Author: Samikhsya Bureau

ରାଜ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟପାଇଁ ମୋ ସରକାର ଏବଂ ୫ଟି ବ୍ୟବସ୍ଥା ଆପଣାଯାଇଛି। ଆଜି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରିଛନ୍ତି। ଏହି ସମସ୍ତ ପ୍ରକ୍ରିୟା ଏକ ଅବାସ୍ତବ କାର୍ଯ୍ୟକ୍ରମ ବୋଲି ଷଡଙ୍ଗୀ କହିଛନ୍ତି। ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରିବା ଏକ ପ୍ରହେଳିକା ଏବଂ ନିର୍ବାଚନୀ ଧୂଆଁବାଣ ବୋଲି ଷଡଙ୍ଗୀ କହିଥିଲେ। ଡାକ୍ତରଖାନାରେ ଡାକ୍ତର ଏବଂ ବିଦ୍ୟାଳୟରେ ଶିକ୍ଷକ ନଥିବା ବେଳେ ସରକାରଙ୍କ ୫ଟି ଏବଂ ମୋ ସରକାର ବ୍ୟବସ୍ଥା ଗ୍ରହଣଯୋଗ୍ୟ ନୁହେଁ।

Read More

ସମୀକ୍ଷା ବ୍ୟୁରୋ ସମସ୍ତ ଦେଶରେ ସରକାର ବ୍ୟକ୍ତିଙ୍କ ଆୟର ହିସାବ ଅନୁସାରେ ଟ୍ୟାକ୍ସ ଆଦାୟ କରିଥା’ନ୍ତି। ଏହି ଟିକସ ପଇସାକୁ ଜନତାଙ୍କ ସେବାରେ ବିନିଯୋଗ କରାଯାଇଥାଏ। ଏହି ଟ୍ୟାକ୍ସ ବା କର ଦେଶର ବିକାଶରେ ଲାଗିଥାଏ। ତେବେ ଜାଣିଛନ୍ତି, ଯଦି ଆମକୁ କଖାରୁ କିଣିବା କିମ୍ବା ଟାଟୁ କରିବା ବା ପାଇଖାନା ଫ୍ଲାଶ୍‌ କରିବା ପାଇଁ ଟିକସ ଦେବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ଦୁନିଆରେ ଏପରି ଏକ ଜାଗା ଅଛି, ଯେଉଁଠି ଏସବୁ ପାଇଁ ମଧ୍ୟ କର ଦେବାକୁ ପଡ଼ିଥାଏ। ଆମେରିକା ପରି ଶକ୍ତିଶାଳୀ ଦେଶରେ ଏସବୁ ପାଇଁ କର ଆଦାୟ କରାଯାଇଥାଏ। ଆମେରିକାର ନ୍ୟୁଜର୍ସିଠାରେ କଖାରୁ କିଣିବା ପାଇଁ ଟିକସ ଦେବାକୁ ପଡ଼ିଥାଏ। ସେହିପରି ଏଠାରେ ଯୁବକଙ୍କୁ ଟାଟୁ କରିବା ପାଇଁ ମଧ୍ୟ ଟିକସ ଦେବାକୁ ପଡ଼ିଥାଏ। ଆମେରିକାର ଅରକାଂସରେ ଟାଟୁ କରିବା ଦ୍ବାରା ୬ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ସେହିପରି ଆମେରିକାର ମେରିଲାଣ୍ଡରେ ସରକାର ଟଏଲଟ୍‌…

Read More

ବ୍ରହ୍ମପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ବ୍ରହ୍ମପୁରରେ ଏକ ବସ୍‌ ଏବଂ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Read More

