Author: Samikhsya Bureau

ବିଜୟ ହଜାରେ ଟ୍ରଫିର ଫାଇନାଲ୍‌ରେ କର୍ଣ୍ଣାଟକ ପେସ୍‌ ବୋଲର ଅଭିମନ୍ୟୁ ମିଥୁନ୍‌ ଏକ ଐତିହାସିକ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ବୋଲର ଭାବରେ ଉଭୟ ରଣଜୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ହ୍ୟାଟ୍ରିକ୍‌ ଅର୍ଜନର ଗୌରବ ହାସଲ କରିଛନ୍ତି ମିଥୁନ୍‌ । ଶୁକ୍ରବାର ନିଜର 30 ତମ ଜନ୍ମଦିବସରେ ମିଥୁନ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହିତ ରେକର୍ଡ ବୁକ୍‌ରେ ନିଜ ନାମ ସାମିଲ କରିଛନ୍ତି । ମିଥୁନ୍‌ ବିଜୟ ହଜାରେ ଟ୍ରଫିର ଫାଇନାଲ୍‌ରେ 34 ରନ୍‌ ବିନିମୟରେ 5 ଓ୍ବିକେଟ ହାସଲ କରିବା କାରଣରୁ ତାମିଲନାଡୁ 252 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ଅନ୍ତିମ ଓଭରରେ ଲଗାତାର ବଲ୍‌ରେ ଶାହାରୁଖ୍‌ ଖାନ୍‌(27), ଏମ୍‌ ମହମ୍ମଦ(10) ଏବଂ ମୁରୁଗନ୍‌ ଅଶ୍ବିନ୍‌(0)ଙ୍କୁ ଆଉଟ କରି ମିଥୁନ୍‌ ଏହି କୃତିତ୍ବ ହାସଲ କରିଥିଲେ । ଏହା ମିଥୁନ୍‌ଙ୍କର ପ୍ରଥମ ପାଞ୍ଚ ଓ୍ବିକେଟ୍‌ ସଫଳତା ।

Read More

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଏକ ସମାଜ ସେବା ଶାଖାର ନାଁ ‘ଓଡ଼ିଶା-ମୋ ପରିବାର’ ନାମରେ ଘୋଷଣା କରିଛନ୍ତି ।  ପରିବେଶ ସୁରକ୍ଷା, ସେବା , କଲ୍ୟାଣ, ରକ୍ତ ଦାନ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରଖାଯାଇଛି । ସେବାର ପ୍ରତୀକ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ନବୀନ ‘ଓଡ଼ିଶା-ମୋ ପରିବାର’ ନାମକ ଏକ ସମାଜ ସେବା କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ପରିବେଶ ସୁରକ୍ଷା, ସେବା , କଲ୍ୟାଣ, ରକ୍ତ ଦାନ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା କରିବାକୁ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ ରଖାଯାଇଛି । ଅକ୍ଟୋବର ୨ରେ ଏହି ଶାଖା ଖୋଲିବାକୁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦେଶରେ କାମ କରୁଥିବା ଓଡ଼ିଆଙ୍କୁ ବିପଦରେ ସାହାଯ୍ୟ କରିବାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ ପଟ୍ଟନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ପିନାକୀ ମିଶ୍ର,…

Read More

ହରିୟାଣାର ନିର୍ବାଚନୀ ଫଳାଫଳ ପରେ ଝୁଲା ସରକାରର ସମ୍ଭାବନା ସ୍ପଷ୍ଟ ହୋଇଥିବା ବେଳେ ବିଜେପି ସର୍ବବୃହତ ଦଳ ରହିଛି । ସ୍ବାଧୀନ ବିଧାୟକ ରହିଥିବା ଗୋପାଳ କାଣ୍ଡା ବିଜେପି ନିମନ୍ତେ ନିଜର ସମର୍ଥନ ଜାହିର କରିବା ପରେ ବରିଷ୍ଠ ନେତ୍ରୀ ଉମା ଭାରତୀ ଏହାର ବିରୋଧ କରି ଏକାଧିକ ଟ୍ବିଟ୍‌ କରିଛନ୍ତି । କାଣ୍ଡାଙ୍କ ବିରୋଧରେ ଜଣେ ବିମାନ ପରିଚାରିକାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ଉକ୍ତ ପରିଚାରିକାଙ୍କ ଆତ୍ମହତ୍ୟା ମାମଲାରେ କାଣ୍ଡା ଜାମିନରେ ଅଛନ୍ତି । ତେଣୁ ବିଜେପିର ରାଷ୍ଟ୍ରୀୟ ନେତୃବୃନ୍ଦଙ୍କୁ ନିବେଦନକି ସେମାନେ କାଣ୍ଡାଙ୍କ ସହିତ କୌଣସି ଚୁକ୍ତି କରିବା ପୂର୍ବରୁ ଶହେଥର ବିଚାର କରନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ବିଜେପିକୁ ସମର୍ଥନ ନେଇ ଶୁକ୍ରବାର ଘୋଷଣା କରିଥିଲେ ।

