Author: Samikhsya Bureau

ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଇସ୍‌ଲ୍ୟାଣ୍ଡକୁ ପରାସ୍ତ କରିଛି ଫ୍ରାନ୍ସ । ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଆଇସଲ୍ୟାଣ୍ଡକୁ 1-0 ଗୋଲ୍‌ରେ ପରାସ୍ତ କରିଛି ଫ୍ରାନ୍ସ । ଫ୍ରାନ୍ସ ପକ୍ଷରୁ ଓଲିଭର୍‌ ଜିରୁଡ୍‌ ଏକ ମାତ୍ର ଗୋଲ୍‌ ସ୍କୋର କରିଥିଲେ । ଏହି ବିଜୟ ସହିତ ଫ୍ରାନ୍ସ 18 ପଏଣ୍ଟ ସହିତ ଗ୍ରୁପ ଏଚ୍‌ର ଶୀର୍ଷରେ ପହଞ୍ଚିଛି । 90 ମିନିଟ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ରହିଥିବା ବେଳେ ଅତିରିକ୍ତ ସମୟରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରରେ ଗୋଲ୍‌ ସ୍କୋର କରି ଜିରୁଡ୍‌ ଫ୍ରାନ୍ସକୁ ବିଜୟୀ କରାଇଥିଲେ । ଏହି ଗୋଲ୍‌ ସହିତ ଅନ୍ତର୍ଜାତୀୟୂ ସର୍କିଟ୍‌ରେ ଜିରୁଡ୍‌ ନିଜର 37 ତମ ଗୋଲ୍‌ ସ୍କୋର୍‌ କରିଛନ୍ତି । ଫ୍ରାନ୍ସ ପକ୍ଷରୁ ଥିଏରୀ ହେନ୍‌ରୀ ସର୍ବାଧିକ 51 ଗୋଲ ସ୍କୋର କରିଥିବା ବେଳେ ମାଇକେଲ ପ୍ଲାଟିନି 41ଟି ଗୋଲ୍‌ ସ୍କୋର କରିଛନ୍ତି ।

Read More

ପିଆଜର ଦର ଲୋକଙ୍କୁ କନ୍ଦାଉଥିବାବେଳେ ପିଆଜ ପାଇଁ ପାଞ୍ଚ ଜଣ ମହିଳାଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଦେଶର ଅଧିକାଂଶ ସହରରେ ପିଆଜର ଦାମ୍‌ ୮୦ ଟଙ୍କା ରହିଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ପିଆଜକୁ ନେଇ ପାଞ୍ଚ ଜଣ ମହିଳାଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବାବେଳେ ଏଥିରେ ପାଞ୍ଚଜଣଯାକ ଆହତ ହୋଇଥିବାର ଖବର ମିଳିଛି। ଅମରୋହା ଗ୍ରାମର ଏକ ଦୋକାନରୁ ଜଣେ ମହିଳା ପିଆଜ କିଣିବାକୁ ନେଇ ଯୁକ୍ତି ଆରମ୍ଭ କରିଥିଲେ। ଠିକ୍‌ ସେହି ସମୟରେ ଅନ୍ୟ ଜଣେ ମହିଳା ପିଆଜ କିଣିବାକୁ ନେଇ ଅସମର୍ଥତା ପ୍ରକାଶ କରି ସମ୍ପୃକ୍ତ ମହିଳାଙ୍କୁ କିଛି ଶୁଣାଇଥିଲେ। ପରେ ପରେ ପିଆଜକୁ ନେଇ ଏହି ଦୁଇ ମହିଳାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା। ଏବଂ ଏହି ଝଗଡ଼ରେ ଅନ୍ୟ ମହିଳାମାନେ ସାମିଲ୍‌ ହୋଇଗଲେ। ପରେ ପରିସ୍ଥିତି ଏପରି ହେଲା ଯେ ମହିଳାମାନେ ଉଭୟ ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଭିଡାଭିଡି…

