Congress leader Rahul Gandhi addressing a public meeting at Krida Sthal, Arvi, in Wardha district of Maharashtra on Tuesday. UNI PHOTO-66u
Author: Samikhsya Bureau
NEW DELHI, OCT 15 (UNI):- Defence Minister Rajnath Singh paying homage to former President Bharat Ratna Dr A P J Abdul Kalam on the occasion of his 88th birth anniversary, in New Delhi on Tuesday
ଏକ ଘରୋଇ କଳିର ଶିକାର ହୋଇଛି ୮ ମାସର ଶିଶୁ କନ୍ୟା। କେନ୍ଦୁଝରର ଆନନ୍ଦପୁରରେ ଏହି ବର୍ବର କାଣ୍ଡ ଘଟିଛି। ମାତା ପିତାଙ୍କ ଝଗଡାରେ ପ୍ରାଣ ହରାଇଛି ୮ ମାସର ଶିଶୁ କନ୍ୟା। ଉଭୟଙ୍କ ଝଗଡା ପରେ ପତ୍ନୀଙ୍କୁ ମାରିବା ପାଇଁ ଗୋଡାଉଥିବା ବେଳେ ଶିଶୁ କନ୍ୟାଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଶିଶୁକନ୍ୟାଟିକୁ କଟକ ନେଇ ଯାଉଥିବା ବେଳେ ଅଧାରାସ୍ତାରେ ଶିଶୁ କନ୍ୟାଟି ପ୍ରାଣ ହରାଇଥିଲା।
ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଅଡୁଆରେ ପଡିଛନ୍ତି ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ୍। ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ସହିତ ସମ୍ପତ୍ତି କାରବାରକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଜଣେ ଡ୍ରଗ୍ ବ୍ୟବସାୟୀଙ୍କ ପତ୍ନୀଙ୍କ ନିକଟରୁ ଏକ ଘର କିଣିବା କାରଣରୁ ଏହି ନୋଟିସ୍ ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଡ୍ରଗ୍ସ ବ୍ୟବସାୟୀ ଇକ୍ବାଲ ମିର୍ଚ୍ଚି ୨୦୧୩ରେ ଲଣ୍ଡନରେ ପ୍ରାଣ ହରାଇଥିଲା। ଇକ୍ବାଲ ଦାଉଦ୍ର ଘନିଷ୍ଠ ସହଯୋଗୀ ରହିଥିବାରୁ ଇଡି ପକ୍ଷରୁ ପଟେଲ୍ଙ୍କୁ ନୋଟିସ୍ ଜାରି କରାଯାଇଛି। ରାଜନୈତିକ ଅଭିସନ୍ଧି ରଖି ବିଜେପି ପକ୍ଷରୁ ଏହା କରାଯାଇଛି ବୋଲି ଏନ୍ସିପି ନେତା ଶରଦ ପଓ୍ବାର ଅଭିଯୋଗ କରିଛନ୍ତି।
ସମୀକ୍ଷା ବ୍ୟୁରୋ ଭିଡିଓ କନ୍ପରେନ୍ସିଂ ଜରିଆରେ ନୟାଗଡକୁ ରେଳସେବାର ଶୁଭାରମ୍ଭ କଲେ ପୀୟୁଷ ଗୋୟଲ। ରାଜଧାନୀ ଭୁବନେଶ୍ୱର ଓ ନୟାଗଡ ମଧ୍ୟରେ ଟ୍ରେନ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ପୁରୀ ସାଂସଦ ପିନାକୀ ମିଶ୍ର ଭୁବନେଶ୍ବର ରେଳ ଷ୍ଟେସନରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏହି ଟ୍ରେନ୍ଟି ସନ୍ଧ୍ୟା ୬.୪୦ରୁ ଭୁବନେଶ୍ବରରୁ ବାହାରି ୮.୪୫ରେ ନୟାଗଡରେ ପହଞ୍ଚିବ ଏବଂ ନୟାଗଡରୁ ସକାଳ ୬.୩୦ରେ ବାହାରି ସକାଳ ୯ଟାରେ ଭୁବନେଶ୍ବରରେ ପହଞ୍ଚିବ।
ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ନବୀନଙ୍କ ୭୪ ତମ ଜନ୍ମ ଦିନ। ବର୍ତ୍ତମାନ ସେ ୭୪ ବର୍ଷ ପୁରଣ କରି ୭୫ ବର୍ଷରେ ପାଦଦେବେ। ତେବେ ଚଳିତ ବର୍ଷ ନିଜର ଜନ୍ମଦିବସ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଫନୀ ବାତ୍ୟା ରାଜ୍ୟର ବିପୁଳ କ୍ଷତି କରିଥିବାରୁ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର। ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲପାଇବା ତାଙ୍କୁ ଋଣୀ କରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଜନ୍ମଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ନିଜର ଦଳର କର୍ମୀ ଭାଇଭଉଣୀ ତଥା ଶୁଭେଚ୍ଛୁ ମାନଙ୍କୁ ନିବେଦନ କରିଛନ୍ତି ଯେ, ତାଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଭୁବନେଶ୍ବର, ନବୀନ ନିବାସ ନ ଆସି ନିକଟସ୍ଥ ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାମାନେ ଥିବା ସ୍କୁଲକୁ ଯାଆନ୍ତୁ ଓ ସେମାନଙ୍କ…
ସମୀକ୍ଷା ବ୍ୟୁରୋ ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ରୋକିବାକୁ ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନରେ ସୁରକ୍ଷା ବୃଦ୍ଧି କରାଯିବ। ରେଳ ସୁରକ୍ଷା ବୈଠକ ପରେ ରେଲୱେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ଗତିବିଧି ବୃଦ୍ଧି ପାଇଛି। ତେବେ ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବା ନେଇ ଗତକାଲି ନୂଆଦିଲ୍ଲୀରେ ବସିଥିବା ବୈଠକରେ ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ ସୂଚନା ଦେଇଥିଲେ। ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଗତିବିଧି ବଢିଛି ବୋଲି ଏନଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ କହିଥିଲେ। ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀଙ୍କ ଚଳପ୍ରଚଳ ବଢୁଥିବାରୁ ତାକୁ ପ୍ରତିହତ କରିବା ପାଇଁ ରେଳ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧିସହିତ କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ୍ ସିକ୍ୟୁରିଟି ସ୍କିମ୍ ଅନୁସାରେ ସୁରକ୍ଷା ବଢାଯିବା ଉପରେ ଆଲୋଚନା…
