ସମୀକ୍ଷା ବ୍ୟୁରୋ ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ଅଧିକାରୀ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ନିରନ୍ତର ଘାଏଲ କରୁଥିବା ବେଳେ ଯାଜପୁର ଜିଲାର ଜନୈକ ବିଜେପି ନେତା ତଥା ବିଜେପି ରାଜ୍ୟ ପରିଷଦର ସଦସ୍ୟ ଉଦୟନାଥ ସାହୁ କିଛି ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି। ବିଜେପି, କଂଗ୍ରେସ ଓ କିଛି ଗଣ ମାଧ୍ୟମରେ ଯେଉଁ ସବୁ ପ୍ରସଙ୍ଗର ଅବତାରଣା କରା ଯାଉଛି, ଉଦୟନାଥଙ୍କ ପ୍ରସଙ୍ଗ ତା ଠୁ ଯଥେଷ୍ଟ ଅଲଗା। ଆଜି ନିଜର ଫେସବୁକ ୱାଲ ରେ ଏକ ଦୀର୍ଘ ପୋଷ୍ଟ ଲେଖି ଉଦୟନାଥ ସାହୁ ଯେଉଁ ପ୍ରଶ୍ନ ସବୁ ପଚାରିଛନ୍ତି ତାହାର ଉତ୍ତର ତାଙ୍କ ଦଳର ବିଶିଷ୍ଟ ନେତା ଓ ମୁଖପାତ୍ରମାନେ ଦେବା ଉଚିତ ହେବନାହିଁ କି? ତେବେ ଉଦୟନାଥ ସାହୁ ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ରାଜ୍ୟ ନେତୃତ୍ବଠାରୁ ଭିନ୍ନ ମତ ଦେଇଛନ୍ତି। ତାଙ୍କ ମତକୁ ରାଜ୍ୟ ନେତୃତ୍ଵ ଖଣ୍ଡନ କରିନାହାନ୍ତି। ବିଜେପିର ରାଜ୍ୟ…
Author: Samikhsya Bureau
କଟକ ଜିଲ୍ଲା ଆଠଗଡ଼ ନିକଟ ଘଣ୍ଟିଖାଲ ନିଧପୁର ଷ୍ଟେସନ ପାଖରେ ଆଜି ଏକ ମାଲବାହୀ ଟ୍ରେନ୍ରୁ ୫ଟି ବଗି ଛିଡ଼ି ଅଲଗା ହୋଇଯାଇଥିଲା। ୫ଟି ବଗିକୁ ଛାଡ଼ି ଟ୍ରେନ୍ଟି ବେଶ୍ କିଛି ଦୂର ପଳାଇଥିଲା। ଏହା ପୁରୁଣା କଟକ-ସମ୍ବଲପୁର ଲାଇନ୍ର ନିଧିପୁର ଲେବଲ୍ କ୍ରସିଂ ଠାରେ ଅଟକି ଥିଲା। ଏଥିଯୋଗୁ ପ୍ରାୟ ଘଣ୍ଟାଏ ଧରି ନିଧିପୁର ଲେବଲ୍ କ୍ରସିଂର ଉଭୟ ପଟ ରାସ୍ତାରେ ଶହଶହ ଗାଡ଼ିମଟର ଅଟକି ରହିଥିଲା। ଷ୍ଟେସନ କର୍ତ୍ତୃପକ୍ଷଙ୍କ ସୂଚନା ଆଧାରରେ ରେଳବାଇ ଅଧିକାରୀ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସମୀକ୍ଷା ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଚାଲିଛି ନାନା କଳ୍ପନା ଜଳ୍ପନା । ୨୮୮ ବିଧାନସଭା ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମିଳିତ ଭାବରେ ଚଳିତ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଉଭୟ ୧୬୧ଟି ଆସନରେ ଜିତିଛନ୍ତି। ବିଜେପି ୧୦୫ଟି ଆସନ ଓ ଶିବସେନା ୫୬ଟି ଆସନ ପାଇଛି । ସେହିପରି ସେଠାରେ ଏନ୍ସିପି ଓ କଂଗ୍ରେସ ମେଣ୍ଟର ୯୮ଟି ଆସନ ମଧ୍ୟରୁ କଂଗ୍ରେସକୁ ୪୪ଟି ଆସନ ମିଳିଥିବା ଏନ୍ସିପିକୁ ୫୪ଟି ଆସନ ମିଳିଛି, ସ୍ବାଧୀନ ପ୍ରାର୍ଥୀ ୧୨ଟି, ସମାଜବାଦୀ ୨ଟି, ଓ୍ବୈଓ୍ବସି ଦଳ ୨, ମହାରାଷ୍ଟ୍ର ନବନିର୍ମାଣଦଳକୁ ଗୋଟିଏ ଲେଖାଏଁ ଆସନ ମିଳିଛି । ସ୍ଵାଭାବିକ ଭାବରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଠନ ହେବା କଥା । ତେବେ ନିର୍ବାଚନ ପରିଣାମ ଘୋଷଣା ହେବାର ୪ ଦିନ ପରେ ବି ସରକାର ଗଠନ କରିବାର କିଛି ସୋର୍ ଶବ୍ଦ ଶୁଭୁନାହିଁ ।…
