Author: Samikhsya Bureau

ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍‌କା । ବିଜେପୁର ଇସ୍ତଫା ଦେଲେ ବିଜେପୁରର ବରିଷ୍ଠ ନେତା ଅଶୋକ ପାଣିଗାଗ୍ରହୀ । ୨୦୧୮ ଉପନିର୍ବାଚନରେ ବିଜେପୁରରୁ ବିଜେପିର ପ୍ରାର୍ଥୀ ଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ତଥା ଅଣଦେଖା କରାଯାଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ତେବେ । ଏପରିକି ତାଙ୍କ ନାମ ତାରକା ପ୍ରଚାରକରେ ମଧ୍ୟ ରଖାଯାଇନାହିଁ ବୋଲି ସେ କହିଛନଦ୍ତି । ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଅଶୋକ ପାଣିଗ୍ରାହୀ ।

Read More

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠିନି ବୋଲି କହିଛନ୍ତି ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ । ଆତଙ୍କବାଦକୁ ନେଇ ଆଲୋଚନା ହୋଇଥିବାବେଳେ କାଶ୍ମୀର ପ୍ରସଙ୍ଗକୁ ନେଇ କିଛି ଆଲୋଚନା ହୋଇନି କହିଛନ୍ତି ବୈଦେଶିକ ସଚିବ । ଏହି ବୈଠକ ସରିବା ପରେ ବୈଦେଶିକ ସଚିବ ବିଜୟ ଗୋଖଲେ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ,  କାଶ୍ମୀର ପ୍ରସଙ୍ଗ ହେଉଛି ଭାରତର ନିଜସ୍ବ ବ୍ୟାପାର । ସେହିପରି ଚୀନ୍‌ ରାଷ୍ଟ୍ରପତି ପରବର୍ତ୍ତୀ ବୈଠକ ପାଇଁ ଚୀନ୍‌ ଯିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ଜଣାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ କେବେ ଯିବେ, ଏହାନେଇ ତାରିଖ ପରେ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦେଇଛନ୍ତି ବୈଦେଶିକ ସଚିବ ।

Read More

ରଙ୍ଗାଚରଣ ପ୍ରଧାନ  ମଲାଜହ୍ନ (ଚକୋରୀ ଝରାନା ଲୁହ ଜୋଛନା ରାତି) , କିଏ କାହାର, ସଂସାର (ବୋଉଲୋ ହେବିନାହିଁ ବାହା ହେବିନାହିଁ) , ଯାଯାବର (ଗାଡି ଚାଲେ ପଛେଇ), ନାଗଫାଶ (ନଦୀ ଫେରେ ସାଗରକୁ) , ତଅପୋଇ (ସାତ ଦରିଆ ପାରେ), ଝିଲିମିଲି (ବଧୁ ହସେ ମଧୁ ମଧୁ), ନିଝୁମ ରାତିର ସାଥୀ, କିଏ ଜିତେ କିଏ ହାରେ, ଶ୍ରୀଜଗନ୍ନାଥ (ନାଁ ତା’ର ଲଳିତା), ଅଶାନ୍ତ ଗ୍ରହ, ସ୍ବପ୍ନସାଗର (ଚିଠି ମୋର ଟିକି ଚଢେଇ), ଦଣ୍ଡା ବାଳୁଙ୍ଗା (ସହରରେ ଲାଗିଯିବ ନିଆଁ), ଜଗା ହାତରେ ପଘା(ରୁପା ଶଗଡିରେ), ଶଙ୍ଖା ସିନ୍ଦୁର, ମମତା ମାଗେ ମୁଲ, ନଳ ଦମୟନ୍ତି, ଚକା ଭଉଁରୀ (ସ୍ମତି ଏକ ରୁପା ଜହ୍ନ), ସବୁ ମାୟାରେ ବାୟା (ମୁଁ ଯେ ଦେଖିଲି ସେଦିନ), ଏଇ ଆମ ସଂସାର, ବଧୂ ନିରୁପମା, ତୁଣ୍ଡ ବାଇଦ (ଗଡି ଗଡି ଯାଏ ଶଗଡ), ଜୋର୍ ଯାର ମୁଲକ ତାର, ଥିଲି ଝିଅ ହେଲି…