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଶିବ ସେନା ମେଣ୍ଟକୁ ଟାର୍ଗେଟ୍‌ କରିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପଓ୍ବାର। ଚଳିତ ସରକାର ଅମଳରେ ୧୬ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। ଗ୍ରାମାଞ୍ଚଳର ଲୋକ ଚଳିତ ସରକାରର ନିର୍ଯାତନାରେ ଅତିଷ୍ଠ ହୋଇ ପଡିଲେଣି। ବିଗତ ୫ ବର୍ଷ ମଧ୍ୟରେ ଚାଷୀ ଆତ୍ମହତ୍ୟା ଅତ୍ୟନ୍ତ ଉତ୍କଟ ରୂପ ଧାରଣ କରିଛି। ପିଆଜ ଚାଷ ପାଇଁ ବିଖ୍ୟାତ ନାସିକରେ ସର୍ବାଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ମୁମ୍ବାଇରେ ଏକ ରାଲି ଅବସରରେ ମନ୍ତବ୍ୟ ଦେଇଛନ୍ତି ପଓ୍ବାର। ମହାରାଷ୍ଟ୍ରରେ ବିଜେପି-ସେନା ମେଣ୍ଟରେ କେବଳ ଜନସାଧାରଣ ନୁହନ୍ତି ବିଜେପିର କିଛି ବରିଷ୍ଠ ନେତା ମଧ୍ୟ ଦଳ ପରିତ୍ୟାଗ କରିଛନ୍ତି ବୋଲି ପଓ୍ବାର କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଛତ୍ରପତି ଶିବାଜୀଙ୍କ ବଂଶଧର ଉଦୟନ ରାଜେ ଭୋଂସଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ଦଳ ପରିତ୍ୟାଗ କରିଥିଲେ।

Read More

ସାଉଦି ଆରବରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୫ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତ୍ରିରେ ମଦିନାହ ଅଞ୍ଚଳର ଅଲ୍‌ ଅଖାଲ୍‌ରେ ଏହି ଦୁର୍ଘଟଣା ସଙ୍ଗଠିତ ହୋଇଥିଲା। ଯାତ୍ରିବାହୀ ବସ୍‌ ଏବଂ ଏକ ଭାରିଯାନ ମଧ୍ୟରେ ଧକ୍କା ହୋଇଥିବା ଜଣାପଡିଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ତୁରନ୍ତ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Read More

ଫିଲିପାଇନ୍ସରେ ଏକ ଭୂକମ୍ପ ଅନୂଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ୬.୩ ରହିଥିଲା। ଭୂକମ୍ପ ପ୍ରଭାବରେ ୫ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। ମାନିଲାର ଉତ୍ତର କୋଟାବାଟୋରେ ବୁଧବାର ସନ୍ଧ୍ୟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଗୁରୁବାର ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ମୃତ୍ୟୁ ସଂଖ୍ୟା ପ୍ରକାଶ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷ ଏବଂ ଜଣେ ୨ ବର୍ଷର ବାଳକ ରହିଛନ୍ତି। ଏକାଧିକକ ଘର ଭୁଷୁଡି ପଡିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Read More

ଆଗାମୀ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମପୂରଣ ପ୍ରକ୍ରିୟାର ଅବଧିରେ ବୃଦ୍ଧି କରାଯାଇଛି। ଅଣ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି। ଜରିମାନାରେ ଚାଲିଥିବା ଫର୍ମ ପୂରଣ ସମୟସୀମା ଅକ୍ଟୋବର ୧୮ ପରିବର୍ତ୍ତେ ୨୨ ରେ ଶେଷ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ ଶେଷ ହୋଇଛି। ପରବର୍ତ୍ତୀ ସମୟରେ ୫୦ ଟଙ୍କା ଜରିମାନାରେ ଫର୍ମ ପୂରଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Read More

ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ୩ ପ୍ରମୁଖ ଦଳର ହେଭିୱେଟ୍ ନେତା ବିଜେପୁରରେ ଡେରା ପକାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ। ସେଠାରେ ସେ ୨ଦିନ ଧରି ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ପ୍ରଚାର କରିଥିଲେ। ଅନ୍ୟପକ୍ଷରେ ରୋହିତ ପୂଜାରୀ, ସ୍ନେହାଙ୍ଗିନି ଛୁରିଆ, ଟୁକୁନି ସାହୁ ମଧ୍ୟ ରୀତା ସାହୁଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି।

