ବଲିଉଡ୍ ଅଭିନେତା ସଲ୍ମାନ୍ ଖାନ୍ଙ୍କ ବଡିଗାର୍ଡ ଶେରା ଶିବସେନାରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ତିନି ଦିନ ପୂର୍ବରୁ ଶେରା ଶିବସେନାରେ ଯୋଗ ଦେଇଥିବା ନେଇ ଶିବସେନାର ଟ୍ବିଟ୍ଟର ପେଜ୍ରେ ସେୟାର କରାଯାଇଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଏବଂ ଯୁବ ସେନା ସଭାପତି ଆଦିତ୍ୟ ଠାକ୍ରେଙ୍କ ଉପସ୍ଥିତିରେ ଶେରା ଶିବସେନାରେ ଯୋଗ ଦେଇଥିଲେ । ମୁମ୍ବାଇର ମାତୋଶ୍ରୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶେରା ଶିବସେନାରେ ଯୋଗ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଅକ୍ଟୋବର 21 ତାରିଖରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ 24 ତାରିଖରେ ଫଳାଫଳ ଆସିବ ।
Author: Samikhsya Bureau
ଆଫଗାନିସ୍ତାନରେ ଏକ ଏନ୍କାଉଣ୍ଟରରେ ୧୦ ଆଇଏସ୍ ଆତଙ୍କୀ ପ୍ରାଣ ହରାଇଛନ୍ତି। ଶନିବାର ଦିନ ଆଫଗଗାନୀ ସେନା ପକ୍ଷରୁ ଅନୁଷ୍ଠିତ ଘଟିଥିବା ଏନ୍କାଉଣ୍ଟରରେ ନାନଘରରେ ୧୦ ଜଣ ଆଇଏସ୍ ଆତଙ୍କୀ ପ୍ରାଣ ହରାଇଛନ୍ତି। ଏହି ଏନ୍କାଉଣ୍ଟରରେ ତିନି ଜଣ ଆଇଏସ୍ କମାଣ୍ଡର ନିହତ ହୋଇଥିବା ବେଳେ ୮ଟି ଆଇଏସ୍ ପୋଷ୍ଟ ଧ୍ବଂସ ହୋଇଥିଲା। ଏହା ସହିତ ଏହି ଏନ୍କାଉଣ୍ଟର ସମୟରେ ଦୁଇଟି ଜୀବନ୍ତ ଲ୍ୟାଣ୍ଡମାଇନ୍କୁ ମଧ୍ୟ ନିଷ୍କ୍ରିୟ କରିଥିଲେ ଆଫଗାନୀ ସେନା। ୨୦୧୫ରୁ ଆଇଏସ୍ ନାନଘରରେ ନିଜର କାୟା ବିସ୍ତାର କରି ଚାଲିଛି।
KRASNOYARSK REGION, Oct. 19, 2019 (Xinhua) — A gold mine is flooded after a dam collapsed in the Kuraginsky district of Russia’s Krasnoyarsk region, Oct. 19, 2019. The death toll rose to 13 after a dam collapsed in the Kuraginsky district of Russia’s Krasnoyarsk region, local media reported Saturday. Xinhua/UNI PHOTO-9F
Telangana Congress supporter paying tribute to former prime Minister Rajiv Gandhi during 29th Rajiv Gandhi Sadhavana Yatra Commemoration day at Charminar in Hyderabad on Saturday.
