Author: Samikhsya Bureau

ଭାରତର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌ ଏକ୍ସପ୍ରେସ୍‌ର ସଫଳତା ପରେ କେନ୍ଦ୍ର ସରକାର ଅଧିକ ଟ୍ରେନ୍‌ର ଘରୋଇକରଣ କରିବାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ସରକାର 50 ଟି ରେଳ ଷ୍ଟେସନ୍‌ ଏବଂ 150ଟି ଟ୍ରେନ୍‌ର ଘରୋଇକରଣ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ସଚିବ ଦଳ ଗଠନ କରିବା ନେଇ ସରକାର ପ୍ରସ୍ତାବ ରଖିଥିବା ଜଣାପଡିଛି । ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଭାରତୀୟ ରେଳବାଇର ଚେୟାରମ୍ୟାନ୍‌ ଭି କେ ଯାଦବଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି । ଅକ୍ଟୋବର 7 ତାରିଖରେ କାନ୍ତ ଏହି ପତ୍ର ଲେଖିଥିବା ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ପ୍ରଥମେ ଯେତେବେଳେ ଓଡିଶା ସରକାର “ଫାଇଭ ଟି” ନାମରେ ଏକ ବିଭାଗ ସୃଷ୍ଟି କଲେ, ତାକୁ ନେଇ ଅନେକ ସ୍ଵାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହୁଏତ ରାଜ୍ୟ ସରକାରଙ୍କ ଅନେକ ଫେସନେବଲ ଘୋଷଣା ଭଳି ଇଏ ବି ସେମିତି ଏକ ଯୋଜନା ମନେ ହେଉଥିଲା। ନୂଆ କର୍ପୋରେଟ ଶୈଳୀରେ ଏମିତି ସବୁ ଅକ୍ଷର ଯୋଡି ଯୋଜନା ତିଆରି କରିବା, ବେଳେ ବେଳେ ହାସ୍ୟାସ୍ପଦ ମନେ ହୋଇଥାଏ। ତେବେ ଗତ ୨ ମାସ ଭିତରେ “ଫାଇଭ ଟି” ବିଭାଗର ପ୍ରଭାବ ରାଜ୍ୟ ପ୍ରଶାସନ ଉପରେ ପ୍ରଚ୍ଛନ୍ନ ଭାବରେ ପଡିବା ଆରମ୍ଭ କଲାଣି। ପ୍ରଥମେ କିଛି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ। ଏହା ଯେ କେବଳ ଆରମ୍ଭ ଥିଲା, ସେକଥା ଏବେ ବୁଝା ପଡୁଛି। ରାଜ୍ୟ ଶାସନରେ ରହିଥିବା ଅପାରଗ, ଅଳସୁଆ ଓ ଭ୍ରଷ୍ଟାଚାରୀଙ୍କୁ ବିଦା କରିବା ଲାଗି ଏକ ସୁଚିନ୍ତିତ ଯୋଜନା ଇତି…

Read More

ବିଜେପୁର ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଥିବା ବେଳେ ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପ୍ରଚାର କରିବେ ବୋଲି ଜଣା ପଡିଛି । ବିଜେପୁରର ଗାଇସିଲଟ ବ୍ଲକର ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ସେ ପ୍ରଚାର କରିବେ । ଏହୋ ସହିତ ଏହି ଦୁଇ ପ୍ରଚାର କାର୍ଯ୍ୟକ୍ରମ ବ୍ୟତୀତ ଧର୍ମେନ୍ଦ୍ର ଏକ ରୋଡ ଶୋ କରିବେ ବୋଲି ମଧ୍ୟ ଜଣାପଡିଛି ।

Read More

ପୋଲିସ୍‌କୁ ମିଳିଛି ବଡ ସଫଳତା । ବିଗତ କିଛି ମାସ ହେବ ଜୁଆଡିଙ୍କ ଦୌରାତ୍ମ୍ୟ ବଢିଥିବା ବେଳେ ଆଜି ବ୍ରହ୍ମପୁର ପୋଲିସ୍‌ 15 ଜଣ ଜୁଆଡିଙ୍କୁ ଗିରଫ କରିଛି । 15 ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ 7 ଲକ୍ଷ 68 ହଜାର ଟଙ୍କା ଜବତ କରିଛି । ଏହା ସହିତ ଜୁଆଡି ମାନଙ୍କ ନିକଟରୁ 16ଟି ମୋବାଇଲ୍‌ ଫୋନ୍‌ ଏବଂ 5ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କ ସନ୍ଧାନ ଜାରି ରଖିଛି ପୋଲିସ୍‌ ।

