ସମୀକ୍ଷା ବ୍ୟୁରୋ ଲେଡି ଗାଗାଙ୍କ ଏକ ଟୁଇଟ୍ ୟୁଜର୍ସଙ୍କୁ କନ୍ଫ୍ୟୁଜ କରିଛି। ହଲିଉଡ୍ ସେଲିବ୍ରିଟି ଲେଡି ଗାଗା ନିଜ ଟୁଇଟ୍ର ଆକାଉଣ୍ଟରେ ଏକ ସଂସ୍କୃତ ଶ୍ଲୋକ୍ ଟୁଇଟ୍ କରିଛନ୍ତି। ହଲିଉଡ୍ ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗାଙ୍କ ଏକ ଟୁଇଟ୍ ଏବେ ଇଣ୍ଟରନେଟ୍ରେ ହଲ୍ଚଲ ମଚାଇଛି। ଲେଡିଗାଗା ନିଜ ଟୁଇଟର୍ରେ ଏକ ସଂସ୍କୃତ ମନ୍ତ୍ର ଲେଖି ପୋଷ୍ଟ କରିଛନ୍ତି। ଯାହାକୁ ପଢି ଭାରତୀୟ ୟୁଜର୍ସ ତ ବହୁତ ଖୁସି ହୋଇଛନ୍ତି କିନ୍ତୁ ବାକି ଦୁନିଆ ଏହାକୁ ଦେଖି କନଫ୍ୟୁଜ୍ ହୋଇଛନ୍ତି। ଲେଡି ଗାଗା ନିଜ ଟୁଇଟର୍ ଆକାଉଣ୍ଟରେ ଲେଖିଛନ୍ତି ଯେ, ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ। ଏହି ଟୁଇଟ୍କୁ ପଢି ଲୋକେ ଏହାର ଅର୍ଥ ତଥା ଏହାର ବାର୍ତ୍ତା ସମ୍ପର୍କରେ ଜାଣିବା ପାଇଁ ଲାଗିପଡିଛନ୍ତି। ତେବେ ‘ଲୋକାଃ ସମସ୍ତାଃ ସୁଖିନୋଭବନ୍ତୁଃ’ ହେଉଛି ସଂସ୍କୃତର ଲୋକପ୍ରିୟ ମନ୍ତ୍ରର କିଛି ଶବ୍ଦ । ଯାହା ଦୁନିଆରେ ପ୍ରେମ ଓ ଖୁସିର ଭାବନାକୁ ବ୍ୟାପକ କରେ। ଏହାର…
Author: Samikhsya Bureau
ରାଜ୍ୟରେ ଦୁଷ୍କର୍ମ ଭଳି ନିନ୍ଦନୀୟ ଓ ଘୃଣ୍ୟ ଅପରାଧ ଥମିବାର ନାଁ ଧରୁନି। ରାଉରକେଲାରୁ ପୁଣି ଜଣେ ଯୁବତୀଙ୍କ ଗଣଦୁଷ୍କର୍ମ ଅଭିଯୋଗ ଆସିଛି। ସୂଚନା ମୁତାବକ, ଝାରସୁଗୁଡ଼ା ଜିଲ୍ଲା ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ ଜଣେ ଯୁବତୀ ଜନୈକା ମହିଳାଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ। ସେଠାରେ ଘର ମାଲିକାଣୀଙ୍କ ପୁଅ ଓ ତାଙ୍କ ସାଙ୍ଗ ଗତ କିଛି ବର୍ଷ ହେଲା ଯୁବତୀଙ୍କୁ ଭୟଭୀତ କରି ଗଣଦୁଷ୍କର୍ମ କରି ଆସୁଥିଲେ। ଯୁବତୀଜଣକ ପ୍ରତିବାଦ କରିଲେ ତାଙ୍କୁ ଦୁଇ ଅଭିଯୁକ୍ତ ଧମକଚମକ ଦେଉଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ଏନେଇ ଆଜି ନିଜର ୨ମାସର ଶିଶୁ କନ୍ୟାକୁଧରି ଥାନାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।
ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ରାଜନୀତି ଏବେ ବେଶ୍ ସରଗରମ । ବିଜେପି ଏହି ପ୍ରଦୂଷଣ ପାଇଁ କେଜ୍ରୀଓ୍ବାଲା ସରକାରଙ୍କୁ ଦାୟୀ କରିଛି । ପ୍ରଦୂଷଣ ପାଇଁ ଦିଲ୍ଲୀଠାରେ ଆଶୋକ ରୋଡ୍ଠାରୁ ରାଜଘାଟ ପର୍ଯ୍ୟନ୍ତ ଏକ ସାଇକେଲ ଯାତ୍ରା କରାଯାଇଛି । ଏହି ଯାତ୍ରାରେ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ୍ ନକ୍ଭୀ ଓ ବିଜେପି ରାଜ୍ୟସଭା ସାଂସଦ ବିଜୟ ଗୋଏଲ୍ ସାମିଲ୍ ହୋଇଥିଲେ । ସାଇକେଲ ଯାତ୍ରା ଅବସରରେ ଏହି ଦୁଇ ନେତା ମୁହଁରେ ମାସ୍କ ପିନ୍ଧି ରାଜଘାଟ ପର୍ଯ୍ୟନ୍ତ ସାଇକେଲ ଚଲାଇଛନ୍ତି । ବିଜୟ ଗୋଏଲ୍ ପ୍ରଦୂଷଣ ପାଇଁ କେଜ୍ରୀଓ୍ବାଲ ସରକାରଙ୍କୁ ଦାୟୀ କରି କହିଛନ୍ତି ଯେ, ସରକାର ପାଞ୍ଚ ବର୍ଷ ଭିତରେ ପ୍ରଦୂଷଣ ରୋକିବା ପାଇଁ କିଛି କାମ କରିନାହାନ୍ତି । ଯେଉଁଥିପାଇଁ ପ୍ରତ୍ୟେକ ବର୍ଷ ଥଣ୍ଡା ସମୟରେ ଦିଲ୍ଲୀଠାରେ ପ୍ରଦୂଷଣର ସ୍ତର ବହୁ ମାତ୍ରାରେ ବଢିଯାଉଛି । ସେହିପରି ଦିଲ୍ଲୀ ସରକାରଙ୍କ ଅଡ – ଇଭିନ୍…
ବଲିଉଡ୍ ଆକ୍ସନ ଡ୍ୟାନ୍ସିଂ ଷ୍ଟାର୍ ହ୍ରିଥିକ୍ଙ୍କୁ ରିମେକ୍ ଫିଲ୍ମ ‘ସତ୍ତେ ପେ ସତ୍ତା’ରେ ଦେଖିବାକୁ ମିଳିବ। ତେବେ ଡୁଗୁଙ୍କ ବିପକ୍ଷରେ ନଜର ଆସିବେ ଅନୁଷ୍କା। ତେବେ ମିଳିଥିବା ସୂଚନା ଅନୁସାରେ ଅନୁଷ୍କା ବେଶ୍ କିଛି ଦିନ ହେବ ବଡ଼ ପରଦାରୁ ଦୂରେଇ ରହିଛନ୍ତି। ଶୁଣିବାକୁ ମିଳିଛି ଯେ, ଅନୁଷ୍କା ଏହି ଫିଲ୍ମ ଜରିଆରେ ପୁଣି ଥରେ ବଡ଼ ପରଦାରେ ନଜର ଆସିବେ। ଯଦି ସତରେ ଅନୁଷ୍କା ଏହି ଫିଲ୍ମରେ ନଜର ଆସନ୍ତି, ତେବେ ବଲିଉଡରେ ପ୍ରଥମ ଥର ପାଇଁ ହ୍ରିଥିକ୍ ଓ ଅନୁଷ୍କାଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିବ। ରୋହିତ ସେଟ୍ଟି ଓ ଫରହାନ୍ ଅଖତରଙ୍କ ଏହି ରିମେକ୍ ଫିଲ୍ମରେ ହ୍ରିଥିକ୍ଙ୍କ ହିରୋଇନ୍ କିଏ ହେଉଛି, ତାହା ଦେଖିବାକୁ ବାକି ରହିଲା। ନିକଟରେ ହ୍ରିଥିକ୍ଙ୍କ ଅଭିନୀତ ‘ଓ୍ବାର୍’ ବକ୍ସ ଅଫିସ୍ରେ ଚହଳ ପକାଇଛି।
ହିନ୍ଦୁ ସମାଜର ପାର୍ଟିର ନେତା କମଲେଶ ତିୱାରୀଙ୍କ ମାଆ, ପତ୍ନୀ ଏବଂ ପୁଅ ରବିବାର ଦିନ ଲକ୍ଷ୍ନୌରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରି କମଲେଶ ତିୱାରୀଙ୍କ ପତ୍ନୀ କିରଣ ନିଜର ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡର ଦାବି କରିଛନ୍ତି । ଏହି ମାମଲାରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ଯିଏ ବି ଏହି ଘଟଣାରେ ସାମିଲ ଥିବ ତାକୁ କୌଣସି ପ୍ରକାରେ ଛଡାଯିବନି । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର କମଲେଶଙ୍କୁ ତାଙ୍କ ଲକ୍ଷ୍ନୌ ଘରେ ହତ୍ୟା କରାଯାଇଥିଲା। କମଲେଶଙ୍କ ସ୍ତ୍ରୀ ଦେଇଥିବା ଏତଲା ଆଧାରରେ ଉତ୍ତରପ୍ରଦେଶର ବିଜନୁର ଜିଲାରୁ ୨ ଜଣ ଓ ଗୁଜରାଟର ସୁରଟରୁ ତିନିଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ.ପି. ସିଂ ସୂଚନା ଦେଇଥିଲେ।
