ଅଯୋଧ୍ୟା ମାମଲାର ବିଚାର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖାଯାଇଛି। ଆସନ୍ତା ନଭେମ୍ବର ୧୭ ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ଅଯୋଧ୍ୟା ଜମି ବିବାଦକୁ ନେଇ ଚାଲିଥିବା ୪୦ ଦିନିଆ ବିଚାର ପ୍ରକ୍ରିୟାର ମଧ୍ୟ ଅନ୍ତ ଘଟିଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ମୁଖ୍ୟ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଥିବାରୁ ଏହି ମାମଲାରେ ଅଧିକ ସମୟ ଅପଚୟ ନ କରିବାର ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ କର୍ମଜୀବୀଙ୍କ ଜୀବନରୁ ଚିନ୍ତା କେବେ କମ୍ ହୁଏ ନାହିଁ। ଆମ ଜୀବନ ଉପରେ ଆମ କାର୍ଯ୍ୟ କ୍ଷେତ୍ରରେ ପ୍ରଭାବ ଅଧିକ ପଡିଥାଏ। ଆମେ ଚିନ୍ତା ତଥା ଅବସାଦରୁ ମୁକ୍ତ ରହିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ମେଡ଼ିସିନ୍ରେ ବ୍ୟବହାର କରିଥାଉ। ଯାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଯଦି ଆପଣ ଚିନ୍ତା ତଥା ଅବସାଦ ମୁକ୍ତ ଜୀବନ ଚାହୁଁଛନ୍ତି, ତାହା କିଛି ଖାସ୍ କଥାକୁ ଧ୍ୟାନ ଦିଅନ୍ତୁ। ପ୍ରାୟତଃ ଲୋକେ କହିଥା’ନ୍ତି ମୋବାଇଲ୍ ଫୋନ୍ ଆସିବା ପରେ ବହୁତ ଚିନ୍ତା ବଢିଯାଇଛି। ଏହାର ବିକଳ୍ପରେ ଆମେ ମୋବାଇଲ୍କୁ ସ୍ବିଚ୍ ଅଫ୍ କରିଥାଉ। କିନ୍ତୁ ବାସ୍ତବରେ ଆମେ ମୋବାଇଲ୍ ଫୋନ୍ର ସ୍ବିଚ୍ ଅଫ୍ ନୁହେଁ, ନିଜକୁ ସ୍ବିଚ୍ ଅଫ୍ କରିବା ଜରୁରୀ। ଏଥିପାଇଁ ଦିନରେ ଆମକୁ କମ୍ ସେ କମ୍ ଥରେ ଏହି ଟ୍ରିକ୍କୁ ଆପଣାଇବା ଉଚିତ୍। ଦିନକ ଭିତରେ ଏମିତି ଏକ ସମୟ ଦରକାର, ଯେଉଁ…
ସମୀକ୍ଷା ବ୍ୟୁରୋ ବିଶ୍ବ ଖାଦ୍ୟ ଦିବସରେ ପ୍ରକାଶ ପାଇଛି ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସ । ଏହି ମାନକ ଅନୁଯାୟୀ ଭାରତ ଏହି ତାଲିକାରେ ପାକିସ୍ତାନ ଠାରୁ ମଧ୍ୟ ପଛରେ ରହିଛି । ଏପରିକି ଭାରତ ଦକ୍ଷିଣ ଏସୀୟ ରାଷ୍ଟ୍ର ମାନଙ୍କ ମଧ୍ୟରେ ସର୍ବନିମ୍ନ ସ୍ଥାନରେ ରହିଛି । ୧୧୭ଟି ରାଷ୍ଟ୍ରଙ୍କୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତ ୧୦୨ତମ ସ୍ଥାନରେ ରହିଛି । ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ୯୪ ତମ ସ୍ଥାନରେ ରହିବା ସହିତ ଭାରତ ଠାରୁ ଆଗରେ ରହିଛି । ସେହିପରି ବ୍ରିକ୍ସ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ୫୯ତମ ସ୍ଥାନରେ ରହିଛି । ୨୦୧୫ରେ ମଧ୍ୟ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ୯୩ ନମ୍ୱର ସ୍ଥାନରେ ରହିଥିଲା । ୨୦୧୬ ରେ ଭାରତ ୯୭ତମ ସ୍ଥାନ, ୨୦୧୭ରେ ୧୦୦ତମ, ୨୦୧୮ରେ୧୦୩ତମ ଏବଂ ଚଳିତ ବର୍ଷ ୧୦୨ ନମ୍ୱର ସ୍ଥାନରେ ରହିଛି ଭାରତ । ସେହିପରି ଅପପୁଷ୍ଟି…
