Author: Samikhsya Bureau

କେଦାର ମିଶ୍ର ଗତକାଲି ହରିଆଣା ଓ ମହାରାଷ୍ଟ୍ର ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ପ୍ରକାଶ ପାଇଲା ପରେ, କିଏ ଜିତିଲା ବା ହାରିଲା, ସେ କଥା ସ୍ପଷ୍ଟ ହୋଇଯାଇଛି। ଏ ଦୁଇ ରାଜ୍ୟରେ ବିଜେପିର ଶାସନ ରହିଥିଲା, ତେଣୁ ସ୍ଵାଭାବିକ ଭାବରେ ବିଜେପି ର ପ୍ରଦର୍ଶନକୁ ନେଇ ସେଠି ଉତ୍କଣ୍ଠା ରହିଥିଲା। ତେବେ ରାଜନୈତିକ ଦଳଙ୍କ ହାର ଜିତ ଅପେକ୍ଷା ଏ ନିର୍ବାଚନରେ ସବୁଠୁ ଭୟଙ୍କର ପରାଜୟ ବରଣ କରିଛି ଆମଦେଶର ଟେଲିଭିଜନ ଗଣମାଧ୍ୟମ। ପ୍ରାୟ ନବେ ଭାଗ ଗଣମାଧ୍ୟମ ଏହି ଦୁଇଟି ରାଜ୍ୟର ନିର୍ବାଚନ ବିଜେପି ସପକ୍ଷରେ ଏକପାଖିଆ ହାୱାର ନିର୍ବାଚନ ବୋଲି କହି ଆସୁଥିଲେ। ଜନମତ ସର୍ଭେ ଗୁଡିକରେ ବିଜେପି ନବେ ଭାଗରୁ ଅଧିକ ଆସନରେ ଜିତିବ ବୋଲି କୁହାଯାଉଥିଲା। ଗତ ୨୧ ତାରିଖ ଦିନ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସରିବା ପରେ ପରେ ଆମର ଟିଭି ଚାନେଲ ଗୁଡିକ ତାଙ୍କର ବୁଥ ବାହୁଡା…

Read More

ଗୋରଖପୁରରେ ଥିବା ଚଉରୀଚଉରା ଥାନାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେହି ଥାନାର ହେଡ କନେଷ୍ଠବଳ ତାଙ୍କ ନିଜ ପୁଅକୁ ଗୁଳି କରି ହତ୍ୟା କରିଛନ୍ତି। ଏହାକୁ ନେଇ ସେହି ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାରୁ ପ୍ରକାଶ ଯେ, ଚଉରୀଚଉରା ଥାନାକୁ ଅଳ୍ପଦିନ ତଳେ ହେଡ କନେଷ୍ଠବଳ ଭାବେ ଅରବିନ୍ଦ ଯାଦବ ଯୋଗ ଦେଇଥିଲେ। ତାଙ୍କୁ ଦେଖା କରିବା ପାଇଁ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ପୁତ୍ର 18 ବର୍ଷ ବୟସ୍କ ବିକାଶ ଯାଦବ ଥାନାକୁ ଆସିଥିଲେ। ଥାନା ଭିତରେ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ଲାଗିଥିଲା। କଥା ବହୁ ଉଚ୍ଚକୁ ଚାଲିଯିବାରୁ ହେଡ କନେଷ୍ଠବଳ ଯାଦବ ନିଜକୁ ସମ୍ଭାଳି ପାରି ନ ଥିଲେ। ଫଳରେ ତାଙ୍କ ସର୍ଭିସ ପିସ୍ତଲରୁ ଥାନା ଭିତରେ ପୁଅକୁ ଗୁଳି କରି ହତ୍ୟା କରିଥିଲେ। ସେ ସେଠାରୁ ଖସି ପଳାଇବାକୁ ଚେଷ୍ଠା କରୁଥିବା ବେଳେ ସାଥୀ ପୋଲିସ ତାଙ୍କୁ କାବୁ କରିଥିଲେ। ଘଟଣା ସଂପର୍କରେ ଖବର…