Read More

ସମୀକ୍ଷା ବ୍ୟୁରୋ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଚିଆଙ୍ଗ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦଶହରାରେ ଗାଡି ପୂଜା ବେଳେ ସେହି ଅଞ୍ଚଳର ରାମ ଭାଇନା ଗାଡି ପୂଜା କରିବା ପରେ ଗାଡି କର୍ମଚାରୀଙ୍କୁ ଧାଡିରେ ବସାଇ ମୁଣ୍ଡରେ ପାଦ ରଖି ଆର୍ଶିବାଦ ପ୍ରଦାନ କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି। ଜଣେ ବ୍ରାହ୍ମଣ ଆର୍ଶିବାଦ କରିବା କିଛି ଅସୁବିଧା ନାହିଁ। ହେଲେ ଲୋକଙ୍କ ମୁଣ୍ଡ ଜବରଦସ୍ତ ତଳକୁ କରି ତାଙ୍କ ଉପରେ ପାଦ ଥୋଇବାକୁ କେହି ଗ୍ରହଣ କରୁ ନାହାଁନ୍ତି। ପୁରା ଘଟଣାଟି ହେଉଛି ଯେ, ବାଣପୁରର ଛାୟା ମଣ୍ଡପ ନିକଟରେ ବ୍ରହ୍ମେଶ୍ବର ମୋଟର କର୍ମଚାରୀ ସଂଘର ଗାଡି ପୂଜା ହେଉଥିଲା। ସେହି ଅଞ୍ଚଳର  ରାମଚନ୍ଦ୍ର ସାମନ୍ତରାୟ ଓରଫ ରାମ ଭାଇନା ଗାଡି ପୂଜା କରିବା ପରେ ସବୁ କର୍ମଚାରୀଙ୍କୁ ଧାଡିରେ ବସିବାକୁ କହି ମନ୍ତ୍ରପାଠ କଲେ। ସେମାନେ…

Read More

 ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର:ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତନ କରି “ମୋ ଆବାସ” ନାମରେ କରିଥିବା ବିରୋଧରେ ଆଜି ରାଜ୍ୟ ବିଜେପି ତରଫରୁ ରଜଭବନ ଆଗରେ ବିକ୍ଷୋଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଂଚଳ ଓ ସହରାଂଚଳରେ ଏହା ଲାଗୁ କରାଯାଇଛି। ହେଲେ ଏହି କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ହଡପ କରି ମୋ ଆବାସ ଯୋଜନା ନାମରେ କରାଇ ଦେଇଛନ୍ତି। ଏହା ବିରୋଧରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସଭାପତିତ୍ୱରେ ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପିର ବହୁ ନେତୃବୃନ୍ଦ ଯୋଗଦେଇଥିଲେ।

Read More

Police personnel stands guard at Mamallapuram where two-day Informal Summit between Prime Minister Narendra Modi and Chinese President Xi Jinping scheduled to be held on 11th and 12 October in Mamallapuram about 55 km from Chennai on Thursday.

Read More

ସମୀକ୍ଷା ବ୍ୟୁରୋ ହଠାତ ଦଶହରା ଦିନ ଦେଶର ପ୍ରମୁଖ ଟେଲି ଯୋଗାଯୋଗ କମ୍ପାନୀ ରିଲାଏନ୍ସ ଜିଓ ଘୋଷଣା କଳା ଯେ, ଏଣିକି ଜିଓ ରୁ ଅନ୍ୟ ନେଟୱାର୍କକୁ ଫୋନ କଲେ ମିନିଟ ପିଛା ଗ୍ରାହକଙ୍କୁ ୬ ପଇସା ଦେବାକୁ ପଡିବ। ଏହି ଖବରକୁ ନେଇ କିଛି ରୋଚକ ରିପୋର୍ଟ ଓ ମନ୍ତବ୍ୟ ଦେଖିବାକୁ ମିଳିଛି। କିଛି ଟେଲିଭିଜନ ଚାନେଲ ଙ୍କ ହେଡ ଲାଇନ ହେଉଛି “ମାଗଣା ଯୁଗ ଶେଷ”। ତା ମାନେ ହେଉଛି ଜିଓ କମ୍ପାନୀ ହେଉଛି ଦାତା, ଯିଏ ଭାରତର ଗ୍ରାହକଙ୍କୁ ମାଗଣାରେ ଟେଲିଫୋନ ସେବା ଯୋଗାଇ ଆସୁଥିଲା। ଏହାଠୁ ବଳି ଅସତ୍ୟ ଓ ନିର୍ଲଜ ତଥ୍ୟ ଆଉ କିଛି ନଥାଇ ପାରେ।ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ଜିଓ କମ୍ପାନୀର ଲାଭ ୪୬% ବଢିଛି ଓ ମାତ୍ର ତିନି ମାସରେ ଏହି ଲାଭର ପରିମାଣ ୮୯୧ କୋଟି ଟଙ୍କା ବୋଲି କମ୍ପାନୀର ତଥ୍ୟ କହୁଛି। ଏ ଲାଭ କଣ…

