ସମୀକ୍ଷା ବ୍ୟୁରୋ 1997 ବ୍ୟାଚ ଆଇପିଏସ ଅଧିକାରୀ ଧିରେନ୍ଦ୍ର ସାଂଭାଜୀ କୁଟ୍ଟେ ବା ଡି.ଏସ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରୁଥିଲେ। ସେ 2017 ମସିହାରୁ ଏହି ଦାୟିତ୍ବରେ ରହିଛନ୍ତି। ଏହି ଆଇପିଏସ ଅଧିକାରୀ ପୂର୍ବରୁ ଓଡିଶା ପରିବହନ ବିଭାଗର କମିଶନର ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ଆଇଜି ଅପରେସନ ଭାବେ ମଧ୍ୟ ଗୁରୁ ଦାୟିତ୍ବ ତୁଲାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ସେ ନିଜର ଦକ୍ଷତା ମଧ୍ୟ ପ୍ରତିପାଦନ କରାଇପାରିଛନ୍ତି। ତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ବେଶ ରହିଛି। ବିଭିନ୍ନ ଯୋଜନାରେ କାଯ୍ୟକାରିତା ପାଇଁ ସେ ମୁଖ୍ୟମନ୍ତ୍ରଙ୍କ ଶୁଭ ଦୃଷ୍ଟିରେ ରହି ଆସିଛନ୍ତି। ଯାହା ଫଳରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ପୁଣି ଥରେ ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରଙ୍ଗ ତହସିଲ୍, ବାଙ୍କୀ ତହସିଲ୍, ମୁଣ୍ଡୁ ମୁହାଣ ନୋଡାଲ୍ ସ୍କୁଲ ଓ ବାଙ୍କୀସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀମାନଙ୍କୁ ଅଚାନକ ପରିଦର୍ଶନ କରିବାକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରୀ ମାର୍ଣ୍ଡି କଟକ ଜିଲ୍ଲାର ବାରଙ୍ଗ ଓ ବାଙ୍କୀ ତହସିଲ୍ ପରିଦର୍ଶନ କରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ। ବସୁନ୍ଧରା ଅନ୍ତର୍ଗତ ଘରଡିହ ପଟ୍ଟା ଆବଣ୍ଟନ, ମୁ୍ୟଟେସନ୍ କେସ୍ ଫଇସଲା, ବିଭିନ୍ନ ପ୍ରମାଣ ପତ୍ର ଯୋଗାଇ ଦେବା, ସରକାରୀ ଜମି ସୁରକ୍ଷା ଆଦି କାଯ୍ୟର ୫ ‘ଟି’ ଆଧାରରେ ସଂ ପାଦନ ଉ ପରେ ମନ୍ତ୍ରୀ ଗୁରୁତ୍ୱ ଆରୋ ପ କରିଥିଲେ। ତହସିଲ୍ଦାର ଓ ଅନ୍ୟ କର୍ମଚାରୀମାନଙ୍କୁ ମନ୍ତ୍ରୀ ମାର୍ଣ୍ଡି ନିଷ୍ଠା ଓ ସ୍ୱଚ୍ଛତାର ସହ କାଯ୍ୟ କରିବା ପାଇଁ କହିଥିଲେ। ଏଥିସହିତ ସମୟାନୁବର୍ତ୍ତୀ ସେବା ପ୍ରଦାନ ପୂର୍ବକ ଓଡ଼ିଶା…
AHMEDABAD, OCT 23 (UNI) Temple illuminated with colourful lights ahead of the Diwali festival, in Ahmedabad on Wednesday.UNI PHOTO-49u
NEW DLEHI,:-Bollywood actor Bhumi Pednekar during the promotion of her upcoming movie Saand Ki Aankh, in new Delhi on Wednesday.
