Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରିୟାଣାର ବିଜେପି ସଭାପତି ପଦରୁ ଇସ୍ତଫା ଦେଲେ ସୁଭାଷ
ଆଜିର ଖବର

ହରିୟାଣାର ବିଜେପି ସଭାପତି ପଦରୁ ଇସ୍ତଫା ଦେଲେ ସୁଭାଷ

October 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ହରିୟାଣାରେ ବିଜେପି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ । ଦଳ ପରାସ୍ତ ହୋଇ ନଥିଲେ ମଧ୍ୟ ବହୁମତରୁ ଦୂରରେ ରହିଛି । ଦଳ ମାତ୍ର ୪୦ଟି ଆସନରେ ଆଗୁଆ ରହିଛି । ଏଠାରେ କଂଗ୍ରେସ ବିଜେପିକୁ କଡା ଟକ୍କର ଦେଇଛି । କଂଗ୍ରେସ ଏଠାରେ ୨୯ଟି ଆସନରେ ଆଗୁଆ ରହିଛି । ସେହିପରି ଅନ୍ୟ ଛୋଟ ଦଳ ୨୧ଟି ଆସନରେ ବିଜୟ ହୋଇଛନ୍ତି । ଏଠାରେ ସରକାର ଗଠନ ପାଇଁ ୪୬ଟି ଆସନ ଆବଶ୍ୟକ ଥିବା ବେଳେ କୌଣସି ଦଳ ବହୁମତ ଛୁଇଁ ନାହାନ୍ତି । ଏଠାରେ ଜେଜେପି କିଙ୍ଗ ମେଙ୍ଗର ହେବ । ଅପରପକ୍ଷରେ କଂଗ୍ରେସ ସତ୍ତା ପାଇଁ ଜେଜେପି ସହ ମେଣ୍ଟ କରିବା ନେଇ ମଧ୍ୟ ଜଣାପଡୁଛି । ଏପରିକି ଡେପୁଟି ସିଏମ୍‌ ପଦ ଛାଡ଼ିବା ପାଇଁ ରାଜି ହୋଇଛି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ  ହରିୟାଣାର ରାଜନୀତିକୁ ଆଗାମୀ ସମୟରେ କର୍ଣ୍ଣାଟକ ରାଜନୀତି ହେବା ପରି ଲାଗୁଛି । ହରିୟାଣାରେ କିଏ ଶାସନ ଡୋରୀ ଧରିବ, ତାହା ଆଉ କିଛି ସମୟ ପରେ ଜଣାପଡିଯିବ। ହରିୟାଣାର ରାଜନୀତି କେଉଁଆଡକୁ ମୋଡୁଛି ,ତାହା ଦେଖିବାକୁ ବାକି ରହିଲା । ଏହାରି ମଧ୍ୟରେ ରାଜ୍ୟର ବିଜେପି ସଭାପତି ସୁଭାଷ ବରାଳା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ହରିୟାଣାରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026

ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

June 11, 2026

ଆମେରିକା-ଇରାନ ସଂଘର୍ଷ ତୀବ୍ର: ହର୍ମୁଜ୍ ବନ୍ଦ ଘୋଷଣା

June 11, 2026

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026
Latest News

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026

ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

June 11, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026

କ୍ଷମତା ଗଲେ ଦଳ କାହିଁକି ଭାଙ୍ଗେ? ଭାରତୀୟ ରାଜନୀତିର ଏକ ପୁରୁଣା ପ୍ରଶ୍ନ

June 11, 2026

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.