Read More

ଆସନ୍ତା ନୂଆବର୍ଷ ତଥା ଜାନୁୟାରୀ 1 ତାରିଖରୁ ସୁରତ ଏବଂ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ହେବ ବୋଲି ଜଣାପଡିଛି । ଏୟାର ଇଣ୍ଡିଆର ଏହି ବିମାନଟି ସପ୍ତାହକୁ ତିନି ଦିନ ଯାତ୍ରା କରିବ ବୋଲି ଜଣାପଡିଛି । ଭୁମବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ବିମାନ ଚଳାଚଳ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏ ନେଇ ଟ୍ବିଟ୍‌ କରାଯାଇଛି ।

Read More

ରାଉରକେଲାରୁ 11 କିଗ୍ରା ସୁନା ଜବତ କରାଯାଇଛି । କେନ୍ଦ୍ରୀୟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଟ୍ରେନ୍‌ରୁ ଏହି ସୁନା ଜବତ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ ସମୁଦାୟ 110 ଖଣ୍ଡ ସୁନା ପ୍ଲେଟ୍‌ ଜବତ କରାଯାଇଛି । ରାଜଗାଙ୍ଗପୁର-ଝାରସୁଗୁଡା ମଧ୍ୟରେ ଚଢାଉ କରାଯାଇ ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌ରୁ ଏହି ସୁନା ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ଜବତ ସୂନାର ମୂଲ୍ୟ ପ୍ରାୟ 4 କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

Read More

ମହିଳା ବିଶ୍ବ ବକ୍ସିଂ ଚାମ୍ପିୟନ୍‌ସିପ୍‌ର ସେମିରେ ପ୍ରବେଶ କରିଛନ୍ତି ଏମ୍‌ ସି ମେରୀକମ୍‌ । ମେରୀକମ୍‌ 51 କିଗ୍ରା ବର୍ଗରେ ସେମି ଫାଇନାଲ୍‌ରେ ପ୍ରବେଶ କରିବା ସହିତ ଭାରତ ପାଇଁ ଏକ ପଦକ ସୁନିଶ୍ଚିତ କରିଛନ୍ତି ମଣିପୁରୀ ବକ୍ସର ଏମ୍‌ସି ମେରୀକମ୍‌ । କଲମ୍ବିଆର ଇଙ୍ଗ୍ରିଟ୍‌ ଭାଲେନ୍ସିଆଙ୍କୁ 5-0ରେ ପରାସ୍ତ କରି ସେମିରେ ପହଞ୍ଚିଛନ୍ତି ମେରୀ କମ୍‌ । ଏହା ସହିତ ମେରୀ ବିଶ୍ବ ଚାମ୍ପିୟନ୍‌ସିପ୍‌ରେ ନିଜର ଅଷ୍ଟମ ପଦକ ତଥା ସପ୍ତମ ସ୍ବର୍ଣ୍ଣ ପଦକ ଆଶାରେ ରହିଛନ୍ତି । ମେରୀ କମ୍‌ଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଖେଳାଳି କବିତା(81 କିଗ୍ରା), ମଞ୍ଜୁ ରାଣୀ(48 କିଗ୍ରା), ଜମୁନ୍‌ ବୋରୋ (54 କିଗ୍ରା), ଲୋଭିନା ବୋର୍ଗୋହେଁ(69 କିଗ୍ରା ଏହି ଟୁର୍ଣ୍ଣାମେଣ୍ଟର କ୍ବାର୍ଟରରେ ପ୍ରବେଶ କରିଛନ୍ତି ।

Read More

ବିଜେପୁର ଭୋଟ ଗ୍ରହଣ ପୂର୍ବରୁ ମୁହଁ ଖୋଲିଛନ୍ତ ବିଜେପି ନେତା ଅଶୋକ ପାଣିଗ୍ରାହୀ। ଆଜି ସେ ଦଳ ଉପର ଅସନ୍ତୋଷ ପ୍ରକାଶ କରିଛନ୍ତି । “ ଦଳ ମୋତେ ଅଣଦେଖା କରୁଛି। କୌଣସି ଦାୟିତ୍ୱ ଦେଉନାହିଁ”, ସାଧାରଣ ନିର୍ବାଚନରେ ମୋତେ କୌଣସି ଦାୟିତ୍ୱ ମିଳିନଥିଲା । ଦଳ ବୋଧେ ମୋତେ ବିଶ୍ୱାସ କରୁନାହିଁ । ଏଥିପାଇଁ ମୁଁ ସନ୍ଦେହରେ ପଡ଼ି ଯାଇଛି ବୋଲି ଅଶୋକ କହିଛନ୍ତି । ସେହିପରି ଦଳଛାଡିବା ପ୍ରସଙ୍ଗକୁ ଗୁଜବ ବୋଲି କହିଛନ୍ତି । ଦଳରେ ଯାହା ଦାୟିତ୍ବ ପ୍ରଦାନ କରାଗଲେ ମୁଁ କରିବା ପାଇଁ ପ୍ରସ୍ତୁତ ବୋଲି ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