Read More

ଅନଲାଇନ୍‌ରେ ଏବେ ଲୁଟେରା ମାତିଛନ୍ତି । ରାଉରକେଲା ବିଶ୍ରା ଥାନା ଅଂଚଳରେ ଜଣେ ଯୁବତୀଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ହୋଇଯାଇଛି  । ଦୁର୍ବୃତ୍ତ ଅନ୍‌ଲାଇନରେ ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ସଂପୃକ୍ତା ଯୁବତୀ ବିଶ୍ରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଅନୁସାରେ ଯୁବତୀ ଜଣକ ଅନ୍‌ଲାଇନ୍‌ରେ କିଛି ଜିନିଷ ମଗାଇଥିଲେ । ଏଥିପାଇଁ ସେ ପେଟିଏମ୍‌ ଜରିଆରେ ୟୁପିଆଇ ଆଇଡି ଦେଇ ପେମେଣ୍ଟ କରିଥିଲେ । କିନ୍ତୁ ତାଙ୍କ ଜିନିଷ ପହଁଚି ନ ଥିଲା । ବିଳମ୍ବ ହେବାରୁ ଗୁଗୁଲରୁ ସେ କମ୍ପାନୀକୁ କଲ୍‌ କରିଥିଲେ । କିନ୍ତୁ ତାଙ୍କୁ କୌଣସି ସହଯୋଗ ମିଳି ନଥିଲା । ପରେ ତାଙ୍କ ଆକାଉଣ୍ଟରୁ ୩ ଥରରେ ୫୦ ହଜାର ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଛନ୍ତି । ଏ ନେଇ ସେ ବିଶ୍ରା ଥାନାରେ ଏତଲା ଦେଇଛନ୍ତି ।

Read More

ଆଜି ତାମିଲନାଡୁ ମହାବଳିପୁରମ୍‌ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଳାଭୂମି ସଫେଇ କରିଛନ୍ତି । ୩୦ ମିନିଟ୍‌ ଯାଏ ସମୁଦ୍ର କୂଳ ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସଫେଇ ମାଧ୍ୟମରେ ସମାଜକୁ ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି । ବେଳାଭୂମିରୁ ପ୍ଲାଷ୍ଟିକ ଆବର୍ଜନା ଉଠାଇଛନ୍ତି ମୋଦି । ଗତକାଲି ଐତିହାସିକ ସହର ମହାବଳିପୁରମ୍‌ରେ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୌପଚାରିକ ସାକ୍ଷାତକାର ହୋଇଛି । ଆଜି ଦୁଇ ରାଷ୍ଟ୍ରର ମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେଉଛି ।

Read More

କ୍ରମାଗତ 12 ତମ ବର୍ଷ ପାଇଁ ଶ୍ରଷ୍ଠ ଭାରତୀୟ ଧନୀ ତାଲିକାରେ ରହିଛନ୍ତି ମୁକେଶ ଅମ୍ବାନୀ । ଶୁକ୍ରବାର ଫୋବର୍ସ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଥିବା ବେଳେ ସମୁଦାୟ 51.4 ବିଲିୟନ୍‌ ଡଲାରର ସମ୍ପତ୍ତି ସହିତ ମୁକେଶ ଅମ୍ବାନୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଭାରତରେ ବିଭିନ୍ନ ବ୍ୟବସାୟୀଙ୍କ ସମ୍ପତ୍ତିରେ 8 ପ୍ରତିଶତ ହ୍ରାସ ପାଇଥିବା ବେଳେ ଦୁଇ ନମ୍ବର ସ୍ଥାନରେ ରହିଥିବା ଅଜୀମ୍‌ ପ୍ରେମ୍‌ଜୀ 17 ତମ ସ୍ଥାନକୁ ଖସି ଆସିଛନ୍ତି । 10 ନମ୍ବର ସ୍ଥାନରେ ରହିଥିବା ଗୌତମ ଅଦାନୀ 8ଟି ସ୍ଥାନ ଉପରକୁ ଉଠି 15.7 ବିଲିୟନ୍‌ ଡଲାର ସହିତ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଅଶୋକ ଲେଲ୍ୟାଣ୍ଡ ମାଲିକ ହିନ୍ଦୁଜା ବ୍ରଦର୍ସ 15.6 ବିଲିୟନ୍‌ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ ସାର୍ପୋଜୀ ପାଲୋଞ୍ଜୀ (15 ବିଲିୟନ୍‌) ଚତୁର୍ଥ ସ୍ଥାନରେ ରହିଛନ୍ତି । ଉଦୟ କୋଟାକ୍‌(14.8) ଏବଂ ଶିବ ନାଦାର…