Read More

ସମୀକ୍ଷା ବ୍ୟୁରୋ ସମସ୍ତ ପ୍ରୟାସ ସତ୍ତ୍ୱେ ବିଶ୍ଵରେ ପ୍ଲାଷ୍ଟିକର ବ୍ୟବହାରକୁ ରୋକାଯାଇ ପାରୁନାହିଁ । ଏଥିପାଇଁ ପ୍ରଦୂଷଣ ସମସ୍ୟା ବିକଟ ରୂପ ଧାରଣ କରିଛି । ପରିବେଶକୁ ନେଇ ଚିନ୍ତିତ ଥିବା ଏକ ଗୋଷ୍ଠୀ ଦାବି କରିଛି ଯେ ପ୍ରଦୂଷଣ କରୁଥିବା ପ୍ଲାଷ୍ଟିକ ଟୁକୁଡା ଗୁଡିକ ମୁଖ୍ୟତଃ ବହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡିକରୁ ଆସିଥାଏ । ବ୍ୟକ୍ତି ତଥା ପର୍ଜ୍ୟାବରଣ ସମ୍ବନ୍ଧୀୟ ସଂଗଠନ ଅଧିନସ୍ଥ ଏକ ବୈଷୟିକ ସଂସ୍ଥା “ “ବ୍ରେକ ଫ୍ରି ଫ୍ରମ ପ୍ଲାଷ୍ଟିକ୍ସ “ କହିଛି ଯେ କୋକାକୋଲା ,ନେସଲେ ଏବଂ ପେପ୍ସି ଭଳି ଦୁନିଆର ବୃହତ୍ତ କମ୍ପାନୀ ଗୁଡିକ ଅଧିକ ପରିମାଣରେ ପ୍ଲାଷ୍ଟିକ ଅବଶେଷ ଉତ୍ପନ୍ନ କରିଥାନ୍ତି । ଉକ୍ତ ସଂଗଠନ ର ସ୍ବଚ୍ଛାସେବୀଙ୍କ ଦ୍ଵାରା ଏକ ମାସ ପୂର୍ବରୁ ୫୧ ଟି ଦେଶ ରେ ସଫାଇ ଦିବସ ପାଳନ କରିବା ଅବସରରେ ପ୍ରାୟ ପାଞ୍ଚ ଲକ୍ଷ ଟୁକୁଡା ଜମା କରିଥିଲେ ସେଥିରେ ୪୩ ପ୍ରତିଶତ ନାମୀଦାମୀ…

Read More

ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ୨୮୮ଟି ଆସନର ଫଳାଫଳ ସାମ୍ନାକୁ ଆସିଛି। ୨୦୧୪ ତୁଳନାରେ ବିଜେପି କମ୍ ବହୁମତ ହାସଲ କରିଛି। ରାଜ୍ୟରେ ବିଜେପି – ଶିବସେନା ମେଣ୍ଟ ୧୬୧ଟି ଆସନ ଜିତିଛି । ଏଥିରେ ବିଜେପି ୧୦୫ ଓ ଶିବସେନା ୫୬ ସେହିପରି କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ୯୮ଟି ଆସନ ପାଇଥିବାବେଳେ କଂଗ୍ରେସ ୪୪ ଓ ଏନ୍‌ସିପି ୫୪ଟି ଆସନ ପାଇଛି । ତେବେ ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ିଥିଲେ। ଆଦିତ୍ୟ ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲେ। ପାଖାପାଖି ୭୦ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ଆଦିତ୍ୟ। ଇତି ମଧ୍ୟରେ ରାଜ୍ୟରେ ମହାରାଷ୍ଟ୍ର-ଶିବସେନାର ସମର୍ଥକ ଆଦିତ୍ୟ ଠାକରେଙ୍କ ପୋଷ୍ଟରରେ ଭାବି…

