Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାମ ମନ୍ଦିର ରାୟ ପ୍ରକାଶ କରିବେ କିଏ, ମାନ୍ୟବର ସୁପ୍ରିମ କୋର୍ଟ ନା ଭାରତର ଟିଭି ଚ୍ୟାନେଲ?
ବିଶେଷ ଖବର

ରାମ ମନ୍ଦିର ରାୟ ପ୍ରକାଶ କରିବେ କିଏ, ମାନ୍ୟବର ସୁପ୍ରିମ କୋର୍ଟ ନା ଭାରତର ଟିଭି ଚ୍ୟାନେଲ?

October 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ

ଟୁଇଟରରେ ଏହି ହାସ୍ୟୋଦ୍ଦୀପକ କାହାଣୀର ଲୋକପ୍ରୀୟତା ପଛରେ ରହିଛି ଆଉ ଏକ ନିଷ୍ଠୁର ସତ୍ୟ । କିଛି ଦିନ ତଳେ ସୁପ୍ରୀମକୋର୍ଟର ବିଶେଷ ଖଣ୍ଡପୀଠ ଯେତେବେଳେ ଅଯୋଧ୍ୟା ବିବାଦର ଶୁଣାଣି ସମାପ୍ତ କଲେ ସେତେବେଳେ ଦେଶର ସର୍ବାଧିକ ପ୍ରସାରିତ ଖବର ଚାନେଲ “ଆଜତକ୍” ତରଫରୁ ଏକ ପୋଷ୍ଟର ଟୁଇଟ୍ ହୋଇଥିଲା ଯେଉଁଥିରେ ଲେଖା ଯାଇଥିଲା ‘ଜନ୍ମଭୁମି ହମାରେ, ମସଜିଦ ବାଲେ କାହାଁ ସେ ପଧାରେ”।

ଆଜତକ୍ ଏ ପ୍ରକାର ପ୍ରଚାର ଆରମ୍ଭ କରି ନିଶ୍ଚୟ ସର୍ବୋଚ୍ଚ ଅଦାଲତ ପୁର୍ବରୁ ସେ ବିଷୟରେ ନିଜର ଫଏସଲା ଶୁଣାଉଛି । ଏହା ମସଜିଦର ସମର୍ଥନକାରୀ ପକ୍ଷକୁ ତାଛଲ୍ୟ କରି ଏକ ହୁଙ୍କାର ଛାଡିଛି ଯାହାର ଉଦ୍ଦେଶ୍ୟ ହେଉଛି ହିନ୍ଦୁ ମୁସଲମାନ ମଧ୍ୟରେ ସାଂପ୍ରଦାୟିକ ମେରୁକରଣ କରି ହିଂସା ଓ ବିଦ୍ବେଷ ତୀବ୍ର କରିବା । ଏହା ଦ୍ବାରା ମଧ୍ୟ ଆଜତକ୍ ଚାନେଲ ଚାହୁଁଛି ଯେ ସାଂପ୍ରଦାୟିକ ଆଧାରରେ ଟେଲିଭିଜନ ଦର୍ଶକଙ୍କୁ ଦୁଇଭାଗ କରି ସଂଖ୍ୟାଧିକ ହିନ୍ଦୁ ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରି ଟିଆରପି ଓ ବିଜ୍ଞାପନ ଆୟ ବଢାଇବା । ଏହାର ଆଉ ଏକ ଉଦ୍ଦେଶ୍ୟ ହୋଇପାରେ ଯେ ଏହି ମୋକଦ୍ଦମାରେ ଗୋଟିଏ ପକ୍ଷ ସପକ୍ଷରେ ଜନମତ ଓ ଚାପ ସୄଷ୍ଟି କରି ସୁପ୍ରୀମକୋର୍ଟଙ୍କର ଅନ୍ତିମ ରାୟକୁ ପ୍ରଭାବିତ କରିବା ।

