର ପୂର୍ବତନ ଭାରତୀୟ ଜନତା ପାର୍ଟିର ରାଜ୍ୟ ଅଧ୍ୟକ୍ଷ କମଲ ଶର୍ମାଙ୍କର ଦେହାନ୍ତ ହୋଇଯାଇଛି । ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇଥିବା ଜଣାପଡ଼ିଛି । ଫିରୋଜପୁର ଜିଲ୍ଲାରେ ଥିବା ତାଙ୍କ ବାସନ ଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ସେ ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ଏକ ସ୍ଥାନୀୟ ମେଡ଼ିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ କମଲଙ୍କୁ ୪୮ ବର୍ଷ ହୋଇଥିଲା ।
LUXOR (EGYPT), Oct. 27, 2019 (Xinhua) — Artists perform Opera Aida in the Temple of Hatshepsut in Luxor, Egypt, on Oct. 26, 2019. Opera Aida was performed on Saturday in Luxor after a hiatus of over two decades. Photo by Radwan/Xinhua/UNI PHOTO-4F
ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଏକ ଆତଙ୍କବାଦୀ ଆକ୍ରମଣ ସଙ୍ଗଠିତ ହୋଇଯାଇଛି । ଏହି ଆକ୍ରମଣରେ 6 ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଶନିବାର ଶ୍ରୀନଗରର କରଣ ନଗରରେ ଏହି ଆକ୍ରମଣ ସଙ୍ଗଠିତ ହୋଇଥିଲଶ । ଗୁରୁବାର ସେଓ ବେପାରୀଙ୍କ ଉପରେ ଆକ୍ରମଣକୁ ମିଶାଇ ଏହା ଚଳିତ ମାସର ଚତୁର୍ଥ ଆକ୍ରମଣ । ସମସ୍ତ ଆହତ ଯବାନ ସିଆରପିଏଫ୍ର 167 ବାଟାଲିୟନ୍ର ବୋଲି ଜଣାପଡିଛି । ଅଲକାଏଦାର ଜାକିର ମୁସାଙ୍କ ଅନୁସନ୍ଧାନ ସମୟରେ ଆତଙ୍କୀ ଏବଂ ସେନା ମଧ୍ୟରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା ।
ପ୍ରବଳ ବର୍ଷା କାରଣରୁ କାଲିମେଳା ଜଳଭଣ୍ଡାର ବିପଦ ସଙ୍କେତ ଛୁଇଁବା ପରେ ରବିବାର ଦିନ କାଲିମେଳାର ଦୁଇଟି ଗେଟ୍ ଖୋଲାଯାଇଛି । ଗତ 48 ଘଣ୍ଟା ମଧ୍ୟରେ ମାଲକାନଗିରିରେ ହାରାହାରି 166 ମିମି ବର୍ଷା ହୋଇଛି । ବର୍ଷା ଯୋଗୁଁ ମାଲକାନଗିରି – ମୋଟୁ ମଧ୍ୟରେ ସଡ଼କ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ଆଜି ଦୁଇଟି ଗେଟ୍ ଖୋଲାଯାଇଛି ।
ସଂପଦ ଦଳାଇ ଦେଶରେ ଦେଖାଦେଇଥିବା ମାନ୍ଦା ଅବସ୍ଥା କେବଳ ଶିଳ୍ପ ବା ବାଣିଜ୍ୟ ଉପରେ ନୁହେଁ ପର୍ବପର୍ବାଣୀରେ ମଧ୍ୟ ଏହାର ପ୍ରଭାବ ପଡିଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଚଳିତ ବର୍ଷ ଧନତରାସ। ସାଧାରଣତଃ ଧନତରାସରେ ହିନ୍ଦୁମାନେ ସୁନା,ରୂପା କିମ୍ବା କୌଣସି ମେଟାଲ ପଦାର୍ଥ କିଣିବାର ପ୍ରଥା ରହିଛି। ବିଶ୍ବାସ ରହିଛି ଏହି ଧନତରାସ ଦିନରେ ସୁନାରୂପା କିଣିଲେ ମା ଲକ୍ଷ୍ମୀ ଆର୍ଶିବାଦ କରିଥାନ୍ତି। ଘରେ ଧନ ସଂପତ୍ତି ବୃଦ୍ଧି ଘଟିଥାଏ। ସେଥିପାଇଁ ଏହି ଧନତରାସକୁ ହିନ୍ଦୁ ଭକ୍ତମାନେ ଏବଂ ସୁନା ବେପାରୀମାନେ ଅପେକ୍ଷା କରି ରହିଥାନ୍ତି। ହେଲେ ଚଳିତ ବର୍ଷ ଧନତରାସ ସୁନା ବେପାରୀଙ୍କ ପାଇଁ ସବୁଠାରୁ “ହତୋତ୍ସାହ ଧନତରାସ” ଥିଲା। ଦେଶରେ ମାନ୍ଦା ଅବସ୍ଥା ଯୋଗୁଁ ଚଳିତ ବର୍ଷ ସୁନା ବିକ୍ରିର ପରିମାଣ ଗତ ଦଶ ବର୍ଷ ବ୍ୟବସାୟକୁ ତୁଳନାରେ ସବୁଠାରୁ କମ ବ୍ୟବସାୟ ହୋଇଛି। ଅର୍ଥାତ ଚଳିତ ବର୍ଷ ୪୦ ପ୍ରତିଶତ ବିକ୍ରି ହ୍ରାସ ପାଇଛି। କନଫେଡ୍ରେସନ…
ALAPPUZHA,OCT 26 (UNI):-Artist performing Cultural programmes during Champions Boat League at Kainakary in Alappuzha on Saturday.UNI PHOTO-133U