Read More

ସମୀକ୍ଷା ବ୍ୟୁରୋ • ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଋଣ ଚୁକ୍ତି • ୧୫ଟି ଜିଲ୍ଲାର୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ହେବେ ଲାଭାନ୍ୱିତ • ୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ ଆଜି ଭାରତ ସରକାର, ଓଡ଼ିଶା ସରକାରଏବଂ ବିଶ୍ୱବ୍ୟାଙ୍କ ମଧ୍ୟରେ ୧୬ କୋଟି ୫୦ ଲକ୍ଷ ଆମେରିକୀୟ ଡଲାରର ଏକ ଋଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଅଧିକ ମରୁଡ଼ି ପ୍ରବଣ ତଥା ବର୍ଷା ଜଳ ଉପରେ ନିର୍ଭରଶୀଳ ଗ୍ରାମାଂଚଳରେ ‘ଜଳବାୟୁ ଅନୁକୂଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ’କାର୍ଯ୍ୟକାରୀ କରାଯିବ।ଏହାଦ୍ୱାରା ରାଜ୍ୟର ୧୫ଟି ଜିଲ୍ଲାର ପାଖାପାଖି ୧ ଲକ୍ଷ ୨୫ ହଜାର କ୍ଷୁଦ୍ର ଚାଷୀ ପରିବାର ଲାଭାନ୍ୱିତ ହୋଇ ପାରିବେ ଏବଂ ୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ କୃଷି କାର୍ଯ୍ୟ ହୋଇପାରିବ।ଏହି ପ୍ରକଳ୍ପ ଜରିଆରେ କ୍ଷୁଦ୍ର ଚାଷୀଙ୍କୁ ପାଣିପାଗକୁ…

Read More

ସମୀକ୍ଷା ବ୍ୟୁରୋ ରାଜଧାନୀରେ ପ୍ରବଳ ବର୍ଷା ସତ୍ବେ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ହଲରେ ଏହି ନିଆଁ ଲାଗିଛି। ଆଜି ବିଶ୍ବବିଦ୍ୟାଳୟର ସିଣ୍ଡିକେଟ ବୈଠକ ବସିଥିଲା। ବୈଠକ ପରେ ପରେ ସେହି ହଲରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଲିଲା। ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ନିଆଁ ଲିଭାଇବା ପାଇଁ ଚେଷ୍ଠା କରିଥିଲେ। ହେଲେ ନିଆଁର ମାତ୍ର ଏତେ ବଢିଗଲା ଯେ ତାହା ଅଣଆୟତ୍ତ ହୋଇପଡିଲା। ଏଥି ମଧ୍ୟରେ ଦମକଳ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ତାହା ଅସମ୍ଭବ ହୋଇପଡିଲା। ଫଳରେ ଆଉ ଏକ ଦମକଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଛି। ତେବେ ନିଆଁ କିପରି ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ଏଥିସହିତ କେତେ କ୍ଷୟକ୍ଷତି ହେବ ତାହା ମଧ୍ୟ ଜଣାପଡି ନାହିଁ। ହେଲେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ…

Read More

ବାଣପୁର ବ୍ଲକ ଵାଲେଡିହ ଗ୍ରାମର ତିନିଜଣ ଯୁବକ ବନ୍ୟା ପାଣିରେ ଭାସିଯିବାର ଖବର ମିଳିଛି।  ଏହି ଦୁର୍ଘଟଣା ଵାଲେଡିହ ଗାଁ ନିକଟରେ ଥିବା କେନ୍ଦ୍ରୀୟ ଜେଲ ପୂର୍ବ ବ୍ରିଜରେ ଘଟିଛି।  ଏହି ତିନିଜଣ ଯୁବକ  ବାଇକରେ ବ୍ରିଜ ଅତିକ୍ରମ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।  ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ତିନି ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ।  କିନ୍ତୁ ବାଇକର କୌଣସି ପତ୍ତା ମିଳିନି।

Read More

ପଞ୍ଜାବ ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ୩ଟିରେ କଂଗ୍ରେସ ବାଜିମାତ କରିଛି। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ଗୋଟିଏ ଆସନ ଜିତିଥିବାବେଳେ ବିଜେପି ଗୋଟିଏ ବି ଆସନ ଜିତିପାରିନାହିଁ । କଂଗ୍ରେସ ଜଲାଲାବାଦ, ଫଗୱାରା ଏବଂ ମୁକେରିଆନ୍‌ ଜିତିଥିବାବେଳେ ଶିରୋମଣି କେବଳ ଦଖା ଆସନରେ ଜିତିଛି। ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲଙ୍କ ଗଡ଼ କୁହାଯାଉଥିବା ଜଲାଲବାଦରରେ କଂଗ୍ରେସ ବାଜିମାତ୍‌ କରିଛି ।

