ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ଶିବସେନା ଭିତରେ ଛକାପଞ୍ଚା ଜାରି ରହିଛି । ବିଧାୟକ ଦର ନେତା ଭାବେ ଦେବେନ୍ଦ୍ର ଫଡ୍ନବୀସ୍ ନିର୍ବାଚିତ ହୋଇଛନ୍ତି । ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଫଡ୍ନବୀସ୍ କହିଛନ୍ତି ଯେ, ମହାରାଷ୍ଟ୍ରରେ ମେଣ୍ଟ ସରକାର ହେବ, ଏଥିରେ ସନ୍ଦେହ ନାହିଁ । କାରଣ ନିଶ୍ଚିତ ରୂପେ ଏହି ଜନାଦେଶ ବିଜେପି ଓ ଶିବସେନା ମେଣ୍ଟ ଲାଗି ଉଦ୍ଦିଷ୍ଟ କାରଣ ଉଭୟ ଦଳ ମେଣ୍ଟ ପାଇଁ ହିଁ ଭୋଟ୍ ମାଗିଥିଲେ। ଆଜି ମହାରାଷ୍ଟ୍ର ବିଧାନସଭା ଭବନରେ ବିଜେପିର ବିଧାୟକ ଦଳ ବୈଠକ ଆୟୋଜିତ ହୋଇଛି। ବୈଠକରେ ଫଡନବିସଙ୍କୁ ବିଧାୟକ ଦଳର ନେତା ଚୟନ କରାଯାଇଛି। ବୈଠକରେ ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଓ ବରିଷ୍ଠ ନେତା ସୁଧୀର ମୁନଙ୍ଗଟିଓ୍ଵାର ଦେବେନ୍ଦ୍ର ଫଡନବିସଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ ନିମନ୍ତେ ପ୍ରସ୍ତାବ ରଖିଥିଲେ, ଯାହା ସର୍ବସମ୍ମତି କ୍ରମେ ପାରିତ…
Author: Samikhsya Bureau
କଂଗ୍ରେସ ସଦସ୍ୟଙ୍କ ବୈଠକକୁ ନେଇ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ମହମ୍ମଦ ମୋକିମ୍ଙ୍କୁ ଦାୟିତ୍ୱ ଦିଆଯିବା ନେଇ ଆରମ୍ଭ ହୋଇଛି ରଣନୀତି। କଂଗ୍ରେସ ନେତା ବାପି ସର୍କେଲଙ୍କ ନେତୃତ୍ୱରେ ସ୍ଥାନୀୟ ପାନ୍ଥନିବାସ ପରିସରରେ ବୁଧବାର ବସିଥିବା ବୈଠକରେ ସଭାପତି ହଟାଅ ଅଭିଯାନ ତୀବ୍ର ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟରେ ହୋଇଥିବା ୨ଟି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏପରିକି ଦଳ ବିରୋଧୀ ଦଳ ହେବାର ମାନ୍ୟତା ହରାଇଛି। ଏଥିଯୋଗୁ ପିସିସିରେ ନବକଳେବର ହେବା ଜରୁରୀ। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି ଦାୟିତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଆସନ୍ତା ସପ୍ତାହରେ ଏକ ଟିମ୍ ଦିଲ୍ଲୀ ଯାଇ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଦାବି ଜଣାଇବ ବୋଲି ଚର୍ଚ୍ଚା ହୋଇଥିଲା । ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…
ସମୀକ୍ଷା ବ୍ୟୁରୋ ତଥାକଥିତ ୟୁରୋପୀୟ ସାଂସଦ ଦଳ ତାଙ୍କର କାଶ୍ମୀର ଗସ୍ତ ସାରିବା ପରେ ଯେଉଁ ସାମ୍ବାଦିକ ସମ୍ମିଳନୀ କଲେ, ସେଥିରେ ସେମାନେ ଦୁଇଟି କଥା କହିଲେ- ୧. କାଶ୍ମୀରର ଲୋକେ ନିଜକୁ ଭାରତୀୟ ବୋଲି ଭାବନ୍ତି ଓ ୨. ଏଠାରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଚାଲିଛି। ଏତକ ଜାଣିବା ଲାଗି ଆମକୁ ୟୁରୋପରୁ ଲୋକ ଆଣିବାକୁ ପଡୁଛି କି? ଆମେ ତ ବାରମ୍ବାର କହି ଆସିଛୁ, ଜାମୁ କାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ ଓ ପ୍ରତ୍ୟେକ କାଶ୍ମୀରବାସୀ ଆମ ନିଜଲୋକ। ଆମେ ଭାରତୀୟ ମାନେ ଯେଉଁ ଗଣତାନ୍ତ୍ରିକ ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ପାଇଛୁ, ସମାନ ଅଧିକାର ଓ ସୁରକ୍ଷା କାଶ୍ମୀରବାସୀଙ୍କୁ ମଧ୍ୟ ମିଳୁ- ଏହାହିଁ ଆଜିର ମୂଳ ବିତର୍କ। ସେଥିରେ ଅନଧିକାର ଭାବରେ ଆସିଥିବା ୟୁରୋପୀୟ ସାଂସଦଙ୍କର ପ୍ରମାଣପତ୍ର କାହାକୁ ଦରକାର ପଡୁଛି? କାଶ୍ମୀରରେ ସରକାରୀ ଆତିଥ୍ୟ ପାଇ ଫେରିଥିବା ଓ ସରକାରଙ୍କ ଘେରାବନ୍ଦୀ ଭିତରେ ଗଣତନ୍ତ୍ରର…
ଗୁରୁ ନାନକଙ୍କ 550 ତମ ଜନ୍ମଦିବସ ଉପଲକ୍ଷେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ମୁଦ୍ରା ଲଞ୍ଚ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ମୁଦ୍ରାର ଲଞ୍ଚ କରିବା ସହିତ ଏହାର ଏକ ଫଟୋ ଟ୍ବିଟ୍ଟର ଜରିଆରେ ସେୟାର କରିଛନ୍ତି । ଆସନ୍ତା 9 ତାରିଖରେ କର୍ତ୍ତାରପୁର କରିଡରର ଉଦ୍ଘାଟନୀରେ ଏହି ମୁଦ୍ରାର ପ୍ରଚଳନ କରାଯିବ । ପାକିସ୍ତାନର ନାନ୍କାନା ସାହିବରେ ଜନ୍ମଗ୍ରହଣ କରିଥିବା ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁନାନକଙ୍କ 550 ତମ ଜନ୍ମ ଦିବସରେ ଏହି ମୁଦ୍ରାର ପ୍ରଚଳନ କରାଯିବ ବୋଲି ଇମ୍ରାନ ନିଜ ଟ୍ବିଟ୍ଟର ପେଜ୍ରେ ସେୟାର କରିଛନ୍ତି ।
ସମୀକ୍ଷା ବ୍ୟୁରୋ ବାଣପୁର ବ୍ଲକ୍ରେ ବରିଷ୍ଠ ଜିଲ୍ଲା କୃଷି ଅଧିକାରୀ(ଡିଏଓ)ଙ୍କୁ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରାଯାଇଥିବାର ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ସହକାରୀ କୃଷି ଅଧିକାରୀ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଗତ ୨୮ତାରିଖରେ ଅନୁଷ୍ଠିତ ଜନଶୁଣାଣୀ ପରେ ଡିଏଓ ବିଜୟ କୁମାର ମହାନ୍ତି ନାଚୁଣୀର ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଫସଲ ହାନି ସମ୍ପର୍କରେ ପଚାରିଥିଲେ। ଏବଂ ଲଗାଣ ବର୍ଷା ଏବଂ ରୋଗ ପୋକରୁ ହୋଇଥିବା ଫସଲ ହାନିର ରିପୋର୍ଟ ମାଗିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସହକାରୀ କୃଷି ଅଧିକାରୀ ନିଜ କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ଡିଏଓଙ୍କୁ ଗାଳିଗୁଲଜ କରିବା ସହିତ ଚାପୁଡା ମାରିଥିବାର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଡିଏଓଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଏପରି ବ୍ୟବହାର ନେଇ ବାଣପୁର ବ୍ଲକ୍ର କୃଷି ବିଭାଗର ସମସ୍ତ କର୍ମଚାରୀ…
