Author: Samikhsya Bureau

ଜଳେଶ୍ୱରରୁ ପୁଣି ଧରାପଡ଼ିଲା ବ୍ରାଉନସୁଗର। ପଶ୍ଚିମବଙ୍ଗରୁ ଜଳେଶ୍ୱର ଆସୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି ଏହି ବ୍ରାଉନ୍ ସୁଗର। ଯାହାର ଓଜନ ୭୦ ଗ୍ରାମ ହେବ। ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କର ଘର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।  ଏହା ପରେ ବାଲେଶ୍ୱର ପୁଲିସ ଖାନତଲାସି ଅଭିଯାନକୁ ଜୋରଦାର କରିଥିଲା। ଏହି ଅଭିଯାନରେ ଆଜି ଜଳେଶ୍ୱର ପୁଲିସ ଚଢ଼ଉ କରି ୭୦ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରିଛି।

Read More

ସରକାରୀ କର୍ମଚାରୀଙ୍କ ପରି ଏବେ ଘରୋଇ ସ୍କୁଲର ଶିକ୍ଷୟିତ୍ରୀମାନେ ପାଇପାରିବେ ମାତୃତ୍ବ ଅବକାଶ ଛୁଟି । କେରଳ ପ୍ରଥମ ରାଜ୍ୟ ଭାବେ ନିଜ ରାଜ୍ୟରେ ଏହି ନିୟମ ଲାଗୁ କରୁଛି । କେରଳ ଘରୋଇ ଶିକ୍ଷା ଅନୁଷ୍ଠାନର  କର୍ମଚାରୀ ଏବଂ ଶିକ୍ଷୟିତ୍ରୀଙ୍କୁ ମାତୃତ୍ବ ଲାଭ ଅଧିନିୟମ ଅନୁସାରେ ଛୁଟି ପ୍ରଦାନ କରାଯିବ । ଏହି ଆଇନ ଲାଗୁ ହେବା ପରେ କେରଳ ଦେଶର ପ୍ରଥମ ରାଜ୍ୟ ହେବେ ଯେଉଁଠାରେ ଘରୋଇ ଶିକ୍ଷାନୁଷ୍ଠାନରେ ମାତୃତ୍ବ ଅବକାଶ (maternity leave) ପ୍ରଦାନ କରାଯିବ ।  କେରଳ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଗଷ୍ଟ ୨୯ ତାରିଖରେ ବୈଠକରେ ଘରୋଇ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ଏହି ଲାଭ ଦେବାର ବିଜ୍ଞପ୍ତି ଜାରି କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନେବା ପାଇଁ ନିଷ୍ପତ୍ତି ନେଇଥିଲା ।ଏହି ଅଧିନିୟମ ଅନୁସାରେ ରାଜ୍ୟରେ ଘରୋଇ ଶିକ୍ଷା କ୍ଷେତ୍ରରେ କର୍ମଚାରୀ ସରକାରୀ କର୍ମଚାରୀଙ୍କ ପରି ଦରମା ସହ ୨୬ସପ୍ତାହର ମାତୃତ୍ବ ଅବକାଶର ଲାଭ ପାଇ ପାରିବେ…