Read More

କେଦାର ମିଶ୍ର   ବିଜେପୁର ଉପ ନିର୍ବାଚନରେ ଓ ତା ପୂର୍ବରୁ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ ରୁ ବଞ୍ଚିତ ହୋଇଥିବା ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବେ ଦଳ ତାଙ୍କୁ ଅଣଦେଖା କରୁଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଅଶୋକ ପାଣିଗ୍ରାହୀଙ୍କ ଅଭିଯୋଗ ଏକ ପ୍ରକାର ଅରଣ୍ୟ ରୋଦନ ପାଲଟିଛି। ତାଙ୍କ ବିଳାପ ନା ବିଜେପି ଶୁଣୁଛି, ନା ଆଉ କାହା ପାଖରେ ତାଙ୍କୁ ସାନ୍ତ୍ଵନା ଦେବାର ସମୟ ଅଛି। ୨୦୧୮ରେ ସେ ଯେତେବେଳେ ବିଜୁ ଜନତା ଦଳ ଛାଡି ବିଜେପିରେ ଯୋଗ ଦେଲେ ଦେଇଥିଲେ ସେତେବେଳେ ତୁରନ୍ତ ତାଙ୍କୁ ବିଜେପୁର ଉପ ନିର୍ବାଚନ ଲାଗି ଟିକେଟ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋକ ପାଣିଗ୍ରାହୀଙ୍କୁ ସେମି ଫାଇନାଲ ନିର୍ବାଚନରେ ମୁଖ୍ୟ ଖେଳାଳି ଭାବେ ମଇଦାନକୁ ଛାଡିଥିଲେ। ବିଜେପୁରରେ ଅଶୋକ ହାରିଲା ପରେ, ବିଜେପିରେ ତାଙ୍କର ଆବଶ୍ୟକତା ସରିଗଲା। ତାପରେ ତାଙ୍କୁ ଆଉ ଗୁରୁତ୍ଵ ଦେବାର କୌଣସି…

Read More

ମୃତ୍ୟୁ କିଭଳି ମଧ୍ୟ ଆସିପାରେ । ଟ୍ୟୁସନ୍‌ ଯାଉଥିବା ସମୟରେ ହାଇବା ମାଡିଯିବାରୁ ଜଣେ ଛାତ୍ରଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଚଛନ୍ତି । ପାରାଦୀପର ଫୁଲବେଲାରୀ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ୟୁସନ୍‌ ଯାଉଥିବା ସ୍କୁଲ ଛାତ୍ରଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ମାଡ଼ିଗଲା । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ର ପ୍ରାଣ ହରାଇଥିବାବେଳେ 2 ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଦ୍ୱୟଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Read More

ମହାବଳୀପୁରମ: ଚେନ୍ନାଇର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଲାଥିଲା। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗିଙ୍କୁ ସେ ମହାବଳୀପୁରମରମର ପ୍ରାଚୀନ କାରୁକାର୍ଯ୍ୟକୁ ନିଜେ ଟୁରିଷ୍ଟ ଗାଇଡ ଭାବେ ବୁଲାଇ ଦେଖାଇଥିଲେ। ମୋଦି ତାମିଲନାଡୁର ପାରଂପାରିକ ପୋଷାକ ପିନ୍ଧି ଏହି ବିଶ୍ବ ଐତିହ୍ୟକୁ ବୁଲାଇ ଦେଖାଇଥିଲେ। ସେ ତାମିଲନାଡୁର ଧୋତି ସହିତ ଧଳା ସାର୍ଟ ଏବଂ ବେକରେ ଏକ ଉତ୍ତରୀୟ ପିନ୍ଧିଥିଲେ। ଜିନପିଙ୍ଗି ମଧ୍ୟ ବ୍ଲେଜର ଓ ଟାଇ ବଦଳରେ ସେ ସାଧାରଣ କଳା ରଂଗର ପ୍ୟାଣ୍ଟ  ଓ ଧଳା ସାର୍ଟ ପିନ୍ଧିଥିଲେ। ୟୁନିସ୍କୋର ଅନୁସାରେ ଏହି ମହାବଳୀପୁରମରେ ରହିଛି 7ମ ଓ 8ମ ଶତାଦ୍ଦୀର ପଥର କାରୁକାର୍ଯ୍ୟ। କରମଣ୍ଡଳ ଉପକୂଳରେ ଏହି ପଥର କାରୁକାର୍ଯ୍ୟକୁ ପଲ୍ଲବ ରାଜାଙ୍କ ସମୟରେ ଖୋଦିତ କରାଯାଇଥିଲା। ଏହି ପ୍ରାଚୀନ ଐତିହ୍ୟ ଗୁମ୍ଫାକୁ ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି ଭ୍ରମଣ କରିଥିଲେ। ମୋଦି ସବୁ ସ୍ଥାନରେ ଗୁମ୍ଫାର କାରୁକାର୍ଯ୍ୟ ଏବଂ…

