Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଉ କେତେ ଦିନ ଜାରି ରହିବ ଏ ଶିଶୁ ହତ୍ୟାକାରୀ ବ୍ୟବସ୍ଥା?
ବିଶେଷ ଖବର

ଆଉ କେତେ ଦିନ ଜାରି ରହିବ ଏ ଶିଶୁ ହତ୍ୟାକାରୀ ବ୍ୟବସ୍ଥା?

October 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତକାଲି ଏକ ଦୁଃଖଦ ଘଟଣା ଘଟିଗଲା । ତାମିଲନାଡୁର ତିରୁଚିରପଲ୍ଲୀରେ ଏକ ଦୁଇ ବର୍ଷର ଶିଶୁ ଅବ୍ୟବହୃତ ଖୋଲା ବୋରଓ୍ବେଲ୍‌ ଭିତରକୁ ଅସାବଧନତା ବଶତଃ ଗଳି ପଡିଥିଲା । ପ୍ରଥମେ ସେ ମାଟି ତଳୁ ୨୬ ଫୁଟରେ ଯାଇ ଲାଖିଥିଲା । ପରେ ସ୍ଥାନୀୟ ଅଧିକାରୀ ଏବଂ ଏନ ଡିଆରଏଫଙ୍କ ବହୁ ଉଦ୍ୟମ ସତ୍ତ୍ୱେ ଉଦ୍ଧାର ହେବ ବିଳମ୍ବ ହେଉଥିଲା । ଇତି ମଧ୍ୟରେ ଉଦ୍ଧାର କାର୍ଯ୍ୟ କୁ ୪୮ ଘଣ୍ଟା ବିତି ସାରିଥିଲା । ସମାନ୍ତରାଳ ଭାବେ ଅନ୍ୟ ଏକ ଗାଢ ଖୋଲା ଯାଉଥିଲା ତାକୁ ଉଦ୍ଧାର ପାଇଁ । ଏହି ସବୁ ଭିତରେ ଉକ୍ତ ଶିଶୁଟି ୨୬ ଫୁଟ ରୁ ଖସି ଯାଇ ପ୍ରାୟ ୪୮ ଫୁଟ ଯାଏଁ ଖସି ଯାଇଥିଲା । ସମସ୍ତେ ତଥାପି ଆଶା ରଖିଥିଲେ ଯେ ସେ ଜୀବିତ ଥିବ କିନ୍ତୁ ଉଦ୍ଧାର କାର୍ଯ୍ୟ ବେଳେ ପଚା ଦୁର୍ଗନ୍ଧ ଆସିବାରୁ କିଛି ସମୟ ଏହାକୁ ସ୍ଥଗିତ ରଖା ଯାଇଥିଲା ଏବଂ ପରେ ତାର ମୃତଦେହକୁ ଉଦ୍ଧାର କରାଗଲା । ପାଖରେ ତାର ଗରିବ ପିତାମାତା ବସି ତାକୁ ଡାକ ପକାଉଥିବାର ଦୃଶ୍ୟ ଅତି କରୁଣ ଥିଲା ।

ପ୍ରାୟ ସମୟରେ ଏପରି ପ୍ରାୟ ସମାନ ଘଟଣାବଳୀ ଭାରତ ବର୍ଷରେ ଦେଖାଯାଉଛି । କେତେବେଳେ ସେମାନଙ୍କୁ ଉଦ୍ଧାର କରାଯାଉଥିବାବେଳେ ଆଉ କେତେ ନିରହ କୋମଳମତି ଶିଶୁଙ୍କ ପ୍ରାଣ ଚାଲିଯାଉଛି । ଏଇ ବର୍ଷ  ପଞ୍ଜାବରେ ମଧ୍ୟ ଜଣେ ଶିଶୁଙ୍କୁ ଉଦ୍ଧାର କରା ଯାଇ ପାରିନ ଥିଲା । କୁରୁକ୍ଷେତ୍ରରେ  ୧୩ ବର୍ଷ ପୂର୍ବେ ସେହିଭଳି ଏକ ସମାନ ଘଟଣାରେ ଖସିପଡିଥିବା ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେଥିପାଇଁ ଏବେ ମଧ୍ୟ ଉଦ୍ଧାରକାରୀ ଦଳ ଶିଶୁକୁ ଉଦ୍ଧାର କରିବାକୁ ନେଇ ସୁନିଶ୍ଚିତ ରହିଥିଲେ । କିନ୍ତୁ ଏଥର ତାହା ସମ୍ଭବ ହେଲା ନାହିଁ ।

ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ। ଏହିଭଳି ଘଟଣା ଗ୍ରାମାଞ୍ଚଳରେ ବେଶୀ ଦେଖିବାକୁ ମିଳୁଛି , ଯେଉଁଠାରେ ଲୋକଙ୍କ ଆୟ ଏବଂ ସାଧନ ସୀମିତ ରହିଛି ।