Read More

ଜିତେନ୍ଦ୍ର ରଥ ଗତ ତେଇଶି ତାରିଖରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏକ ଚିଠି ମାଧ୍ୟମରେ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ରାଜ୍ୟର ନିଜସ୍ଵ ମଧୁବାବୁ ପେନସନ ଯୋଜନାରେ ବୃଦ୍ଧ, ବୃଦ୍ଧା ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ହାତାହାତି ଦିଆଯାଉଥିବା ମାସିକ ଭତ୍ତା ଟଙ୍କାକୁ ଆଗାମୀ ଦିନରେ ବ୍ୟାଙ୍କ ମାଧ୍ୟମରେ ଦିଆଯିବାର ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ସହରାଞ୍ଚଳ ଗୁଡିକରେ ଏହା ନଭେମ୍ବର ୨୦୧୯ରୁ  ଓ  ବ୍ଲକ ମୁଖ୍ୟାଳୟ ପଞ୍ଚାୟତ ଗୁଡିକରେ ଏହା ଡିସେମ୍ବର ମାସରୁ ଆରମ୍ଭ କରିବାପାଇଁ କୁହାଯାଇଛି । ପରେ ପରେ ଏହା ସବୁ ପଞ୍ଚାୟତରେ ଲାଗୁ କରାଯିବ।  ଏଥି ନିମିତ୍ତ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଯଥା, ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଠିକ କରିବା, ଆଧାର ସଂଯୋଗୀ କରଣ କରିବା ଆଦି କାର୍ଯ୍ୟକୁ ତ୍ଵରିତ ବେଗରେ କରାଯିବା ପାଇଁ ନିର୍ଦେଶ ଦିଆଯାଇଛି। ଅନେକଙ୍କୁ ଏହା ଏକ ଭଲ ନିଷ୍ପତ୍ତି ବୋଲି…

Read More

ଗତକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଏହି ନିର୍ବାଚନ ଫଳାଫଳରେ ବିଜେପି ଶିବସେନା ମେଣ୍ଟକୁ ବହୁମତ ମିଳିଥିଲେ ମଧ୍ୟ ଉଭୟ ଦଳର ଆସନ ସଂଖ୍ୟାରେ ହ୍ରାସ ଘଟିଛି । ଏହାକୁ ନେଇ ଶିବସେନାର ମୁଖପତ୍ର ସାମ୍‌ନାରେ ବିଜେପିକୁ ସମାଲୋଚନା କରାଯାଇଛି । କ୍ଷମତାର ଅହଙ୍କାର ପରିତ୍ୟାଗ କର, ନଚେତ୍‌ ଜନାଦେଶ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବ ବୋଲି ବିଜେପିକୁ ସତର୍କ ସୂଚନା ଦେଇଛି ଶିବସେନା । ବିଜେପି 2014ରେ 122 ଟି ଆସନରେ ବିଜୟୀ ହୋଇଥିବା ବେଳେ 2019ରେ ଏହି ସଂଖ୍ୟା 105କୁ ହ୍ରାସ ପାଇଥିଲା । ସେହିପରି 2014ରେ ଶିବସେନା 63 ଆସନ ହାସଲ କରିଥିବା ବେଳେ ସେନାର ଆସନ ସଂଖ୍ୟା 56କୁ ହ୍ରାସ ପାଇଥିଲା । କ୍ଷମତା ମୋହରେ ଅନ୍ଧ ବିଜେପି ବିପକ୍ଷ ଦଳଙ୍କୁ ହେୟ ମନେ କରିବା କାରଣରୁ ଦଳର ଆସନ ସଂଖ୍ୟା ହ୍ରାସ ପାଇଛି । ଏହା ଉଭୟ ଦଳଙ୍କ ପାଇଁ ସତର୍କ…

Read More

କଟକ ଜିଲ୍ଲା ସାଲେପୁର ଥାନା ବେତେଇ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଶାଶୁ ଓ ୨ ବୋହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଶାଶୁ ସୀତା ମଲ୍ଲିକ, ବୋହୁ ନନ୍ଦିତା ମଲ୍ଲିକ ଓ ପୁଷ୍ପଲତା ମଲ୍ଲିକ । ବର୍ଷା ହେଉଥିବାରୁ ସାଲେପୁର ଥାନା ବେତେଇ ଗାଁର ବଡ଼ ବୋହୁ ନନ୍ଦିତା ମଲ୍ଲିକ ଘର ଭିତରେ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଶାଶୁ ସୀତା ଧାଇଁ ଆସିଥିଲେ । ମାତ୍ର ସେ ମଧ୍ୟ ବିଦ୍ୟୁତ ଆଘାତରେ ସେଠାରେ ପଡ଼ିଯାଇଥିଲେ । ଏହା ପରେ ସାନ ବୋହୁ ପୁଷ୍ପଲତା ଉକ୍ତ ଦୁଇ ଜଣଙ୍କୁ ବଞ୍ଚାଇବାକୁ ଆସିବାବେଳେ ସମାନ ଘଟଣା ଘଟିଛି । ଫଳରେ ଅକାଳରେ ଶାଶୁ ଓ ଦୁଇ ବୋହୁ ମୃତ୍ୟୁବରଣ…