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ଏବଂ ଭଉଣୀଙ୍କୁ ଅଟକ ରଖିଛି ଜମ୍ମୁ କାଶ୍ମୀର ପୋଲିସ୍। ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଅବଦୁଲ୍ଲାଙ୍କ ଭଉଣୀ ସୁରେୟା ଏବଂ ଝିଅ ସାଫିୟାକୁ ପୋଲିସ୍ ଅଟକ ରଖିଛି। ଧାରା ୩୭୦ ଉଚ୍ଛେଦ ପ୍ରତିବାଦରେ ଶ୍ରୀନଗରରେ ଧାରଣା ଅବସରରେ ପୋଲିସ୍ ଉଭୟଙ୍କୁ ଅଟକ ରଖିଛି। କାଶ୍ମୀର ମହିଳାଙ୍କୁ ଅନ୍ୟ ରାଜ୍ୟରେ ବିବାହ ଅନୁମତିର ବିରୋଧ କରି କିଛି ମହିଳାଙ୍କ ସହିତ ପ୍ଲା କାର୍ଡ ଧରି ଉଭୟ ବିରୋଧ ପ୍ରଦର୍ଶନ କରୁଥିଲେ। କାଶ୍ମୀର ଜନସାଧାରଣ ଖୁସିଥିବା ନେଇ କେନ୍ଦ୍ର ସରକାର ଡିଣ୍ଡିମ ପିଟୁଥିବା ଜନସାଧାରଣଙ୍କ ବାସ୍ତବ ଅବସ୍ଥା କେହି ଦେଖାଉ ନାହାନ୍ତି ବୋଲି ଉଭୟ ପ୍ରକାଶ କରିଛନ୍ତି।
ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ତମାମ ରାଜ୍ୟରୁ ମୌସୁମୀ ବାୟୁ ବିଦାୟ ନେଇଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ସ୍ୱାଭାବିକ ଠାରୁ ୭% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜୁନ୍ ତୃତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲା ।
ପୁରୀ ଜଗନ୍ନାଥ ମନ୍ଦିର ପରେ ଏବେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ସରକାର ଆଜିଠାରୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ବିଡିଏ ଓ ବିଏମସିର ସ୍ୱତନ୍ତ୍ର ଟିମକୁ ଦାଯିତ୍ୱ ଦିଆଯାଇଛି। ଆଜି ପ୍ରଶାସନ ତରଫରୁ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ବିଡିଏ ଓ ବିଏମସି ଅଧିକାରୀମାନେ ପ୍ରଥମେ ମନ୍ଦିର ସଂଲଗ୍ନ ଅଂଚଳର ମାପଚୁପ କରିଛନ୍ତି। ସେମାନେ ବିଭିନ୍ନ ସ୍ଥାୟୀ ଘର, ଦୋକାନ ଓ ବାସଭବନକୁ ତଦାରଖ କରିଛନ୍ତି। ମାପଚୁପ ସରିବା ପରେ ଉଚ୍ଛେଦ ହେବ ବୋଲି ବିଡିଏ ଅଧିକାରୀ କହିଛନ୍ତି।
ଜାମିନ ଆବେଦନର ବିଚାର ଚାଲିଥିବା ବେଳେ କୋର୍ଟରୁ ଚମ୍ପଟ ମାରିଲେ ବାପ, ପୁଅ । ଏପରି ଏକ ଅଜବ ଘଟଣା କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଜିଲ୍ଲାର ତେଲକୋଇ ସରିଆଳି ଗାଁର ଦାସ ଖୁଣ୍ଟିଆ, ପୁଅ ଅନୀଲ ଖୁଣ୍ଟିଆ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଜାମିନ ଆବେଦନର ଶୁଣାଣି ଚାଲିଥିବା ସମୟରେ ବାପ ପୁଅ ସୁଯୋଗ ଦେଖି ଚମ୍ପଟ ମାରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରହିଥିବା ବେଳେ ଚାରି କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି ।
କେଦାର ମିଶ୍ର ଗତକାଲି ଯେତେବେଳେ ରୟାଲ ସୁଇସ ଏକାଡେମୀ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲେ, ତାହା ଅନେକାଂଶରେ ଭାରତ ପାଇଁ ଏକ ପ୍ରକାର ଚକିତ କରିଦେଲା ଭଳି ଖବର ଥିଲା। ଯଦିଓ ଅଭିଜିତ ବାନାର୍ଜୀ, ଜଗଦୀଶ ଭଗବତୀ, ପ୍ରଶାନ୍ତ ପଟ୍ଟନାୟକଙ୍କ ଭଳି ଅର୍ଥନୀତିଜ୍ଞଙ୍କ ନାମ ବେଳେ ବେଳେ ନୋବେଲ ପୁରସ୍କାର ଚର୍ଚ୍ଚାରେ ଥାଏ, ଏବର୍ଷ ସତରେ ଜଣେ ଭାରତୀୟ ନୋବେଲ ପୁରସ୍କାର ପାଇବେ ଏକଥା, କେହି ଚିନ୍ତା କରିନଥିଲେ। ଏହା ଏକ ପ୍ରକାର ସୁଖଦ ଆଶ୍ଚର୍ଯ୍ୟ ଥିଲା। ତେବେ ଭାରତର ଶାସକ ଦଳ ଓ ଏହାର ଭକ୍ତଙ୍କ ଲାଗି ଏ ଖବର ଏକ ପ୍ରକାର ଭୟଙ୍କର ହୃଦଘାତ ବୋଲି କୁହାଯାଇପାରେ। ଏ ବର୍ଷର ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ମଜୁମଦାର ମୋଦୀ ଅର୍ଥନୀତିର ଜଣେ ଜଣାଶୁଣା ସମାଲୋଚକ ଓ ବିମୂଦ୍ରାକରଣ, ଗୁଜରାଟ ମଡେଲ, ଜିଏସଟି ଭଳି ବିଫଳ ଅର୍ଥନୈତିକ ପଦକ୍ଷେପ ଗୁଡିକର ସେ କଟୁ ସମାଲୋଚକ।ସେଥିପାଇଁ…
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ଘୋଷଣା ପତ୍ର ଜାରି କରିଛି । ଏହାକୁ ସଂକଳ୍ପ ପତ୍ର ନାମ ଦିଆଯାଇଛି । ଏହାକୁ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ୍ଙ୍କ ସମେତ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଏହା ଜାରି କରାଯାଇଥିଲା । ବିଜେପି ଏଥିରେ ନିଜର ୫ ବର୍ଷର ସରକାରରେ ଏକ କୋଟି ଚାକିରି ଦେବ ବୋଲି କହିଛି । ଏଥିରେ ପୂରା ମହାରାଷ୍ଟ୍ରକୁ ଭାରତ ନେଟ୍ ଓ ମହାରାଷ୍ଟ୍ର ନେଟ୍ ମାଧ୍ୟମରେ ଇଣ୍ଟରନେଟ୍ ସହ ଯୋଡ଼ିବାର ପ୍ରତିଶ୍ରୁତି ମଧ୍ୟ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ଓ ମହାତ୍ମା ଫୁଲେ ଜନ ଆରୋଗ୍ୟ ଯୋଜନାରୁ ଯେମିତି କୌଣସି ବଞ୍ଚିତ ନ ରୁହନ୍ତି ଏହାର ସୁନିଶ୍ଚିତ କରିବା ପାଇଁ ମଧ୍ୟ ଏହି ଘୋଷଣାପତ୍ରରେ ପ୍ରତିଶ୍ରୁତି ରହିଛି । ଏଥିସହିତ ଆଗାମୀ ୫…
ଉତ୍ତରପ୍ରଦେଶରେ କଂଗ୍ରେସ ନିଜର ସାଙ୍ଗଠନିକ ସ୍ଥିତିକୁ ମଜବୁତ୍ କରିବାକୁ ପ୍ରୟାସ କରୁଥିବାବେଳେ ଦଳକୁ ଏକ ବଡ ଝଟ୍କା ଲାଗିଛି । ଦଳର ବରିଷ୍ଠ ନେତା ତଥା ତିନି ତିନି ଥର ସାଂସଦ ରହିଥିବା ରାଜକୁମାରୀ ରତ୍ନା ସିଂହ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ପ୍ରତାପଗଡ଼ର ପୂର୍ବତନ ସାଂସଦ ରାଜକୁମାରୀ ରତ୍ନା ସିଂହ ହେଉଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ରାଜ ଦିନେଶ ସିଂହଙ୍କ ପୁତ୍ରୀ । କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ତିଓ୍ବାରୀଙ୍କ ଅତି ନିକଟତମ ହେଉଛନ୍ତି ରତ୍ନା ସିଂହ । ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧିଙ୍କ ସହ ତାଙ୍କର ମନୋମାଳିନ୍ୟ ପାଇଁ ସେ କଂଗ୍ରେସ ଛାଡ଼ିଥିବାର ଜଣାପଡିଛି । ପୂର୍ବରୁ ରତ୍ନା ଲକ୍ଷ୍ନୌଠାରେ ବିଜେପିରେ ସାମିଲ୍ ହେବ ବୋଲି କାର୍ଯ୍ୟକ୍ରମ ରହିଥିଲା । ଇତିମଧ୍ୟରେ ବିଧାନସଭାର ଉପନିର୍ବାଚନ ତାତି କାରଣରୁ ଏଥିରେ ପରିବର୍ତ୍ତନ କରାଯାଇଛି । ରାଜକୁମାରୀ ରତ୍ନା ସିଂହ ପ୍ରତାପଗଡ଼ ସଂସଦୀୟ ଆସନରୁ ୧୯୯୬, ୧୯୯୯ ଓ…