Read More

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଡ୍ରାଇଭର୍‌ ସିଟ୍‌ରେ ରହିଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ବିରାଟ କୋହଲିଙ୍କ ଦ୍ବିଶତକ ତଥା କ୍ୟାରିୟରର ସର୍ବାଧିକ ସ୍କୋର ବଳରେ ଭାରତ 601/5ରେ ଇନିଂସ ଘୋଷଣା କରିଥିବା ବେଳେ ଦିନର ଖେଳ ସମାପ୍ତ ହେବା ବେଳକୁ ଦ ଆଫ୍ରିକା 36 ରନ୍‌ରେ 3 ଓ୍ବିକେଟ୍‌ ହରାଇ ସଙ୍କଟରେ ପଡିଛି । ଅଧିନାୟକ ବିରାଟ କୋହଲି 336 ବଲ୍‌ର ସମ୍ମୁଖୀନ ହୋଇ 33 ଚୌକା ଏବଂ 2 ଛକ୍କା ସହାୟତାରେ କ୍ୟାରିୟର ସର୍ବାଧିକ 254* ସଂଗ୍ରହ କରିଥିଲେ । ଗତକାଲି ମୟଙ୍କ ଅଗ୍ରଓ୍ବାଲ (108) ମଧ୍ୟ ଶତକ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁଜାରା(58), ରାହାଣେ(59) ଏବଂ ରବୀନ୍ଦ୍ର ଜାଡେଜା(91) ରନ୍‌ ସଂଗ୍ରହ କରିଥିଲେ । ଦ. ଆଫ୍ରିକା ପକ୍ଷରୁ ରବାଡା 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କେଶବ ମହାରାଜ ଏବଂ ସେନୁରାନ ମୁଥୁସ୍ବାମୀ…

Read More

ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଏକ କରୁଣ ଘଟଣା ଘଟିଛି । ନିଜର ଦୁଇ ଝିଅଙ୍କ ସହିତ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟଗା ଉଦ୍ୟମ କରିଛନ୍ତି ଜନୈକ ମହିଳା । ଘଟଣାରେ ମା ରମା ଭଞ୍ଜ ପ୍ରାଣ ହରାଇଥିବା ବେଳେ ଦୁଇ ଝିଅ ଗୁରୁତର ଭାବରେ ଆହତ ହୋଇଛନ୍ତି । ଜଣଙ୍କର ପାପୁଲି କଟି ଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Read More

ବିଜେପୁର ଉପ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ଷ୍ଟାର କ୍ୟାମ୍ପେନର ଧର୍ମେନ୍ଦ୍ର ପ୍ରଧାନ । ଗାଇସିଲଟରେ ନିଜର ନିର୍ବାଚନୀ ସଭା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ହାତ ଧରି 6 ମାସ ମଧ୍ୟରେ ଛାଡିଦେବା ଠିକ୍‌ ହୋଇନି ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା ବିଜେପୁରବାସୀଙ୍କ ଭୁଲ ଥିଲା କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ଦାୟିତ୍ବ ନେବେ ବୋଲି କହିଥିଲେ ମାତ୍ର କି ଦାୟିତ୍ବ ନେଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ହିଞ୍ଜିଳି ଆସନରୁ ମଧ୍ୟ ଇସ୍ତଫା ପ୍ରଦାନ କରି ପାରିଥାନ୍ତେ ବୋଲି କହିଛନ୍ତି । ସେହିପରି କାଳିଆ ଯୋଜନାରେ ବିଧାୟକଙ୍କ ପତ୍ନୀ ଓ ନେତା ରହିଥିବା ବେଳେ ଚାଷୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି । ବିଜେପି…