ଭାଇରାଲ୍ ହୋଇଛି ପୁରୀ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ । ଟିକ୍ଟକ୍ରେ ଏହି ଭିଡିଓ ଭାଇରାଲ୍ ହୋଇଛି । ଜଣେ ଯୁବତୀ ଏହି ଟିକ୍ଟକ୍ ଭିଡିଓ କରିଛନ୍ତି । ଭିଡିଓରେ ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖର ଦୃଶ୍ୟ ଓ ଭୋଗ ପାଇଁ ଅବଢ଼ା ବୁହାଯିବା ବେଳର ଦୃଶ୍ୟ ସୁଟିଂ କରାଯାଇଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ପାଇଁ କଟକଣା ଜାରି ହୋଇଥିବା ସତ୍ତ୍ୱେ ଯୁବତୀ ଜଣଙ୍କ କେମିତି ମୋବାଇଲ୍ ନେଇ ପ୍ରବେଶ କଲେ, ତାହା ପ୍ରଶାସନକୁ ଚିନ୍ତାରେ ପକାଇଛି । ପୁଣି ଯୁବତୀ ଜଣଙ୍କ ଟିକ୍ଟକ୍ କଲାବେଳେ କେହି କେମିତି ଜାଣିପାରିଲେ ନାହିଁ, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଶ୍ରୀମନ୍ଦିରରେ ଅବଢା ଖାଉଥିବା ବେଳର ସେଲ୍ଫି ଚର୍ଚ୍ଚାକୁ ଆସିଥିଲା ।
ମହାରାଷ୍ଟ୍ରରେ ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ ଏହାକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ଶିବସେନା ଉପ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସନ୍ତୁଷ୍ଟ ରହିବା ଉଚିତ୍ ବୋଲି ରିଭଲ୍ୟୁସନାରୀ ପାର୍ଟି ଅଫ୍ ଇଣ୍ଡିଆ ମୁଖ୍ୟ ରାମଦାସ ଅଠାଓ୍ବଲେ ପ୍ରକାଶ କରିଛନ୍ତି । ଭାରତୀୟ ଜନତା ପାର୍ଟି ଅଢେଇ ବର୍ଷୀୟ ମୁଖ୍ୟମନ୍ତ୍ରୀ ସର୍ତ୍ତରେ ଆଦୌ ରାଜି ହେବ ନାହିଁ ତେଣୁ ଶିବସେନା ଆଦିତ୍ୟ ଠାକ୍ରେଙ୍କ ଉପ ମୁଖ୍ୟମନ୍ତ୍ରୀତ୍ବରେ ସନ୍ତୁଷ୍ଟ ରହିବା ଉଚିତ୍ । ଏହା ସହିତ କେନ୍ଦ୍ରମନ୍ତ୍ରୀ ଅଠାଓ୍ବଲେ କହିଛନ୍ତି ବିଜେପି-ଶିବସେନା ମେଣ୍ଟ ସପକ୍ଷରେ ଜନାଦେଶ ମିଳିଛି ତେଣୁ ବିବାଦ ପରିତ୍ୟାଗ କରି ଉଭୟ ଦଳ ସରକାର ଗଠନ କରିବା ଉଚିତ୍ ବୋଲି ଅଠାଓ୍ବଲେ ମତ ଦେଇଛନ୍ତି ।
ସମୀକ୍ଷା ବ୍ୟୁରୋ ଦୀପାବଳି ଅବସରରେ ବାଣପୁରର ଗମ୍ଭାରୀମୁଣ୍ଡାରେ ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ନିଜ ଘରେ ଲିଚୁ ଲାଇଟ୍ ଲଗାଉଥିବା ସମୟରେ ଦେଓଗାଁ ପଞ୍ଚାୟତର ଘାସେଡିହ ଗ୍ରାମର ଏହି ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି। ମୃତ ଯୁବକ ଜଣଙ୍କ ମନୋଜ ପ୍ରଧାନ(୧୭) ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟା ୭ଟା ସମୟରେ ଏହି ଅଘଟଣ ଘଟିଥିବା ବେଳେ ତାଙ୍କୁ ଗମ୍ଭାରୀମୁଣ୍ଡା ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରିଥିଲେ। ମାତ୍ର ଭୁବନେଶ୍ବରରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମନୋଜଙ୍କ ଘରେ ଲାଗିଥିବା ଲିଚୁ ଲାଇଟ୍ ଖରାପ ଥିବାରୁ ଜଳୁନଥିଲା। ଏହାକୁ ସଜାଡିବାକୁ ଚେଷ୍ଟା କରିବା ସମୟରେ ଭୁଲବଶତଃ ମେନ୍ ସୁଇଚ୍ ବନ୍ଦ କରିବାକୁ ଭୁଲି ଯାଇଥିବାରୁ ଏହି ଅଘଟଣ ଘଟିଥିବା ଜଶା ପଡିଛି।
ସିରିଆରେ ଆମେରିକା ସେନା ପକ୍ଷରୁ ଆକ୍ରମଣ କରାଯାଇଥିବା ଆକ୍ରମଣ ସମ୍ବନ୍ଧରେ ଋଷ ସେନା ଅବଗତ ନଥିବା ନେଇ ଋଷ ପ୍ରତିରକ୍ଷା ମୁଖପାତ୍ର ଆଇଗର୍ କୋନାସେଙ୍କୋଭ୍ ପ୍ରକାଶ କରିଛନ୍ତି । ରବିବାର ଆମେରିକା ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ ଆମେରିକା ପକ୍ଷରୁ କରାଯାଇଥିବା ଆକ୍ରମଣରେ ଆଇଏସ୍ ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀ ନିହତ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଆମେରିକାର ପ୍ରମୁଖ ବିରୋଧୀ ରାଷ୍ଟ୍ର ଋଷ ପକ୍ଷରୁ ଏହ ଆକ୍ରମଣକୁ ଅସ୍ବୀକାର କରିବା ସହିତ ଆକ୍ରମଣ ନେଇ ଅବଗତ ନଥିବା ସ୍ପଷ୍ଟ କରିଛି । ଋଷ ମୁତାବକ ସିରିଆର ଇଡଲିବ୍ରେ ଏହି ଆକ୍ରମଣ ହୋଇଥିଲା ଯେଉଁଠି ଋଷ ସେନାବାହିନୀ ଉପସ୍ଥିତ ଥିଲେ । ଦ୍ବିତୀୟତଃ ସମସ୍ତ ରାଷ୍ଟ୍ର ଏହି ଆକ୍ରମଣକୁ ନେଇ ଅଲଗା ଅଲଗା ତଥ୍ୟ ପ୍ରଦାନ କରୁଥିବାରୁ ଏହା ଅବିଶ୍ବାସଯୋଗ୍ୟ ବୋଲି ଋଷ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଉନ୍ନାଓ ଦୁଷ୍କର୍ମ ମାମଲାରେ ଜେଲ୍ରେ ରହିଥିବା ବିଜେପି ନେତା କୁଲ୍ଦୀପ୍ ସେନ୍ଗାରଙ୍କୁ ୭୨ ଘଣ୍ଟିଆ ପାରୋଲ୍ ମିଳିଛି। ନିଜ ଭାଇଙ୍କ ଶୁଦ୍ଧକ୍ରିୟା ନିମନ୍ତେ କୁଲ୍ଦୀପ୍ ଏବଂ ଅତୁଲ୍ ସେନ୍ଗାର୍ଙ୍କୁ ୭୨ ଘଣ୍ଟାର ପାରୋଲ୍ରେ ଛଡାଯାଇଛି। ଦିଲ୍ଲୀରେ କୁଲ୍ଦୀପଙ୍କ ସାନଭାଇ ମନୋଜ ସେନ୍ଗାରଙ୍କ ଦେହାନ୍ତ ହୋଇଥିଲା। ସୋମବାର ଅପରାହ୍ନରେ ମନୋଜଙ୍କ ଶୁଦ୍ଧକ୍ରିୟା ହେବ ତେଣୁ ଉଭୟ କୁଲ୍ଦୀପ୍ ଏବଂ ଅତୁଲ୍ ସେନ୍ଗାର୍ଙ୍କୁ ୭୨ ଘଣ୍ଟାର ପାରୋଲ୍ ଅବଧି ପ୍ରଦାନ କରାଯାଇଛି। କୁଲଦୀପଙ୍କୁ ଦିଲ୍ଳୀରୁ ଉନ୍ନାଓ ଅଣାଯାଇଥିବା ବେଳେ ଲକ୍ଷ୍ନୌ ଜେଲ୍ରେ ଥିବା ଅତୁଲଙ୍କୁ ଉନ୍ନାଓ ଅଣାଯାଇଛି।
ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପରେ ଦତୁଇ ସହଯୋଗୀ ରାଜନୈତିକ ଦଳ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଏକ ଅଲଗା ସ୍ତରରେ ପହଞ୍ଚିଛି । ସୋମବାର ଉଭୟ ରାଜନୈତିକ ଦଳର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଜେପ ପକ୍ଷରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଭେଟିଥିବା ବେଳେ ପୂର୍ବତନ ମହାରାଷ୍ଟ୍ର ସଡକ ଓ ପରିବହନ ମନ୍ତ୍ରୀ ଦିବାକର ରାଓଟେ ଶିବସେନା ପ୍ରତିନିଧି ଭାବରେ ରାଜ୍ୟପାଳଙ୍କୁ ଭେଟିଥିଲେ । ଉଭୟ ଦଳର ପ୍ରତିନିଧି ଅଲଗା ଅଲଗା ରାଜ୍ୟପାଳଙ୍କୁ ଭେଟିବା ପରେ ମେଣ୍ଟକୁ ନେଇ ସଙ୍କଟ ଦେଖା ଦେଇଛି । ରାଜ୍ୟପାଳଙ୍କୁ ଭେଟିବା ସମ୍ପୂର୍ଣ୍ଣ ଅନୌପଚାରିକ ଥିଲା ଏବଂ ଦୀପାବଳିର ଶୁଭେଚ୍ଛା ପ୍ରଦାନ କରିବା ନିମନ୍ତେ ଥିଲା ବୋଲି ରାଓଟେ ପ୍ରକାଶ କରିଥିଲେ । ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ସହିତ କୌଣସି ଆଲୋଚନା ହୋଇନଥିବା ନେଇ ବିଜେପିର ଜନୈକ ବରିଷ୍ଠ ନେତା ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ,…
ସମୀକ୍ଷା ବ୍ୟୁରୋ ଗତକାଲି ରାତିରେ ବାଣପୁର ବ୍ଲକ ବାଁଳୋଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବାଣ ଫୁଟାଇବା ଦ୍ଵାରା ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସୁଚନା ଅନୁଯାୟୀ ଗତକାଲି ଦୀପାବଳିରେ ବାଣ ଫୁଟି ନିଆଁ ଝୁଲ ପଡିବା ଦ୍ଵାରା ଗଗନ ପ୍ରଧାନଙ୍କର ଚାଳଘର ପୋଡିଯାଇଥିଲା। ପରବର୍ତ୍ତୀ ସମୟରେ ସେହି ନିଆଁ ପଡୋଶୀ ଘରକୁ ତୁରନ୍ତ ବ୍ୟାପିଯାଇଥିଲା। ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିବାରେ ସମର୍ଥ ହୋଇଥିଲେ। ଏହି ଦୟନୀୟ ଘଟଣାରେ ଗଗନପ୍ରଧାନଙ୍କ ଏକ ବଖରା ଚାଳ ଘର ସହ ବହୁ ଆସବାବପତ୍ର ପୋଡିଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି। ସେହିପରି ଯୁଗଳ ପ୍ରଧାନଙ୍କର ଏକ ବଖରା ଚାଳ ଘର ସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଅନୁଗୁଳ- ଏଟିଏମ ଚୋରମାନେ କେତେବେଳେ କଣ କରନ୍ତି ତାହା ଜାଣିବା କଷ୍ଟକର। ସେହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଅନୁଗୁଳର ଏକ ଏଟିଏମରେ। ଅନୁଗୁଳ ଛେଣ୍ଡିପଦା ଥାନା ଅଧିନରେ ଥିବା ବଗଡିଆ ଛକରେ ରହିଛି ଏକ ଏସବିଆଇ ଏଟିଏମ। ଏହି ଏଟିଏମରୁ ଗତକାଲି ରାତିରେ ଜଣେ ଯୁବକ ପଇସା ଉଠାଇବା ପାଇଁ ଯାଇଥିଲେ। ଏଟିଏମ ଭିତରେ ପଶି ସେ ତାଙ୍କର କାର୍ଡକୁ ଭର୍ତ୍ତି କଲେ। ତାପରେ ସେ ସିଲେକସନ ବଟମ ଟିପିବା ବେଳେ ସେହି ବଟମ ବୋର୍ଡଟି ଟିକିଏ ଘୁଞ୍ଚିଗଲା। ଯୁବକ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ। ତଥାପି ତାକୁ ଠିକରେ ରଖି ପଇସା ଉଠାଇବାକୁ ଚେଷ୍ଠା କଲେ। ହେଲେ ତାହା ଠିକରେ ରହିଲା ନାହିଁ। ଏହାପରେ ସେହି ଯୁବକଙ୍କର ସନ୍ଦେହ ହେଲା। ତା ଉପରେ ସେ ଅନୁଧ୍ୟାନ କଲେ। ଆଉ ଜାଣିପାରିଲେ ଯେ କେହି ଜଣେ ଗୋଟିଏ ଡିଭାଇସ କି-ବୋର୍ଡ ଉପରେ ଖଞ୍ଜି ଦେଇଛି। ସନ୍ଦେହ ହେବା…