ପୁରୀ ସ୍ବର୍ଗଦ୍ୱାର ନିକଟରେ ଥିବା ସମୁଦ୍ରରେ ୩ଜଣ ପର୍ଯ୍ୟଟକ ଭାସି ଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ସହରର ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ୩ଜଣ ବଙ୍ଗୀୟ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ଜଗନ୍ନାଥ ମନ୍ଦିର ଦର୍ଶନ କରି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ସେମାନେ ସମୁଦ୍ରର ଅଳ୍ପ ଭିତରକୁ ଚାଲି ଯାଇଥିଲେ । ଏହି ସମୟରେ ଏକ ବଡ ଲହଡି ଆସିଥିଲା । ଫଳରେ ସେମାନେ ଭାସି ଯାଇଥିଲେ । ନିକଟରେ ଥିବା ଲାଇଫ ଗାର୍ଡ ତିନିଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମସ୍ତଙ୍କୁ ଚିକିତ୍ସା ପାଇଁ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ବୁଧବାର ପୁଣି ଥରେ ଗିରଫ କରିଛି । ବୁଧବାର ସକାଳୁ ଇଡିର 3 ଜଣିଆ ଅଧିକାରୀ ତିହାର ଜେଲ ଯାଇ ଚିଦାମ୍ବରମଙ୍କୁ ମାମଲାର ଆର୍ଥିକ କାରବାର ଦିଗ ଉପରେ ପଚରାଉଚରା କରିଥିଲେ । ଇଡିର ଉପ ନିର୍ଦ୍ଦେଶକ ମହେଶ ଶର୍ମା ତାଙ୍କୁ ପଚରାଉଚରା କରିଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ତିହାର ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କ ଆଦେଶ ପାଇବା ପରେ ଚିଦାମ୍ବରମଙ୍କୁ ଇଡିକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି । ଚିଦାମ୍ବରମଙ୍କ ପଚରା ଉଚୁରା ସମୟରେ ପୁଅ କର୍ତ୍ତି ଏବଂ ପତ୍ନୀ ନଳିନୀ ମଧ୍ୟ ଉପସ୍ଥିତ ଥିଲେ ।
ସମୀକ୍ଷା ବ୍ୟୁରୋ ୧୯୯୭, ଏପ୍ରିଲ ମାସରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିର ଦିଗ ଯେ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଯିବ ଏକଥା କେହି କେବେ କଳ୍ପନା କରିନଥିଲେ। କାରଣ ମୃତ୍ୟୁ ବେଳକୁ ବିଜୁ ବାବୁ କ୍ଷମତାରେ ନଥିଲେ ଓ ଓଡିଶା ରାଜନୀତିରେ କଂଗ୍ରେସ ସଂଗଠନର ପ୍ରଭାବ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରାଜନୈତିକ ଗୋଟିଚାଳନା ଆଗରେ ଆଉ କୌଣସି ବିକଳ୍ପ ଯେ ଓଡିଶାରେ ଉଧେଇ ପାରିବ ସେ ବିଶ୍ଵାସ କାହାର ନଥିଲା। ବିଜୁ ବାବୁଙ୍କ ଅବର୍ତ୍ତମାନରେ ଅନେକ କିଛି ହଠାତ ବଦଳି ଗଲା ଓ ସେଇ ୧୯୯୭ ରେ ଓଡିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଘଟିଲା। ଆଜି ନବୀନ ବାବୁ ୭୪ତମ ଜନ୍ମଦିନ ନୀରବରେ ପାଳନ କରୁଥିବା ବେଳେ, ତାଙ୍କ ପଛରେ ୨୨ ବର୍ଷର ଘଟନା ବହୁଳ ଇତିହାସ ଗଢା ହୋଇସାରିଛି। ସେ ୨୨ ବର୍ଷର ରାଜନୀତିରେ ପ୍ରଥମେ ଆସ୍କାର ଲୋକସଭା ସଦସ୍ୟ, କେନ୍ଦ୍ରମନ୍ତ୍ରୀ ଓ…