Read More

ସମୀକ୍ଷା ବ୍ୟୁରୋ  ଆଜି ବାଣପୁର ନେହେରୁ ସେବା ସଂଘ ଅନାଥ ଆଶ୍ରମ ପରିଦର୍ଶନ କରିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା। ସବୁ ମନ୍ତ୍ରୀଙ୍କୁ ପ୍ରତ୍ୟେକ ଜିଲ୍ଲା ସ୍କୁଲ ଓ ଅନାଥାଶ୍ରମର ସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି । ଅଚାନକ ଏପରି ଗସ୍ତ କରି ଉକ୍ତ ଅନୁଷ୍ଠାନର ଆବଶ୍ୟକତା ଓ ପରିଚାଳନା  ତ୍ରୁଟି ସମ୍ପର୍କରେ ସବିଶେଷ ତଥ୍ୟ ଜାଣିହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କ୍ରମରେ ଆଜି ସଂସ୍କୃତି ମନ୍ତ୍ରୀ ବାଣପୁର ନେହେରୁ ସେବା ସଂଘ ପରିଦର୍ଶନ କରିବା ସହିତ ମଧ୍ୟାହ୍ନ ଭୋଜନ ଖାଇବା ସହିତ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି । ଏହି ଅବସରରେ ଅନାଥ ଆଶ୍ରମର ପିଲାମାନଙ୍କ ସହିତ ଭୋଜନ ମଧ୍ୟ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ସହିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ । ବାଣପୁରସ୍ଥିତ…

Read More

ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେବେ ବଲିଉଡ୍‌ ଅଭିନେତା ନଓ୍ବାଜ୍‌ ସିଦ୍ଧିକି । ଅଭିନୟରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ନଓ୍ବାଜ୍‌ । ସବୁ ପ୍ରକାର ଚରିତ୍ରକୁ ବେଶ୍‌ ନିଖୁଣତାର ସହ ଫୁଟାଇଥା’ନ୍ତି ନଓ୍ବାଜ୍‌ । ସକାରାତ୍ମକ ହେଉ ଅବା ନକାରାତ୍ମକ ଅବା ପୁଣି ସେ କମେଡ଼ି ଚରିତ୍ର ହେଉ । ସବୁ ଚରିତ୍ରରେ ସେ ଫୁଟି ଉଠନ୍ତି । ଆଉ ଏଭଳି ଜଣେ ଦକ୍ଷ ଅଭିନେତାଙ୍କୁ ୟୁକେର ୱେଲ୍ସରେ ଆୟୋଜିତ ହେବାକୁ ଥିବା କାର୍ଡିଫ୍ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୯ରେ ସମ୍ମାନିତ କରାଯିବ। ଅକ୍ଟୋବର ୨୪ରୁ ୨୭ ତାରିଖ ମଧ୍ୟରେ ୱେଲ୍ସରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବ। ସିନେମା ଜଗତକୁ  ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ’ଗୋଲ୍ଡେନ୍‌ ଡ୍ରାଗନ୍‌’ ସମ୍ମାନରେ ସମ୍ମାନିତ କରାଯିବ ।  ‘କାହାନୀ’, ‘ପାନ୍ ସିଂହ ତୋମାର୍‌’, ‘ଗ୍ୟାଙ୍ଗ୍ସ ଅଫ୍ ଓ୍ବେସେପୁର’, ‘ବଦଲାପୁର’, ‘ମାଂଝି- ଦ ମାଉଣ୍ଟେନ୍ ମ୍ୟାନ୍’, ‘କିକ୍‌’, ‘ବଜରଙ୍ଗୀ ଭାଇଜାନ୍’…