ଅଯୋଧ୍ୟା ବିବାଦକୁ ପ୍ରାୟ ଦେଢ ଶତାବ୍ଦୀ ହୋଇଗଲାଣି, ଏହା ଅନେକ ଥର ଦେଶର ବିଭିନ୍ନ କୋର୍ଟର ବିଚାରବସ୍ତୁ ହୋଇଛି, ଅନେକ ରାୟ ପ୍ରକାଶ ପାଇଛି, ଏହି ବିଷୟକୁ ନେଇ ଅନେକ ଦଙ୍ଗା ହୋଇଛି ଓ ଅନେକ ଭାରତୀୟ ସେହିସବୁ ଦଙ୍ଗାରେ ପ୍ରାଣ ହରାଇଛନ୍ତି । ବିଶେଷକରି ୧୯୯୨ ମସିହାରେ ବାବରୀ ମସଜିଦ ଭାଙ୍ଗିବା ଘଟଣା ପରେ ଏବଂ ପରବର୍ତ୍ତି ବର୍ଷଗୁଡିକରେ, ଏହାକୁ ନେଇ ଅନେକ ଦଙ୍ଗା ହୋଇଛି ଯେଉଁଥିରେ ହଜାର ହଜାର ଲୋକ ଜୀବନ ହରାଇଛନ୍ତି । ଭୋଟରମାନଙ୍କର ସାଂପ୍ରଦାୟିକ ମେରୁକରଣ କରି କେତେକ ରାଜନୈତିକ ଦଳ ଯେ ଏଥିରୁ ବେଶ୍ ଲାଭବାନ ହୋଇଛନ୍ତି ଏକଥା କାହାକୁ ଅଜଣା ନାହିଁ ।

କିନ୍ତୁ ମସଜିଦ୍ ଭାଙ୍ଗିବା ଘଟଣା ପରେ ସମାଜରେ ଏକ ନୂଆ ପିଢି ଆସିଗଲାଣି ଯେଉଁମାନଙ୍କ ମଧ୍ୟରୁ ଅନେକ ଏହି ବିବାଦ ବିଷୟରେ ବିଶେଷ ଭାବରେ ଜାଣି ନାହାନ୍ତି କିମ୍ବା ଅତୀତର ଭୟଙ୍କର ସତ୍ୟାନାଶି ହିଂସାକୁ ପ୍ରତ୍ୟକ୍ଷ କରି ନାହାନ୍ତି । ସୂପ୍ରୀମ କୋର୍ଟ କ’ଣ ରାୟ ଦେବେ ସେ ବିଷୟରେ ସେମାନେ ସମ୍ପୁର୍ଣ ଉଦାସୀନ । ସେମାନଙ୍କ ପାଇଁ ଏହି ବିବାଦ ହେଉଛି ଜୋନାଥନ ଟୁଇଷ୍ଟଙ୍କ ଦ୍ବାରା ଲିଖିତ ‘ଗଲିଭର୍ସ ଟ୍ରାଭେଲ’ ପୁସ୍ତକର ସେହି ଅଣ୍ଡା ସଦୄଶ ଯାହାକୁ ମଝିରୁ କି ପାର୍ଶରୁ ଭଙ୍ଗାଯିବ ଭଳି ତୁଚ୍ଛ ବିବାଦରେ ଦୁଇଟି କ୍ଷୁଦ୍ରକାୟ ଲିଲିପୁଟଙ୍କ ଦେଶ ପରସ୍ପର ମଧ୍ୟରେ ଯୁଦ୍ଧ କରନ୍ତି ।