ସମୀକ୍ଷା ବ୍ୟୁରୋ • ଉଭୟ କମ୍ପାନୀକୁ ମିଳିବ ୪ଜି ସ୍ପେକ୍ଟ୍ରମ • ୨୦ ହଜାର କୋଟି ଟଙ୍କାରୁ ଊଦ୍ଧ୍ୱର୍ ପୁଞ୍ଜି ବିନିଯୋଗ ପ୍ରସ୍ତାବ • ୧୫ ହଜାର କୋଟି ଟଙ୍କାର ଦୀର୍ଘସ୍ଥାୟୀ ସୋଭରେନ ବଣ୍ଡ ଗ୍ୟାରେଂଟି • କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର ଯୋଜନା ବିଏସଏନଏଲ ଏବଂ ଏମଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ ଆଜି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ବିଏସଏନଏଲ ଓ ଏମଟିଏନଏଲର ସମ୍ମିଶ୍ରଣକୁ ନୀତିଗତ ମଞ୍ଜୁରି ମିଳିଛି। ଏହି ଦୁଇଟି ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ପାଇଁ ୪ଜି ସ୍ପେକ୍ଟ୍ରମ ସେବାର ପ୍ରଶାସନିକ ଆବଂଟନ କରାଯିବ। ଏତଦବ୍ୟତୀତ ସୋଭରେନ ଗ୍ୟାରେଂଟି ବଣ୍ଡ ଜରିଆରେ ଋଣ ପରିଶୋଧ, କର୍ମଚାରୀଙ୍କ ଖର୍ଚ୍ଚ କାଟ, ସମ୍ପତି ବିନିଯୋଗ କରି ପାଣ୍ଠି ସଂଗ୍ରହ ଆଦି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। କ୍ୟାବିନେଟ ଦ୍ୱାରା ନିମ୍ନୋକ୍ତ ନିଷ୍ପତି ନିଆଯାଇଛି :- ବିଏସଏନଏଲ ଏବଂ ଏମଟିଏନଏଲକୁ ୪-ଜି ସେବାର ପ୍ରଶାସନିକ ଆବଂଟନ କରାଯିବ। ଫଳରେ…
କେନ୍ଦ୍ର ସରକାର ଚଳିତ ବର୍ଷ ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି । ଏଥରେ ଖାଦ୍ୟଶସ୍ୟର ଏମ୍ଏସ୍ପି ଅର୍ଥାତ୍ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଥିବାବେଳେ କେବଳ ଧାନ ଉପରେ ଏମ୍ଏସ୍ପି ବୃଦ୍ଧି ହୋଇନାହିଁ । ଗହମର ଏମଏସପି ୮୫ଟଙ୍କା ପ୍ରତି କ୍ୱିଣ୍ଟାଲ ବୃଦ୍ଧି ହୋଇଛି । ସେହିପରି ଡାଲିର ଏମଏସପିରେ ସରକାର ୩୨୫ ଟଙ୍କା ବୃଦ୍ଧି କରିଛନ୍ତି । ଗହମର ଏମଏସପିରେ ୮୫ ଟଙ୍କା ବୃଦ୍ଧି ହୋଇ ଏହା ୧୮୪୦ କ୍ୱିଣ୍ଟାଲରୁ ବୃଦ୍ଧି ହୋଇ ୧୯୨୫ ଟଙ୍କା ହୋଇଛି । ବାର୍ଲିରେ ମଧ୍ୟ ଏମଏସପିରେ ୮୫ ଟଙ୍କା ପ୍ରତି କ୍ୱିଣ୍ଟାଲ ପିଛା ବୃଦ୍ଧି ହୋଇଛି । ପୂର୍ବରୁ କ୍ୱିଣ୍ଟାଲ ପିଛା ୧,୪୪୦ଟଙ୍କା ଥିବାବେଳେ ଏବେ ଏହା ୧,୫୨୫ ଟଙ୍କା ପ୍ରତି କ୍ୱିଣ୍ଟାଲ ହୋଇଛି । ସେହିପରି ଡାଲିରେ ଏମଏସପିରେ ୩୨୫ଟଙ୍କା ପ୍ରତି କ୍ୱିଣ୍ଟାଲ ବୃଦ୍ଧି ହୋଇଛି, ପୂର୍ବରୁ ଏହା ୪,୪୭୫ ଥିବାବେଳେ ବର୍ତ୍ତମାନ…
ମନି ଲଣ୍ଡ୍ରିଂ ମାମଲାରେ କର୍ଣ୍ଣାଟକ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅବା କୌଣସି ପ୍ରମାଣ ନଷ୍ଟ ଯେପରି ନ କରିବେ ସେଥିପାଇଁ ତାଙ୍କୁ ସତର୍କ କରାଯାଇଛି। ଯାଞ୍ଚ୍ରେ ସହଯୋଗ କରିବାକୁ ତାଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କୁ ବ୍ୟକ୍ତିଗତ ୨୫ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ଦିଆଯାଇଛି। ଆଜି ସକାଳ ସମୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ତାଙ୍କୁ ତିହାର ଜେଲ୍ରେ ସାକ୍ଷାତ କରିଥିଲେ ।
ସମୀକ୍ଷା ବ୍ୟୁରୋ ଆଉ ଦିନ କେଇଟା ପରେ ଦିପାବଳୀ । ଆଲୋକର ପର୍ବକୁ ସମେସ୍ତ ଜାକଜମକରେ ପାଳନ କରିବାକୁ ପ୍ରସ୍ତୁତ । କିନ୍ତୁ ଆପଣ ଜାଣିଛନ୍ତି ଏହି ପର୍ବରେ ଆପଣ ଯଦି ବାଣ ଫୁଟାଇବାକୁ ଚାହୁଁଛନ୍ତି, ତା’ହେଲେ ସାବଧାନ ହୋଇଯା‘ନ୍ତୁ, ନହେଲେ ଜରିମାନା ସହିତ ଜେଲ୍ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିପାରେ । ବାଣ ଫୁଟାଇବା ଦ୍ଵାରା ବାୟୁ ପ୍ରଦୂଷଣ ହୁଏ । ଏଥିରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ବାଣ ଦ୍ଵାରା ବାୟୁ ପ୍ରଦୂଷଣ ହେଲେ ହୋଇପାରେ ୭ ବର୍ଷ ଜେଲ । ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ଏବଂ ବାଣ ଫୁଟାଇବାକୁ ଚିନ୍ତା କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ଜେଲ ଯିବାକୁ ପଡିପାରେ ଏହା ସହିତ ମୋଟାରକମର ଜୋରିମାନା ମଧ୍ୟ ଦେବାକୁ ପଡିପାରେ । ପରିବେଶ ସଂରକ୍ଷଣ ଆଇନ ଅନୁସାରେ ପ୍ରଦୂଷଣ କରୁଥିବା ଲୋକଙ୍କୁ ପାଞ୍ଚରୁ ସାତ ବର୍ଷର ଜେଲ ଦଣ୍ଡର…
ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ଟ୍ରେନ ଯାତ୍ରୀଙ୍କୁ ଯାତ୍ରା ସମୟରେ ଫ୍ରି ୱାଇ ଫାଇର ସୁବିଧା ମିଳିବ । ରେଳବାଇ ଏହି ପରିଯୋଜନା ପାଇଁ କାମ ଆରମ୍ଭ କରିଦେଇଛି । ବର୍ତ୍ତମାନ ଦେଶର ୫୧୫୦ ଷ୍ଟେସନରେ ମାଗଣା ୱାଇ ଫାଇ ସୁବିଧା ମିଳୁଛି । ସ୍ୱିଡେନରେ ଖବର ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ ଆଗାମୀ ବର୍ଷ ଶେଷ ସୁଦ୍ଧା ସମସ୍ତ ୬୫୦୦ ଷ୍ଟେସନରେ ୱାଇ ଫାଇର ସୁବିଧା ମିଳିବ । ସେହିପରି ସୁରକ୍ଷିତ ଯାତ୍ରା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହା ହେବା ଦ୍ୱାରା ସୁରକ୍ଷା ଆହୁରି କଡାକଡି ହୋଇପାରିବା ପ୍ରତି କୋଚରେ ଲାଗିଥିବା ସିସିଟିଭିର ଲାଇଭ ଫିଡ୍ ନିକଟସ୍ଥ ଥାନାକୁ ଯିବ । ଟ୍ରେନର ପରିଚାଳନାରେ ବ୍ୟବହୃତ ସିଗନାଲ ସିଷ୍ଟମକୁ ୱାଇଫାଇ ସହ ଯୋଡାଯିବ।
Folk artists performing during the inauguration of Kittur Utsav, in Belagavi on Wednesday.