ଚଳନ୍ତା ବସ୍ରୁ ଖସିଗଲା ଚକ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଆଜି ସକାଳେ ଏମଏସବି ନାମକ ଏକ ବସ କୋରାପୁଟ ଜୟପୁରରୁ ନବରଙ୍ଗପୁର ଉମରକୋଟ ଅଭିମୁଖେ ଯାଉଥିଲା । ଡାବୁଗାଁ ମହେନ୍ଦ୍ରୀ ଗ୍ରାମ ନିକଟରେ ବସର ଚାରୋଟି ପଛ ଚକା ହଠାତ ଖସି ଯାଇଥିଲା। ଚାରୋଟି ଚକା ଏକ ଜମି ଭିତରେ ଯାଇ ପଡିଥିଲା । ଫଳରେ ବସଟି ସେଠାରେ ଅଟକି ଯାଇଥିଲା । ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ ମଧ୍ୟ ଏହି ଅଘଟଣରେ କେହି ହେଲେ ମୃତାହତ ହୋଇନାହାନ୍ତି । ଖବର ପାଇ ବସର ମାଲିକ ଓ ପୋଲିସ ସେଠାରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଯାତ୍ରୀଙ୍କୁ ଅନ୍ୟ ଏକ ବସ ଯୋଗେ ଉମରକୋଟ ନିଆଯାଇଛି ।
ସମୀକ୍ଷା ବ୍ୟୁରୋ ଗତକାଲି ଏକ ଦୁଃଖଦ ଘଟଣା ଘଟିଗଲା । ତାମିଲନାଡୁର ତିରୁଚିରପଲ୍ଲୀରେ ଏକ ଦୁଇ ବର୍ଷର ଶିଶୁ ଅବ୍ୟବହୃତ ଖୋଲା ବୋରଓ୍ବେଲ୍ ଭିତରକୁ ଅସାବଧନତା ବଶତଃ ଗଳି ପଡିଥିଲା । ପ୍ରଥମେ ସେ ମାଟି ତଳୁ ୨୬ ଫୁଟରେ ଯାଇ ଲାଖିଥିଲା । ପରେ ସ୍ଥାନୀୟ ଅଧିକାରୀ ଏବଂ ଏନ ଡିଆରଏଫଙ୍କ ବହୁ ଉଦ୍ୟମ ସତ୍ତ୍ୱେ ଉଦ୍ଧାର ହେବ ବିଳମ୍ବ ହେଉଥିଲା । ଇତି ମଧ୍ୟରେ ଉଦ୍ଧାର କାର୍ଯ୍ୟ କୁ ୪୮ ଘଣ୍ଟା ବିତି ସାରିଥିଲା । ସମାନ୍ତରାଳ ଭାବେ ଅନ୍ୟ ଏକ ଗାଢ ଖୋଲା ଯାଉଥିଲା ତାକୁ ଉଦ୍ଧାର ପାଇଁ । ଏହି ସବୁ ଭିତରେ ଉକ୍ତ ଶିଶୁଟି ୨୬ ଫୁଟ ରୁ ଖସି ଯାଇ ପ୍ରାୟ ୪୮ ଫୁଟ ଯାଏଁ ଖସି ଯାଇଥିଲା । ସମସ୍ତେ ତଥାପି ଆଶା ରଖିଥିଲେ ଯେ ସେ ଜୀବିତ ଥିବ କିନ୍ତୁ ଉଦ୍ଧାର କାର୍ଯ୍ୟ ବେଳେ ପଚା ଦୁର୍ଗନ୍ଧ ଆସିବାରୁ କିଛି…
ସମୀକ୍ଷା ବ୍ୟୁରୋ ଗତକାଲି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତାୟ ରାଜପଥ ରାଧାକିଶୋରପୁର ଓଭରବ୍ରିଜ ନିକଟରେ ଘଟିଥିବା ଡକାୟତିର ପର୍ଦ୍ଦାଫାଶ ହୋଇଛି। ଲୁଟର ଅଭିଯୋଗ କରିଥିବା ମ୍ୟାନେଜର ସନ୍ତୋଷ ରାଜଙ୍କ ଘରୁ ପୋଲିସ୍ ଏହି ଅର୍ଥ ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ, ଏକ ଘରୋଇ କମ୍ପାନୀର ମ୍ୟାନେଜେର ସନ୍ତୋଷ ରାଜ ଗତକାଲି ୧୮ ଲକ୍ଷ ଟଙ୍କା ନେଇ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ସମୟ ଏହି ସମୟରେ ରାଧାକିଶପୁର ଓଭରବ୍ରିଜ ନିକଟରେ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ। ମାତ୍ର ଆଜି ପୋଲିସ ସନ୍ତୋଷଙ୍କ ଘରୁ ଏହି ଅର୍ଥ ଜବତ କରିଛି ପୋଲିସ୍।
ନିଫ୍ଟୀ ୫୦ର ଅଂଶଧନ ମୂଲ୍ୟରେ ବୃଦ୍ଧି ସହିତ ଭାରତୀୟ ସେୟାର ବଜାର ଉପରକୁ ଉଠିଛି। ବୁଧବାର ଦିନ ସେନସେକ୍ସ ୨୦୦ପଏଣ୍ଟ ଉପରକୁ ଉଠିବା ସହିତ ୪୦ ହଜାର ପଏଣ୍ଟ ଅତିକ୍ରମ କରିଛି। ବୁଧବାର ଦିନ ଭାରତୀ ଇନ୍ଫ୍ରାଟେଲ୍, ଜୀ ଏଣ୍ଟରଟେନମେଣ୍ଟ, ଇନ୍ଫୋସିସ୍, ନେଷ୍ଟଲେ ଏବଂ ଆଇଟିସି ସେୟାର ମୂଲ୍ୟରେ ଅଭିବୃଦ୍ଧି ଘଟିବାରୁ ସେନସେକ୍ସରେ ଏହି ଅଭିବୃଦ୍ଧି ଘଟିଛି। ୨୦୦ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ ୪୦୧୦୬ ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀରେ ୫୪ ପଏଣ୍ଟର ଅଭିବୃଦ୍ଧି ସହିତ ୧୧୮୪୦ ପଏଣ୍ଟରେ ପହଞ୍ଚିଛି। ଏହି ସମୟରେ ନିଫ୍ଟି ଅଟୋର ଅଂଶଧନ ମୂଲ୍ୟରେ ୦.୭ ପ୍ରତିଶତ ହ୍ରାସ ଘଟିଛି।