ନିଜର ସରକାରୀ ବାସଭବନ ଖାଲି କରିବା ପାଇଁ ବାଚସ୍ପତି ପୂର୍ବତନ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସେପ୍ଟେମ୍ବର 16 ତାରିଖରେ ସମସ୍ତ ପୂର୍ବତନ ବିଧାୟକଙ୍କୁ ସରକାରୀ ବାସଭବନ ଖାଲି କରିବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସରକାରୀ ବାସଭବନ ପରିତ୍ୟାଗ ନକଲେ ପାଣଇ ଏବଂ ବିଦ୍ୟୁତ୍ ଯୋଗାଣ ବନ୍ଦ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ନିର୍ଦ୍ଦେଶକୁ ବେଖାତିର କରାଯିବାରୁ ଆଜି ବାଚସ୍ପତି ପୂର୍ବତନ ବିଧାୟକମାନଙ୍କୁ 3 ଦିନର ମହଲତ ଦେଇଛନ୍ତି । ଏହା ସହିତ ଆସନ୍ତା ମାସଠାରୁ ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ କୋଠା ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ବାଚସ୍ପତି କହିଛନ୍ତି ।
ଋଷରେ ଏକ ଡ୍ୟାମ୍ ଭୁଷୁଡି 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 14 ଜଣ ଆହତ ହୋଇଛନ୍ତି । ଋଷିଆର ସାଇବେରିଆରେ ଏହି ଦୁର୍ଘଟଣା ଶନିବାର ସକାଳେ ସଙ୍ଗଠିତ ହୋଇଛି । ଶନିବାର ସକାଳୁ ଡ୍ୟାମ୍ ଭୁଷୁଡିଥିବା ବେଳେ 11 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସାଇବେରିଆର କ୍ରାସ୍ନୋୟାର୍ସ୍କରେ ରହିଥିବା ଏକ ସୁନାଖଣିରେ ଏହି ଡ୍ୟାମ୍ ଭୁଷୁଡି ପଡିଥିଲା । ଖଣିରେ ସମୁଦାୟ 270 ଜଣ ଶ୍ରମିକ କାମ କରୁଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 5ଟି ଏମ୍ଆଇ-8 ଏବଂ ଏମ୍ଆଇ-26 ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ରାଜନୀତି ଚାଲିଛି । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିବା ବେଳେ ବିଜେପି ସ୍ମିତାରାଣୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛି । ଆଜି ବିଜେପି ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପ୍ରକାଶ ମିଶ୍ର କହିଛନ୍ତି ଯେ, ପାରିପାର୍ଶ୍ବିକକ ସ୍ଥତିକୁ ଦେଖିଲେ ସ୍ମିତାରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେଠାରେ ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଏକାଧିକ ଲୋକେ ରହିଥିଲେ । ଏହି ଘଟଣାରେ ରାମକୋର କୈାଣସି ସିମେଣ୍ଟ ଅଧିକାରୀ ମଧ୍ୟ ସମ୍ପୃକ୍ତ ଥାଇ ପାରନ୍ତି । ଏହା ସହ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସରକାର ସିବିଆଇକୁ ତଦନ୍ତ ଭାର ଦେବା ଦେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।…