Read More

ସମୀକ୍ଷା ବ୍ୟୁରୋ ରାୟଗଡା-ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ବ୍ଲକ ପୁଟାସିଂ ଗ୍ରାମପଞ୍ଚାୟତ ର ରେଜିଙ୍ଗତାଲ ଗ୍ରାମ ର ମୁଖ୍ୟ ରାସ୍ତା ଉପରକୁ ଏକ ବଡ଼ ପଥର ଖସିପଡିଛି। ଫଳରେ ସେହି ରାସ୍ତା ବର୍ତ୍ତମାନ ସଂପର୍ଣ୍ଣ ବନ୍ଦ ହୋଇଯାଇଛି। ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ରାସ୍ତା କଡରେ ଥିବା ପଥର ତଳୁ ମାଟି ଖସିବାରେ ଲାଗିଥିଲା। ଧିରେ ଧିରେ ଏତ ବଡ ପଥରକୁ ମାଟି ଧରି ରଖିବାରେ ସମର୍ଥ ହୋଇ ନ ଥିଲା। ଫଳରେ ହଠାତ ଏହି ପଥର ଏକ ବିରାଟ ଶଦ୍ଦ କରି ରାସ୍ତା ଉପରକୁ ଖସିପଡିଥିଲା। ଭାଗ୍ୟ ଭଲ ସେତେବେଳେ ବର୍ଷା ଯୋଗୁଁ କୌଣସି ଲୋକ ଯାତାୟତ କରୁ ନ ଥିଲେ। ଯାହା ଫଳରେ ଏକ ବଡ ବିପଦରୁ ରକ୍ଷା ମିଳିଛି। ଏହି ଖବର ମିଳିବା ପରେ ସେଠାରେ ଗୁଣପୁର ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ପଥରକୁ ରାସ୍ତାରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ…

Read More

ଗୁଜରାଟ ପାଟନ ଜିଲ୍ଲାର ରାଧନପୁର ଆସନରୁ ଓବିସି ନେତା ତଥା ବିଜେପିର ପ୍ରାର୍ଥୀ ଅଳ୍ପେଶ ଠାକୁର ଉପନିର୍ବାଚନରେ ପରାଜୟର ସାମ୍ନା କରିଛନ୍ତି । କଂଗ୍ରେସର ରଘୁ ଦେଶାଇ ଅଳ୍ପେଶ ଠାକୁରଙ୍କୁ ପରାସ୍ତ କରିଛନ୍ତି । ସେହିପରି ଅଳ୍ପେଶଙ୍କ ସହ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଧବଳ ସିଂହ ଜାଲା ମଧ୍ୟ  ଓ୍ବୟାଡ ଆସନରୁ ପରାସ୍ତ ହୋଇଛନ୍ତି । କଂଗ୍ରେସର ଜାଶୁଭାଇ ଶିବଭାଇ ପଟେଲ ଜାଲାଙ୍କୁ ୭୪୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

Read More

କେଦାର ମିଶ୍ର  ଏ ସମୀକ୍ଷା ଲେଖା ହେଲା ବେଳକୁ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପୂରା ଘୋଷିତ ହୋଇନାହିଁ। ତେବେ ଦୁଇଟି ଯାକ ରାଜ୍ୟରୁ ଯେଉଁ ପ୍ରକାର ସଙ୍କେତ ମିଳୁଛି, ସେଥିରେ ହୁଏତ ବିଜେପି ପାଇଁ ବିଶେଷ ଉତ୍ସବ ମନାଇବାର କୌଣସି କାରଣ ନାହିଁ। ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରବଳ ପ୍ରଚାର ସତ୍ତ୍ୱେ ସେଠି ବିଜେପିର ଆସନ ଶହେ ପାଖାପାଖି ରହୁଛି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏବେ ବିଜେପି ସରକାର ଗଢିବା ଲାଗି ପୂରା ମାତ୍ରାରେ ଶିବସେନା ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ। ୨୦୧୪ ନିର୍ବାଚନ ତୁଳନାରେ ବିଜେପିକୁ ୨୨-୨୫ ଟି ଆସନ କମ ମିଳିବା ଫଳରେ ଶିବସେନାର ଶକ୍ତି ବୃଦ୍ଧି ଘଟିଛି। ଗତଥର ବିଜେପିକୁ ସମର୍ଥନ କରିବା ପାଇଁ  ଶିବସେନାକୁ ଅପମାନଜନକ ଭାବରେ ରାଜି ହେବାକୁ ପଡିଥିଲା। ଏଥର ସ୍ଥିତି ପୂରା ଓଲଟା। ଶିବସେନାର ସମର୍ଥନ ଆଧାରରେ…