ପାକିସ୍ତାନ ପକ୍ଷରୁ ମଙ୍ଗଳବାର ଦିନ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ବୁଧବାର ଭାରତୀୟ ସେନା ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜମ୍ମୁ କାଶ୍ମୀରର ମଚିଲି ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳି ବର୍ଷଣ କରାଯିବା ସହିତ ମୋର୍ଟାର ମାଡ କରାଯାଇଥିଲା । ଏହି ଆକ୍ରମଣରେ ଜଣେ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସେନା ପକ୍ଷରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସମୀକ୍ଷା ବ୍ୟୁରୋ ଆଜି ବାଣପୁରଠାରେ ବିଜୁ ଯୁବ ବାହିନୀ ତରଫରୁ ସଡକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ବାଣପୁର ଏନ୍ଏସି ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଠାରୁ ସହର ପରିକ୍ରମା କରିବା ସହ ଜନସାଧାରଣଙ୍କୁ ସଡକ ନିରାପତ୍ତା ସମ୍ପର୍କରେ ସଚେତନତା କରାଯାଉଛି। ଏହି ଅବସରରେ ଗାଡି ଚାଳକମାନଙ୍କୁ ଚକୋଲେଟ୍ ସହିତ ଗୋଲାପ ଫୁଲ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ୍ଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।
କାଶ୍ମୀର ପ୍ରସଙ୍ଗରେ ଭାରତକୁ ଅନ୍ତର୍ଜାତୀୟ ସଂଘର ସମର୍ଥନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମନ୍ତ୍ରୀଅଲୀ ଅମିନ୍ ଗଣ୍ଡାପୁର । ଜମ୍ମୁ କାଶ୍ମୀର ମାମଲାରେ ଭାରତକୁ ସମର୍ଥନ କରୁଥିବା ରାଷ୍ଟ୍ର ପାକିସ୍ତାନ ମିସାଇଲ ରାଡାରରେ ରହିଛନ୍ତି ବୋଲି ଗଣ୍ଡାପୁର ମତ ଦେଇଛନ୍ତି । ପୂର୍ବରୁ ପାକିସ୍ତାନ ରେଳ ମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ମଧ୍ୟ ଭାରତ ବିରୋଧୀ ମନ୍ତବ୍ୟ ପ୍ରଦାନ କରିଥିଲେ । ଭାରତକୁ ସମର୍ଥନ କରୁଥିବା ରାଷ୍ଟ୍ର ଇସଲାମାବାଦ ପାଇଁ ଶତ୍ରୁ ସଦୃଶ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଗଣ୍ଡାପୁର । ଏହି ଭିଡିଓଟି ପାକିସ୍ତାନୀ ସାମ୍ବାଦିକା ନାଇଲା ଇନାୟତ ନିଜ ଟ୍ବିଟ୍ଟର ପେଜ୍ରେ ସେୟାର କରିଥିଲେ ।
ଆର୍ଜେଣ୍ଟିନା ଫୁଟବଲ୍ ଷ୍ଟାର ଲିଓନେଲ୍ ମେସି ନିଜର ପାରମ୍ପରିକ ପ୍ରତିଦ୍ବନ୍ଦୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଅତିକ୍ରମ କରିଛନ୍ତି । ମଙ୍ଗଳବାର ରାତିରେ ବାର୍ସେଲୋନା ଏବଂ ଭାଲ୍ଲାଡଏଡ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ବାର୍ସେଲୋନା 5-1ରେ ବିଜୟୀ ହୋଇଥିବା ବେଳେ ମେସି ଦୁଇଟି ଗୋଲ୍ ସ୍କୋର କରିଥିଲେ । ଏହି ମ୍ୟାଚ୍ରେ ଦୁଇଟି ଗୋଲ ସ୍କୋର କରିବା ସହିତ ମେସି ରୋନାଲ୍ଡୋଙ୍କ କ୍ୟାରିୟର ଗୋଲ 606 ଗୋଲ୍କୁ ଅତିକ୍ରମ କରିବାରେ ସକ୍ଷମ ହୋଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ମେସି 606ଟି ଗୋଲ୍ ସ୍କୋର କରିଥିବା ବେଳେ ବର୍ତ୍ତମାନ ମେସିଙ୍କ ସମୁଦାୟ ଗୋଲ ସଂଖ୍ୟା 608ରେ ପହଞ୍ଚିଛି ।