ସମୀକ୍ଷା ବ୍ୟୁରୋ ସମ୍ବଲପୁର ବୁର୍ଲା ମେଡିକାଲରେ ଆଜି ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସମ୍ବଲପୁର ଜିଲ୍ଲା ମଙ୍ଗଳ କାରାଗାରର ଜଣେ କଏଦୀ ଗତକାଲି ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରେ ଲାଗିଥିଲା। ତେବେ ଆଜି ବୁର୍ଲା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କଏଦୀ ହେଲେ ପ୍ରକାଶ ସୁନା। ସେ ବିଭିିନ୍ନ ଡକାୟତି ମାମଲାରେ ସମ୍ବଲପୁର ଜିଲ୍ଲା ମଙ୍ଗଳ କାରାଗାରରେ ସଜ୍ଜା କାଟୁଥିଲେ।
ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆଜି ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି। ୪ରୁ ଅଧିକ ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ଆଜି ତଙ୍ଗଧର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଟଙ୍ଗଧର ସେକ୍ଟରର ଅପରପାର୍ଶ୍ବରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଆଜି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି, ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତିନି ଜଣ ସାଧାରାଣ ଲୋକ ଆହତ ହୋଇଛନ୍ତି। କୁପଓ୍ୱାଡା ଜିଲ୍ଲାର ତନଘର ସେକ୍ଚରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଗତ ସପ୍ତାହରେ ମଧ୍ୟ ବରମୁଲ୍ଲା ଏବଂ ରାଜୋରିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ଭାରତର ଦୁଇ ଜଣ ଯବାନ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ ବର୍ଷ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଳା ଓ ମନୋରଞ୍ଜନ ଜଗତର କଳାକାରଙ୍କ ସହ ସାକ୍ଷାତ କରିଛନ୍ତି । ଶନିବାର ଦିନ ଲୋକ କଲ୍ୟାଣ କାର୍ଯ୍ୟକ୍ରମ ସ୍ଥିତ ମୋଦିଙ୍କ ବାସଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବଲିଉଡ ଷ୍ଟାର୍, ଶାହରୁଖ୍ ଖାନ୍, ଆମୀର ଖାନ୍, ସୋନମ କପୁର୍, କଙ୍ଗନା ରନୌତ୍, ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡେଜ୍, ଇମ୍ତିଆଜ ଅଲ୍ଲୀ, କପିଲ୍ ଶର୍ମା, ରାକୁଲ୍ ପ୍ରୀତ୍ ସିଂ ଏକତା କପୁର୍, ଅନୁରାଗ ବସୁଙ୍କ ସମେତ ଅନେକ ଲୋକପ୍ରିୟ ବଲିଉଡ୍ କଳାକାର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୋଦି କହିଛନ୍ତି ଯେ, ମହାତ୍ମା ଗାନ୍ଧିଙ୍କ ବିଚାରକୁ ପ୍ରଚାରିତ କରିବାରେ ଫିଲ୍ମ ଓ ଟେଲିଭିଜନ ଜଗତ ବହୁତ ଭଲ କାମ କରୁଛି ଏହି ଅବସରରେ ମୋଦି ସମସ୍ତ ବଲିଉଡ୍ ଷ୍ଟାର୍ମାନଙ୍କ ସହ ସେଲ୍ଫି ନେଉଥିବାର ଦେଖାଯାଇଛି । ଏହି…