Read More

କେଦାର ମିଶ୍ର   ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି ଯେ, ଏହାର କୌଣସି ପ୍ରଭାବ ବିଜେପି ଉପରେ ପଡିବ ନାହିଁ। ସେକଥା ଅକ୍ଷରେ ଅକ୍ଷରେ ସତ। ଦାମ ବାବୁ କେବେହେଲେ ବିଜେପି ପାଇଁ କିଛି ଗୋଟେ ବଡ ସମ୍ପତ୍ତି ନଥିଲେ। ସେ ବିଜେପିର ଓଡିଶା ଶାଖା ପାଇଁ କ୍ରମଶଃ ଅନାବଶ୍ୟକ ହୋଇ ପଡୁଥିଲେ। ବିଜେପି ବିଲକୁଲ ଦାମୋଦର ରାଉତ ଦଳରେ ରୁହନ୍ତୁ ବୋଲି ଚାହୁଁ ନଥିଲା। ଗତ ନିର୍ବାଚନରେ ଦାମଙ୍କ ଶୋଚନୀୟ ପରାଜୟ ତାଙ୍କୁ ରାଜନୀତିରେ ଅସହାୟ କରି ଦେଇଛି। ନିର୍ବାଚନ ପୂର୍ବରୁ ତାଙ୍କର କଥାକୁହା ବ୍ୟକ୍ତିତ୍ବ ଓ ନବୀନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ପାଇଁ ବିଜେପି ତାଙ୍କୁ ବ୍ୟବହାର କରିବାକୁ ଚାହିଁଥିଲା। ନିର୍ବାଚନ ସରିଗଲା ପରେ, ଦାମଙ୍କ ଉପଯୋଗିତା ମଧ୍ୟ ସରିଗଲା। ଥରେ ଉପଯୋଗ ହୋଇ ସାରିଲା ପରେ ବିଜେପି ଅନ୍ୟ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର, ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ ଆୟୋଜନ କରାଯାଇଆସୁଛି। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା, ବ୍ଲକ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ ବର୍ଷରେ ପଦାର୍ପଣ ସ୍ମାରକୀ ହିସାବରେ ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଭୁବନେଶ୍ୱର ସମେତ ରାଜ୍ୟର ୭୭ଟି ପ୍ରମୁଖ ସ୍ଥାନ ସ୍ୱେଚ୍ଛାକୃତ ରାକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ୧୨୩୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଆଠଗଡ଼ରେ ଅନୁଷ୍ଠିତ ଶିବିରରେ ସର୍ବାଧିକ ୬୭୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ, ଦ୍ୱିତୀୟ ସର୍ବାଧିକ ବ୍ରହ୍ମପୁରରେ ୬୧୬ ଓ ତୃତୀୟ ସର୍ବାଧିକ ରାଉରକେଲାରେ ୫୧୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ସେହିପରି କଟକ ଜିଲ୍ଲାରେ ସର୍ବାଧିକ ୧୫୩୪, ଦ୍ୱିତୀୟ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୧୨୩୯ ୟୁନିଟ୍ ଓ…

