Women journalists and lawyers participating along with the Telangana Governor Dr. Tamilisai Soundararakam on the second day of Bathukamma celebrations at Raj Bhavan in Hyderabad on Tuesday. UNI PHOTO-RSN15U
Author: Samikhsya Bureau
Artists performing Ramlila at Lav Kush Ramlila, in New Delhi on Tuesday.
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି । ଏହା ସହ 11ଟି ଜିଲ୍ଲାରେ ଆଜି ଅବରାହ୍ନ ସୁଦ୍ଧା ବର୍ଷା ସାଙ୍ଗକୁ ବଜ୍ରପାତ ହେବା ସମ୍ଭାବନା ରହିଛି । ଏନେଇ ସତର୍କ ପରାମର୍ଶ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଓ ବଜ୍ରପାତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା ବୈାଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ଦେବଗଡ଼, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ମୟୂରଭଞ୍ଜ, ଖୋର୍ଦ୍ଧା ଓ କେନ୍ଦୁଝର ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଝଟ୍କା । ଗତକାଲି ବିଜେପି ସହିତ ମେଣ୍ଟ ଘେଷଣା ପରେ ଦଳର 200 ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ବିଜେପିରେ ଯୋଗ ଦେଇଥିବା ଏନ୍ସିପି ନେତା ଗଣେଶ ନାଏକଙ୍କୁ ନଭି ମୁମ୍ବାଇରୁ ଟିକେଟ ମିଳିବା ପରେ ଉତ୍କ୍ଷିପ୍ତ ଶିବ ସେନା କର୍ମୀ ଇସ୍ତଫା ପ୍ରଦାନ କରିଛନ୍ତି । ଶିବସେନାର ନଭି ମୁମ୍ବାଇ ମୁ୍ଖ୍ୟ ଏବଂ ଜିଲ୍ଲା ଉପ ସଭାପତି ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶିବସେନା ଏବଂ ବିଜେପି ମଧ୍ୟରେ ଆସନ ବୁଝାମଣା ହୋଇ ସାରିଥିବା ନେଇ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ସୋମବାର ସୂଚନା ଦେଇଥିଲେ ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତୀୟ ଦଳ ପକ୍ଷରୁ ପ୍ରଥମ ଟେଷ୍ଟ ପାଇଁ ଋଷଭ ପନ୍ତଙ୍କୁ ବାଦ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହାଙ୍କୁ ଦଳରେ ସାମିଲ କରାଯାଇଛି । ଏହା ସହିତ ପ୍ରଥମ ଥର ପାଇଁ ରୋହିତ ଶର୍ମାଙ୍କୁ ଓପ୍ନର ଭାବରେ ଦଳରେ ସାମିଲ କରାଯାଇଛି । ବିରାଟ କୋହଲି, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ ଏବଂ ହନୁମା ବିହାରୀ ମଧ୍ୟକ୍ରମ ବ୍ୟାଟିଂ ସମ୍ଭାଳିବେ । ପିଠି ଆଘାତ କାରଣରୁ ନିୟମିତ ଓପ୍ନର ଶିଖର ଧଓ୍ବନ୍ ବାଦ ପଡିବାରୁ ରୋହିତଙ୍କୁ ଏହି ସୁଯୋଗ ମିଳିଛି । ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତିରେ ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମି ପେସ୍ ବିଭାଗ ସମ୍ଭାଳିବେ । ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ବର…
ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଦିବସରେ ଗାନ୍ଧୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋର ସଂସ୍କୃତ ରିମେକ୍ ହେବାକୁ ଯାଉଛି । ଜନୈକ ଆସାମୀ ସଂସ୍କୃତ ଶିକ୍ଷକ ରଞ୍ଜନ କୁମାର ବେଜବରୁଆ ଏହି ରିମେକ୍ ଗାନ୍ଧୀ ଜୟନ୍ତୀରେ ରିଲିଜ୍ କରାଇବାକୁ ଯାଉଛନ୍ତି । ଗୁଜୁରାଟର କବି ନରସିଂହ ମେହେଟ୍ଟାଙ୍କ ଦ୍ବାରା 15ଶହ ଶତାବ୍ଦୀରେ ରଚିତ ଏହି କବିତା ଆସନ୍ତା କାଲି ରିଲିଜ୍ ହେବାକୁ ଯାଉଛି । ରଞ୍ଜନ ବେଜ ବରୁଆ ପୂର୍ବରୁ ଭୂପେନ ହଜାରିକାଙ୍କ ଅନେକ ଗୀତକୁ ସଂସ୍କୃତରେ ରିମେକ୍ କରିଛନ୍ତି । ବୈଷ୍ଣବ ଜନତୋ ଗୁଜୁରାଟୀ ଭାଷାରେ ରହିଥିବାରୁ ବାରଣାସୀର ଆଲୋକ କୁମାର ଏହାର ଆସାମୀ ଅନୁବାଦ କରିଥିବା ବେଳେ ଜେଏନ୍ୟୁର ନାରାୟଣ ଦତ୍ତ ମିଶ୍ର ଏବଂ ପ୍ରଞ୍ଜଳ ବୋରା ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଭଜନ ବ୍ୟତୀତ ସାରେ ଜହାଁ ସେ ଅଚ୍ଛାର ସଂସ୍କୃତ ରିମେକ୍ ଏବଂ ରବୀନ୍ଦ୍ର ନାଥ ଟାଗୋରଙ୍କ ଭଜନ ଏ ଆର…
ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳ ପକ୍ଷରୁ ମଙ୍ଗଳବାର ଦିନ ପ୍ରଥମ ପର୍ଯ୍ୟାୟରେ 125 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ତାଲିକାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କ ସମେତ ମହାରାଷ୍ଟ୍ର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ଙ୍କ ନାମ ଘୋଷଣା କରାଯାଇଛି । ଦକ୍ଷିଣ ପଶ୍ଚିମ ନାଗପୁରରୁ ଫଡନବିସ୍ ପ୍ରାର୍ଥୀ ହୋଇଥିବା ବେଳେ ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କୁ କୋଥ୍ରୁଡ୍ରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଧାୟକ ରହିଥିବା 50 ଜଣ ପ୍ରାର୍ଥୀଙ୍କୁ ବିଜେପି ପକ୍ଷରୁ ଟିକେଟ ପ୍ରଦାନ କରାଯାଇଛି । ଦଳରେ ଯୋଗ ଦେଇଥିବା ଦୁଇ କଂଗ୍ରେସ ବିଧାୟକ ହର୍ଷବର୍ଦ୍ଧନ ପାଟିଲ୍ ଏବଂ ରାଧାକ୍ରିଷ୍ଣ ଭିଖେ ପାଟିଲଙ୍କୁ ମଧ୍ୟ ଟିକେଟ ମିଳିଛି । ମାତ୍ର ଦଳର ବରିଷ୍ଠ ନେତା ଏକନାଥ ଖଡ୍ସେ ଏବଂ ବିନୋଦ ତାଓ୍ବଡେଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକଟ ମିଳିନାହିଁ । ଆସନ୍ତା ଅକ୍ଟୋବର…
ବଳିପ୍ରଥାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ତ୍ରିପୁରା ସରକାର । ତ୍ରିପୁରା ହାଇକୋର୍ଟଙ୍କ ପକ୍ଷରୁ ବଳିପ୍ରଥା ଉପରେ ରୋକ୍ ଲଗାଯାଇଥିବା ବେଳେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ତ୍ରିପୁରାର ସଂସଦୀୟ ବ୍ୟାପାର ମନ୍ତ୍ରୀ ରତନ ଲାଲ ନାଥ କହିଛନ୍ତି, ହାଇକୋର୍ଟଙ୍କ ପକ୍ଷରୁ ମନ୍ଦିର କିମ୍ବା ଅନ୍ୟାନ୍ୟ ଧାର୍ମିକ ପୀଠରେ ବଳି ଉପରେ ରୋକ୍ ଲଗାଯାଇଛି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ତ୍ରିପୁରା ସରକାର ସମ୍ମାନ ଜଣାନ୍ତି ମାତ୍ର ସାଧାରଣ ଜନତାଙ୍କ ଭାଗାବେଗ କାରଣରୁ ଏହି ନିଷ୍ପତ୍ତି ବିରୋଧରେ ତ୍ରିପୁରା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ଶାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ କଲକାତାର ପୂର୍ବତନ ପୁଲିସ କମିଶନର ତଥା ପଶ୍ଚିମବଙ୍ଗ ସିଆଇଡି ମହାନିର୍ଦେଶକ ରାଜୀବ କୁମାରଙ୍କୁ ମଙ୍ଗଳବାର ଆଗୁଆ ଜାମିନ ମିଳିଛି। କଲକାତା ହାଇକୋର୍ଟ ତାଙ୍କୁ ୫୦ ହଜାର ଟଙ୍କାର ମୁଚାଲିକା ବଦଳରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜରେ ଜେରା କରାଯିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ସିବିଆଇ ଯେତେବେଳେ ତାଙ୍କୁ ସମନ ଜାରି କରିବ ସେତେବେଳେ ସେ ଜେରା ପାଇଁ ହାଜର ହେବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ତେବେ ରାଜୀବଙ୍କୁ ଆଗୁଆ ଜାମିନ ମିଳିବା ଫଳରେ ସିବିଆଇ ପାଇଁ ଅଡୁଆ ବଢ଼ିଯାଇଛି। ରାଜୀବ କ୍ଷମତାର ଦୁରୁପୋଯୋଗ କରି ପ୍ରମାଣ ନଷ୍ଟ କରିବେ ବୋଲି ସିବିଆଇ ଅଭିଯୋଗ କରିଛି। ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ରାଜୀବ କୁମାର ସାରଦା ଚିଟ୍ଫଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ଏସ୍ଆଇଟିର ମୁଖ୍ୟ ରହିଥିଲେ। ଏହି ସମୟରେ ସେ ଘଟଣାର ଅଭିଯୁକ୍ତ ମାନଙ୍କ…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କୁ ଝଟ୍କା । ନିଜ ବିପକ୍ଷରେ ରହିଥିବା ଦୁଇଟି ଅପରାଧିକ ମାମଲାର ତଥ୍ୟ ଲୁଚାଇଥିବା ନେଇ ସୁପ୍ରିମକୋର୍ଟରେ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । ସତୀଶ ୟୁକେଙ୍କ ପକ୍ଷରୁ ଦାୟର କରାଯାଇଥିବା ଏହି ମାମଲାକୁ ଗ୍ରହଣ କରିବା ସହିତ ଏହା ଉପରେ ବିଚାର କରିବାର ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ପୂର୍ବରୁ ବମ୍ବେ ହାଇକୋର୍ଟ ୟୁକେଙ୍କ ପିଟିସନ୍କୁ ଖାରଜ କରି ଦେଇଥିବା ବେଳେ ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 2014 ନିର୍ବାଚନ ପୂର୍ବରୁ ଫଡନବିସ୍ ଦାଖଲ କରିଥିବା ସତ୍ୟପାଠରେ ନିଜର ଦୁଇଟି ଅପରାଧିକ ମାମଲା ସମ୍ପର୍କରେ ଲୁଚାଇଥିବା ଅଭିଯୋଗ ହୋଇଥିଲା ।
ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ଦାଖଲ ହୋଇଥିବା ସମସ୍ତ ଯାଚିକାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଧାରା ୩୭୦ ଉଚ୍ଛେଦକୁ ନେଇ ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଜବାବ ରଖିବାକୁ ସମ୍ବିଧାନ ଖଣ୍ଡପୀଠ କହିଛନ୍ତି। ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବାକୁ ଯାଉଛି। ସୁପ୍ରିମକୋର୍ଟ କାଶ୍ମୀରକୁ ନେଇ ଦାଖଲ କରାଯାଇଥିବା ସମସ୍ତ ଯାଚିକାରେ ୫ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଘାଟିରେ ସାମ୍ବାଦିକମାନଙ୍କ ଯିବା ଆସିବାକୁ ନେଇ ଲାଗିଥିବା ପ୍ରତିବନ୍ଧକ, ନାବାଳକଙ୍କୁ ଅବୈଧ ଭାବରେ ହେପାଜତରେ ରଖିବା, ମୋବାଇଲ ଇଣ୍ଟରନେଟ୍ ସର୍ଭିସ୍ ବନ୍ଦ ଓ ନେତାଙ୍କ ଜମ୍ମୁକାଶ୍ମୀର ଓ ଶ୍ରୀନଗର ଗସ୍ତ ଉପରେ ପ୍ରତିବନ୍ଧିକ ଆଦି ମାମଲା ଯାଚିକାରେ ସାମିଲ ରହିଛି। ଜଷ୍ଟିସ୍ ଏନୱି ରମଣଙ୍କ ଅଧ୍ୟକ୍ଷତାରେ ଶୁଣାଣି କରାଯାଉଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏହାକୁ କେନ୍ଦ୍ରଶାସିତ ଅଂଚଳ…
ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟ୍ବିଟ୍ଟର ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇ ପରୋକ୍ଷରେ ମୋଦିଙ୍କୁ ଆକ୍ରମଣ କରିଛନ୍ତି ରାହୁଲ୍ । ମୋଦିଙ୍କ ଅବ୍ କୀ ବାର ଟ୍ରମ୍ପ ସରକାର ମନ୍ତବ୍ୟକୁ ନେଇ ଟ୍ବିଟ୍ଟରରେ ଜୟଶଙ୍କରଙ୍କ ସଫେଇ ପରେ ରାହୁଲ ଏହି ଟ୍ବିଟ୍ କରିଥିଲେ । ଏସ୍ ଜୟଶଙ୍କର ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରି ସାରିଛନ୍ତି ଏବଂ ବର୍ତ୍ତମାନ ସେ ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭୁଲ୍କୁ ଘୋଡାଇବାକୁ ଚେଷ୍ଟା କରୁଥିବାରୁ ଜୟଶଙ୍କରଙ୍କୁ ଧନ୍ୟବାଦ । ମାତ୍ର ବୈଦେଶିକ ନୀତି ସମ୍ବନ୍ଧରେ ସେ ପ୍ରଧାନମନ୍ତ୍ରୀଙ୍କୁ କିଛି ଶିକ୍ଷା ଦିଅନ୍ତୁ ବୋଲି ରାହୁଲ୍ ଟ୍ବିଟ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ହାଉଡି ମୋଦି କାର୍ଯ୍ୟକ୍ରମରେ ଅବ୍କୀ ବାର ଟ୍ରମ୍ପ ସରକାର ମତ ଦେଇଥିଲେ ।
ଗଞ୍ଜାମ ଗୋଳନ୍ଥରାରେ ୨ଟି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏହି ଘଟଣାରେ ଉଭୟ ଗୋଷ୍ଠୀର ୧୦ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡ଼ିଛନ୍ତି । ଆଜି ଗଞ୍ଜାମ ଜିଲ୍ଲା ଗୋଳନ୍ଥରାର ୨ଟି ଗାଁ ରାମେୟାପାଟଣା ଓ ଚନ୍ଦନବାଡ଼ି ଗାଁ ମଧ୍ୟରେ ବାହୁଦା ନଦୀ ମୁହାଣରେ ମାଛ ମାରିବା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା । ଉଭୟ ଗୋଷ୍ଠୀର ୧୦ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡ଼ିଛନ୍ତି । ଏଥିରେ ରାମେୟାପାଟଣା ଗାଁ ମୁଖିଆ ପି. ଋାମେୟାଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ସେହିପରି ଚନ୍ଦନବାଡ଼ି ଗାଁର ମଧ୍ୟ କିଛି ବ୍ୟକ୍ତି ଆହତ ହୋଇଛନ୍ତି । ସମସ୍ତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ଗାଁରେ ଏବେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।…
ଆସନ୍ତାକାଲି ଅର୍ଥାତ ଗାନ୍ଧୀ ଜୟନ୍ତୀଠାରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ଉପରେ କଟକଣା ଲାଗିବ । ବିଶେଷ କରି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ରାଜ୍ୟ ସରକାର ବ୍ୟାନ ଲଗାଇଛନ୍ତି । ସରକାରଙ୍କ ନିୟମ ଅନୁସାରେ, ଆସନ୍ତାକାଲିଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯେପରି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ, ଚାମଚ, ବାଉଲ ଆଦି ବ୍ୟବହାର ଉପରେ ବ୍ୟାନ ଲାଗିବ । ସେହିଭଳି ୨୦୦ ମିମିର ପ୍ଲାଷ୍ଟିକ ପାଣି ବୋତଲ ଉପରେ ମଧ୍ୟ ବ୍ୟାନ ଲାଗିଛି। ଯଦି