Author: Samikhsya Bureau
ସମୀକ୍ଷା ବ୍ୟୁରୋ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ବାଲୁଗାଁ, ଶାଖା ଦ୍ବାରା ଏହାର ଆୟମ୍ ଷ୍ଟୁଡେଣ୍ଟ ଫର୍ ଡେଭଲପମେଣ୍ଟ ଦ୍ବାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଧାରରେ ବାଲୁଗାଁ ଚିଲିକା କୂଳ ସ୍ଥିତ ତାଳପେଟି ଗ୍ରାମ ବସ୍ତି ଅଞ୍ଚଳରେ ମା’ କାଳିଯାଇ ସଂସ୍କାର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଉକ୍ତ ସଂସ୍କାର କେନ୍ଦ୍ରର ବସ୍ତି ଅଞ୍ଚଳର ୫୦ଜଣ ଛୋଟ ପିଲାମାନେ ଯୋଗ ଦେଇଥିଲେ। ବାଲୁଗାଁ କଲେଜର ଯୁକ୍ତି ତିନି କ୍ୟାମ୍ପସର ସଭାପତି ଭବାନୀ ପ୍ରହରାଜ ଓ ସମ୍ପାଦକ ତରୁଣ ନାୟକ ଉଦ୍ୟମରେ ଉକ୍ତ ସଂସ୍କାର କେନ୍ଦ୍ର ଆରମ୍ଭ ହୋଇଥିବାବେଳେ ଏହାକୁ ଶାଳିଆ ପ୍ରେସ୍ କ୍ଲବ୍ର ଉଦୀୟମାନ ଯୁବ ସାମ୍ବାଦିକ ତଥା ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦିବ୍ୟକାନ୍ତ ବେହେରା ଓ ଅନିଲ୍ କୁମାର ପାଇକରାୟ ଏହାକୁ ଉଦ୍ଘାଟନ କରିଥିଲେ। ଅତିଥିମାନେ ଏହି ଅଞ୍ଚଳର ଛୋଟ ଛୋଟ ଶିଶୁମାନଙ୍କୁ ବିଭିନ୍ନ ସାମାଜିକ ବିଷୟ ଉପରେ ଜ୍ଞାନ ପ୍ରଦାନ କରିଥିବାବେଳେ…
ସମୀକ୍ଷା ବ୍ୟୁରୋ ବାଣପୁର ସ୍ଥିତ ଶ୍ରୀଶ୍ରୀ ରଙ୍କନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଓଡ଼ିଶା ପାଇକ ମହାସଂଘ ଦ୍ବାରା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ରାଜ୍ୟ କୋଷାଧ୍ୟକ୍ଷ ରଞ୍ଜନ କୁମାର ବଳିୟାରସିଂହ, ରାଜ୍ୟ ସଂଯୋଜକ କେଦାର ଦାଶ, ସମ୍ପାଦକ ପ୍ରଫେସର ଜ୍ଞାନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଏତଦ୍ବ୍ୟତୀତ ଏହି ବୈଠକରେ ବାଣପୁର ଓ ବାଲୁଗାଁ ଅଞ୍ଚଳର ୩୦ଟି ଦଳର ଦଳବେହେରା, ଦଳପତି, ପାଇକ ସର୍ଦ୍ଦାର, ପାଇକ ଗୁରୁ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି ବୈଠକରେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଣପୁର ପଲଟଣ ପଡ଼ିଆରେ ଏକ ବିରାଟ ସମାବେଶର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଏହା ସହିତ ପାଇକମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ…
ଭଦ୍ରକରେ ନିଆଁରେ ପୋଡ଼ି ଗୁରୁତର ଥିବା ବାପା, ପୁଅଙ୍କର ମୃତ୍ୟୁ ଘଟିଛି । କଟକ ବଡ଼ ମେଡ଼ିକାଲରେ ଆଜି ଚିକିତ୍ସାଧିନ ଅବସ୍ଥାରେ ଦୁହିଁଙ୍କ ପ୍ରାଣ ଚାଲିଯାଇଛି । ଉଲ୍ଲେଖଯୋଗ୍ୟ, ଗତକାଲି ଭଦ୍ରକ ଜିଲ୍ଲା ଧାମନଗର କଟସାହି ପଞ୍ଚାୟତ ସାମଚାନ୍ଦପାଟଣା ଗାଁର ଗୋଟିଏ ପରିବାରର ଦୁଇ ସଦସ୍ୟ ଅର୍ଥାତ ବାପ,ପୁଅ ଦୋକାନରେ ଧୂପ ଦେଇଥିଲେ । ସେହି ଧୂପରୁ କୌଣସି କାରଣ ବଶତଃ ଚାରିଆଡ଼େ ନିଆାଁ ବ୍ୟାପି ଯାଇଥିଲା । ଫଳରେ ଦୁହେଁ ସେହି ନିଆରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡ଼ିକାଲ ଓ ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ମଣିପୁର ଇମ୍ଫାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ ଓଲଟିବା ଫଳରେ ୨୦ ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ କିଛି ଜୁଡ଼ୋ ଖେଳାଳିଙ୍କୁ ନେଇ ଏକ ବସଟି ଇମ୍ଫାଲରୁ ଯାଉଥିଲା। ଆଜି ଭୋରୁ ଇମ୍ଫାଲରୁ ଦୀମାପୁର ଆସିବା ବାଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସଟି ଓଲଟି ପଡ଼ିବାରୁ ୨୦ଜଣ ଯାତ୍ରୀ ବା ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ପଠାଇବାକୁ ବ୍ୟବସ୍ଥା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ବସଟିରେ କୋଚଙ୍କ ସମେତ ୩୦ଜଣ ଜୁଡ଼ୋ ଖେଳାଳି ଥିଲେ।
ଭାରତୀୟ-ଆମେରିକୀୟ ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ ପୀୟୁଷ ଗୋଏଲ୍ଙ୍କ ବାମପନ୍ଥୀ ମନ୍ତବ୍ୟକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ଅର୍ଥନୈତିକ ଚିନ୍ତା ଆଧାରରେ ମୁଁ ଆଦୌ ପକ୍ଷପାତୀ ନୁହେଁ । ମୁଁ ଅନେକ ବିଜେପି ଶାସିତ ରାଜ୍ୟ ସହିତ କାମ କରିଛି । ଆମେ ଏକାଧିକ ରାଜ୍ୟ ସହିତ କାମ କରିଥାଉ । ଏପରିକି ନରେନ୍ଦ୍ର ମୋଦୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଆମେ ଗୁଜୁରାଟ ପ୍ରଦୂଷଣ ନିଗମ ସହିତ କାମ କରିଥିଲୁ । ତେଣୁ କୌଣସି ଦଳକୁ ସମର୍ଥନ କରିବା ନେଇ ଗୋଏଲଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ନିରର୍ଥକ ବୋଲି ବାନାର୍ଜୀ କହିଛନ୍ତି । କଂଗ୍ରେସ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରସ୍ତାବ ମାଗିଥିବାରୁ ନ୍ୟାୟ ଯୋଜନା ପ୍ରଦାନ କରାଯାଇଥିଲା । ସମାନ ଭାବରେ ଯଦି ବିଜେପି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହାୟତା ଆଶା କରିବେ ତାହା ମଧ୍ୟ ପ୍ରଦାନ କରାଯିବ ବୋଲି ବାନାର୍ଜୀ ପ୍ରକାଶ କରିଥିଲେ ।
କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ ପ୍ରଦାନ କରିବା ପରେ ନିଜର ତୁର୍କୀ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ମାସର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଅଙ୍କାରା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ଦୁଇ ଦିନ ତଳେ ଏଫ୍ଟିଏଫ୍ରେ ପାକିସ୍ତାନ ବିପକ୍ଷରେ ରାୟ ଆସିବା ପରେ ତୁର୍କୀ ପାକିସ୍ତାନର ସମର୍ଥନରେ ବାହାରିଥିଲା। ଏହା ସହିତ ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍ରେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସମର୍ଥନ କରିଥିଲା। ତୁର୍କୀ ରାଷ୍ଟ୍ରପତିଙ୍କ ପ୍ରତିନିଧି ଟାୟିପ୍ ଏଡୋଗ୍ରାନ୍ ଏଫ୍ଟିଏଫ୍ ସମ୍ମିଳନୀରେ ପାକିସ୍ତାନର ସମର୍ଥନ କରିବା ପରେ ଶନିବାର ରାତିରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ଗସ୍ତ ବାତିଲ ନେଇ ସୂଚନା ଦିଆଯାଇଛି।
ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଆଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି । ନିଜ କ୍ୟାରିୟରର ୧୧ ତମ ଶତକ ହାସଲ କରିଥିବା ରାହାଣେ ରୋହିତ ଶର୍ମାଙ୍କ ସହିତ ଦ୍ବିଶତକୀୟ ଭାଗିଦାରୀ କରିବା ସହିତ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହିତ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଭାରତ ୨୮୪ରନ୍ରେ ତିନୋଟି ଓ୍ବିକେଟ୍ ହରାଇଛି। ଦ୍ବିତୀୟ ଦିନର ଜଳପାନ ବିରତି ବେଳକୁ ରାହାଣେ(୧୦୧) ଏବଂ ରୋହିତ (୧୫୯) ରନ୍ରେ ବ୍ୟାଟିଂ କରୁଛନ୍ତି। ଏହା ସହିତ ରୋହିତ ଚଳିତ ସିରିଜ୍ରେ ନିଜର ଦ୍ବିତୀୟ ୧୫୦ ରନ୍ ଅତିକ୍ରମ କରିବା ସହିତ ଦ୍ବିତୀୟ ଦ୍ବିଶତକ ଆଡକୁ ଅଗ୍ରସର ହେଉଛନ୍ତି। ୧୬୯ ବଲ୍ରୁ ନିଜର ଶତକ ପୂରଣ କରିଥିବା ରାହାଣେ ନିଜ ଇନିଂସରେ ୧୪ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଛନ୍ତି। ଅନ୍ୟପକ୍ଷରେ ରୋହିତ ୨୦୮ଟି ବଲ୍ର ସମ୍ମୁଖୀନ ହୋଇ ୨୨ଟି ଚୌକା ଏବଂ ୪ଟି ଛକ୍କା ସହିତ…
ଅଳ୍ପ କିଛିଦିନର ନୀରବତା ପରେ ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଅସୁରକ୍ଷିତ ଭାବେ ଥିବା ମାର୍କେଟ୍ ଉଚ୍ଛେଦ କରାଯାଉଛି। ରାଜ୍ୟ ସରକାର ପୁରୀକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ। ଏହାପରେ ଶ୍ରୀଜଗନ୍ନାଥ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ହେବ ବୋଲି ନିଷ୍ପତି ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କେତେକ ମଠ ଓ ଉଠାଦୋକାନ ସବୁକୁ ଉଚ୍ଛେଦ କରାଯାଇଥିଲା। ଏପରିକି ଏମାର ମଠ ମଧ୍ୟ ଏହି ଉଚ୍ଛେଦ ପ୍ରକ୍ରିୟାରୁ ବାଦ ପଡି ନଥିଲା। ମାତ୍ର ସାଧାରଣରେ ଅସନ୍ତୋଷ ପ୍ରକାଶ ପରେ ଏହି ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ଏହି ଧାରା ପୁନର୍ବାର ଜାରି କରାଯିବା ସହିତ ୧୫୦ରୁ ଅଧିକ ଦୋକାନ ଘର ଥିବା ଅସୁରକ୍ଷିତ ମାର୍କେଟ୍ କମ୍ପ୍ଲେକ୍ସ ଭଙ୍ଗା ଯାଇଛି।
ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହି ଘଟଣାରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ରବିବାର କୁପଓ୍ବାରା ଜିଲ୍ଲାର ତନଘର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ଏହି ଘଟଣାରେ ୩ ଜଣ ଯବାନଙ୍କ ସମେତ ୮ ଜଣ ଆହତ ହୋଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ,ତନଘର, ନୌଗାମ୍ ଏବଂ କୁପଓ୍ବାରା ସୀମାରେ ଶନିବାର ରାତିରୁ ପାକିସ୍ତାନ ପକ୍ଷରୁ ଗୁଳିଚାଳନା ଜାରି ରହିଛି। ଚିତ୍ରକୂଟ ଗ୍ରାମରେ ସର୍ବାଧିକ କ୍ଷତି ଘଟିଛି। ଗ୍ରାମର ୬ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି।
LIMASSOL (CYPRUS) Models present creations during a traditional Chinese costume show in Limassol, Cyprus, on Oct. 19, 2019. The opening of a two-day China Culture Festival on Saturday has attracted thousands of locals and tourists to the Cypriot resort of Limassol. The festival features performances by Chinese and local artists.