Read More

ଖୋର୍ଦ୍ଧା ଜିଲ୍ଲାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଖୋର୍ଦ୍ଧାର ପୋଡ଼ାଡିହ ଗ୍ରାମପଞ୍ଚାୟତର ଲେଖନପୁର ଗାଁରୁ ଲକ୍ଷାଧିକ ଟଙ୍କାର ବିସ୍ପୋରକ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ବାଣ ପ୍ରସ୍ତୁତକାରୀ ଗୌରାଙ୍ଗ ପଟ୍ଟନାୟକଙ୍କୁ ପୁଲିସ୍ ଗିରଫ କରିଛି । ଦୀପାବଳି ପୂର୍ବରୁ ଲେଖନପୁର ଗାଁରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରିବାପାଇଁ ବିସ୍ପୋରକ ସାମଗ୍ରୀ ମହଜୁଦ ଥିବା ଖବର ପାଇ ପୁଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମସ୍ତ ବିସ୍ପୋରକ ସାମଗ୍ରୀ ଶିବକାଶୀରୁ ଆସିଥିବା ଜଣାପଡ଼ିଛି ।

Read More

ନରଓ୍ବେର ନୋବେଲ କମିଟି ପକ୍ଷରୁ 2019 ବର୍ଷ ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମଦ୍‌ ଅଲୀଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଘୋଷଣା କରାଯାଇଛି । ଶୁକ୍ରବାର ଘୋଷଣା କରାଯାଇଥିବା ଏହି ତାଲିକାରେ ଆବି ଅହମ୍ମଦଙ୍କ ନାମ ଘୋଷଣା କରାଯାଇଛି । ପଡୋଶୀ ରାଷ୍ଟ୍ର ଏରିଟ୍ରି ସହିତ ସୀମାକୁ ନେଇ ଲାଗି ରହିଥିବା ଯୁଦ୍ଧ ସମାପ୍ତ କରିଥିବାରୁ ଆବି ଅହମ୍ମଦଙ୍କ ନାମ ଘୋଷଣା କରାଯାଇଛି । 1998ରୁ 2000 ମଧ୍ୟରେ ଏରିଟ୍ରି ସହିତ ସୀମାକୁ ନେଇ ଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ସମାପ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ପୁରସ୍କାର ପାଇଁ ପରିବେଶବିତ୍‌ ଗ୍ରେଟା ଥନବର୍ଗଙ୍କୁ ପଛରେ ପକାଇ 100 ତମ ନୋବେଲ ଶାନ୍ତି ପୁରସ୍କାର ହାସଲରେ ସଫଳ ହୋଇଥିଲେ ଆବି ଅହମ୍ମଦ । ଆସନ୍ତା ଡିସେମ୍ବର ମାସରେ ଓସ୍‌ଲୋରେ ଏହି…

Read More

କେଦାର ମିଶ୍ର ରଫାଲର ଲେମ୍ବୁ ପୂଜା ବିଷୟରେ ଲେଖିବା ବେଳେ ଦୁଇ ଦିନ ତଳେ ଆମେ ଲେଖିଥିଲୁ- “ତେବେ ପାକିସ୍ତାନ କିଛି କମ ପୂଜା ପାଠରେ ବିଶ୍ଵାସୀ ନୁହଁ। ତାଙ୍କ ମନ୍ତ୍ରୀମାନେ ବି ତାବିଜ, ଟୁଣୁ ଟୁଣୁକା ରେ ବିଶ୍ଵାସ କରନ୍ତି। ରଫାଲ ତିଆରି କରିଥିବା “ଦାସଲ୍ଟ” କମ୍ପାନୀରୁ ପାକିସ୍ତାନ ମଧ୍ୟ ମିରାଜ-୩ ଓ ମିରାଜ-୫ ବିମାନ କିଣିଛି। ଏବେ ଚୀନ ପାଖରୁ ପାକିସ୍ତାନ କିଛି ଲଢୁଆ ବିମାନ କିଣିବାର ଯୋଜନା କରୁଛି। ସେଠିକି ସେମାନେ ମଧ୍ୟ ମୌଲବୀ ନେଇ ତାବିଜ ବାନ୍ଧିବାକୁ ଯିବେ”। ତେବେ ଏ ଲେଖା ପଢି ମୁଣ୍ଡ ନଥିବା ଭକ୍ତମାନେ ହଠାତ ଆମ ପାଖକୁ “ପାକିସ୍ତାନ ଚାଲି ଯାଅ’ ବୋଲି ତାଙ୍କର ଚିରାଚରିତ ପ୍ରଳାପ ଆରମ୍ଭ କରିଥିଲେ। ତେବେ ସେହି ଭକ୍ତଙ୍କ ପାଇଁ ପାକିସ୍ତାନ ସେନାବାହିନୀର ଗୋଟେ ଭଲ ବାର୍ତ୍ତା ଆସିଛି। ରାଜନାଥ ସିଂ ରଫାଲ ପୂଜା କରିବାକୁ ପାକିସ୍ତାନ ସେନା ବାହିନୀ ଉଚ୍ଛ୍ଵସିତ ପ୍ରଶଂସା କରିଛି।…