Read More

କେଦାର ମିଶ୍ର  (ଅକ୍ଷୟ ମହାନ୍ତି ଓରଫ ଖୋକା ଭାଇ। ଓଡିଶାର ପଚାଶ ବର୍ଷର ସାଂସ୍କୃତିକ ଇତିହାସ ଏଇ ଗୋଟିଏ ନାଁ ସହ ଜଡିତ। ଓଡିଆ ଅଜନଜୀବନର ପାପ ଓ ପୂଣ୍ୟ, ଗରିମା ଓ କଳଙ୍କ, ଭାବ ଓ ଅଭାବ, ସବୁ ସେଇ ଗୋଟିଏ କଣ୍ଠରେ ସ୍ଵର ହୋଇ ବଞ୍ଚି ରହିଛି। ଅକ୍ଷୟ ମହାନ୍ତି ନିଜେ ଏକ ଇତିହାସ। ଆଜି ସର୍ବକାଳୀନ ଲୋକପ୍ରିୟ ଓ ଚିର ସବୁଜ ଗାୟକ ଅକ୍ଷୟ ମହାନ୍ତିଙ୍କର 83ତମ ଜନ୍ମଦିବସ । ଅକ୍ଷୟ ମହାନ୍ତି କଟକ ସହରରେ ୧୨, ଅକ୍ଟୋବର ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଖୋକାଭାଇ ରୂପେ ସଙ୍ଗୀତ ଦୁନିଆରେ ପରିଚିତ ଥିବା  ଅକ୍ଷୟଙ୍କର ପିତା ଥିଲେ ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣା ମଞ୍ଜରୀ ମହାନ୍ତି । ସେ ଏକାଧାରରେ ଗାୟକ, ଗୀତିକାର, କବି, ସଂପାଦକ, ନିର୍ଦ୍ଦେଶକ, ଗାଳ୍ପିକ, ଔପନ୍ୟାସିକ ତଥା ଚିନ୍ତକ। ଆମ ସମୟର ଖୋକାଭାଇଙ୍କୁ ନେଇ ତାଙ୍କ ଜନ୍ମଦିବସ ଅବସରରେ ଏହି…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସହ ଦ୍ବିତୀୟ ଦିବସରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଏହି ଅନୌପଚାରିକ ଶିଖର ସମ୍ମେଳନରେ ଦୁଇ ରାଷ୍ଟ୍ର ପ୍ରମୁଖଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରେ ଏହା ଭାରତ  ଓ ଚୀନ ସହଯୋଗକୁ ଏକ ନୂତନ ଦିଶା ଦେବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ରହିଥିବା ମତଭେଦକୁ ଆଗାମୀ ଦିନରେ ବିବାଦର ରୂପ ଦିଆଯିବ ନାହିଁ । ପାଖାପାଖି ଦେଢଘଣ୍ଟା ବାର୍ତ୍ତାଳାପ ହୋଇଛି। ଏହି  ଆଲୋଚନାରେ ଭାରତର ଅର୍ଥମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ପ୍ରମୁଖ ଉପସ୍ଥିତ ରହିଥିଲେ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉଭୟ ଦେଶ ପରସ୍ପରକୁ ଆଗାମୀ ଦିନରେ ସହଯୋଗ କରିବେ। ଦୀର୍ଘ ୨ ହଜାର ବର୍ଷ ହେବ ଭାରତ ଏବଂ ଚାଇନା ଦୁନିଆର ପ୍ରମୁଖ ଆର୍ଥିକ ଶକ୍ତିଶାଳୀ ଦେଶ ମଧ୍ୟରେ…