ପୂର୍ବରୁ ଏପରି ଅନେକ ଘଟଣା ଘଟିଲା ପରେ ସେଠାକାର ସରକାର ଅନେକ ପଦକ୍ଷେପ ନେବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଶୀତଳ ଭଣ୍ଡାରରେ ରହି ଯାଇଛି । ଫଳସ୍ଵରୂପ ଭାରତରେ ପ୍ରତିବର୍ଷ ଏହିଭଳି ଘଟଣା ଦେଖିବାକୁ ମିଳୁଛି । ପାଣି ପାଇଁ ସମସ୍ତେ ବୋରୱେଲ ଖୋଳି ଦେଉଛନ୍ତି । ଏହା ବିଶେଷ ଭାବେର ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି । ପାଣି ନ ବାହାରିଲେ ତାକୁ ସେମିତି ଖୋଲା ଛାଡି ଦିଆଯାଉଛି । ଆଉ ଶିଶୁଟି ଖେଳୁ ଖେଳୁ ସେଠାରେ ଖସି ପଡୁଛି । ଆଉ ତା ପରେ ସମସ୍ତେ ନାଚାର । ପ୍ରଶାସନ ଓ ଭଗବାନ ଭରସା ।

ଏହିଭଳି ଘଟଣା ପ୍ରାୟତଃ ଘଟୁଥିଲେ ମଧ୍ୟ ଏ ଯାଏଁ କେନ୍ଦ୍ର କି ରାଜ୍ୟ ସରକାର କୌଣସି ବଳିଷ୍ଠ ଆଇନ ପ୍ରଣୟନ କିମ୍ବା ଏହାକୁ ରୋକିବାକୁ କୌଣସି ପଦକ୍ଷେପ ନେବାର ଦେଖା ଯାଇ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାମିଲନାଡୁ ସରକାର ରେଗୁଲେଶନ ଅଫ ସିଙ୍କିଙ୍ଗ ୱେଲ୍ସ ଏଣ୍ଡ ସେଫଟି ମେଜର ରୁଲ୍ସ ୨୦୧୫ ପ୍ରଣୟନ କରିଥିଲା ଯେଉଥିରେ ଅବ୍ୟବହୃତ ବୋର ୱେଲ ଗୁଡିକୁ ମାଟି ,ବାଲି ଓ ପଥର ସାହାଯ୍ୟରେ ବନ୍ଦ କରିଦେବାର ପ୍ରବଧାନ ରହିଥିଲା ।

ଏହି ସବୁ ନିୟମକୁ କଡାକଡି ପାଳନ କରିବାକୁ ହେଲେ ସମସ୍ତ ପଞ୍ଚାଯତ ସ୍ତରରେ ଉଦ୍ୟମ ହେବା ଜରୁରୀ। ସମସ୍ତ ଅବ୍ୟବହୃତ ବୋରୱେଲ ଗୁଡିକୁ ବନ୍ଦ କରିବା ଦାୟିତ୍ଵ ସ୍ଥାନୀୟ ପ୍ରଶାସନ ଉପରେ ନ୍ୟସ୍ତ ହେବା ଉଚିତ । ସେହିପରି ସହରରେ ଭୂତଳ ଜଳ ଉପରେ ନିର୍ଭର କରୁଥିବା ଅଧିବାସୀ ମାନଙ୍କର ସୁରକ୍ଷା ଦାୟିତ୍ଵ ପୌରପାଳିକା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଉପରେ ରହିବା ଜରୁରୀ । ଏ ନେଇ କଡା ଆଇନ ପ୍ରଣୟନ ମଧ୍ୟ ଜରୁରୀ । ଏପରି ହେଲେ ହୁଏ ତ ଆଉ ଜଣେ କୋମଳମତି ଶିଶୁ ଅନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇ ପାରିବ ଏବଂ କାହାର ସଂସାର ଉଜୁଡି ଯିବା ଆଗରୁ ସବୁ କିଛି ଠିକ ହେଇଯିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଚାଷୀଙ୍କ ପାଇଁ ଖୁସି ଖବର: ଆସନ୍ତାକାଲି ପ୍ରଦାନ କରାଯିବ ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି

October 29, 2026

ମହାରାଷ୍ଟ୍ର MLC ଫଳାଫଳ: କଂଗ୍ରେସକୁ ପ୍ରଶଂସା କଲେ ଶରଦ ପାୱାର ଗୋଷ୍ଠୀ

October 29, 2026

ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ନେଇ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା

October 29, 2026

MLC ଫଳାଫଳ: ୧୩ ଟି ଆସନ ଜିତିବା ସତ୍ତ୍ୱେ ଖୁସି ନାହିଁ ବିଜେପି

October 29, 2026
Latest News

ଚାଷୀଙ୍କ ପାଇଁ ଖୁସି ଖବର: ଆସନ୍ତାକାଲି ପ୍ରଦାନ କରାଯିବ ପିଏମ୍ କିଷାନ ଯୋଜନାର ୨୪ତମ କିସ୍ତି

October 29, 2026

ମହାରାଷ୍ଟ୍ର MLC ଫଳାଫଳ: କଂଗ୍ରେସକୁ ପ୍ରଶଂସା କଲେ ଶରଦ ପାୱାର ଗୋଷ୍ଠୀ

October 29, 2026

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ମହଙ୍ଗା ହେଲା ଦୁଧ

October 29, 2026

ଗଙ୍ଗା ବନ୍ୟା ନିୟନ୍ତ୍ରଣ ବୋର୍ଡର ୧୯ତମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

October 29, 2026

ସାରା ଅଲ୍ଲୀ ଖାନଙ୍କ କେଦାରନାଥ ଦର୍ଶନରେ ବିବାଦ: ଆପତ୍ତି ଉଠାଇଲେ ମୌଲାନା

October 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.