Read More

ଜମ୍ମୁ କାଶ୍ମୀର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଧାରା 370 ଉଚ୍ଛେଦ ପରଠାରୁ ପ୍ରଥମ ଥର ପାଇଁ ଗୁରୁବାର ସୁରକ୍ଷା ବ୍ୟବସ୍ଥାରେ ହ୍ରାସ କରାଯିବା ସହିତ ପର୍ଯ୍ୟଟକଙ୍କ ପାଇଁ ଜମ୍ମୁ କାଶ୍ମୀର ସମ୍ପୂର୍ଣ୍ଣ ଭାବରେ ଖୋଲାଯାଇଛି । ଅଗଷ୍ଟ ଦୁଇ ତାରିଖରୁ ସୁରକ୍ଷା କଟକଣା ଜାରି କରାଯିବା ସହିତ ଅମରନାଥ ଯାତ୍ରୀଙ୍କୁ ଫେରାଇ ଅଣାଯାଇଥିଲା । ଏହାର ତିନିଦିନ ପରେ ଉପତ୍ୟାକାରୁ ଧାରା 370 ଉଚ୍ଛେଦ କରାଯାଇଥିଲା । ଏହାପରେ ବିଭିନ୍ନ ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯିବା ସହିତ ପର୍ଯ୍ୟଟକଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ପର୍ଯ୍ୟଟକଙ୍କ ପାଇଁ କଟକଣା ହଟା ଯାଇଥିଲେ ମଧ୍ୟ ରାଜନେତା ମାନଙ୍କୁ ବର୍ତ୍ତମାନ ମଧ୍ୟ ଗୃହବନ୍ଦୀ ଭାବରେ ରଖାଯାଇଛି ।

Read More

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ବଡ ଝଟକା ଲାଗିଛି । ଦଳର 26 ଜଣ ନେତାଙ୍କ ସହ 300 କାର୍ଯ୍ୟକର୍ତା ଇସ୍ତଫା ଦେଇଛନ୍ତି । ଟିକେଟ୍ ଆବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଏହି ନେତା ଓ କର୍ମୀମାନେ ଦଳ ଛାଡିବା ସହ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଅକ୍ଟୋବର ୨୧ରୁ ମତଦାନ ହେବାକୁ ଥିବା ବେଳେ କର୍ମୀଙ୍କ ଇସ୍ତଫା ଶିବସେନାକୁ ଅଡୁଆରେ ପକାଇ ପାରେ । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବା ସହିତ 124 ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଜେପି 150 ଆସନରେ ପ୍ରତିଦ୍ବନ୍ଦିତା କରୁଛି । ପୂର୍ବରୁ ଉତ୍ତର ମୁମ୍ବାଇରେ ମଧ୍ୟ ଆସନ ଆବଣ୍ଟନକୁ ନେଇ 300 ଶିବସେନା କର୍ମୀ ଇସ୍ତଫା ପ୍ରଦାନ କରିଥିଲେ ।

Read More

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରୁ ଅନୁଷ୍ଠିତ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛି । ପୁନେର ଏମ୍‌ସିଏ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି 16 ଓଭର ଶେଷ ସୁଦ୍ଧା 1 ଓ୍ବିକେଟ ବିନିମୟରେ 53 ରନ୍‌ ସଂଗ୍ରହ କରିଛି । ଗତ ମ୍ୟାଚ୍‌ର ଶତକ ହାସଲକାରୀ ରୋହିତ ଶର୍ମା ମାତ୍ର 14 ରନ୍‌ କରି ରବାଡାଙ୍କ ଶିକାର ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ 26 ରନ୍‌ କରି ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ହନୁମା ବିହାରୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଖେଳା ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେନ୍‌ ପିଟ୍‌ଙ୍କ ସ୍ଥାନରେ ଆନିର୍ଚ ନୋର୍ଜେଙ୍କୁ ସାମିଲ କରାଯାଇଛି ।

Read More