ମହଙ୍ଗା ପଡ଼ିଲା ଲାଞ୍ଚ ମାଗିବା । ଶ୍ରମ ବିଭାଗ କିରାଣୀ ଖୋଲାଖୋଲି ଲାଞ୍ଚ ମାଗୁଥିବା ଭିଡ଼ିଓ ପ୍ରଚାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବନ କରାଯାଇଛି । ଜଣେ ଶ୍ରମ ବିଭାଗ କିରାଣୀ ବଲ୍ଲବ ନାଗ ଜଣେ ବ୍ୟକ୍ତିଙ୍କୁ ଶ୍ରମିକ ଚାଲାଣ ଲାଇସେନ୍ସ ଦେବାକୁ ଖୁଲମଖୁଲା ଲାଞ୍ଚ ମାଗିଥିଲେ । ଏହି ଶ୍ରମିକ ଚାଲାଣ ଲାଇସେନ୍ସ କରାଇବାକୁ ଶ୍ରମ ବିଭାଗ କିରାଣୀ ଏକ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିରାଣୀଙ୍କ ଏହି ଖୁଲମଖୁଲା ଲାଞ୍ଚ ମାଗିବା ଭିଡ଼ିଓ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।କିରାଣୀ ବଲ୍ଲବ ନାଗଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରାଯାଇଛି ।
ପୁଣି ଭିଜିଲାନ୍ସ ଜାଲରେ ଜଣେ ମୁଖ୍ୟ କିରାଣୀ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଟିମ ଝାରସୁଗୁଡ଼ା ପଞ୍ଚାୟତ ଅଫିସର ମୁଖ୍ୟ କିରାଣୀଙ୍କ ଘରେ ଚଢାଉ କରିଛି । ଆଜି ଭିଜିଲାନ୍ସ ଟିମ ତାଙ୍କ ବଢେଇମୁଣ୍ଡା ଓ ଅଇତାପତି ବାସଭବନ ସମେତ ଶ୍ୱଶୁର ଘର ଓ କିଛି ସ୍ଥାନରେ ଏକକାଳୀନ ଚଢାଉ କରିଛି । ତାଙ୍କ ଘରୁ ଅନେକ ଜରୁରୀ କାଗଜପତ୍ର ଦସ୍ତାବିଜ ମିଳିଛି ।
ଭାରତ ଏବଂ ଦ. ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ପକ୍ଷରୁ ରୋହିତ ଶର୍ମା ଶତକ ଏବଂ ଆଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଦୁଇ ମୁମ୍ବାଇକାର ବ୍ୟାଟ୍ସମ୍ୟାନ ରୋହିତ-ରାହାଣେଙ୍କ ଦୃଢ ବ୍ୟାଟିଂ ଫଳରେ ଭାରତ 184/3ର ସମ୍ମାନଜନକ ସ୍କୋର ହାସଲ କରିଛି । 39 ରନ୍ରେ 3 ଓ୍ବିକେଟ୍ ହରାଇଥିବା ଭାରତ ଉଭୟଙ୍କ ଅବିଭାଜିତ ଶତକୀୟ ଭାଗିଦାରୀ ଫଳରେ 184 ରନ୍ରେ ପହଞ୍ଚିଛି । ଓପ୍ନର ରୋହିତ ଶର୍ମା 132 ବଲ୍ର ସମ୍ମୁଖୀନ ହୋଇ 13 ଚୌକା ଏବଂ 3 ଛକ୍କା ଜରିଆରେ 101 ରନ୍ ସଂଗ୍ରହ କରିଥିବା ବେଳେ ରାହାଣେ 94 ବଲ୍ର ସମ୍ମୁଖୀନ ହୋଇ 9ଟି ଚୌକା ଜରିଆରେ 60 ରନ୍ ସଂଗ୍ରହ କରିଛନ୍ତି ।