Bikers on Jawa bikes participating in 90th Anniversary Ride started from Czech Embassy, in New Delhi on Wednesday. UNI PHOTO-5U
ସ୍ଵର୍ଗତ ଭଗବତୀ ଚରଣ ପାଣିଗ୍ରାହୀ (୨୩, ଅକ୍ଟୋବର, ୧୯୪୩, ମାତ୍ର ୩୫ ବର୍ଷର ଜୀବନ ବଞ୍ଚି ଭଗବତୀ ଚରଣ ପାଣିଗ୍ରାହୀ ଏହି ଦିନ ମୃତ୍ୟୁ ବରଣ କରିଥିଲେ। ଅଥଚ ୩୫ ବର୍ଷର ସେ ଜୀବନ ଥିଲା ଜାତୀୟ ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟ। ଅଳ୍ପ ଆୟୁଷରେ ଏକ ବିରାଟ ଇତିହାସ ସୃଷ୍ଟି କରିଥିବା ସେ ଥିଲେ ଏକ ବିରଳ ବ୍ୟକ୍ତିତ୍ବ। ଓଡିଶାରେ ସାମ୍ୟବାଦୀ ଆଂଦୋଳନର ପ୍ରତିଷ୍ଠାତା, ଓଡିଆ ସାହିତ୍ୟରେ ସାଧାରଣ ମଣିଷର ସ୍ଵରକୁ ଉପସ୍ଥାପିତ କରିଥିବା ସବୁଠୁ ଶାଣିତ ସ୍ଵର ଓ ସ୍ଵାଧୀନତା ଆଂଦୋଳନର ସର୍ବତ୍ୟାଗୀ ସଂଗ୍ରାମୀ ଭାବରେ ତାଙ୍କର ଭୂମିକା ଥିଲା ଅନନ୍ୟ। ଓଡିଶାର ଏକ ପ୍ରତିଷ୍ଠିତ ସାହିତ୍ୟିକ ପରିବାରର ଦାୟାଦ ସେ । ଦୁଇ ବଡ ଭାଇ ଦିବ୍ୟସିଂହ ପାଣିଗ୍ରାହୀ ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ ଥିଲେ ଓଡିଆ ସାହିତ୍ୟର ଉଜ୍ଜଳ ନକ୍ଷତ୍ର। ହେଲେ ସାହିତ୍ୟିକ ପ୍ରତିଷ୍ଠା ଅପେକ୍ଷା ସାଧାରଣ ମଣିଷ ଲାଗି ସଂଗ୍ରାମ ଭଗବତୀଙ୍କୁ ଘରଛଡା କରିଥିଲା।…
ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ ‘ବାଲା’କୁ ନେଇ ଉଠିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ‘ଉଜଡା ଚମନ୍’ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ସୁପ୍ରିମ କୋର୍ଟରେ ‘ବାଲା’ ଫିଲ୍ମ ରିଲିଜ୍କୁ ରୋକିବା ପାଇଁ ଏକ ପିଟିସନ୍ ଦାୟର୍ କରିଛନ୍ତି। ଯେଉଁ ପିଟିସନ୍ରେ ସେ ଲେଖିଛନ୍ତି, ‘ବାଲା’ ଫିଲ୍ମର ନିର୍ଦ୍ଦେଶକ ଦିନେଶ ବିଜାନ୍ କପି ରାଇଟସ୍ର ଉଲ୍ଲଙ୍ଘନ କରିଛନ୍ତି। ଏହି ମାମଲାକୁ ନେଇ ସୁପ୍ରିମ କୋର୍ଟ ୪ ନଭେମ୍ୱରରେ ଶୁଣାଣି କରିବେ। ସୂଚନାଯୋଗ୍ୟ, ଫିଲ୍ମ ‘ଉଜଡା ଚମନ୍’ର ନିର୍ମାତା ‘ବାଲା’ ଫିଲ୍ମ ଉପରେ କପି ରାଇଟସ୍ ଉଲ୍ଲଙ୍ଘନର ଅଭିଯୋଗ ଲଗାଇଛନ୍ତି। ନିର୍ମାତାଙ୍କ କହିବା ଅନୁସାରେ କନ୍ନଡ ଫିଲ୍ମ ‘ ଓଣ୍ଡୁ ମୋଟ୍ଟେ କାଥେ’ର ରିମେକ୍ ହେଉଛି ‘ଉଜଡା ଚମନ୍’। ତାଙ୍କ ପାଖରେ ଓରିଜିନାଲ୍ ଫିଲ୍ମର କପି ରାଇଟ୍ ରହିଛି। ଏହି ଫିଲ୍ମର ରିଲିଜ୍ ଡେଟ୍ ନଭେମ୍ବର ୮ ତାରିଖ ରହିଥିବାବେଳେ ବାଲାର ରିଲିଜ୍ ନଭେମ୍ବର ୭ ତାରିଖ ରହିଛି ।