Read More

ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ିଥିଲେ। ଆଦିତ୍ୟ ୱର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲେ। ଆଜି ଭୋଟ ଗଣତି ଆରମ୍ଭ ହେବାଠାରୁ ହିଁ ଆଦିତ୍ୟ ଆଗରେ ରହିଥିଲେ। ଆଦିତ୍ୟ ଏହି ଆସନରୁ ନିକଟତମ ପ୍ରତିଦ୍ବନ୍ଦବୀ ସୁରେଶ ମାନେଙ୍କୁ ହରାଇଛନ୍ତି । ପାଖାପାଖି ୭୦ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ଆଦିତ୍ୟ। ଓ୍ବର୍ଲି ଆସନଟି ଶିବସେନାର ଗଡ଼ ଭାବେ ପରିଚିତ। ଏଠାରେ ୨୦୧୪ରେ ଶିବସେନା ୬୦ ହଜାର ଭୋଟରେ ବିଜୟ ଲାଭ କରିଥିଲା।

Read More

କରତାରପୁର କରିଡରର ସଂଚାଳନ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୁରୁବାର ଦିନ ଏକ ରାଜିନାମା ସ୍ୱାକ୍ଷର ହୋଇଛି। ଦୁଇ ଦେଶର ଅଧିକାରୀ ଜିରୋ ପଏଣ୍ଟରେ ପହଞ୍ଚି ଏହି ରାଜିନାମା ଉପରେ ହସ୍ତାକ୍ଷର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନଭେମ୍ୱର ୯ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନା ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କରିଡରର ଉଦଘାଟନ କରିବେ । ଏହା ପୂର୍ବରୁ ଦୁଇ ଦେଶ ମଧ୍ୟରେ ବୁଧବାର ଦିନ ରାଜିନାମା ନେଇ ଘୋଷଣା ହେବାର ଥିଲା, କିନ୍ତୁ ତାରିଖ ଉପରେ ସହମତି ହୋଇ ପାରି ନଥିଲା। ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ପାକିସ୍ତାନ ପ୍ରବେଶ ଫି’ ଆଦାୟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଭାରତ ସରକାର ବିରୋଧ କରିଥିଲେ। ତଥାପି ପାକିସ୍ତାନ ସରକାର ନିଜ ଜିଦ୍‌ରେ ଅଟଳ ରହିବାରୁ ଭାରତ ସରକାର ଶିଖ ଶ୍ରଦ୍ଧାଳୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି। ପାକିସ୍ତାନର ପକ୍ଷରୁ ଶ୍ରଦ୍ଧାଳୁଙ୍କଠାରୁ ୨୦ଡଲାର ପ୍ରବେଶ…

Read More

ବଲିଉଡ୍‌ ସୁଲତାନ ସଲମାନ୍‌ ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ’ଦବଙ୍ଗ୍‌ ୩’ର ଟ୍ରେଲର ରିଲିଜ୍‌ ହୋଇଯାଇଛି । ପୁଣି ଥରେ ଚୁଲ୍‌ବୁଲ୍‌ ପାଣ୍ଡେ ପରଦାକୁ ଆସୁଛନ୍ତି । ଆକ୍ସନ-କମେଡ଼ିରେ ଭରପୂର ଏହି ଫିଲ୍ମର ସଲମାନ୍‌ ଖାନ୍‌, ସୋନାକ୍ଷୀଙ୍କ ବ୍ୟତୀତ ନବାଗତା ସାଇ ମଞ୍ଜେରକର୍‌, ସୁଦୀପ୍‌, ଅରବାଜ୍‌ ଖାନ୍‌, ମାହିଗିଲ୍‌, ପଙ୍କଜା ତ୍ରିପାଠୀ ପ୍ରମୁଖ ଅଭିନୟ କରୁଛନ୍ତି ।  ଦୁଇ ମିନିଟ୍‌ ୫୦ ସେକେଣ୍ଡର ଏହି ଟ୍ରେଲର୍‌ରେ ସଲମାନ୍‌ଙ୍କ ଡାଇଲଗ୍‌ ଶୁଣିବାକୁ ମିଳିଛି । ଏଥିରେ ଭାଇଜାନ୍‌ ମାରେଙ୍ଗ ଭି ହମ୍‌ ଓ ବଚାୟଙ୍ଗେ ଭି ହମ୍‌ର ଏକ ଦମଦାର୍‌ ଡାଇଲଗ ସହ ଆକ୍ସନ ସିନ୍‌ ଦେଖିବାକୁ ମିଳିଛି । ଏହି ଟ୍ରେଲର୍‌ରେ ସଲମାନ୍‌ ଖାନ୍‌, ସୋନାକ୍ଷୀ ସିହ୍ନା, ସାଇ ଓ ସୁଦୀପ୍‌ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଡିସେମ୍ବର ୨୦ ତାରିଖରେ ପରଦା ଉପରକୁ ଆସିବ । ବଲିଉଡରେ ସଲମାନ୍‌ଙ୍କ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଏକ…