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକର ଚନ୍ଦକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଯମୁନା ଗୁଣ୍ଠା ନାମକ ଏହି ମହିଳା ଆଜି ସକାଳେ ଗାଁରେ ପ୍ରବାହିତ ହେଉଥିବା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗତ କିଛିଦିନର ବର୍ଷା ହେତୁ ନଦୀର ଜଳସ୍ତର ଅଧିକ ରହିଥିଲା । ଗାଧୋଇବା ବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ ଖସି ଯାଇଥିଲା । ଫଳରେ ସେ ବୁଡି ଯାଇ ପ୍ରାଣ ହରାଇଥିଲେ । ଖବର ପାଇ ଦମକଳ ବାହିନୀ ଗ୍ରାମରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି ।
ଜାମ୍ମୁ କାଶ୍ମରର କୁଲଗାମରେ 5 ଜଣ ଅଣ କାଶ୍ମୀରି ଶ୍ରମିକଙ୍କୁ ଆତଙ୍କବାଦୀ ମାନେ ହତ୍ୟା କରିଛନ୍ତି । 5 ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ବେଳେ ଜଣେ ଶ୍ରମିକ ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତ ଶ୍ରମିକ ମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ମଙ୍ଗଳବାର ଦିନ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ନେଇ ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି । ଏହା ସହିତ ପୁଲଓ୍ବାମାରେ ଏକ ସ୍କୁଲରେ ମୁତୟନ ଥିବା ଅର୍ଦ୍ଧ ସାମରିକ ବାହିନୀର ଯବାନଙ୍କ ଉପରକୁ ମଧ୍ୟ ଆତଙ୍କକୀ ମାନେ ଗୁଳି ଚଳାଇଥିବା ଜଣାପଡିଛି । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିହତ ଶ୍ରମିକଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରକାଶ କରିଛନ୍ତି ।
Depositors of PMC Bank protest outside the Reserve Bank of India, at BKC in Mumbai on Tuesday.
ଚୋରା ଲୁହାପଥର କିଣିବା ଅଭିଯୋଗରେ ଯାଜପୁରରେ ଜଣେ ଶିଳ୍ପପତି, ମ୍ୟାନେଜର ଏବଂ କର୍ମଚାରୀ ଗିରଫ ହୋଇଛନ୍ତି । ଛତିଶଗଡ଼ର ଏକ କାରଖାନାକୁ ଯାଉଥିବା ପିଗ୍ ଆଇରନ୍କୁ ବାଟରେ ଚୋରି କରିଥିବା ଅଭିଯୋଗରେ ରାଉରକେଲାର 3 ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ବିଶିଷ୍ଟ ଶିଳ୍ପପତି ହନୁମାନ ଗୋଏଲ, ତାଙ୍କ ମ୍ୟାନେଜର ଓ ଜଣେ କର୍ମଚାରୀ ଅଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗର ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ରାଉରକେଲାରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି ।
RIYADH, OCT 29 (UNI):-Prime Minister, Narendra Modi meeting the Minister of Energy, Prince Abdulaziz bin Salman Al Saud, in Riyadh, Saudi Arabia on Tuesday.UNI PHOTO-8F