Read More

ପାଞ୍ଚ ବର୍ଷ ହେବ କେନ୍ଦ୍ରରେ କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ପାଖରେ ଏବେ ଅର୍ଥର ଅଭାବ ଦେଖାଯାଇଛି। ୨୦୧୪ରୁ କେନ୍ଦ୍ରରେ କ୍ଷମତା ଠାରୁ ଦୂରରେ ରହିବା ପରେ କଂଗ୍ରେସ ପାଖରେ ପାଣ୍ଠି ହ୍ରାସ ପାଇଛି। ତେଣୁ ପାର୍ଟି ଚା’-ଜଳଖିଆରୁ ଖର୍ଚ୍ଚ କାଟ କରିବାକୁ ନିର୍ଦ୍ଦେଶ ଦେଇଛି। ଦଳୀୟ ପଦାଧିକାରୀ ଓ ନେତାମାନେ ଚା’-ଜଳଖିଆ ଖର୍ଚ୍ଚ ସହିତ ବିମାନ ଯାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିବେ। କଂଗ୍ରେସର ଆକାଉଣ୍ଟ ବିଭାଗ ସହାସଚିବ, ରାଜ୍ୟ ପ୍ରଭାରୀ ଓ ଅନ୍ୟ ପଦାଧିକାରୀଙ୍କୁ କହିଛନ୍ତି, ସମସ୍ତେ ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ପାର୍ଟି ପଦାଧିକାରୀଙ୍କୁ କହିଛି, ଚା’-ଜଳଖିଆରେ ମାସକୁ ୩ ହଜାର ପର୍ଯ୍ୟନ୍ତ କରନ୍ତୁ। ଯଦି ଏଥିରୁ ଅଧିକ ଖର୍ଚ୍ଚ ହୁଏ, ତା’ ହେଲେ ସଂପୃକ୍ତ ବ୍ୟକ୍ତି ନିଜ ହାତରୁ ଦିଅନ୍ତୁ। ସୂଚନାଯୋଗ୍ୟ ପାର୍ଟିର ନେତା ଓ ଅନ୍ୟ ପଦାଧିକାରୀଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କ୍ୟାଣ୍ଟିନରୁ ଚା’-ଜଳଖିଆ ଦିଆଯାଇଥାଏ। ପଦାଧିକାରୀ ଏଥି ପାଇଁ ବିଲରେ ସ୍ୱାକ୍ଷର…

Read More

ଭାରତୀୟ ବକ୍ସର ଏମ୍‌ ସି ମେରୀ କମ୍‌ ବିଶ୍ବ ବକ୍ସିଂ ଚାମ୍ପିୟନ୍‌ସିପ୍‌ ସେମିଫାଇନାଲ୍‌ରେ ପରାଜିତ ହୋଇଛନ୍ତି । ଏହା ସହିତ ମେରୀ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି । 51 କିଗ୍ରା ବର୍ଗରେ ତୃତୀୟ ସିଡ୍‌ ମେରୀ କମ୍‌ ତୁର୍କୀ ବକ୍ସର ବୁସେନାଜ୍‌ କାକିରୋଗୋଲୁଙ୍କ ନିକଟରୁ ପରାଜିତ ହୋଇଛନ୍ତି । ୟୁରୋପିଆନ୍‌ ଚାମ୍ପିୟନ୍ସିପ୍‌ ଏବଂ ୟୁରୋପିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବମିଜୟୀନି ବୁସେନାଜ୍‌ ଏହି ମ୍ୟାଚ୍‌ରେ 4-1ରେ ବିଜୟୀ ହୋଇଥିଲେ । ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ଏହା ମେରୀଙ୍କର ଅଷ୍ଟମ ପଦକ । ପୂର୍ବରୁ 6ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲରେ ସଫଳ ହୋଇଥିଲେ ମେରୀ । ମେରୀ ଶେଷଥର ପାଇଁ 2018ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

Read More

ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ସମାଲୋଚନା କରିଛନ୍ତି । ଜଗନ ଜଣେ ମାନସିକ ରୋଗୀ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ନାଇଡୁ ଅଭିଯୋଗ କରିଛନ୍ତି । କ୍ଷମତାକୁ ଆସିବା ପରେ ବିକାଶ ପରିବର୍ତ୍ତେ ପ୍ରତିଶୋଧ ପରାୟଣତାର ରାଜନୀତିରେ ଲିପ୍ତ ରହିଛନ୍ତି ଜଗନ । ବିପକ୍ଷ ଦଳର ନେତା ଏପରିକି ସାଧାରଣ ଜନତା ଜଗନଙ୍କ ଏହି ବିକୃତ ମାନସିକତାର ଶିକାର ହେଉଛନ୍ତି । ମୁଁ ଅନେକ ମୁଖ୍ୟମନ୍ତ୍ରି ଦେଖିଛି ମାତ୍ର ଜଗନଙ୍କ ପରି କାହାକୁ ଦେଖିନାହିଁ । ଟିଡିପିର 500 କର୍ମୀଙ୍କୁ ବିଭିନ୍ନ ଜେଲ୍‌ରେ ଅଟକ ରଖାଯାଇଥିବା ନେଇ ନାଇଡୁ ଅଭିଯୋଗ କରିଛନ୍ତି । ବିଧାନସଭା ନିର୍ବାଚନର ପରାଜୟ ପରେ ପ୍ରଥମ ଥର ପାଇଁ ବିଶାଖାପାଟଣା ଗସ୍ତ ସମୟରେ ଏହି ମତ ଦେଇଛନ୍ତି ।

