Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବାଣ ଫୁଟାଇବାକୁ ଚାହୁଁଛନ୍ତି କି ? ସାବଧାନ ରୁହନ୍ତୁ, ନ ହେଲେ ଜରିମାନା ସହ ଜେଲ୍‌ଦଣ୍ଡ ବି ଭୋଗିବାକୁ ପଡ଼ିପାରେ
ବିଶେଷ ଖବର

ବାଣ ଫୁଟାଇବାକୁ ଚାହୁଁଛନ୍ତି କି ? ସାବଧାନ ରୁହନ୍ତୁ, ନ ହେଲେ ଜରିମାନା ସହ ଜେଲ୍‌ଦଣ୍ଡ ବି ଭୋଗିବାକୁ ପଡ଼ିପାରେ

October 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବାଣ ଫୁଟାଇବା
ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

ସମୀକ୍ଷା ବ୍ୟୁରୋ

ଆଉ ଦିନ କେଇଟା ପରେ ଦିପାବଳୀ । ଆଲୋକର ପର୍ବକୁ ସମେସ୍ତ ଜାକଜମକରେ ପାଳନ କରିବାକୁ ପ୍ରସ୍ତୁତ । କିନ୍ତୁ ଆପଣ ଜାଣିଛନ୍ତି ଏହି ପର୍ବରେ ଆପଣ ଯଦି ବାଣ ଫୁଟାଇବାକୁ ଚାହୁଁଛନ୍ତି, ତା’ହେଲେ ସାବଧାନ ହୋଇଯା‘ନ୍ତୁ, ନହେଲେ ଜରିମାନା ସହିତ ଜେଲ୍‌ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିପାରେ ।

ବାଣ ଫୁଟାଇବା ଦ୍ଵାରା ବାୟୁ  ପ୍ରଦୂଷଣ ହୁଏ । ଏଥିରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ବାଣ ଦ୍ଵାରା ବାୟୁ ପ୍ରଦୂଷଣ ହେଲେ ହୋଇପାରେ ୭ ବର୍ଷ ଜେଲ ।

ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ଏବଂ ବାଣ ଫୁଟାଇବାକୁ ଚିନ୍ତା କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ଜେଲ ଯିବାକୁ ପଡିପାରେ ଏହା ସହିତ ମୋଟାରକମର ଜୋରିମାନା ମଧ୍ୟ ଦେବାକୁ ପଡିପାରେ । ପରିବେଶ ସଂରକ୍ଷଣ ଆଇନ ଅନୁସାରେ ପ୍ରଦୂଷଣ କରୁଥିବା ଲୋକଙ୍କୁ ପାଞ୍ଚରୁ ସାତ ବର୍ଷର ଜେଲ ଦଣ୍ଡର ପ୍ରବଧାନ ରହିଛି ।

ସୁପ୍ରିମକୋର୍ଟ ବାର ଆସୋସିଆସନ ଏବଂ ବରିଷ୍ଠ ଓକିଲ ଜିତେନ୍ଦ୍ର ମୋହନ ଶର୍ମା ଏବଂ ଓକିଲ କାଳିକା ପ୍ରସାଦ କଲାଙ୍କ କହିବାନୁସାରେ ବାୟୁ ପ୍ରଦୂଷଣ ରକ୍ଷା ଲାଗି ଏହି ପରିବେଶ ସଂରକ୍ଷଣ ଆଇନ ତିଆରି ହୋଇଛି । ଏଥିସହିତ କେନ୍ଦ୍ରୀୟ ପ୍ରଦୂଷଣ  ନିୟନ୍ତ୍ରଣ ବୋର୍ଡ,ସମସ୍ତ ରାଜ୍ୟ ଗୁଡିକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନ ନେସନଲ ଗ୍ରୀନ ଟ୍ରିବ୍ୟୁନାଲ୍‌ ଗଠିତ ହୋଇଛି । ଏମାନଙ୍କୁ ବାୟୁ ପ୍ରଦୂଷଣ ରୋକିବାକୁ ଆଦେଶ ଜାରି କରିବା ଏବଂ ଏଥିପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବାର ଅଧିକାର ଦିଆଯାଇଛି ।