କିଛି ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ ଟା ପର୍ଯ୍ୟନ୍ତ ୬ ଜିଲ୍ଲାବାସୀଙ୍କ ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ୬ଟି ଦକ୍ଷିଣ ଓଡିଶା ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡିକୁ ଏହି ସତର୍କ ସୂଚନା ଜାରି କରାଯାଇଛି।
ଚୀନ୍ର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୪ଜଣଙ୍କର ପ୍ରାଣହାନି ଘଟିଛି। ଚୀନ୍ର ପୂର୍ବ ଭାଗରେ ଅବସ୍ଥାପିତ ଫୁଜିଆନ୍ ସହରରେ ଅବସ୍ଥାପିତ ଏକ ରାସାୟନିକ କାରଖାନାରେ ରବିବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ତିନି ଜଣ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାତ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାର ପଞ୍ଚମ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କେଦାର ମିଶ୍ର ଅର୍ଥନୀତି ପଢିଥିବା ଲୋକେ ମାକ୍ରୋ ଏବଂ ମାଇକ୍ରୋ ଶବ୍ଦ ବିଷୟରେ ବେଶ ସଚେତନ। ରାଜନୀତିରେ ମଧ୍ୟ ମାଇକ୍ରୋ ମଡେଲ ରୁ ମାକ୍ରୋ ମଡେଲ ର ଆକଳନ କରିହୁଏ। ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ଆଧାରରେ ଆସନ୍ତା ୨୧ ରେ ହେବାକୁ ଥିବା ଉପ ନିର୍ବାଚନର ଆକଳନ କରିବା ଏବେ ସହଜ ହୋଇଯାଉଛି। ବିଜେପୁର ଉପ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ବିରୋଧରେ ଅତ୍ୟନ୍ତ ଆକ୍ରାମକ ହୋଇ ଉଠିଥିବା ବିଜେପିର ସେତେବେଳର ରଣନୀତି ଓ ସାଧାରଣ ନିର୍ବାଚନ ଆଗର ରଣନୀତି ଭିତରେ ବିଶେଷ କିଛି ଫରକ ନଥିବା ବେଳେ ଏହି ଉପ ନିର୍ବାଚନରେ ବିଜେପି ଅନେକଟା ଶିଥିଳ ହୋଇ ପଡିଛି। ବୋଧହୁଏ ଗତ ଦୁଇଟି ଯାକ ନିର୍ବାଚନରେ ବିଜେପି ଭୋଗିଥିବା ଲଜ୍ଜାଜନକ ପରାଜୟରୁ ଦଳ ହତାଶ ହୋଇଛି ନିଶ୍ଚୟ!! ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର…