Read More

ସମୀକ୍ଷା ବ୍ୟୁରୋ ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆଜି ବିଂଶତମ ପଶୁ ସମ୍ପଦ ଗଣନା ଫଳାଫଳ ପ୍ରକାଶ ପାଇଛି। ଏହି ଗଣନାରେ କେତେକ ପଶୁ ସମ୍ପଦ ହାରାହାରୀ ସଂଖ୍ୟା ସହିତ ପୂର୍ବ ଗଣନା ସହିତ ତୁଳନାତ୍ମକ ତଥ୍ୟ ପ୍ରକାଶ ପାଇଛି । ବିଂଶତମ ପଶୁ ସମ୍ପଦ ପଶୁ ଗଣନାରୁ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ହେଲା.. 1-ଦେଶରେ ମୋଟ ପଶୁ ସମ୍ପଦ ପଶୁଙ୍କ ସଂଖ୍ୟା ୫୩ କୋଟି ୫୭ ଲକ୍ଷ ୮୦ ହଜାରରେ ପହଁଚିଛି ଏହା ୨୦୧୨ ପଶୁ ସମ୍ପଦ ପଶୁଙ୍କ ସଂଖ୍ୟା ତୁଳନାରେ ୪.୬% ଅଧିକ । 2-ମୋଟ ଗୋମହିଁଷାଦି (ଗୋରୁ, ମଇଁଷି, ଗୟଳ, ଚମରିଗାଈ ) ସଂଖ୍ୟା ୨୦୧୯ରେ ୩୦ କୋଟି ୨୭ ଲକ୍ଷ ୯ ହଜାରରେ ପହଁଚିଛି ଯାହା ପୂର୍ବ ଗଣନା ତୁଳନାରେ ୧% ଅଧିକ । 3-୨୦୧୯ରେ ଦେଶରେ ମୋଟ ଗୋରୁଙ୍କ ସଂଖ୍ୟା  ୧୯ କୋଟି ୨୪ ଲକ୍ଷ ୯୦…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବରରେ ମଧ୍ୟ ଆପଣମାନେ ପାଇପାରିବେ ରୋବର୍ଟ ୱେଟର ସେବା। ଅର୍ଥାତ ଆପଣ ହୋଟେଲ ଭିତରେ ପଶିଲେ ଆପଣଙ୍କୁ ପ୍ରଥମେ ଦୁଇ ଜଣ ରୋବର୍ଟ ୱେଟର ସ୍ବାଗତ କରିବେ। ଏହିପରି ଏକ ସୁବିଧା ପ୍ରଥମ ଥର ପାଇଁ ଆଣିଛନ୍ତି ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଥିବା ରୋବୋ ସେଫ୍ ହୋଟେଲ। ଆପଣ ସେହି ହୋଟେଲ ଭିତରେ ପଶିଗଲେ ପ୍ରଥମେ ରୋବର୍ଟ ଆପଣଙ୍କୁ ଏକ ସ୍ବାଗତ କରି କହିବ, ଆଜ୍ଞା ନମସ୍କାର, ମୋ ନାଁ ହେଉଛି ଚମ୍ପା, ଆଉ ଏକ ରୋବର୍ଟ କହିବ ମୋ ନାଁ ହେଉଛି ଚମେଲୀ। ଏହାପରେ ଆପଣଙ୍କ ଅର୍ଡର ମୁତାବକ ସେମାନେ ଆପଣଙ୍କ ଟେବୁଲରେ ପରଷି ଦେବେ ଖାଦ୍ୟ ପଦାର୍ଥ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏହିପରି ଏକ ବ୍ୟବସ୍ଥାକୁ ଲାଗୁ କରିଛନ୍ତି ହୋଟେଲ କର୍ତ୍ତୁପକ୍ଷ। ହୋଟେଲରେ ରୋବର୍ଟ ଖାଦ୍ୟ ପରଷିବା ବିଦେଶରେ ଦେଖାଯାଇଥିଲା। ହେଲେ ବର୍ତ୍ତମାନ ଭୁବନେଶ୍ବରରେ ଏହି ସୁବିଧା ଆଣିବା ନିଶ୍ଚିତ ସ୍ବାଗତ ଯୋଗ୍ୟ ପଦକ୍ଷେପ। ତେବେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର ସ୍ଥିତ ଡିଏଭି ଚନ୍ଦ୍ରଶେଖରପୁରର ଛାତ୍ର ବୈଭବ ପରିଡା ଡ. ଏପିଜେ ଅବ୍‌ଦୁଲ୍‌ କାଲାମ ଇଗ୍ନାଇଟ୍‌ ୨୦୧୯ ପୁରସ୍କାର ହାସଲ ପାଇଁ ମନୋନୀତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ୨୧ ଜଣ ଛାତ୍ରଙ୍କ ସହିତ ବୈଭବ ଏହି କୃତିତ୍ବ ହାସଲ କରିଛନ୍ତି। ଏହି ପୁରସ୍କାର ପାଇଁ ସର୍ବଭାରତୀୟ ସ୍ତରରେ ୬୦ ହଜାର ଜଣ ଆବେଦନ କରିଥିବା ବେଳେ ବୈଭଙ୍କ ‘ଦୃଷ୍ଟିଶକ୍ତି ହୀନ ବ୍ୟକ୍ତିଙ୍କ ପାଇଁ ସୁଲଭ ଶୌଚାଳୟ’ ପ୍ରକଳ୍ପ ପାଇଁ ସୌରଭଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ବିଜ୍ଞାନ ଏବଂ ବୈଷୟିକ କୌଶଳର ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