କେହି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିବେ ତେବେ ସେମାନଙ୍କୁ ଜରିମାନା ଲଗାଯିବ । କେବଳ ୫୦ ମାଇକ୍ରୋନରୁ ଅଧିକ ମୋଟେଇର ପଲିଥିନ ବ୍ୟବହାର କରିବାକୁ ଅନୁମତି ଦିଆଯିବ । ପ୍ଲାଷ୍ଟିକ୍ କଟକଣା ନିୟମକୁ କଡାକଡି ପାଳନ କରିବା ପାଇଁ ଜଙ୍ଗଲ ଓ ପରିବେଶ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ନୀତି ଆୟୋଗ ୨୦୧୬-୧୭ ବର୍ଷ ପାଇଁ ସ୍କୁଲ ଶିକ୍ଷା କ୍ବାଲିଟିର ରାକିଂ ଜାରି କରିଛନ୍ତି । ଏହି ରାକିଂରେ ଦେଶର ୨୦ଟି ବଡ଼ ବଡ଼ ରାଜ୍ୟକୁ ସ୍ଥାନିତ କରାଯାଇଛି । ଏହି ସୂଚକାଙ୍କରେ ପ୍ରଥମ ସ୍ଥାନରେ କେରଳ ରହିଥିବାବେଳେ ଅନ୍ତିମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଦ୍ବିତୀୟ ଏବଂ ତୃତୀୟସ୍ଥାନରେ ରହିଛନ୍ତି ରାଜସ୍ଥାନ ଓ କର୍ଣ୍ଣାଟକ । ଏହି ରିପୋର୍ଟ ଅନୁସାରେ କେରଳର ସ୍କୋର ୭୬.୬ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶର ସ୍କୋର ୩୬.୪ ପ୍ରତିଶ ରିହଛି । ‘ଦ ସକ୍ସସେସ୍ ଅଫ୍ ଓ୍ବାର ସ୍କୁଲସ-ସ୍କୁଲ ଏଜୁକେସନ୍ କ୍ବାଲିଟି ଇଣ୍ଡେକ୍ସ’ ଆଧାରରେ ଏହି ରିପୋର୍ଟ ଜାରି କରାଯାଇଛି । ନୀତି ଆୟୋଗ, ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଓ ବିଶ୍ବବ୍ୟାଙ୍କ ଯୁଗ୍ମ ରୂପେ ଏହି ରିପୋର୍ଟକୁ ଜାରି କରିଛନ୍ତି । ସ୍କୁଲରେ ପିଲାଙ୍କ ଶିଖିବାର ପରିଣାମ ଉପରେ ଏହି ରିପୋର୍ଟ ଆଧାରିତ ହୋଇଛି । ଏହି ଇଣ୍ଡେକ୍ସରେ ୨୦୧୫-୧୬ ଆଧାର ବର୍ଷ ରୂପେ…
ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ୭୪ ବର୍ଷରେ ପାଦ ଦେଇଛନ୍ତି। ଅକ୍ଟୋବର ୧, ୧୯୪୫ରେ ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର ଏକ କୃଷକ ପାରିବାରରେ ଜନ୍ମଗ୍ରହଣ କରିଥିଲେ ରାମନାଥ କୋବିନ୍ଦ । କାନପୁର ନଗର ବିଏନଏସଡିରେ ଇଣ୍ଟରମିଡ଼ିଏଟ, ଡିଏବି କଲେଜରୁ ବାଣିଜ୍ୟରେ ସ୍ନାତକ ଏବଂ ଡିଏବି ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ କରିଥିଲେ ରାଷ୍ଟ୍ରପତି କୋବିନ୍ଦ । ଦେଶର ୧୪ ତମ ରାଷ୍ଟ୍ରପତି ଭାବରେ ୨୦୧୭ରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାମନାଥ କୋବିନ୍ଦ । ରାଜନୀତିରେ ପ୍ରବେଶ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ୧୯୯୧ ମସିହାରେ ବିଜେପିରେ ଯୋଗଦେଇଥିଲେ ରାମନାଥ କୋବିନ୍ଦ । ଦଳର ମୁଖପାତ୍ରରେ କାର୍ଯ୍ୟ କରିଛନ୍ତି ରାମନାଥ କୋବିନ୍ଦ । ୧୯୯୪ ମସିହାରେ ଉତ୍ତରପ୍ରଦେଶର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୫ ମସିହାରେ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି । ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ତରଫରୁ…