Read More

ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ବେତନରେ ୬୬ ପ୍ରତିଶତର ଅଭିବୃଦ୍ଧି ଘଟିଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ନାଡେଲାଙ୍କ ବେତନରେ ଏହି ଅଭିବୃଦ୍ଧି ଘୋଷଣା କରାଯିବା ସହିତ ମୂଳ ଦରମାରେ ୧ ମିଲିୟନ୍‌ ଡଲାରର ଅଭିବୃଦ୍ଧି ଘଟିଛି। ଏହା ସହିତ ମାଇକ୍ରୋସଫ୍ଟରେ ନାଡେଲାଙ୍କ ଅଂଶଧନରେ ମଧ୍ୟ ୧ ମିଲିୟନ୍‌ ଡଲାର ବୃଦ୍ଧି ପାଇଛି। ଏହାକୁ ମିଶାଇ ଚଳିତ ବର୍ଷ ନାଡେଲା ସମୁଦାୟ ୪୨.୯ ମିଲିୟନ ଡଲାରର ବେତନ ହାସଲ କରିବେ। ୨୦୧୭-୧୮ ଆର୍ଥିକ ବର୍ଷରେ ନାଡେଲା ସମୁଦାୟ ୩୦.୯ ମିଲିୟନ୍‌ ଡଲାରର ବେତନ ପାଇଥିଲେ। କମ୍ପାନୀର ଆସନ୍ତା ବୋର୍ଡ ମିଟିଂ ଡିସେମ୍ବର ୪ରେ ଅନୁଷ୍ଠିତ ହେବ। ନାଡେଲାଙ୍କ ନେତୃତ୍ବରେ ମାଇକ୍ରୋସଫ୍ଟର ସମୁଦାୟ ଆୟରେ ୫୦୯ ମିଲିୟନ୍‌ ଡଲାରର ଅଭିବୃଦ୍ଧି ଘଟିଛି।

Read More

ସମୀକ୍ଷା ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସମ୍ମୁଖରେ ଆଜି ଜଣେ ମହିଳା ତାଙ୍କ ଝିଅ ସହ ଆତ୍ମାହୂତି  ଉଦ୍ୟମ କରିଛନ୍ତି। ମହିଳା ଜଣକ କିରୋସିନ ଢାଳି ନିଆଁ ଲଗାଇବାବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି। ସ୍ବାମୀଙ୍କ ହତ୍ୟାକାରୀ ଗିରଫ କରିବାରେ ପୋଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ମହିଳା ଜଣକ ଏପରି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ବାଣପୁର ବ୍ଲକର ନିକଟସ୍ଥ ନଚ୍ଛିପୁର ଗ୍ରାମର ବବି ନାୟକ (ଛଦ୍ମ ନାମ) ମହିଳା ଜଣକ ଗମ୍ଭାରୀମୁଣ୍ଡା ନିକଟସ୍ଥ ଏକ ଗ୍ରାମର ପ୍ରଶାନ୍ତ ନାୟକଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବିଦେଶରେ ଚାକିରି କରୁଥିବାବେଳେ ସ୍ବାମୀଙ୍କ ଅନୁପସ୍ଥିତିରେ ତାଙ୍କ ଶାଶୁ, ଦିଅର ତାଙ୍କୁ ଅତ୍ୟାଚାର ଦେଇ ଆସୁଥିଲେ। ମହିଳା ଜଣକ ଅତ୍ୟାଚାର ସହି ନ ପାରି ପ୍ରାୟ ବର୍ଷେ ହେବ ତାଙ୍କ ଝିଅଙ୍କ ସହିତ ବାପଘରେ ରହିଆସୁଥିଲେ।  ନିକଟରେ ସ୍ବାମୀ ବିଦେଶରୁ ଘରକୁ ପ୍ରତ୍ୟାବର୍ତ୍ତନ କରି ତା‘ଙ୍କ ମା ଓ ଭାଇଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ…

Read More

ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଶିକ୍ଷକଙ୍କୁ ତାଲା ପକାଇଛନ୍ତି ସ୍ଥାନୀୟ ଲୋକ। ବାରିପଦାରେ ଏହି ଲମ୍ଫଟ ଶିକ୍ଷକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଘଟଣାରେ ଉତ୍‌କ୍ଷିପ୍ତ ସାଧାରଣ ଲୋକ ଶିକ୍ଷକଙ୍କୁ ମାଡ ମାରିବା ସହିତ ତାଙ୍କ କାର୍‌ ଭଙ୍ଗାରୁଜା କରିଥିଲେ। ଏହା ପରେ ଶିକ୍ଷକଙ୍କୁ ଏକ ଘରେ ପୁରାଇ ତାଲା ଦେବା ପରେ ପୋଲିସ୍‌ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିବା ସହିତ ମାମଲାର ତଦନ୍ତ କରୁଛି।