Read More

ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ଦେଶର ସର୍ବବୃହତ ଟନେଲ୍‌କୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବା ନେଇ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ଜାତୀୟ ରାଜପଥ 44ରେ ଅବସ୍ଥାପିତ ଏହି ଟନେଲ୍‌କୁ 2017ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ । କାଶ୍ମୀରର ଏକତା ପାଇଁ ମୁଖାର୍ଜୀଙ୍କ ଲଢେଇ କାରଣରୁ ମୁଖାର୍ଜୀଙ୍କ ନାମରେ ଏହି ଟନେଲ ନାମିତ କରାଯିବ ବୋଲି ଗଡକରୀ ସୂଚନା ଦେଇଛନ୍ତି । 10.89 କିମି ଲମ୍ବର ଏହି ଟନେଲ୍‌ଟି କେବଳ ଭାରତ ନୁହେଁ ବରଂ ଦକ୍ଷିଣ ଏସିଆର ବୃହତମ ଟନେଲ୍‌ର ମାନ୍ୟତା ହାସଲ କରିବ ।

Read More

ସମୀକ୍ଷା ବ୍ୟୁରୋ ସ୍ବାସ୍ଥ୍ୟସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଫୁଲବାଣୀରେ ହେବ ମେଡ଼ିକାଲ କଲେଜ ।  ଫୁଲବାଣୀ ମେଡ଼ିକାଲ କଲେଜରେ ୫ଶହ ଶଯ୍ୟା ରହିବ । ସେହିପରି ଅନ୍ୟ ୫ଟି ଜିଲ୍ଲା ହସ୍‌ପିଟାଲ୍‌ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ୫ଟି ଜିଲ୍ଲା ହସ୍ପିଟାଲ୍‌ ମଧ୍ୟରେ ରହିଛି ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଆଦି । ମୋ ସରକାର ଟିମ୍‌ର ଦ୍ବିତୀୟ ପାଳି ଗସ୍ତ ପରେ ନବୀନ ଏହା ଘୋଷଣା କରିଛନ୍ତି । ଡିସେମ୍ବର ୧ ସୁଦ୍ଧା ମୋ’ ସରକାର ଆଉ ୫ଟି ବିଭାଗକୁ ସମ୍ପ୍ରସାରଣ ହେବ ବୋଲି ନବୀନ କହିଥିବାବେଳେ ମାର୍ଚ୍ଚ ୫ ସୁଦ୍ଧା  ମୋ’ ସରକାର ସବୁ ବିଭାଗକୁ ସମ୍ପ୍ରସାରଣ କରିବ ବୋଲି କହିଛନ୍ତି ନବୀନ। ଏଥିସହିତ ରୋଗୀ କଲ୍ୟାଣ ସମିତି ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ୧୫ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ…

Read More

ସେନାରେ ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସିଥିବା ଓଡ଼ିଆ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଗୋଟିଏ ଟ୍ରେନ ଭୁବନେଶ୍ୱରରୁ କୋରାପୁଟ ଓ ଅନ୍ୟଟି ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। କୋରାପୁଟ ଅଭିମୁଖେ ଯାଉଥିବା ଟ୍ରେନ୍‌ଟି ଆଜି ରାତି ୮ଟାରେ ଭୁବନେଶ୍ୱରରୁ ଛାଡ଼ିବ।  ଏହି ଟ୍ରେନଟି ବ୍ରହ୍ମପୁର, ବିଜୟନଗରମ୍‌, ରାୟଗଡ଼ା ଦେଇ କୋରାପୁଟ ଯିବ । ସେହିପରି ସମ୍ବଲପୁର ଅଭିମୁଖେ ଯିବାକୁ ଥିବା ଟ୍ରେନଟି ଆଜି ରାତି ୧୧ଟାରେ ପୁରୀରୁ ଛାଡ଼ିବ। ଉକ୍ତ ଟ୍ରେନ୍‌ଟି ଭୁବନେଶ୍ୱର, ଢେଙ୍କାନାଳ ଦେଇ ସମ୍ବଲପୁର ଯିବ। ଆଜି ଦିନକ ପାଇଁ ଏହି ଦୁଇ ସ୍ୱତନ୍ତ୍ର ଟ୍ରେନ୍‌ଟି ଗଡ଼ିବ। ଖୋର୍ଦ୍ଧାରୋଡ଼-ଖଡ଼ଗପୁର ପାସେଞ୍ଜର ଆଜି ସଂଧ୍ୟା ସାଢ଼େ ୭ଟାରେ ଛାଡ଼ିବ। ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