ନୂତନ ମୋଟର ଯାନ ଆକ୍ଟ ଲାଗୁ ହେବା ପରଠୁ ମୋଟା ଅଙ୍କର ତଣ୍ଡ ଗଣିବା ପରେ ଗାଡ଼ିଚାଳକଙ୍କୁ କାଗଜପତ୍ର ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଅଧିକ କାଉଣ୍ଟର ଖୋଲିବା ସହିତ ଯାଞ୍ଚରେ ତିନି ମାସ କୋହଳ ପରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଉଠାଇଛନ୍ତି। ଏବେ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ(ଏଚଏସଆରପି) କଟକଣା ୧ ମାସ କୋହଳ କରିଛନ୍ତି। ଅକ୍ଟୋବର ୧ ପରିବର୍ତ୍ତେ ଅକ୍ଟୋବର ୩୧ ଯାଏ କଟକଣା କୋହଳ କରାଯାଇଛି। ରାଜ୍ୟ ସରକାର ପୂଜା ଅବକାଶକୁ ଦୃଷ୍ଟିରେ ରଖି ଏହି କୋହଳ କରିଛନ୍ତି। ଏହି ମାସେ ଭିତରେ ଗାଡ଼ି ଡିଲର ଅଣ ଏଚଏସଆରପି ପ୍ଲେଟ୍ କାଢି ଏଚଏସଆରପି ପ୍ଲେଟ୍ ଦେବେ। ଯଦି ଡିଲର ଧାର୍ଯ୍ୟ ସମୟ ଭିତରେ ଏଚଏସଆରପି ପ୍ଲେଟ୍ ନଦିଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଏହା ବ୍ୟତୀତ ଏଚଏସଆରପି ବିନା ଗାଡ଼ି କ୍ରେତାଙ୍କୁ…
ବ୍ୟାଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ ହୋଇଛି । ଏଣିକି ଗ୍ରାହକଙ୍କ ପାଇଁ ବ୍ୟାଙ୍କ କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ରହିବାକୁ ନିଷ୍ପତି ହୋଇଛି । ଏନେଇ ଗତକାଲି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ସୂଚନା ଦେବା ପରେ ଆଜିଠାରୁ ବ୍ୟାଙ୍କ ସମୟରେ ପରିବର୍ତ୍ତନ ହେବ । ଗତକାଲି ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କ କାର୍ଯ୍ୟ ପାଇଁ ଅବଧି ୧୦ଟାରୁ ୪ଟା ଯାଏଁ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ଏହି ବ୍ୟାଙ୍କ ଗୁଡ଼ିକ ଖୋଲିବା ସମୟ ଭିନ୍ନ ଭିନ୍ନ ରହିଥିଲା । ତେଣୁ ଏଥିରେ ପରିବର୍ତ୍ତନ କରି ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ପାଇଁ ନୀତିଗତ ଭାବେ ଆଜିଠାରୁ ନୂଆ ନିୟମ ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଲାଗୁ କରାଯାଇଛି । ରାଜ୍ୟର ସବୁ ସରକାରୀ…
କେଦାର ମିଶ୍ର ସବୁଠି ଚର୍ଚ୍ଚା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷମତା କୁଆଡେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଢେର ଅଧିକ। କ୍ଷମତା ମାପିବା ଲାଗି “ଇଣ୍ଡିଆନ ଏକ୍ସପ୍ରେସ” କେଉଁ ମାପକ ବା ମାନକ ବ୍ୟବହାର କରିଥିଲେ ଆମେ ଜାଣିନୁ। ତେବେ ଏକଥା ସ୍ଵୀକାର କରିବାରେ ଅସୁବିଧା ନାହିଁ ଯେ ସରକାରରେ ଯେ ରହିଲା, ତାଙ୍କର କ୍ଷମତା ସବୁବେଳେ ଅଧିକ। ଦେଶର ଖ୍ୟାତନାମା ଇଂରାଜୀ ଖବର କାଗଜ “ଇଣ୍ଡିଆନ ଏକ୍ସପ୍ରେସ” ଗୋଟେ ଶହେ ଜଣିଆ କ୍ଷମତାଶାଳୀ ଲୋକଙ୍କ ତାଲିକା ତିଆରି କରିଛି। ଯେଉଁ ତାଲିକାରେ ରାଜନେତା, ଅମଲା, ବ୍ୟବସାୟୀ, ସିନେ ତାରକା, କଳାକାର, ବିଚାରପତି ଇତ୍ୟାଦି ବିଭିନ୍ନ ବୃତ୍ତିର ଲୋକ ଅଛନ୍ତି। ଦେଶର ସବୁଠୁ ବଡ କ୍ଷମତାଶାଳୀ ଲୋକ ଭାବରେ ସ୍ଵାଭାବିକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦୁଇ ନମ୍ବରରେ ତାଙ୍କର ସେନାପତି ଅମିତ ଶାହା ରହିଛନ୍ତି। ମୋଦୀଙ୍କଠୁ ଆରମ୍ଭ ହୋଇଥିବା ଏ ତାଲିକା ସିନେମା ଅଭିନେତ୍ରୀ ଦୀପିକା…