ସମୀକ୍ଷା ବ୍ୟୁରୋ ସିନେମା ପ୍ରସ୍ତୁତିରେ କାହାଣୀ ମୂଳ ଉପାଦାନ ଓ ଏହା ଠିକ ରହିଲେ ବାକି ସବୁ ଛୋଟମୋଟ ଭୁଲକୁ କେହି ପ୍ରାୟତଃ ଧରନ୍ତି ନାହିଁ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଦଶମ କେ ଏଲ ଏଫ କର୍ଣ୍ଣର ଅବସରରେ ଏକଥା କହିଛନ୍ତି । ସିନେମାପ୍ରେମୀ ଓ ସାହିତ୍ୟ ଅନୁରାଗୀଙ୍କ ଗହଣରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସଂସ୍ଥା ଦ୍ଵାରା ନିୟମିତ ଆୟୋଜିତ ହେଉଥିବା କେ ଏଲଏଫ କର୍ଣ୍ଣରରେ କବି କେଦାର ମିଶ୍ରଙ୍କ ସହିତ କଥୋପକନ ସମୟରେ ସେ ତାଙ୍କ ଜୀବନର ଅନେକ ସ୍ମୃତି ବଖାଣି ଥିଲେ ଓ କିପରି ବିଗତ ଦିନର ସଫଳ ବ୍ୟବସାୟିକ ଚଳଚ୍ଚିତ୍ର “ସବୁ ମାୟାରେ ବାୟା’ର ନିର୍ଦ୍ଦେଶକ କଳାତ୍ମକ ସିନେମା ପ୍ରସ୍ତୁତିରେ ପାଦ ଥାପିଥିଲେ ସେ ବିଷୟରେ କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବମ୍ବେରୁ ଅଶି ଦଶକର ଶେଷ ଭାଗରେ ଫେରିବା ପରେ ସେ ନିଜ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ଟେଲିକମ୍ ନିୟାମକ ଟ୍ରାଇ ରିପୋର୍ଟ ଅନୁସାରେ ଅଗଷ୍ଟରେ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୪୭ ଲକ୍ଷ ନୂଆ ଗ୍ରାହକ ଯୋଡିଛି। ଏୟାର୍ଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ ସମେତ ଅନ୍ୟ ଟେଲିକମ୍ ସେବା ପ୍ରଦାନକାରୀମାନେ ଏହି ସମୟରେ ଲକ୍ଷ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଜିଓ ଏହାର କାୟା ବିସ୍ତାର କରି ଚାଲିଥିବା ଟ୍ରାଇ ରିପୋର୍ଟରୁ ଜଣାଯାଇଛି। ଜିଓ ହେଉଛି ଓଡିଶାର ଏକ ମାତ୍ର କମ୍ପାନି, ଯିଏକି ଅଗଷ୍ଟରେ ନୂଆ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଛି। ଟ୍ରାଇ ପ୍ରଦତ୍ତ ତଥ୍ୟ ଅନୁସାରେ, ଜିଓ ଉପଭୋକ୍ତା ଯୋଡ଼ିଥିଲେ ମଧ୍ୟ ଅନ୍ୟ କମ୍ପାନୀଗୁଡ଼ିକ ବୃହତ୍ ସଂଖ୍ୟାରେ ଗ୍ରାହକ ହରାଇଥିବାରୁ ଓଡ଼ିଶାରେ ମୋଟ୍ ମୋବାଇଲ ଉପଭୋକ୍ତା ସଂଖ୍ୟା ୪.୦୮ ଲକ୍ଷ ହ୍ରାସ ଘଟିଛି। ଏୟାର୍ଟେଲ ପ୍ରତିଥର ଭଳି ଏଥର ମଧ୍ୟ ଅଗଷ୍ଟରେ ୧.୧୮ ଲକ୍ଷ ଗ୍ରାହକ ହରାଇଛି। ସେହିଭଳି ଭୋଡାଫୋନ୍ ଆଇଡିଆ ୧.୧୧ ଲକ୍ଷ ଗ୍ରାହକ ହରାଇଥିବାବେଳେ ବିଏସ୍ଏନ୍ଏଲ୍ ୫.୨୫…

