Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଉ କେତେ ଦିନ ଜାରି ରହିବ ଏ ଶିଶୁ ହତ୍ୟାକାରୀ ବ୍ୟବସ୍ଥା?
ବିଶେଷ ଖବର

ଆଉ କେତେ ଦିନ ଜାରି ରହିବ ଏ ଶିଶୁ ହତ୍ୟାକାରୀ ବ୍ୟବସ୍ଥା?

October 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତକାଲି ଏକ ଦୁଃଖଦ ଘଟଣା ଘଟିଗଲା । ତାମିଲନାଡୁର ତିରୁଚିରପଲ୍ଲୀରେ ଏକ ଦୁଇ ବର୍ଷର ଶିଶୁ ଅବ୍ୟବହୃତ ଖୋଲା ବୋରଓ୍ବେଲ୍‌ ଭିତରକୁ ଅସାବଧନତା ବଶତଃ ଗଳି ପଡିଥିଲା । ପ୍ରଥମେ ସେ ମାଟି ତଳୁ ୨୬ ଫୁଟରେ ଯାଇ ଲାଖିଥିଲା । ପରେ ସ୍ଥାନୀୟ ଅଧିକାରୀ ଏବଂ ଏନ ଡିଆରଏଫଙ୍କ ବହୁ ଉଦ୍ୟମ ସତ୍ତ୍ୱେ ଉଦ୍ଧାର ହେବ ବିଳମ୍ବ ହେଉଥିଲା । ଇତି ମଧ୍ୟରେ ଉଦ୍ଧାର କାର୍ଯ୍ୟ କୁ ୪୮ ଘଣ୍ଟା ବିତି ସାରିଥିଲା । ସମାନ୍ତରାଳ ଭାବେ ଅନ୍ୟ ଏକ ଗାଢ ଖୋଲା ଯାଉଥିଲା ତାକୁ ଉଦ୍ଧାର ପାଇଁ । ଏହି ସବୁ ଭିତରେ ଉକ୍ତ ଶିଶୁଟି ୨୬ ଫୁଟ ରୁ ଖସି ଯାଇ ପ୍ରାୟ ୪୮ ଫୁଟ ଯାଏଁ ଖସି ଯାଇଥିଲା । ସମସ୍ତେ ତଥାପି ଆଶା ରଖିଥିଲେ ଯେ ସେ ଜୀବିତ ଥିବ କିନ୍ତୁ ଉଦ୍ଧାର କାର୍ଯ୍ୟ ବେଳେ ପଚା ଦୁର୍ଗନ୍ଧ ଆସିବାରୁ କିଛି ସମୟ ଏହାକୁ ସ୍ଥଗିତ ରଖା ଯାଇଥିଲା ଏବଂ ପରେ ତାର ମୃତଦେହକୁ ଉଦ୍ଧାର କରାଗଲା । ପାଖରେ ତାର ଗରିବ ପିତାମାତା ବସି ତାକୁ ଡାକ ପକାଉଥିବାର ଦୃଶ୍ୟ ଅତି କରୁଣ ଥିଲା ।

ପ୍ରାୟ ସମୟରେ ଏପରି ପ୍ରାୟ ସମାନ ଘଟଣାବଳୀ ଭାରତ ବର୍ଷରେ ଦେଖାଯାଉଛି । କେତେବେଳେ ସେମାନଙ୍କୁ ଉଦ୍ଧାର କରାଯାଉଥିବାବେଳେ ଆଉ କେତେ ନିରହ କୋମଳମତି ଶିଶୁଙ୍କ ପ୍ରାଣ ଚାଲିଯାଉଛି । ଏଇ ବର୍ଷ  ପଞ୍ଜାବରେ ମଧ୍ୟ ଜଣେ ଶିଶୁଙ୍କୁ ଉଦ୍ଧାର କରା ଯାଇ ପାରିନ ଥିଲା । କୁରୁକ୍ଷେତ୍ରରେ  ୧୩ ବର୍ଷ ପୂର୍ବେ ସେହିଭଳି ଏକ ସମାନ ଘଟଣାରେ ଖସିପଡିଥିବା ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେଥିପାଇଁ ଏବେ ମଧ୍ୟ ଉଦ୍ଧାରକାରୀ ଦଳ ଶିଶୁକୁ ଉଦ୍ଧାର କରିବାକୁ ନେଇ ସୁନିଶ୍ଚିତ ରହିଥିଲେ । କିନ୍ତୁ ଏଥର ତାହା ସମ୍ଭବ ହେଲା ନାହିଁ ।

ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ। ଏହିଭଳି ଘଟଣା ଗ୍ରାମାଞ୍ଚଳରେ ବେଶୀ ଦେଖିବାକୁ ମିଳୁଛି , ଯେଉଁଠାରେ ଲୋକଙ୍କ ଆୟ ଏବଂ ସାଧନ ସୀମିତ ରହିଛି ।

ପୂର୍ବରୁ ଏପରି ଅନେକ ଘଟଣା ଘଟିଲା ପରେ ସେଠାକାର ସରକାର ଅନେକ ପଦକ୍ଷେପ ନେବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଶୀତଳ ଭଣ୍ଡାରରେ ରହି ଯାଇଛି । ଫଳସ୍ଵରୂପ ଭାରତରେ ପ୍ରତିବର୍ଷ ଏହିଭଳି ଘଟଣା ଦେଖିବାକୁ ମିଳୁଛି । ପାଣି ପାଇଁ ସମସ୍ତେ ବୋରୱେଲ ଖୋଳି ଦେଉଛନ୍ତି । ଏହା ବିଶେଷ ଭାବେର ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି । ପାଣି ନ ବାହାରିଲେ ତାକୁ ସେମିତି ଖୋଲା ଛାଡି ଦିଆଯାଉଛି । ଆଉ ଶିଶୁଟି ଖେଳୁ ଖେଳୁ ସେଠାରେ ଖସି ପଡୁଛି । ଆଉ ତା ପରେ ସମସ୍ତେ ନାଚାର । ପ୍ରଶାସନ ଓ ଭଗବାନ ଭରସା ।

ଏହିଭଳି ଘଟଣା ପ୍ରାୟତଃ ଘଟୁଥିଲେ ମଧ୍ୟ ଏ ଯାଏଁ କେନ୍ଦ୍ର କି ରାଜ୍ୟ ସରକାର କୌଣସି ବଳିଷ୍ଠ ଆଇନ ପ୍ରଣୟନ କିମ୍ବା ଏହାକୁ ରୋକିବାକୁ କୌଣସି ପଦକ୍ଷେପ ନେବାର ଦେଖା ଯାଇ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାମିଲନାଡୁ ସରକାର ରେଗୁଲେଶନ ଅଫ ସିଙ୍କିଙ୍ଗ ୱେଲ୍ସ ଏଣ୍ଡ ସେଫଟି ମେଜର ରୁଲ୍ସ ୨୦୧୫ ପ୍ରଣୟନ କରିଥିଲା ଯେଉଥିରେ ଅବ୍ୟବହୃତ ବୋର ୱେଲ ଗୁଡିକୁ ମାଟି ,ବାଲି ଓ ପଥର ସାହାଯ୍ୟରେ ବନ୍ଦ କରିଦେବାର ପ୍ରବଧାନ ରହିଥିଲା ।

ଏହି ସବୁ ନିୟମକୁ କଡାକଡି ପାଳନ କରିବାକୁ ହେଲେ ସମସ୍ତ ପଞ୍ଚାଯତ ସ୍ତରରେ ଉଦ୍ୟମ ହେବା ଜରୁରୀ। ସମସ୍ତ ଅବ୍ୟବହୃତ ବୋରୱେଲ ଗୁଡିକୁ ବନ୍ଦ କରିବା ଦାୟିତ୍ଵ ସ୍ଥାନୀୟ ପ୍ରଶାସନ ଉପରେ ନ୍ୟସ୍ତ ହେବା ଉଚିତ । ସେହିପରି ସହରରେ ଭୂତଳ ଜଳ ଉପରେ ନିର୍ଭର କରୁଥିବା ଅଧିବାସୀ ମାନଙ୍କର ସୁରକ୍ଷା ଦାୟିତ୍ଵ ପୌରପାଳିକା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଉପରେ ରହିବା ଜରୁରୀ । ଏ ନେଇ କଡା ଆଇନ ପ୍ରଣୟନ ମଧ୍ୟ ଜରୁରୀ । ଏପରି ହେଲେ ହୁଏ ତ ଆଉ ଜଣେ କୋମଳମତି ଶିଶୁ ଅନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇ ପାରିବ ଏବଂ କାହାର ସଂସାର ଉଜୁଡି ଯିବା ଆଗରୁ ସବୁ କିଛି ଠିକ ହେଇଯିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.