Read More

ବିଶ୍ବର ଏକ ନମ୍ବର ଧନୀ ତାଲିକାରୁ ବାଦ ପଡିଛନ୍ତି ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ । ଆମେରିକୀୟ ବଜାରରେ ଟ୍ରେଟିଙ୍ଗରେ 9 ପ୍ରତିଶତ ଅଂଶଧନ ହରାଇବା ପରେ ବେଜୋସ୍‌ଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ 103.9 ବିଲିୟନ୍‌ ଡଲାରକୁ ହ୍ରାସ ପାଇଥିଲା । ଏହା ସହିତ ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗେଟ୍ସଙ୍କ ସମୁଦାୟ ସମ୍ପତ୍ତିର ପରିମାଣ 105.7 ବିଲିୟନ୍‌ ଡଲାର ରହିଛି । ଉଲ୍ଲେଖଯୋଗ୍ୟ ଯେ, 2018ରେ 160 ବିଲିୟନ୍‌ ଡଲାରର ବାର୍ଷିକ ଆୟ ସହିତ ପ୍ରଥମ ଥର ପାଇଁ ଗେଟ୍ସଙ୍କୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିଲେ । ଦୀର୍ଘ 24 ବର୍ଷ ପରେ ଧନୀ ତାଲିକାରେ ପ୍ରଥମ ସ୍ଥାନରୁ ବାହାରିଥିବା ଗେଟ୍‌ସ ଶୁକ୍ରବାର ପୁନର୍ବାର ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ମାଇକ୍ରୋସଫ୍ଟ 16 ବିଲିୟନ୍‌ ଡଲାର ହାସଲ କରିଥିବା ବେଳେ ନିଜର ଛାଡପତ୍ର କାରଣରୁ ବେଜୋସ୍‌ 38 ବିଲିୟନ୍‌ ଡଲାର ହରାଇଥିଲେ ।

Read More

ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି। ଏହା ସହିତ ତାଙ୍କୁ ପୁନଃଅବସ୍ଥାପିତ କରାଯାଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିନିୟର କନ୍‌ସଲ୍‌ଟାଣ୍ଟ୍‌ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ପଙ୍କଜ କୁମାର ପଟେଲଙ୍କୁ ରାଜ୍ୟ ସରକାର କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ୱନ କରିଥିଲେ। ୫ଟି ସଚିବଙ୍କ ଗସ୍ତ ସମୟରେ ଡାକ୍ତରଖାନାର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସେ ଭାରପ୍ରାପ୍ତ ସିଡିଏମ୍‌ଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇଥିଲା। ସରକାରଙ୍କ ଏହି ପଦକ୍ଷେପକୁ ଡାକ୍ତର ସଂଘ ‘ଓମ୍‌ସା’ ଓ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲା। ଏପରିକି ବିଜେପି ପକ୍ଷରୁ ଏନେଇ ସୁନ୍ଦରଗଡ଼ରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।

Read More

ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଯାହା ପ୍ରଭାବରେ ରାଜ୍ୟରେ ଗତ ୨ଦିନ ହେଲା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ଜଳକା ନଦୀ ଓ ଦକ୍ଷିଣରେ ପ୍ରବାହିତ ବଂଶଧାରା ନବୀର ଜଳସ୍ତର ବିପଦ ସଙ୍କେତ ଟପିଛି । ଫଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।  ସୂଚନାନୁସାରେ, ସାରା ରାଜ୍ୟରେ ୨ଦିନ ହେବ ଲଗାଣ ବର୍ଷା ଫଳରେ ବାଲେଶ୍ୱର ଜିଲ୍ଲା ମଥାନୀ ନିକଟରେ ଜଳକା ନଦୀ ବିପଦ ସଙ୍କେତ ଟପିଛି । ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ଗତ ୨ଦିନର ଲଗାଣ ବର୍ଷା ଯୋଗୁଁ ଆଜି ଜଳ ପତ୍ତନ ୬.୦୦ ମିଟର ଉପରେ ରହିଛି । ଫଳରେ ଜଳକା ନଦୀରେ ବନ୍ୟା ଆସିବା ଦ୍ୱାରା ବସ୍ତା ଆଦି ବ୍ଲକ୍‌ରେ ଏକାଧିକ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରିି…