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବିଦେଶୀ ମଦର ମୂଲ୍ୟ ହ୍ରାସ ପାଇବାକୁ ଯାଉଛି । ଦୀପାବଳି ଅବସରରେ ବିଭିନ୍ନ ବିଦେଶୀ ମଦର ମୂଲ୍ୟ ହ୍ରାସ ପାଇବ ବୋଲି ଜଣାପଡିଛି । ଚିଭାସ୍ ରେଗାଲ୍, ବାଲାଣ୍ଟିନେସ ଫିନେଷ୍ଟ ଏବଂ ଆବସଲ୍ୟୁଟ୍ ଭୋଡ୍କାର ମୂଲ୍ୟରେ ହ୍ରାସ କରାଯାଇଛି । 750 ମିଲି ଆବସଲ୍ୟୁଟ୍ ଭୋଡ୍କାର ମୂଲ୍ୟ ପୂର୍ବରୁ 1800 ଟଙ୍କାର ରହିଥିବା ବେଳେ ଏହା 14 ଶହ ଟଙ୍କାକୁ ହ୍ରାସ ପାଇଛି । ବାଲାଣ୍ଟିନେସ ଫିନେଷ୍ଟର ମୂଲ୍ୟ18 ଶହ ଟଙ୍କାରୁ 1350ଟଙ୍କାକୁ ହ୍ରାସ ପାଇଛି । ସେହିପରି ଚିଭାସ୍ ରେଗାଲ୍ର ମୂଲ୍ୟ 3850 ଟଙ୍କାରୁ 2800 ଟଙ୍କାକୁ ହ୍ରାସ ପାଇଛି । ଏହି ମୂଲ୍ୟ ଦୀପାବଳିର ପରବର୍ତ୍ତୀ ଏକ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରକାଶ ପାଇଛି । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ତିନି ସପ୍ତାହ ପାଇଁ ମଦ ଉପରେ ଆୟକର ବ୍ୟବସ୍ଥାକୁ ଦିଲ୍ଲୀ ସରକାର ହ୍ରାସ କରିଛନ୍ତି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ସକାଳୁ ଏକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣେ ବସ୍ ଡ୍ରାଇଭର୍ ପ୍ରାଣ ହରାଇଛନ୍ତି । ଶନିବାର ସକାଳୁ ବସ୍ଟିରେ କେହି ଯାତ୍ରୀ ନଥିବା ସମୟରେ ଡ୍ରାଇଭର ଜଣକ ଏକ ପାର୍ସଲ ପାଇଥିଲେ । ପାର୍ସଲଟି ବିସ୍ଫୋରଣ ଘଟିବାରୁ ଡାଇଭର ଜଣକ ପ୍ରାଣ ହରାଇଥିଲେ । କୋହ୍ଲାପୁରରେ ଏହି ଘଟଣା ଘଟିଥିବା ବେଳେ ବିସ୍ଫୋରଣ ପରେ ବୋମା ସ୍କ୍ବାଡ ଏବଂ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ବିସ୍ଫୋରଣରେ କେଉଁ ପ୍ରକାରର ବିସ୍ଫୋରକ ବ୍ୟବହୃତ ହୋଇଛି ତାହା ଜଣା ପଡିନାହିଁ ।
ସମୀକ୍ଷା ବ୍ୟୁରୋ ଆଜି ବାଣପୁରଠାରେ ଏକ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ବ୍ଲକ୍ ସଭାଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ବୈଠକରେ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଣପୁର ବିଡିଓ ଶିବାନନ୍ଦ ସ୍ବାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ, ତେରନଂ ଜୋନ୍ର ଜିଲ୍ଲା ପରିଷଦ ଅମରେନ୍ଦ୍ର ରଣସିଂହ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହି ବୈଠକରେ ବାଣପୁର ବ୍ଲକ୍ର ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ, ପିଇଓ, ଜିଆର୍ଏସ୍ମାନେ ଉପସ୍ଥିତ ରହିଥିଲେ। ଜିଆରଏସ୍ମାନେ ଏହି ବୈଠକରେ ନିଜ ନିଜ ପଞ୍ଚାୟତର ରିପୋର୍ଟ ପ୍ରଦାନ କରିଥିଲେ। ଏହି ବୈଠକରେ ପ୍ରଶ୍ନର ଉତ୍ତର ଦେଇ ନପାରି ହଟ୍ଟାହଟ୍ଟା ହୋଇଛନ୍ତି ପିଇଓ। ପଞ୍ଚାୟତ…