Read More

୩୧୧ ଭାରତୀୟ ନଗରିକଙ୍କୁ ପ୍ରତ୍ୟର୍ପଣ କରିଛି ମେକ୍ସିକୋ। ଅନୈତିକ ଉପାୟରେ ମେକ୍ସିକୋରେ ପ୍ରବେଶ କରିଥିବା ଏହି ସମସ୍ତ ନାଗରିକଙ୍କୁ ଗୁରୁବାର ପ୍ରତ୍ୟର୍ପଣ କରାଯାଇଛି। ୩୧୧ ଜଣଙ୍କ ମଧ୍ୟରେ ୩୧୦ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ଏହି ସମସ୍ତ ଯାତ୍ରୀଙ୍କୁ ଏକ ବୋଇଙ୍ଗ ୭୪୭ ବିମାନ ଜରିଆରେ ଭାରତ ପଠାଯାଇଛି। ବିମାନଟି ଟୋଲୁକା ସିଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଛାଡି ଗୁରୁବାର ରାତିରେ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବ। ଏହି ଯାତ୍ରୀମାନେ ଅନୈତିକ ଉପାୟରେ ବ୍ରାଜିଲ ଏବଂ ଆର୍ଜେଣ୍ଟିନା ମଧ୍ୟକୁ ପ୍ରବେଶ କରିଥିଲେ।

Read More

ଏଣିକି ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ସ୍ଥାପନ ହେବ ଗାନ୍ଧିଙ୍କ ପ୍ରତିମୂର୍ତ୍ତି। ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ପ୍ରଚାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।  ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ଯଦି ପୂର୍ବରୁ ଗାନ୍ଧୀ ମୂର୍ତ୍ତି ରହିଛି ତେବେ ସେହି ସ୍ଥାନକୁ ପରିଷ୍କାର ତଥା ସୌନ୍ଦର୍ଯ୍ୟକରଣ କରାଯିବ। ଏତଦ୍ ବ୍ୟତୀତ କଟକକୁ ୧୯୨୧ ମାର୍ଚ୍ଚ ୩୨ରେ ଗାନ୍ଧି ଆସିଥିବା ସ୍ଥାନକୁ ସ୍ମାରକୀ କରାଯିବ। ସ୍କୁଲ ଓ କଲେଜରେ ଗାନ୍ଧୀଙ୍କ ସଦୃଶ୍ୟ ଚିତ୍ର ବଣ୍ଟନ କରାଯିବ। ଗାନ୍ଧୀଙ୍କ ଅମର ବାଣୀ ଥିବା ପୁସ୍ତକ ପ୍ରସ୍ତୁତ ସହ ପିଲାଙ୍କ ମଧ୍ୟରେ ବକ୍ତୃତା କାର୍ଯ୍ୟକ୍ରମ ହେବ ବୋଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Read More