ସମୀକ୍ଷା ବ୍ୟୁରୋ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ବାଲୁଗାଁ, ଶାଖା ଦ୍ବାରା ଏହାର ଆୟମ୍ ଷ୍ଟୁଡେଣ୍ଟ ଫର୍ ଡେଭଲପମେଣ୍ଟ ଦ୍ବାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଧାରରେ ବାଲୁଗାଁ ଚିଲିକା କୂଳ ସ୍ଥିତ ତାଳପେଟି ଗ୍ରାମ ବସ୍ତି ଅଞ୍ଚଳରେ ମା’ କାଳିଯାଇ ସଂସ୍କାର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଉକ୍ତ ସଂସ୍କାର କେନ୍ଦ୍ରର ବସ୍ତି ଅଞ୍ଚଳର ୫୦ଜଣ ଛୋଟ ପିଲାମାନେ ଯୋଗ ଦେଇଥିଲେ। ବାଲୁଗାଁ କଲେଜର ଯୁକ୍ତି ତିନି କ୍ୟାମ୍ପସର ସଭାପତି ଭବାନୀ ପ୍ରହରାଜ ଓ ସମ୍ପାଦକ ତରୁଣ ନାୟକ ଉଦ୍ୟମରେ ଉକ୍ତ ସଂସ୍କାର କେନ୍ଦ୍ର ଆରମ୍ଭ ହୋଇଥିବାବେଳେ ଏହାକୁ ଶାଳିଆ ପ୍ରେସ୍ କ୍ଲବ୍ର ଉଦୀୟମାନ ଯୁବ ସାମ୍ବାଦିକ ତଥା ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦିବ୍ୟକାନ୍ତ ବେହେରା ଓ ଅନିଲ୍ କୁମାର ପାଇକରାୟ ଏହାକୁ ଉଦ୍ଘାଟନ କରିଥିଲେ। ଅତିଥିମାନେ ଏହି ଅଞ୍ଚଳର ଛୋଟ ଛୋଟ ଶିଶୁମାନଙ୍କୁ ବିଭିନ୍ନ ସାମାଜିକ ବିଷୟ ଉପରେ ଜ୍ଞାନ ପ୍ରଦାନ କରିଥିବାବେଳେ…
ସମୀକ୍ଷା ବ୍ୟୁରୋ ବାଣପୁର ସ୍ଥିତ ଶ୍ରୀଶ୍ରୀ ରଙ୍କନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଓଡ଼ିଶା ପାଇକ ମହାସଂଘ ଦ୍ବାରା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ରାଜ୍ୟ କୋଷାଧ୍ୟକ୍ଷ ରଞ୍ଜନ କୁମାର ବଳିୟାରସିଂହ, ରାଜ୍ୟ ସଂଯୋଜକ କେଦାର ଦାଶ, ସମ୍ପାଦକ ପ୍ରଫେସର ଜ୍ଞାନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଏତଦ୍ବ୍ୟତୀତ ଏହି ବୈଠକରେ ବାଣପୁର ଓ ବାଲୁଗାଁ ଅଞ୍ଚଳର ୩୦ଟି ଦଳର ଦଳବେହେରା, ଦଳପତି, ପାଇକ ସର୍ଦ୍ଦାର, ପାଇକ ଗୁରୁ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି ବୈଠକରେ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାଣପୁର ପଲଟଣ ପଡ଼ିଆରେ ଏକ ବିରାଟ ସମାବେଶର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି। ଏହା ସହିତ ପାଇକମାନଙ୍କୁ ରାଜ୍ୟ କ୍ରୀଡ଼ା ବିଭାଗ…