୨୦୧୦ ମସିହାରେ ଯେତେବେଳେ ଆହ୍ଲାହାବାଦ ହାଇକୋର୍ଟ ଅଯୋଧ୍ୟା ବିବାଦରେ ରାୟ ଶୁଣାଇଥିଲା ସେତେବେଳେ ଏହାର ପ୍ରତିକ୍ରୀୟାରେ ଦେଶରେ କୌଣସି ଅଭାବନୀୟ ଘଟଣା ଘଟି ନଥିଲା ଓ ଦେଶରେ ଜୀବନଯାତ୍ରା ଆଉ ସବୁ ଦିନ ଭଳି ସ୍ବାଭାବିକ ଥିଲା । ଏହା ଭାରତୀୟ ଜନଭାବନାରେ ଆସିଥିବା ପୁର୍ଣବିକାଶର ଏକ ଆଶ୍ବସ୍ତିମୁଳକ ପ୍ରମାଣ ଥିଲା । ସେତେବେଳେ ଉତ୍ତରପ୍ରଦେଶର ତତ୍କାଳୀନ ମୂଖ୍ୟମନ୍ତ୍ରୀ ମାୟାବତୀ ସମ୍ଭାବ୍ୟ ଆଇନଶୄଙ୍ଖଳା ଭଙ୍ଗ ଆଶଙ୍କାରେ ଅନେକ ପ୍ରଶଂସନୀୟ ପ୍ରତିଷେଧକ ପଦକ୍ଷେପ ନେଇଥିଲେ । ସେତେବେଳେ ନିଉଜ୍ ବୋର୍ଡକାଷ୍ଟର ଆସୋସିଏସନ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ମାନି ଗଣମାଧ୍ୟମ ସଂସ୍ଥାମାନେ ସଂଯମତା ଓ ଦାୟିତ୍ବନିଷ୍ଠତା ପ୍ରଦର୍ଶନ କରିଥିଲେ ।

ଏଥର ମଧ୍ୟ ନିଉଜ ବୋର୍ଡକାଷ୍ଟର ଆସୋସିଏସନ୍ ତରଫରୁ ଉପଦେଶାବଳୀ ଜାରି ହୋଇଛି । ମାତ୍ର ଦେଶର ସବୁଠାରୁ ଅଧିକ ପ୍ରସାରିତ ବେଲଗାମ ନିଉଜ ଚାନେଲ ଆଜତକ୍ ଆଗରେ ସେହି ଆସୋସିଏସନ୍ ଅସହାୟ ଓ ଅର୍ଥହୀନ ହୋଇପଡିଛି ।

ସୂପ୍ରୀମକୋର୍ଟଙ୍କ ରାୟ ଯାହା ଆସୁ ନା କାହିଁକି, ଏପରି ଲାଭଖୋର ରକ୍ତପିପାଷୁ ଗଣମାଧ୍ୟମ ସଂସ୍ଥାଗୁଡିକର ହୀନ ଚକ୍ରାନ୍ତ ପ୍ରତି ଦେଶବାସୀ ସାବଧାନ ହେବା ଉଚିତ୍ । ବହୁତ ହୋଇଗଲା । ଆର୍ଥିକ ପ୍ରଗତିରେ ଦେଶ ବଙ୍ଗଳାଦେଶ ଓ ନେପାଳ ଭଳି ଦେଶଠାରୁ ପଛରେ ରହିବା, ବିଶ୍ବ ଭୋକିଲା ତାଲିକାରେ ଇଥିଓପିଆ ଭଳି ଦୁର୍ଭିକ୍ଷଗ୍ରସ୍ତ ଦେଶର ପାଖାପାଖି ରହିବା ଓ ବର୍ତ୍ତମାନର ତୀବ୍ର ଆର୍ଥିକ ମାନ୍ଦାବସ୍ଥା, ଏ ପର୍ଯ୍ୟନ୍ତ ଆମ ପାଇଁ ଯଥେଷ୍ଟ ଲଜ୍ଜା ଓ ଚିନ୍ତାର କାରଣ ହେବା ପାଇଁ ଯଥେଷ୍ଟ । ଦେଶକୁ ବିଶ୍ବବାସୀଙ୍କ ଆଗରେ ଆହୁରି ଲଜ୍ଜିତ କରିବା ପାଇଁ ସବୁ ପ୍ରକାର ହୀନ ଉଦ୍ୟମକୁ ପଣ୍ଡ କରିବା ହେଉଛି ବର୍ତମାନ ସମୟର ଆହ୍ବାନ ।

Share. Facebook Twitter LinkedIn Email WhatsApp Copy Link

Related Posts

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026
Latest News

Odisha IHC MoU: ମେଗା ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଆରବ କଂପାନୀ ସହ ବୁଝାମଣା କଲା ଓଡିଶା

July 2, 2026

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.