Read More

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ନିଜର ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ସଞ୍ଜୟ ଲୀଲା ଭଂସାଲୀ । ପୂର୍ବରୁ ଆଲିଆ ଏବଂ ସଲ୍‌ମାନଙ୍କ ସହିତ ଇନ୍‌ସା ଆଲ୍ଲା ଫିଲ୍ମର ଘୋଷଣା କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା । ଏହାପରେ ବୁଧବାର ଭଂସାଲୀ ଆଲିଆଙ୍କ ସହିତ ଗଙ୍ଗୁବାଇ କାଠିଆବାଡି ନାମକ ଏକ ଫିଲ୍ମର ଘୋଷଣା କରିଛନ୍ତି । ଏହି ଫିଲ୍ମଟି ଆସନ୍ତା 11 ସେପ୍ଟେମ୍ବର 2020ରେ ରିଲିଜ୍‌ ହେବ ବୋଲି ଜଣାପଡିଛି । ମହାରାଷ୍ଟ୍ରର ରେଡ୍‌ଲାଇଟ୍‌ କମାଥୀପୁରାର ଗଣିକା ଗଙ୍ଗୁବାଇଙ୍କ ଜୀବନି ଉପରେ ଆଧାରିତ । ନିଜର ପୁରୁଷ ବନ୍ଧୁଙ୍କ ଦ୍ବାରା ବିକ୍ରୟ ହେବା ପରେ ତା ଜୀବନରେ କଣ ପରିବର୍ତ୍ତନ ଆସିଛି ତାହା ଏହି ଫିଲ୍ମରେ ଦେଖିଆଯିବ । ଏହି ଫିଲ୍ମ ବ୍ୟତୀତ ଆଲିଆ ସଡକ-2 ଏବଂ ବ୍ରହ୍ମାସ୍ତ୍ରରେ ନଜର ଆସିବାକୁ ଯାଉଥିବା ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ବଲିଉଡର ଡ୍ରିମ୍‌ଗାର୍ଲ ତଥା ଅଭିନେତ୍ରୀ ହେମାମାଳିନୀ ଆଜି ୭୧ ବର୍ଷ ବୟସରେ ପାଦ ଦେଇଛନ୍ତି । ହେମାମାଳିନୀ କେବଳ ଭାରତୀୟ ସିନେମାରେ ନୁହେଁ, ରାଜନୀତିରେ ମଧ୍ୟ ନିଜର ଏକ ସ୍ବତନ୍ତ୍ର ସ୍ଥାନ ରଖିଛନ୍ତି । ନିଜର ସୌନ୍ଦର୍ଯ୍ୟ ତଥା ଅଭିନୟର ନିଖୁଣତା ପାଇଁ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି ଏହି ଅଭିନେତ୍ରୀଜଣକ । ସେ ୧୯୪୮ ଅକ୍ଟୋବର ୧୬ରେ ତାମିଲ୍‌ନାଡୁ ତାଞ୍ଜୋଭର ଜିଲାର ଆମ୍ମାନକୁଡ଼ିଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୪ରେ ତାମିଲ୍‌ ଫିଲ୍ମ ନିର୍ଦ୍ଦେଶକ ସି.ବି ଶ୍ରୀଧର ରିଜେକ୍ଟ କରିଦେଇଥିଲେ। ତେବେ ୧୯୬୫ରେ ପାଣ୍ଡବା ବନବାସମ୍‌ରେ ତାଙ୍କୁ ଏକ ଛୋଟ ନର୍ତ୍ତକୀର ରୋଲ୍‌ ମିଳିଥିଲା। ଏହାପରେ ୧୯୬୮ରେ ସେ ରାଜକପୁରଙ୍କ ସହିତ ସପନୋ କା ସୌଦାଗର ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ରାଜକପୁରଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ।  ୧୯୭୦ ମସିହାରେ ‘ଜନି ମେରା ନାମ୍‌’ରେ ଅଭିନୟ କରିଥିଲେ…

Read More