Read More

ଲୋକସେବା ଭବନର କେୟାଟେକର ରୁମ୍‌ରେ ଅଗ୍ନିକାଣ୍ଡ ଘଟିଛି । ସକାଳ ପ୍ରାୟ ୯ଟା ବେଳେ ଏହି ନିଆଁ ଲାଗିଥିବାର ସୂଚନା ରହିଛି । ୪୫ ମିନିଟ୍‌ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଏଥିରେ ହୋଇଥିବା କ୍ଷୟକ୍ଷତି ମଧ୍ୟ କିଛି ଜଣାପଡିନାହିଁ ।

Read More

ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଇସ୍‌ଲ୍ୟାଣ୍ଡକୁ ପରାସ୍ତ କରିଛି ଫ୍ରାନ୍ସ । ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଆଇସଲ୍ୟାଣ୍ଡକୁ 1-0 ଗୋଲ୍‌ରେ ପରାସ୍ତ କରିଛି ଫ୍ରାନ୍ସ । ଫ୍ରାନ୍ସ ପକ୍ଷରୁ ଓଲିଭର୍‌ ଜିରୁଡ୍‌ ଏକ ମାତ୍ର ଗୋଲ୍‌ ସ୍କୋର କରିଥିଲେ । ଏହି ବିଜୟ ସହିତ ଫ୍ରାନ୍ସ 18 ପଏଣ୍ଟ ସହିତ ଗ୍ରୁପ ଏଚ୍‌ର ଶୀର୍ଷରେ ପହଞ୍ଚିଛି । 90 ମିନିଟ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ରହିଥିବା ବେଳେ ଅତିରିକ୍ତ ସମୟରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରରେ ଗୋଲ୍‌ ସ୍କୋର କରି ଜିରୁଡ୍‌ ଫ୍ରାନ୍ସକୁ ବିଜୟୀ କରାଇଥିଲେ । ଏହି ଗୋଲ୍‌ ସହିତ ଅନ୍ତର୍ଜାତୀୟୂ ସର୍କିଟ୍‌ରେ ଜିରୁଡ୍‌ ନିଜର 37 ତମ ଗୋଲ୍‌ ସ୍କୋର୍‌ କରିଛନ୍ତି । ଫ୍ରାନ୍ସ ପକ୍ଷରୁ ଥିଏରୀ ହେନ୍‌ରୀ ସର୍ବାଧିକ 51 ଗୋଲ ସ୍କୋର କରିଥିବା ବେଳେ ମାଇକେଲ ପ୍ଲାଟିନି 41ଟି ଗୋଲ୍‌ ସ୍କୋର କରିଛନ୍ତି ।

Read More

ପିଆଜର ଦର ଲୋକଙ୍କୁ କନ୍ଦାଉଥିବାବେଳେ ପିଆଜ ପାଇଁ ପାଞ୍ଚ ଜଣ ମହିଳାଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଦେଶର ଅଧିକାଂଶ ସହରରେ ପିଆଜର ଦାମ୍‌ ୮୦ ଟଙ୍କା ରହିଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ପିଆଜକୁ ନେଇ ପାଞ୍ଚ ଜଣ ମହିଳାଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବାବେଳେ ଏଥିରେ ପାଞ୍ଚଜଣଯାକ ଆହତ ହୋଇଥିବାର ଖବର ମିଳିଛି। ଅମରୋହା ଗ୍ରାମର ଏକ ଦୋକାନରୁ ଜଣେ ମହିଳା ପିଆଜ କିଣିବାକୁ ନେଇ ଯୁକ୍ତି ଆରମ୍ଭ କରିଥିଲେ। ଠିକ୍‌ ସେହି ସମୟରେ ଅନ୍ୟ ଜଣେ ମହିଳା ପିଆଜ କିଣିବାକୁ ନେଇ ଅସମର୍ଥତା ପ୍ରକାଶ କରି ସମ୍ପୃକ୍ତ ମହିଳାଙ୍କୁ କିଛି ଶୁଣାଇଥିଲେ। ପରେ ପରେ ପିଆଜକୁ ନେଇ ଏହି ଦୁଇ ମହିଳାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା। ଏବଂ ଏହି ଝଗଡ଼ରେ ଅନ୍ୟ ମହିଳାମାନେ ସାମିଲ୍‌ ହୋଇଗଲେ। ପରେ ପରିସ୍ଥିତି ଏପରି ହେଲା ଯେ ମହିଳାମାନେ ଉଭୟ ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଭିଡାଭିଡି…

Read More