Read More

ହରିୟାଣାରେ ବିଜେପି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ । ଦଳ ପରାସ୍ତ ହୋଇ ନଥିଲେ ମଧ୍ୟ ବହୁମତରୁ ଦୂରରେ ରହିଛି । ଦଳ ମାତ୍ର ୪୦ଟି ଆସନରେ ଆଗୁଆ ରହିଛି । ଏଠାରେ କଂଗ୍ରେସ ବିଜେପିକୁ କଡା ଟକ୍କର ଦେଇଛି । କଂଗ୍ରେସ ଏଠାରେ ୨୯ଟି ଆସନରେ ଆଗୁଆ ରହିଛି । ସେହିପରି ଅନ୍ୟ ଛୋଟ ଦଳ ୨୧ଟି ଆସନରେ ବିଜୟ ହୋଇଛନ୍ତି । ଏଠାରେ ସରକାର ଗଠନ ପାଇଁ ୪୬ଟି ଆସନ ଆବଶ୍ୟକ ଥିବା ବେଳେ କୌଣସି ଦଳ ବହୁମତ ଛୁଇଁ ନାହାନ୍ତି । ଏଠାରେ ଜେଜେପି କିଙ୍ଗ ମେଙ୍ଗର ହେବ । ଅପରପକ୍ଷରେ କଂଗ୍ରେସ ସତ୍ତା ପାଇଁ ଜେଜେପି ସହ ମେଣ୍ଟ କରିବା ନେଇ ମଧ୍ୟ ଜଣାପଡୁଛି । ଏପରିକି ଡେପୁଟି ସିଏମ୍‌ ପଦ ଛାଡ଼ିବା ପାଇଁ ରାଜି ହୋଇଛି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ  ହରିୟାଣାର ରାଜନୀତିକୁ ଆଗାମୀ ସମୟରେ କର୍ଣ୍ଣାଟକ ରାଜନୀତି ହେବା ପରି ଲାଗୁଛି…

Read More

କେଦାର ମିଶ୍ର  କେହି କହି ନଥିଲେ ବା ଭାବି ନଥିଲେ ଯେ ବିଜେପୁର ଉପ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ହାରିବେ। ତାଙ୍କ ଜିତିବା ଏକ ପ୍ରକାର ନିଧାର୍ୟ ଥିଲା। ହେଲେ ସେ ଯେ ପ୍ରାୟ ୯୮ ହଜାର ଭୋଟ ବ୍ୟବଧାନରେ ଜିତିବେ ଏକଥା କେହି କଲ୍ପନା କରିନଥିଲେ। ଗୋଟେ ସମୟରେ ବିଜେଡ଼ିର ତୁଙ୍ଗ ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ହୁଏତ ବିଜେଡ଼ିର ବିଜୟ ବ୍ୟବଧାନ ଗତ ନିର୍ବାଚନ ତୁଳନାରେ କମିପାରେ। ହେଲେ ଏଥର ରୀତା ସାହୁଙ୍କ ବିଜୟ ଓଡିଶାର ନିର୍ବାଚନୀ ଇତିହାସରେ ରେକର୍ଡ ସୃଷ୍ଟି କରିଛି। ନିକଟ ଅତୀତରେ ଏତେ ବଡ ବ୍ୟବଧାନ ନେଇ ଜିତିଥିବା ବିଧାୟକଙ୍କ ନାଁ ଆମର ମନେ ପଡୁନାହିଁ। ୨୦୧୯ ମଇ ନିର୍ବାଚନରେ ବିଜେପୁରରୁ ନବୀନ ପଟ୍ଟନାୟକ, ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ଆଳିରୁ ପ୍ରତାପ ଦେବ ଓ ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରମୁଖ ୫୦ ହଜାରରୁ ଅଧିକ ବ୍ୟବଧାନରେ…

Read More