୧୦ କୋଟି ପର୍ଯ୍ୟନ୍ତ ଜୋରିମାନା ଆଦାୟ କରିବାର ଅଧିକାର

ଆଇନଜୀବୀ କଲିକା ପ୍ରସାଦଙ୍କ କହିବା ଅନୁସାରେ ପ୍ରଦୂଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନେସନାଲ ଗ୍ରୀନ ଟ୍ରିବ୍ୟୁନାଲ୍‌ ୩ ବର୍ଷ ଯାଏଁ ଜେଲ ଦଣ୍ଡ ଏବଂ ୧୦ କୋଟି ଟଙ୍କାର ଜରିମାନା ଅଦାୟ କରିବାର ପ୍ରାବଧାନ ଅଛି । ଯଦି ଏହା ପରେ ମଧ୍ୟ ପ୍ରଦୂଷଣ ପୂର୍ବପରି ଜାରି ରହେ ଏବଂ ଏନଜିଟି ଦେଇଥିବା ଆଦେଶର ପାଳନ ନ କରା ଯାଏ ତେବେ ପ୍ରତିଦିନ ୨୫ ହଜାର ଟଙ୍କା ଜୋରିମାନା ଅଦାୟ କରିବାର ଅଧିକାର ରହିଛି ।

ତାଙ୍କ କହିବା ଅନୁସାରେ ଯଦି କୌଣସି କମ୍ପାନୀ ପ୍ରଦୂଷଣ ନିୟମକୁ ଉଲ୍ଲଂଘନ କରେ ତେବେ ଏନଜିଟି ଉକ୍ତ କମ୍ପାନୀ ଉପରେ ୨୫ କୋଟି ଟଙ୍କା ଯାଏଁ ଜୋରିମାନା ଅଦାୟ କରି ପାରିବେ ଏବଂ ଉକ୍ତ କମ୍ପାନୀ ଯଦି ଆଦେଶର ପାଳନ ନ କରେ ତେବେ ଦୈନିକ ଏକ ଲକ୍ଷ ଯାଏଁ ଜରିମାନା ଅଦାୟ କରିପାରିବ ।

ସ୍ବଚ୍ଛ ବାୟୁ ପାଇବା ସମସ୍ତଙ୍କ ମୌଳିକ ଅଧିକାର : ସୁପ୍ରିମକୋର୍ଟ

ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମୋହନଙ୍କ କହିବା କଥା ଯେ ସ୍ବଚ୍ଛ ବାୟୁ ଜୀବନ ସହ ଜଡିତ ଅଛି । କାହାରିକୁ ବାୟୁ ପ୍ରଦୂଷଣ କରିବାର ଅଧିକାର ନହିଁ । ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ଜୀବନ ଜିଇଁବା ଏକ ମୌଳିକ ଅଧିକାର ତା ସହିତ ସ୍ବଚ୍ଛ ବାୟୁ ଗ୍ରହଣ କରିବା ମଧ୍ୟ ମୌଳିକ ଅଧିକାର ଅଟେ  ବୋଲି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ଜଣାଇ ସାରିଛନ୍ତି ।

ଜିତେନ୍ଦ୍ର ମୋହନ ଶର୍ମାଙ୍କ କହିବା ଅନୁସାରେ ବାୟୁ  ପ୍ରଦୂଷଣ ଦ୍ଵାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡେ। ନାଗରିକଙ୍କୁ ସ୍ବଚ୍ଛ ବାୟୁ ଯୋଗାଇ ଦେବା ସରକାରଙ୍କ କର୍ତ୍ତବ୍ୟ ଅଟେ। ଏଥିପାଇଁ ଦିଲ୍ଲୀ ଏନସିଆର ଅଞ୍ଚଳରେ ବାଣ ଫୁଟାଇବା ଏବଂ ବିକ୍ରି ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ କମାଇବା ପାଇଁ କେଜ୍‌ରୀଓ୍ବାଲ ସରକାର ଅଡ୍‌ ଇଭିନ୍‌ ଫର୍ମୁଲା ଲାଗୁ କରିଛନ୍ତି ।  ଯାନବାହନ ନିୟମର ଧାରା ୧୧୫ ଅନୁଯାୟୀ ଦିଲ୍ଲୀ ସରକାର ଅଡ ଇଭିନ ଲାଗୁ କରିଛନ୍ତି । ଏହାଦ୍ବାରା ରାଜ୍ୟ ସରକାର ଗୁଡିକୁ ଯାନବାହନକୁ ନେଇ ନିଜସ୍ୱ ଆଇନ ପ୍ରଣୟନ କରିବାର ଅଧିକାର ପ୍ରଦାନ କରାଯାଇଛି । ଏହା ନଭେମ୍ବର ୪ ତାରିଖରୁ ୧୫ ନଭେମ୍ବର ଯାଏଁ ଲାଗୁ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026

“ବନ୍ଦେ ମାତରମ୍” ବିବାଦ: କଂଗ୍ରେସ ନିଷ୍ପତ୍ତିରେ କ୍ଷୁବ୍ଧ ବିଜେପି, ପାସ୍ କଲା ପ୍ରସ୍ତାବ

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.