କେଦାର ମିଶ୍ର ଲାଭ ଓ ଲୋଭର ମାୟାରେ ପଡି ଦଳ ବଦଳ କରୁଥିବା ନେତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଛନ୍ତି। ଗତ ୨୪ ତାରିଖ ଦିନ ହରିଆଣା ଓ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ହୋଇଥିବା ଉପ ନିର୍ବାଚନର ଫଳ ଦଳବଦଳକାରୀ ଓ ସୁବିଧାବାଦୀ ନେତାମାନଙ୍କୁ ବଡ ଝଟକା ଦେଇଛି। ପୂର୍ବରୁ ଓଡିଶା ନିର୍ବାଚନରେ ମଧ୍ୟ ଏ ଜାତୀୟ ନେତାମାନଙ୍କ ଦୁରବସ୍ଥା ଆମେ ଦେଖିଛୁ। ନିଜ କ୍ଷମତାକୁ ନେଇ ଅଧିକ ଆତ୍ମା ବିଶ୍ଵାସ ରଖି ଯେ କୌଣସି ଦଳକୁ ଗଲେ ମଧ୍ୟ ଜିତିଯିବାର ସମ୍ଭାବନା ଏବେ ଆଉ ନାହିଁ। ଲୋକେ ଦଳ ପ୍ରତି ନେତାମାନଙ୍କର ଅନୁରକ୍ତିରୁ ସେମାନଙ୍କର ସ୍ବଚ୍ଛତାକୁ ଆକଳନ କରୁଛନ୍ତି। ଋତୁ ଦେଖି ରଙ୍ଗ ବଦଳାଉଥିବା ନେତା ଏବେ ଜନତାଙ୍କ ଜବାବ ମୁହେଁ ମୁହେଁ ପାଇଯାଉଛନ୍ତି। ଏହାର କିଛି ଉଦାହରଣ ଦେଇ ଆମେ ପୁରା ଘଟଣାକୁ ଜାଣିବାର ପ୍ରୟାସ କରିବା। ଉଦୟନ ରାଜ ଭୋଂସଲା, ମହାରାଷ୍ଟ୍ର ରାଜନୀତିରେ ଏକ…
CHANDIGARH, OCT 27 (UNI);- Haryana Chief Minister Manohar Lal and Deputy Chief Minster Dusayant Chautla at oath ceremony, oath by Haryana Governor Satyadev Narayan Arya at Haryana Raj Bhawan in Chandigarh on Sunday. UNI PHOTO-26U
CHANDIGARH, OCT 27 (UNI);- Haryana Chief Minister Manohar Lal at oath ceremony, oath by Haryana governor Satyadev Narayan Arya at Haryana Raj Bhawan in Chandigarh on Sunday. UNI PHOTO-27U
KANNUR, OCT 27 (UNI) Diya’s arranged in a pond by the devotees, adjoining to Sree Sunderaswara temple in Talap, on the occasion of Deepavali, on Sunday.
PATNA, OCT 27 (UNI):- Bihar Chief Minister Nitish Kumar lighting a candle at his official resident during celebrate Diwali festival, in Patna on Sunday.UNI PHOTO-46U
MUMBAI,OCT 27 (UNI) – Stockbrokers trades with their family during a special muhurat trading session for Diwali and Laxmi Puja at BSE in Mumbai on Sunday.UNI PHOTO-55U