Read More

କର୍ତ୍ତାରପୁର କରିଡରରେ ପର୍ଯ୍ୟଟକଙ୍କ ନେବା ଆଣିବା ସାମଗ୍ରୀ ଉପରେ କଟକଣାକୁ ନେଇ ଗୁରୁବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହି ଚୁକ୍ତି ଅନୁଯାୟୀ କର୍ତ୍ତାରପୁରର ଗୁରୁଦ୍ବାରା ଦର୍‌ବାର ସାହିବ ଭ୍ରମଣ କରୁଥିବା ଶ୍ରଦ୍ଧାଳୁଙ୍କୁ ନିଜର କ୍ରିପାଣ (ଶିଖ୍‌ ମାନଙ୍କ ବ୍ୟବହୃତ ଛୁରୀ) ସାଥିରେ ନେବାର ଅନୁମତି ପ୍ରଦାନ କରାଯାଇଛି । ମାତ୍ର କୌଣସି ନିଶାଦ୍ରବ୍ୟ, ଅସ୍ତ୍ରଶସ୍ତ୍ର, ବ୍ରଡବ୍ୟାଣ୍ଡ ଏବଂ ଓ୍ବାଇଫାଇ ଡିଭାଇସ୍‌ ସାଙ୍ଗରେ ନେବା ଉପରେ କଟକଣା ଜାରି କରାଯାଇଛି । 5 ହଜାର ପର୍ଯ୍ୟଟକଙ୍କୁ ଯାତ୍ରାର ଅନୁମତି ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ନିକଟରୁ 20 ଡଲାର ଆଦାୟ କରାଯିବ । ସେହିପରି ପ୍ରତ୍ୟେକ ଶ୍ରଦ୍ଧାଳୁ ସର୍ବାଧିକ 11 ହଜାର ଟଙ୍କା ସାଙ୍ଗରେ ନେଇପାରିବେ ଏବଂ ବ୍ୟାଗ୍‌ର ଓଜନ ସର୍ବାଧିକ ସାତ କିଗ୍ରା ରହିବ । 13 ବର୍ଷରୁ କମ୍‌ ଶିଶୁ ଏବଂ ବୃଦ୍ଧ ମାନଙ୍କୁ ଦଳ ସହିତ ଯାତ୍ରା କରିବା ପାଇଁ…

Read More

ମାଓ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳରେ ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନ୍‌କୁ ବିରୋଧ କରି ଲାଲବାହିନୀ ପକ୍ଷରୁ 24 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନକୁ ସଫଳ କରିବା ପାଇଁ ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରାଯାଇଛି । ଏହା ଦ୍ବାରା ଏହି ଅଞ୍ଚଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରାଯିବା ସହିତ ମାଓ ପୋଷ୍ଟର ଜାରି କରାଯାଇଛି । କନ୍ଧମାଳ ବାଲିଗୁଡ଼ାର ସିର୍ତିଗୁଡ଼ାଠାରେ ଗଛ ପକାଇ 59 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଦାରିଙ୍ଗବାଡ଼ି ଓ ବାଲିଗୁଡ଼ା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ଅଧିକାରୀଙ୍କୁ ମୁତୟନ କରାଯାଇଛି ।

Read More

ଜମ୍ମୁ କଶ୍ମୀରର ଶୋପିଆ ଜିଲ୍ଲାରେ ସେଓ ଆଣିବାକୁ ଯାଇଥିବା 2 ଜଣ ଟ୍ରକ ଚାଳକଙ୍କୁ ଆତଙ୍କବାଦୀମାନେ ଗୁରୁବାର ଗୁଳି କରି ହତ୍ୟା କରିଛନ୍ତି । ଦକ୍ଷିଣ କଶ୍ମୀରରେ ବିଗତ 10 ଦିନ ମଧ୍ୟ ଟ୍ରକ ଚାଳକମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିବା ଏହା ହେଉଛି ତୃତୀୟ ଘଟଣା । ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଟ୍ରକ ଚାଳକମାନେ ବିନା କୌଣସି ସୁରକ୍ଷାରେ ଘାଟୀକୁ ଯାଇଥିଲେ । ଟ୍ରକ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆହତ ଟ୍ରକ ଚାଳକଙ୍କୁ ଉଦ୍ଧାର କରାଯାଇ ଶ୍ରୀନଗରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Read More

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବହୁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ 24 ଘଣ୍ଟା ମଧ୍ୟରେ 5ଟି ଜିଲ୍ଲାର 46ଟି ବ୍ଲକରେ 100ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ପୁରୀର କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ 249.5 ମିମି ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ 5ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ, 10ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଓ 5ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Read More