ରଙ୍ଗାଚରଣ ପ୍ରଧାନ ଟୁଇଟରରେ ଏହି ହାସ୍ୟୋଦ୍ଦୀପକ କାହାଣୀର ଲୋକପ୍ରୀୟତା ପଛରେ ରହିଛି ଆଉ ଏକ ନିଷ୍ଠୁର ସତ୍ୟ । କିଛି ଦିନ ତଳେ ସୁପ୍ରୀମକୋର୍ଟର ବିଶେଷ ଖଣ୍ଡପୀଠ ଯେତେବେଳେ ଅଯୋଧ୍ୟା ବିବାଦର ଶୁଣାଣି ସମାପ୍ତ କଲେ ସେତେବେଳେ ଦେଶର ସର୍ବାଧିକ ପ୍ରସାରିତ ଖବର ଚାନେଲ “ଆଜତକ୍” ତରଫରୁ ଏକ ପୋଷ୍ଟର ଟୁଇଟ୍ ହୋଇଥିଲା ଯେଉଁଥିରେ ଲେଖା ଯାଇଥିଲା ‘ଜନ୍ମଭୁମି ହମାରେ, ମସଜିଦ ବାଲେ କାହାଁ ସେ ପଧାରେ”। ଆଜତକ୍ ଏ ପ୍ରକାର ପ୍ରଚାର ଆରମ୍ଭ କରି ନିଶ୍ଚୟ ସର୍ବୋଚ୍ଚ ଅଦାଲତ ପୁର୍ବରୁ ସେ ବିଷୟରେ ନିଜର ଫଏସଲା ଶୁଣାଉଛି । ଏହା ମସଜିଦର ସମର୍ଥନକାରୀ ପକ୍ଷକୁ ତାଛଲ୍ୟ କରି ଏକ ହୁଙ୍କାର ଛାଡିଛି ଯାହାର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ମୁସଲମାନ ମଧ୍ୟରେ ସାଂପ୍ରଦାୟିକ ମେରୁକରଣ କରି ହିଂସା ଓ ବିଦ୍ବେଷ ତୀବ୍ର କରିବା । ଏହା ଦ୍ବାରା ମଧ୍ୟ ଆଜତକ୍ ଚାନେଲ ଚାହୁଁଛି ଯେ ସାଂପ୍ରଦାୟିକ ଆଧାରରେ ଟେଲିଭିଜନ ଦର୍ଶକଙ୍କୁ ଦୁଇଭାଗ…
ସମୀକ୍ଷା ବ୍ୟୁରୋ ସଡକ ସୁରକ୍ଷା ତଥା ଯାନ ବାହନ ଚଳାଚଳ ଉପରେ ସଂଶୋଧିତ ନୂତନ ମୋଟର ଯାନ ଆଇନ ଲାଗୁ କରିଥିବାବେଳେ ଏବେ ଆଉ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ରାସ୍ତାରେ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ବହୁତ ଶୀଘ୍ର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଉଦ୍ଦେଶରେ ଏକ ନୂତନ ନିୟମ ପ୍ରଣୟନ କରିବା ପାଇଁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହି ନୂତନ ନିୟମ ଅନୁସାରେ ଏବେ ଯାନବାହନଗୁଡ଼ିକର ନମ୍ବର ପ୍ଲେଟରେ ରେଟ୍ରୋ ଟେପ୍ ଲଗାଇବାକୁ ବାଧ୍ୟତାମୂଳକ କରାଯିବ । ନିୟମ ଅନୁସାରେ ଯଦି କୌଣସି ଗାଡ଼ି ନମ୍ବର ପ୍ଲେଟର ଏହି ପ୍ରକାରର ଟେପ୍ ଲଗାଇବା ନାହିଁ ତେବେ ଉକ୍ତ ଗାଡ଼ିଠାରୁ ଜରିମାନା ଆଦାୟ କରିବା । ସଡକ ଦୁର୍ଘଟଣା ଉପରେ ଲଗାମ ଲଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନମ୍ବର…
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ୧୯୫୪ ପରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ବିସିସିଆଇର ଅଧ୍ୟକ୍ଷ ହୋଇଛନ୍ତି। ସୌରଭ ଦାୟିତ୍ୱ ନେବା ପରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଯୁଗ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୯ମାସ ହେବ ଏବଂ ତାଙ୍କୁ ଜୁଲାଇ ମାସରେ ପଦ ଛାଡ଼ିବାକୁ ପଡ଼ିବ, କାରଣ ନୂଆ ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ୬ବର୍ଷର କାର୍ଯ୍ୟକାଳ ପରେ କୁଲିଙ୍ଗ୍ ଅଫ୍ ପିରିୟଡ ବାଧ୍ୟତାମୂଳକ ଭାବେ ଲାଗୁ ହେବ । ଗାଙ୍ଗୁଲି ବିସିସିଆଇରେ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନ୍ (ସିଏବି)ର ସମ୍ପାଦକ ଏବଂ ପରେ…
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ତିହାଡ ଜେଲରେ ଭେଟିଛନ୍ତି । ଆଜି ସକାଳ ୯ଟାରେ ସୋନିଆ ତିହାଡ ଜେଲରେ ପହଁଚିଥିଲେ । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଆଲୋଚନା ହୋଇଥିଲା । ଶିବକୁମାରଙ୍କ ପଛରେ ଦଳ ରହିଥିବା ସୋନିଆ କହିଥିବା ସୂଚନା ମିଳିଛି । ଶିବକୁମାର ଏବେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇ ରିମାଣ୍ଡରେ ଅଛନ୍ତି। ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନି ଲଣ୍ଡରିଂ ମାମଲାରେ ଗତ କିଛି ସପ୍ତାହ ତଳେ ଗିରଫ କରିଥିଲା । ଏହାପରେ ତାଙ୍କୁ ତିହାଡ ଜେଲରେ ରଖାଯାଇଛି । ଆଜି ଶିବକୁମାରଙ୍କ ଯାଚିକା ଉପରେ ଶୁଣାଣି ହୋଇପାରେ । ନ୍ୟାୟମୂର୍ତ୍ତି ସୁରେଶ କେତ ଶିବକୁମାରଙ୍କ ଜାମିନ ଆବେଦନ ଉପରେ ଅକ୍ଟୋବର ୧୭ରେ ରାୟ ସଂରକ୍ଷିତ ରଖିଥିଲେ ।
ଝାଡଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କୁ ଶକ୍ତ ଝଟକା ଲାଗିଛି । ବିରୋଧୀ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ୬ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ସକାଳ ୧୧ରୁ ଦିନ ୨ଟା ଯାଏଁ ଏହି ମିଶ୍ରଣ ପର୍ବ ଆୟୋଜନ ହୋଇଥିଲା ।ବିଜେପିରେ ସାମିଲ ହୋଇଥିବା ବିଧାୟକମାନେ ହେଲେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ କୃଣାଳ ସାରଙ୍ଗୀ, ଜେପି ଭାଇ ପଟେଲ, ଚମରା ଲିଣ୍ଡା, କଂଗ୍ରେସର ବିଧାୟକ ସୁଖଦେବ ଭଗତ ଓ ମନୋଜ ଯାଦବ, ନବ ଜବାନ ସଂର୍ଘଷ ମୋର୍ଚ୍ଚାର ବିଧାୟକ ଭାନୁ ପ୍ରତାପ ସାହୀ ପ୍ରମୁଖ ବିଜେପିର ସଦସ୍ୟସତା ଗ୍ରହଣ କରିଛନ୍ତି । ଏହି ଉତ୍ସବରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉପସ୍ଥିତ ରହିଥିଲେ । ଏହା ଆସନ୍ତା ନିର୍ବାଚନରେ ବିଜେପିର ଶକ୍ତିବୃଦ୍ଧି କରିବ ବୋଲି କୁହାଯାଉଛି ।