କେଦାର ମିଶ୍ର ଭାରତର ଆକାଶବାଣୀ ଓ ଦୂରଦର୍ଶନ ଗଢିବାରେ ଯେଉଁ କେତେଜଣ ମହାନ ଲୋକଙ୍କ ଅବଦାନ ରହିଛି ସେମାନଙ୍କ ଭିତରୁ ଗୋଟେ ଚର୍ଚ୍ଚିତ ନାଁ ହେଉଛି ପି.ଭି.କୃଷ୍ଣମୂର୍ତ୍ତି। ଦୂରଦର୍ଶନର ପ୍ରଥମ ମହା ନିର୍ଦ୍ଦେଶକ, ଆକାଶବାଣୀରେ ଶିକ୍ଷା ଓ ବିଜ୍ଞାନ କାର୍ୟକ୍ରମର ସଂସ୍ଥାପକ, ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ଅନନ୍ୟ ପଣ୍ଡିତ, ଏମିତି ବହୁ ପରିଚୟ ତାଙ୍କର ରହିଥିଲା। ୯୮ ବର୍ଷର ପରିପୂର୍ଣ୍ଣ ଜୀବନ ବଞ୍ଚିଥିବା ପିଭିକେ(ବନ୍ଧୁ ଓ କଳାକାର ମହଲରେ ସେ ଏହି ନାମରେ ହିଁ ପରିଚିତ) ଆଜି ଚେନ୍ନାଇ ସ୍ଥିତ ତାଙ୍କ ବାସଭବନରେ ଦେହତ୍ୟାଗ କରିଛନ୍ତି। ୧, ଏପ୍ରିଲ,୧୯୨୧ରେ ମିଆଁମାରରେ ସେ ଜନ୍ମଗ୍ରହଣ କରିଥିଲେ। ଭାରତକୁ ମିଆଁମାରରୁ ଶରଣାର୍ଥୀ ଭାବରେ ଆସିଥିବା ପିଭିକେଙ୍କ ପରିବାର ପରବର୍ତ୍ତୀ ସମୟରେ ଭାରତର ସାଂସ୍କୃତିକ ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପରିବାରରୁ ପୁରୀ ଶଙ୍କାରାଚାର୍ୟ ଭାବରେ ସ୍ଵାମୀ ଭାରତୀ କୃଷ୍ଣ ତୀର୍ଥ ଅଭିଷିକ୍ତ ହୋଇଥିଲେ। ପିଭିକେଙ୍କ ଭାଇ ସୂର୍ୟ କୃଷ୍ଣମୂର୍ତ୍ତି…

Read More

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଦିଲ୍ଲୀରେ ଚାଲିବ ଅଡ୍‌-ଇଭିନ୍‌ ।  ଗୁରୁବାର ଏକ ପ୍ରେସମିଟ୍‌ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି। କେବଳ ରବିବାରକୁ ଛାଡ଼ି ଅନ୍ୟ ସମସ୍ତ  ଦିବସରେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଡ୍‌-ଇଭିନ୍‌ ନମ୍ବର କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରୁ ଭିଆଇପି ଗାଡି ଗୁଡ଼ିକ ବାଦ୍‌ ଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସିଆଇଜେ, ବାଚସ୍ପତିଙ୍କ ଏହି ନିୟମରେ କୋହଳ କରାଯାଇଥିବାବେଳେ କେନ୍ଦ୍ରମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ବିରୋଧୀ ନେତାଙ୍କ ପାଇଁ ମଧ୍ୟ କୋହଳ କରାଯାଇଛି । ସବୁ ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ଏହି ନିୟମରେ କୋହଳ କରିଥିଲେ ବି ନିଜ ପାଇଁ ଏହି ନିୟମରେ କୋହଳ କରିନାହାନ୍ତି ଅରବିନ୍ଦ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଏହି ନିୟମରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଯଦି ଏହି ନିୟମର କେହି…

Read More

ବେଆଇନ ପାର୍କିଂର ହେବ ଯାଞ୍ଚ । ବେଆଇନ୍‌ ପାର୍କିଂକୁ ନେଇ ଗଠନ ହେବ ସ୍ବତନ୍ତ୍ର ସ୍କ୍ବାର୍ଡ । ଏହି ସ୍କ୍ବାର୍ଡ ଯାଞ୍ଚ କରିବ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ । ବେଆଇନ୍‌ ପାର୍କିଂ ଫି ଆଦାୟ କରିହେବ ନାହିଁ । ବେଆଇନ୍‌ ଫି ଆଦାୟ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ମଲ୍ଟିପ୍ଲେକ୍ସ, ବାଣିଜ୍ୟିକ ପ୍ରତିଷ୍ଠାନ, ଡାକ୍ତରଖାନା ଆଦି ଅଞ୍ଚଳରେ ପାର୍କିଂ ଫି ଆଦାୟ ହୋଇପାରିବନି ବୋଲି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏ ପକ୍ଷରୁ ନୋଟିସ୍‌ ଜାରି ନେଇ ସୂଚନା ଦିଆଯାଇଥିଲା ।

Read More