Read More

ଲୋକଙ୍କଠାରୁ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ବିଷୟରେ ଜାଣିବା ଲାଗି ରାଜ୍ୟ “ଫାଇଭ ଟି” ସଚିବ ଭି.କାର୍ତ୍ତିକ ପାଣ୍ଡିଆନ ସିଧାସଳଖ ଲୋକଙ୍କ ସହ କଥା ହେବା ଆରମ୍ଭ କରିଛନ୍ତି। ଗତକାଲି ମାଲକାନଗିରି ଓ କୋରାପୁଟ ଗସ୍ତ କରିବା ପରେ ଆଜି ସେ ଅଚାନକ ବୌଦ୍ଧରେ ପହଞ୍ଚି ଆହାର କେନ୍ଦ୍ରରେ ଲୋକଙ୍କ ସହ ଠିଆ ହୋଇ ଖାଇଥିଲେ। ଆହାର କେନ୍ଦ୍ରରେ ଦିଆ ଯାଉଥିବା ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଓ ବ୍ୟବହାର ବିଷୟରେ ସେ ଲୋକଙ୍କଠାରୁ ପଚାରି ବୁଝିଥିଲେ।

Read More

ଭାରତୀୟ ଅଧିନାୟକ ବିରାଟ କୋହଲି ଡନ୍‌ ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ବିରାଟ କୋହଲି ୧୯୪ ରନ୍‌ରେ ଅପରାଜିତ ରହି ବ୍ୟାଟିଂ କରୁଛନ୍ତି। ଏହି ଇନିଂସ ସହିତ କୋହଲି ଆଉ ଏକ ରେକର୍ଡ ବୁକ୍‌ରେ ନିଜର ନାମ ସାମିଲ କରିଛନ୍ତି। ଅଧିନାୟକ ଭାବରେ ସର୍ବାଧିକ ୧୫୦ ରନ୍‌ ସ୍କୋର କରିବା ତାଲିକାରେ ବିରାଟ କୋହଲି ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଧିନାୟକ ଭାବରେ ବ୍ରାଡମ୍ୟାନ୍‌ ୮ ଥର ୧୫୦ ରନ୍‌ ସ୍କୋର କରିଥିବା ବେଳେ କୋହଲି ୯ ଥର ୧୫୦ରୁ ଅଧିକ ରନ୍‌ ସ୍କୋର କରିବାରେ ସଫଳ ହୋଇଛନ୍ତି।

Read More

ବିଜେପୁର ଉପ ନିର୍ବାଚନକୁ ନେଇ ମତ ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଜେପୁରରେ ଏବେ ଚାଲିଛି ହାଇଭୋଲଟେଜ୍‌ ପ୍ରଚାର ଚାଲିଥିବା ବେଳେ ବିଜେଡିର ଭୋଟ କମିବା ନେଇ ପୂର୍ବାନୁମାନ ଲଗାଇଛନ୍ତି ପ୍ରମିଳା ମଲ୍ଲିକ । ଦଳର ମୁଖ୍ୟ ସଚେତକ ରହିଥିବା ମଲ୍ଲିକ 22 ହଜାର ଭୋଟ କମିବ ମାତ୍ର ଦଳ 35 ହଜାରରୁ ଅଧିକ ବ୍ୟବଧାନରେ ଜିତିବବୋଲି ପ୍ରମିଳା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରି ପ୍ରମିଳା କହିଛନ୍ତି ସେ ଯେତେ ପ୍ରଚାର କଲେ ବି କିଛି ଫରକ୍‌ ପଡ଼ିବନି ।

Read More