Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପୁରର କଥା; ରୀତା ସାହୁଙ୍କ ବିଜୟ ସ୍ଵାଭାବିକ, ହେଲେ ବିଜୟର ବ୍ୟବଧାନ ବିରୋଧୀଙ୍କ ଲାଗି ଚେତାବନୀ
ବିଶେଷ ଖବର

ବିଜେପୁରର କଥା; ରୀତା ସାହୁଙ୍କ ବିଜୟ ସ୍ଵାଭାବିକ, ହେଲେ ବିଜୟର ବ୍ୟବଧାନ ବିରୋଧୀଙ୍କ ଲାଗି ଚେତାବନୀ

October 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

କେହି କହି ନଥିଲେ ବା ଭାବି ନଥିଲେ ଯେ ବିଜେପୁର ଉପ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ହାରିବେ। ତାଙ୍କ ଜିତିବା ଏକ ପ୍ରକାର ନିଧାର୍ୟ ଥିଲା। ହେଲେ ସେ ଯେ ପ୍ରାୟ ୯୮ ହଜାର ଭୋଟ ବ୍ୟବଧାନରେ ଜିତିବେ ଏକଥା କେହି କଲ୍ପନା କରିନଥିଲେ। ଗୋଟେ ସମୟରେ ବିଜେଡ଼ିର ତୁଙ୍ଗ ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ହୁଏତ ବିଜେଡ଼ିର ବିଜୟ ବ୍ୟବଧାନ ଗତ ନିର୍ବାଚନ ତୁଳନାରେ କମିପାରେ। ହେଲେ ଏଥର ରୀତା ସାହୁଙ୍କ ବିଜୟ ଓଡିଶାର ନିର୍ବାଚନୀ ଇତିହାସରେ ରେକର୍ଡ ସୃଷ୍ଟି କରିଛି। ନିକଟ ଅତୀତରେ ଏତେ ବଡ ବ୍ୟବଧାନ ନେଇ ଜିତିଥିବା ବିଧାୟକଙ୍କ ନାଁ ଆମର ମନେ ପଡୁନାହିଁ। ୨୦୧୯ ମଇ ନିର୍ବାଚନରେ ବିଜେପୁରରୁ ନବୀନ ପଟ୍ଟନାୟକ, ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ଆଳିରୁ ପ୍ରତାପ ଦେବ ଓ ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରମୁଖ ୫୦ ହଜାରରୁ ଅଧିକ ବ୍ୟବଧାନରେ ଜିତିଥିଲେ ମଧ୍ୟ, ରୀତା ସାହୁଙ୍କ ବିଜୟ ବ୍ୟବଧାନ ସବୁ ରେକର୍ଡ ଟପି ଯାଇଛି।

ଗତ ତିନୋଟି ଯାକ ନିର୍ବାଚନର ଫଳାଫଳକୁ ନେଇ ଏକ ତୁଳନାତ୍ମକ ବିଶ୍ଳେଷଣ କଲେ ଯେଉଁ ଚିତ୍ର ମିଳୁଛି, ତାହା ଓଡିଶାରେ ବିରୋଧୀ ରାଜନୀତିର ଅବକ୍ଷୟ ବିଷୟରେ ଏକ ବଡ ସଙ୍କେତ ଦେଉଛି। ଏକଦା କଂଗ୍ରେସର ଦୁର୍ଗ ରହିଥିବା ବିଜେପୁର ବିଜେଡି ହାତକୁ ଚାଲି ଆସିବାର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ, ଆମେ ବୁଝିପାରିବା ଯେ ଓଡିଶାରେ ବିଜେଡ଼ିର ବିକଳ୍ପ ତିଆରି ହୋଇ ପାରୁନି କାହିଁକି। ୨୦୦୯ ଓ ୨୦୧୪ ନିର୍ବାଚନରେ ଏଠାରୁ କଂଗ୍ରେସକୁ ଯଥାକ୍ରମେ ୪୦.୯୧ ଓ ୩୨.୧୫% ଭୋଟ ମିଳିଥିଲା। ୨୦୧୮ ରେ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ମିଶିଥିଲେ ଓ ସେହି ଥର ଉପ ନିର୍ବାଚନରେ ରୀତାଙ୍କୁ ୧,୦୨,୮୭୧ ଭୋଟ ମିଳିଥିଲା। ସେତେବେଳେ କଂଗ୍ରେସ ଭୋଟ ବିଜେପି ଓ ବିଜେଡି ହାତକୁ ଆସିବା ଆରମ୍ଭ ହୋଇ ସାରିଥିଲା। ୨୦୧୮ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୬୦,୯୩୯ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ ପାଇଥିଲେ।

ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢି ୫୯.୭୮% ଭୋଟ ପାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ସନତ ଗଡ଼ତିଆଙ୍କୁ ୨୮.୯୧% ଭୋଟ ମିଳିଥିଲା। ଗତ ବର୍ଷେ ଭିତରେ ବିଜେପୁରରେ ବିଜେଡ଼ିର ଭୋଟ ହାର ରେକର୍ଡ ସଂଖ୍ୟକ ଭାବରେ ବଢିଥିବା ବେଳେ କଂଗ୍ରେସ ଏଠାରେ ସଂପୂର୍ଣ୍ଣ ଲିଭି ଯାଇଛି। ତେବେ ବିଜେପିର ଆସ୍ପର୍ଦ୍ଧା ମଧ୍ୟ ବିଜେପୁରରେ ଭାଙ୍ଗି ଯାଇଛି। ଆଜିର ନିର୍ବାଚନ ଫଳାଫଳରେ ବିଜେଡ଼ିକୁ ୭୩.୮୭% ଓ ବିଜେପିକୁ ୨୦.୬୩% ଭୋଟ ମିଳିଛି। ମାତ୍ର ୪ ମାସ ଭିତରେ ବିଜେଡ଼ିର ଭୋଟ ହାର ପ୍ରାୟ ୧୪% ବଢିଥିବା ବେଳେ ବିଜେପିର ଭୋଟହାର ପ୍ରାୟ ୭% କମିଛି। ଏହାର କାରଣ କଣ?

ଓଡିଶାରେ ନବୀନ ପଟ୍ଟନାୟକ କୁହୁକ କାମ କରିଚାଲିଛି ଓ ଏ କୁହୁକରୁ ଅଲଗା ହେବାକୁ ଲୋକେ ଆଦୌ ଇଛୁକ ନୁହନ୍ତି। ବିଜେପିର ନୂଆ ରଣନୀତି ଅନୁସାରେ ରାଜ୍ୟରେ ଏହା ନାମକୁ ମାତ୍ର ବିରୋଧୀ ଦଳ ଭାବେ କାମ କରୁଥିଲେ ମଧ୍ୟ ଅସଲରେ ସଂସଦରେ ବିଜେଡ଼ିର ସହଯୋଗ ବିଜେପି ପାଇଁ ଅତ୍ୟାବଶ୍ୟକ ହୋଇ ପଡିଛି। ନିଜର କେତେକ ଅପ୍ରିୟ ଏଜେଣ୍ଡା କୁ କାର୍ୟକାରୀ କରାଇବା ଲାଗି ବିଜେଡ଼ିକୁ ବିଜେପି ନିଜର ପ୍ରିୟ ତାଲିକାରେ ରଖିବାକୁ ଚାହୁଁଛି। ତେଣୁ ରାଜ୍ୟ ରାଜନୀତିରେ ବିଜେପି ନବୀନଙ୍କୁ ଚାଲେଞ୍ଜ କରିବା ଅବସ୍ଥାରେ ନାହିଁ।

ଚତୁର୍ଥ ପାଳିର ସରକାର ଦାୟିତ୍ଵ ଗ୍ରହଣ କରିବା ପରଠୁ ବିଜେଡିର ଶାସନ ଓ ସଂଗଠନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖା ଦେଇଛି। ଲୋକ ସମ୍ପର୍କ ଓ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ବହୁ ସଫଳ ପ୍ରୟୋଗ ବିଜେଡି ଆରମ୍ଭ କରିଛି। ବିଜେଡ଼ିର ମୁକାବିଲା କରିବାକୁ ଯାଇ ଉଭୟ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କାର୍ତ୍ତିକ ପାଣ୍ଡିଆନଙ୍କୁ ଗାଳି କରିବାରେ ସମୟ ସାରୁଥିବା ବେଳେ, ବିଜେଡି ନିଜର ସକାରାତ୍ମକ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛି।

ବିଜେପୁର ନିର୍ବାଚନରେ ବିଜେଡ଼ିର ଏହି ବିପୁଳ ବିଜୟ ବିରୋଧୀଙ୍କ ପାଇଁ ଏକ ସ୍ପଷ୍ଟ ଚେତାବନୀ। ସାମ୍ବାଦିକ ସମ୍ମିଳନୀ କରି ଗାଳି ଗୁଲଜର ରାଜନୀତିରେ ଭୋଟ ମିଳିବ ନାହିଁ, ଏକଥା ଓଡିଶାରେ ବିରୋଧୀ ଦଳ ଗୁଡିକ ବୁଝିଯିବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.