Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରଥନ୍‌
ଆଜିର ଖବର

ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରଥନ୍‌

October 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ  ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ  (ଓସ୍‌ଡମା) ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ମିନି ମାରଥନ୍‌ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନଂ – ୩ରୁ ଆରମ୍ଭ ହୋଇଥିବା  ‘ବିପର୍ଯ୍ୟୟ ପ୍ରତିରୋଧ ନିମେନ୍ତ ଗୋଷ୍ଠୀ ସଶକ୍ତିକରଣ’ ଶୀର୍ଷକ ଏହି ମିନି ମାରଥନକୁ ରାଜସ୍ବ ଓ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ଇଲୋକ୍ଟ୍ରୋନିକ୍ସ ଓ ସୂଚନା ମାରାଥନକୁ ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା  ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିେଲ ।

ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଲୋଡା ସଚେତନତା । ଆଗୁଆ ସୂଚନା ସହିତ ସାମୂହିକ ଉଦ୍ୟମ ବଳେର ବଡ଼ରୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ସମ୍ଭବପର । ଏହି ସଚେତନତା ଗଣଦୌଡ଼ ଭବିଷ୍ୟତରେ ବିପର୍ଯ୍ୟୟକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ମିନି ମାରାଥନ୍‌ ଶୁଭାରମ୍ଭ ଅବସରରେ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଠିକ୍‌ ସମୟୋପେଯୋଗୀ ପଦକ୍ଷେପ ଯୋଗୁଁ ଆମେ ଫାଇଲିନ୍‌, ହୁଡ୍‌ହୁଡ୍‌ ଏବଂ ଫନି ଭଳି ବାତ୍ୟାକୁ ସଫଳ ମୁକାବିଲା କରିବାରେ ସମର୍ଥ ହୋଇପାରିଛୁ । ଭବିଷ୍ୟତରେ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଆମକୁ ଅଧିକରୁ ଅଧିକ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଥିଲେ ।

୧୯୯୯ ମସିହାରେ ଆମ ପାଖରେ ଆବଶ୍ୟକ ସଂସାଧନ ନଥିବାରୁ କ୍ଷୟକ୍ଷତି ସଂଖ୍ୟା ଅଧିକ ହୋଇଥିଲା । ତେବେ ଏଥିରୁ ଆମେ ଯଥେଷ୍ଟ ଶିକ୍ଷାଲାଭ କରି ସବୁପ୍ରକାର ପୂର୍ବପ୍ରସ୍ତୁତି, ସଚେତନତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସଠିକ୍‌ ଉପଯୋଗ କରି ଆଜିର ଦିନରେ ବିପର୍ଯ୍ୟୟଜନିତ ଜନଜୀବନ କ୍ଷୟକୁ ଯଥେଷ୍ଟ କମାଇ ପାରିଛେ ବୋଲି ପ୍ରମୁଖ ଶାସନ ସଚିବ ତଥା ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ । ଏହି ଅବସରରେ ଏକ ମିନି ମାରଥନ୍‌ ଅନୁଷ୍ଠିତ ହୋଇଥିଲଶ ।  କଳିଙ୍ଗ ଷ୍ଟାଡିୟମ୍‌ରୁ ଓ୍ବାଲ୍ଡ ଛକ, ୟୁନି୍‌ଟ ୪ ହସ୍ପିଟାଲ୍‌ ଛକ, ୧୨୦ ବାଟାଲିୟମ୍‌ ଛକ, ପାଓ୍ବାରହାଉସ୍‌ ଛକ, ଗଭର୍ଣ୍ଣର ଛକ, ଗଭର୍ଣ୍ଣର ହାଉସ୍‌ ଛକରେ ପହଞ୍ଚିବା ପରେ ପୁଣି ପାଓ୍ବାରହାଉସ୍‌ ଛକ, ୧୨୦ ବାଟାଲିୟନ୍‌ ଛକ, ୟୁନି୍ଟ୍‌- ୪, ହସ୍ପିଟାଲ୍‌ ଛକ, ଓ୍ବାଲ୍ଡ ଛକ ଦେଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ମିନିମାରଥନ୍‌ ଅନୁଷ୍ଠିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମରେ ଓଏସ୍‌ଡି ତଥା ଯୁଗ୍ମ ରିଲିଫ୍‌ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର, ଓସ୍‌ଡମାର ଚିଫ୍‌ ଜେନେରାଲ୍‌ ମ୍ୟାନେଜର୍‌ ସତ୍ୟରଞ୍ଜନ ସାହୁ, କ୍ରୀଡା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ମନୋଜ କୁମାର ପାଢୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏ. ପାଠକଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026
Latest News

କଟକରେ ସକାଳୁଆ ସ୍କୁଲ

April 19, 2026

ସାଇବର ଠକେଇ ବନ୍ଦ କରିବ : ‘ଅଭୟ’

April 19, 2026

ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ

April 19, 2026

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

April 19, 2026

ଜଳଭଣ୍ଡାରରେ ବୁଡ଼ି ୨ ନାବାଳାକଙ୍କର ମୃତ୍ୟୁ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.