ରାଞ୍ଚିରେ ଅନୁଷ୍ଠିତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ସିରିଜ୍ର ତୃତୀୟ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ଲଞ୍ଚ ବିରତି ସୁଦ୍ଧା 3 ଓ୍ବିକେଟ୍ ହରାଇ 71 ରନ୍ ସଂଗ୍ରହ କରିଛି । ମୟଙ୍କ ଅଗ୍ରଓ୍ବାଲ(10) , ଚେତେଶ୍ବର ପୂଜାରା (0) ଏବଂ ବିରାଟ କୋହଲି(12)ଙ୍କ ଓ୍ବିକେଟ ହରାଇ 23 ଓଭର ଶେଷରେ 71 ରନ୍ ସଂଗ୍ରହ କରିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା 15 ରନ୍ ବିନିମୟରେ 2ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ କୋହଲି ଆନିର୍ଚ୍ଚ ନୋର୍ଜେଙ୍କ ଶିକାର ହୋଇଥିଲେ । ପ୍ରଥମ ସେସନ ଖେଳ ଶେଷ ବେଳକୁ ରୋହିତ ଶର୍ମା(38) ଏବଂ ଆଜିଙ୍କ୍ୟ ରାହାଣେ(11) ଅବିଭାଜିତ 32 ରନ୍ର ଭାଗିଦାରୀ କରି ବ୍ୟାଟିଂ କରୁଛନ୍ତି ।
ଭାରତରେ ଆଣବିକ ଶକ୍ତିର ବିକାଶ ନିମନ୍ତେ ଖୁବ୍ ଶୀଘ୍ର ୭ଟି ଆଣବିକ ରିଆକ୍ଟରର କାମ ଚାଲିଛି। ଆସନ୍ତା ୬ ମାସ ମଧ୍ୟରେ ଏହି ୭ଟି ଆଣବିକ ରିଆକ୍ଟରର କାର୍ଯ୍ୟ ସମାପ୍ତ ହେବ ବୋଲି ଜଣାପଡିଛି। ଏହା ସହିତ ନୂତନ ଭାବରେ ୧୭ଟି ରିଆକ୍ଟର ନିର୍ମାଣ ହେବ ବୋଲି ଜଣାପଡିଛି। ଭାରତର ଆଣବିକ ଶକ୍ତି ବିଭାଗ ସଚିବ କେ ଏନ୍ ବ୍ୟାସ ଶନିବାର ଦିନ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଭାରତ ସରକାରଙ୍କ ପକ୍ଷରୁ ୨୦୩୦ ସୁଦ୍ଧା ୨୧ଟି ଆଣବିକ ରିଆକ୍ଟର ନିର୍ମାଣର ଘୋଷଣା କରାଯାଇଥିଲା। ବ୍ୟାସ କହିଛନ୍ତି, ସମଗ୍ର ବିଶ୍ବ ବର୍ତ୍ତମାନ ଶୁଦ୍ଧ ଶକ୍ତି ଆଡକୁ ଅଗ୍ରସର ହେଉଛି ଏବଂ ଆଣବିକ ଶକ୍ତି ବିଶ୍ବର ଶକ୍ତି ଚାହିଦା ପୂରଣ କରିବାରେ ସକ୍ଷମ ହେବ। ଏହା ସହିତ ଏହି ପଦକ୍ଷେପ ଆଗାମୀ ଦିନରେ ଭାରତକୁ ଆଣବିକ ଶକ୍ତି କ୍ଷେତ୍ରରେ ଅଗ୍ରଗତିରେ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି।
ଜାତୀୟ ରାଜପଥ ମରାମତି ତଥା ସମ୍ପ୍ରସାରଣ ବିଳମ୍ବରୁ ତାତିଲା ବିଜେଡ଼ି । ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସବୁ ଏନ୍ଏଚ୍ ମରାମତିରେ ବିଳମ୍ବ ଅଭିଯୋଗ କରିଛି ବିଜେଡ଼ି । ଏହା ପ୍ରତିବାଦରେ ପାଲଲହଡ଼ା, ଅନୁଗୁଳ ଓ ଢେଙ୍କାନାଳ ଠାରେ ବିଜେଡି ଆନ୍ଦୋଳନ କରିଛି । ସେଠାରେ ଥିବା ଏନଏଚ ତୁରନ୍ତ ମରାମତି ଏବଂ ସଂପ୍ରସାରଣ ପ୍ରକ୍ରିୟା ସାରିବାକୁ ଦାବୀ କରି ବହୁ ବିଜେଡିକର୍ମୀ ଆଜି ୨ଘଣ୍ଟିଆ ଜାତୀୟ ରାଜପଥ ରାସ୍ତା ଅବରୋଧ କରିଛନ୍ତି । ଅନେକ ବିଜେଡିକର୍ମୀ ପାଲଲହଡ଼ା ଠାରେ ଏନଏଚ ୪୯ ଓ ୧୪୯ ଅବରୋଧ କରିଛନ୍ତି । ଫଳରେ ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି । ତୁରନ୍ତ ଏନ୍ଏଚ୍ ମରାମତି ଏବଂ ସମ୍ପ୍ରସାରଣ ପ୍ରକ୍ରିୟା ସାରିବାକୁ ଦାବି କରାଯାଇଛି ।
ଇଞ୍ଜିନ୍ ଅଚଳ ଯୋଗୁଁ ତିନି ଘଣ୍ଟା ଅଟକିଲା ହୀରାଖଣ୍ଡ। ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଇଞ୍ଜିନ ଅଚଳ ଯୋଗୁଁ ରାୟଗଡ଼ାରେ ଭାଲୁମାସ୍କା ଷ୍ଟେସନଠାରୁ ୪ କିଲେମିଟର ଦୂରରେ ଅଟକି ରହିଥିଲା। ଅନ୍ୟ ଏକ ଇଞ୍ଜିନି ସଂଯୋଗ ଦ୍ବାରା ଭାଲୁମୁସ୍କା ଷ୍ଟେସନ ଆସିଲା ଟ୍ରେନ୍। ଟ୍ରେନ୍ ବିଳମ୍ବ ତଥା ଅଟକ ଯୋଗୁଁ ଯାତ୍ରୀ ମାନେ ହଇରାଣ ହେଉଛନ୍ତି। ତେବେ ଟ୍ରେନ୍ର ଇଞ୍ଜିନ ଅଚଳର ନିର୍ଦ୍ଦିଷ୍ଟ କାରଣ ନେଇ ରେଲ୍ଓ୍ବେ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ।
ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆରମ୍ଭ ହୋଇଛି । ରାଞ୍ଚିରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ମୟଙ୍କ ଅଗ୍ରଓ୍ବାଲ(10) ଏବଂ ଚେତେଶ୍ବର ପୂଜାରା (0)ଙ୍କ ଓ୍ବିକେଟ ହରାଇ 9 ଓଭର ଶେଷ ସୁଦ୍ଧା 16ରନ୍ ସଂଗ୍ରହ କରିଛି । ଦ. ଆଫ୍ରିକା ପକ୍ଷରୁ ରବାଡା ଉଭୟ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଇଶାନ୍ତ ଶର୍ମାଙ୍କ ସ୍ଥାନରେ ଶାହାବାଜ୍ ନଦୀମ୍ଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ଦତକ୍ଷିଣ ଆଫ୍ରିକା ଦଳରେ ଚାରିଟି ପରିବର୍ତ୍ତନ କରାଯାଇଛି । ଆଡେନ୍ ମର୍କ୍ରମ୍ଙ୍କ ସ୍ଥାନରେ ଜୁବେର୍ ହାମ୍ଜା, କେଶବ ମହାରାଜଙ୍କ ସ୍ଥାନରେ ଜର୍ଜ ଲିଣ୍ଡେ, ଥେଉନିସ୍ ଡି ବ୍ରୁଇନ୍ଙ୍କ ସ୍ଥାନରେ ହେନ୍ରିଚ୍ କ୍ଲାସିନ୍ ଏବଂ ଫିଲାଣ୍ଡରଙ୍କ ସ୍ଥାନରେ ଲୁଙ୍ଗି ଏନ୍ଗିଡିଙ୍କୁ ଦଳରେ ସାମିଲ୍ କରାଯାଇଛି…