ଭଦ୍ରକରେ ନିଆଁରେ ପୋଡ଼ି ଗୁରୁତର ଥିବା ବାପା, ପୁଅଙ୍କର ମୃତ୍ୟୁ ଘଟିଛି । କଟକ ବଡ଼ ମେଡ଼ିକାଲରେ ଆଜି ଚିକିତ୍ସାଧିନ ଅବସ୍ଥାରେ ଦୁହିଁଙ୍କ ପ୍ରାଣ ଚାଲିଯାଇଛି । ଉଲ୍ଲେଖଯୋଗ୍ୟ, ଗତକାଲି ଭଦ୍ରକ ଜିଲ୍ଲା ଧାମନଗର କଟସାହି ପଞ୍ଚାୟତ ସାମଚାନ୍ଦପାଟଣା ଗାଁର ଗୋଟିଏ ପରିବାରର ଦୁଇ ସଦସ୍ୟ ଅର୍ଥାତ ବାପ,ପୁଅ ଦୋକାନରେ ଧୂପ ଦେଇଥିଲେ । ସେହି ଧୂପରୁ କୌଣସି କାରଣ ବଶତଃ ଚାରିଆଡ଼େ ନିଆାଁ ବ୍ୟାପି ଯାଇଥିଲା । ଫଳରେ ଦୁହେଁ ସେହି ନିଆରେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡ଼ିକାଲ ଓ ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ମଣିପୁର ଇମ୍ଫାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ ଓଲଟିବା ଫଳରେ ୨୦ ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ କିଛି ଜୁଡ଼ୋ ଖେଳାଳିଙ୍କୁ ନେଇ ଏକ ବସଟି ଇମ୍ଫାଲରୁ ଯାଉଥିଲା। ଆଜି ଭୋରୁ ଇମ୍ଫାଲରୁ ଦୀମାପୁର ଆସିବା ବାଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବସଟି ଓଲଟି ପଡ଼ିବାରୁ ୨୦ଜଣ ଯାତ୍ରୀ ବା ଜୁଡ଼ୋ ଖେଳାଳି ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି କରାଯାଇଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ପଠାଇବାକୁ ବ୍ୟବସ୍ଥା କରାଯାଉଛି। ଦୁର୍ଘଟଣାଗ୍ରସ୍ତ ବସଟିରେ କୋଚଙ୍କ ସମେତ ୩୦ଜଣ ଜୁଡ଼ୋ ଖେଳାଳି ଥିଲେ।
ଭାରତୀୟ-ଆମେରିକୀୟ ନୋବେଲ ବିଜେତା ଅଭିଜିତ୍ ବାନାର୍ଜୀ ପୀୟୁଷ ଗୋଏଲ୍ଙ୍କ ବାମପନ୍ଥୀ ମନ୍ତବ୍ୟକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ଅର୍ଥନୈତିକ ଚିନ୍ତା ଆଧାରରେ ମୁଁ ଆଦୌ ପକ୍ଷପାତୀ ନୁହେଁ । ମୁଁ ଅନେକ ବିଜେପି ଶାସିତ ରାଜ୍ୟ ସହିତ କାମ କରିଛି । ଆମେ ଏକାଧିକ ରାଜ୍ୟ ସହିତ କାମ କରିଥାଉ । ଏପରିକି ନରେନ୍ଦ୍ର ମୋଦୀଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଆମେ ଗୁଜୁରାଟ ପ୍ରଦୂଷଣ ନିଗମ ସହିତ କାମ କରିଥିଲୁ । ତେଣୁ କୌଣସି ଦଳକୁ ସମର୍ଥନ କରିବା ନେଇ ଗୋଏଲଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ନିରର୍ଥକ ବୋଲି ବାନାର୍ଜୀ କହିଛନ୍ତି । କଂଗ୍ରେସ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରସ୍ତାବ ମାଗିଥିବାରୁ ନ୍ୟାୟ ଯୋଜନା ପ୍ରଦାନ କରାଯାଇଥିଲା । ସମାନ ଭାବରେ ଯଦି ବିଜେପି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହାୟତା ଆଶା କରିବେ ତାହା ମଧ୍ୟ ପ୍ରଦାନ କରାଯିବ ବୋଲି ବାନାର୍ଜୀ ପ୍ରକାଶ କରିଥିଲେ ।
କାଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ ପ୍ରଦାନ କରିବା ପରେ ନିଜର ତୁର୍କୀ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ମାସର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଅଙ୍କାରା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ଦୁଇ ଦିନ ତଳେ ଏଫ୍ଟିଏଫ୍ରେ ପାକିସ୍ତାନ ବିପକ୍ଷରେ ରାୟ ଆସିବା ପରେ ତୁର୍କୀ ପାକିସ୍ତାନର ସମର୍ଥନରେ ବାହାରିଥିଲା। ଏହା ସହିତ ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍ରେ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସମର୍ଥନ କରିଥିଲା। ତୁର୍କୀ ରାଷ୍ଟ୍ରପତିଙ୍କ ପ୍ରତିନିଧି ଟାୟିପ୍ ଏଡୋଗ୍ରାନ୍ ଏଫ୍ଟିଏଫ୍ ସମ୍ମିଳନୀରେ ପାକିସ୍ତାନର ସମର୍ଥନ କରିବା ପରେ ଶନିବାର ରାତିରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ଗସ୍ତ ବାତିଲ ନେଇ ସୂଚନା ଦିଆଯାଇଛି।
ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଆଜିଙ୍କ୍ୟ ରାହାଣେ ଶତକ ହାସଲ କରିଛନ୍ତି । ନିଜ କ୍ୟାରିୟରର ୧୧ ତମ ଶତକ ହାସଲ କରିଥିବା ରାହାଣେ ରୋହିତ ଶର୍ମାଙ୍କ ସହିତ ଦ୍ବିଶତକୀୟ ଭାଗିଦାରୀ କରିବା ସହିତ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିବା ସହିତ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି । ଭାରତ ୨୮୪ରନ୍ରେ ତିନୋଟି ଓ୍ବିକେଟ୍ ହରାଇଛି। ଦ୍ବିତୀୟ ଦିନର ଜଳପାନ ବିରତି ବେଳକୁ ରାହାଣେ(୧୦୧) ଏବଂ ରୋହିତ (୧୫୯) ରନ୍ରେ ବ୍ୟାଟିଂ କରୁଛନ୍ତି। ଏହା ସହିତ ରୋହିତ ଚଳିତ ସିରିଜ୍ରେ ନିଜର ଦ୍ବିତୀୟ ୧୫୦ ରନ୍ ଅତିକ୍ରମ କରିବା ସହିତ ଦ୍ବିତୀୟ ଦ୍ବିଶତକ ଆଡକୁ ଅଗ୍ରସର ହେଉଛନ୍ତି। ୧୬୯ ବଲ୍ରୁ ନିଜର ଶତକ ପୂରଣ କରିଥିବା ରାହାଣେ ନିଜ ଇନିଂସରେ ୧୪ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଛନ୍ତି। ଅନ୍ୟପକ୍ଷରେ ରୋହିତ ୨୦୮ଟି ବଲ୍ର ସମ୍ମୁଖୀନ ହୋଇ ୨୨ଟି ଚୌକା ଏବଂ ୪ଟି ଛକ୍କା ସହିତ…