ସମୀକ୍ଷା ବ୍ୟୁରୋ ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଏବେ ନୂଆ ମୋଡ଼ ଆସିଛି। ଏହି ବିବାଦୀୟ ଜମି ମାମଲାର ଅନ୍ତିମ ଶୁଣାଣି ଆଜି କରିବା ପାଇଁ ସୁପ୍ରିମ୍କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଲଗାତାର ୩୯ଦିନର ଶୁଣାଣି ପରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଏହି ମାମଲାର ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସୂଚନା ଦେଇଛନ୍ତି। ଏହି ମାମଲାର ବିଚାର ପାଇଁ କୋର୍ଟଙ୍କର ଅନେକ ମୂଲ୍ୟବାନ ସମୟ ନଷ୍ଟ ହୋଇ ସାରିଛି ତେଣୁ ଅଧିକ ସମୟ ନଷ୍ଟ କରାଯିବ ନାହିଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି। ଆସନ୍ତା ନଭେମ୍ବର ୧୭ ତାରିଖରେ ମୁଖ୍ୟ ବିଚାରପତି ଅବସର ଗ୍ରହଣ କରିବାର ଥିବାରୁ ଏହା ପୂର୍ବରୁ ଏହି ମାମଲାର ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି। ମଙ୍ଗଳବାର ହିନ୍ଦୁଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ କେ ପରସାରନ୍ ନିଜର ଯୁକ୍ତି ରଖିଥିଲେ। ରାମ ଜନ୍ମଭୂମି ହାସଲ ପାଇଁ ହିନ୍ଦୁ…
ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ଏହାକୁ ନେଇ ଓଡ଼ିଶା ରାଜନୀତି ବେଶ୍ ସରଗରମ ହୋଇଯାଇଛି। ଦାମ ବିଜେପି ଛାଡ଼ିଲେ ଦଳ ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଦାମଙ୍କ ଇସ୍ତଫା ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ। ଅରୁଣ କହିଛନ୍ତି ଯେ ଦଳରେ କାହାକୁ ଅଣଦେଖା କରାଯାଇ ନାହିଁ। ସମସ୍ତ ବୈଠକରେ ତାଙ୍କୁ ଡକାଯାଇଛି। ଦାମଙ୍କର ରାଜନୀତି ଛାଡ଼ିବା ନିଷ୍ପତ୍ତିକୁ ସେ ସ୍ୱାଗତ କରିଛନ୍ତି। ତାଙ୍କର ବୟସ ଅଧିକ ହୋଇଗଲାଣି। ସେ ରାଜନୀତି ଛାଡ଼ି ସମାଜ ସେବା କରିବାକୁ ଚାହୁଁଥିବାରୁ ସେଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ଏଥିସହିତ ସେ ଆଉ ପ୍ରତ୍ୟକ୍ଷ ରାଜନୀତି କିମ୍ବା ନିର୍ବାଚନ ଲଢିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି। ବିଜେଡ଼ିରୁ ବହିଷ୍କୃତ ହେବା ପରେ ଚଳିତ ଲୋକସଭା…
ବୁଧବାର ସକାଳୁ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଥିଲା। ଏହି ସଙ୍ଘର୍ଷରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଗତକାଲି ସନ୍ଧ୍ୟାରେ ପୁଲଓ୍ବାମାରେ ସୁରକ୍ଷା କର୍ମୀଙ୍କ ଉପରକୁ ଗ୍ରେନେଡ୍ ମାଡ କରାଯାଇଥିଲା। ଏହି ଘଟଣା ପଛରେ ଇଣ୍ଡିଆନ ମୁଜାହିଦ୍ଦିନର ହାତ ରହିଥିବା ସନ୍ଦେହ କରାଯାଇଥିଲା। ବୁଧବାର ସକାଳୁ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ହେବା ସହିତ ତିନି ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମୃତ ଆତଙ୍କବାଦୀଙ୍କର ପରିଚୟ ମିଳିନଥିବା ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନା ଜାରି ରହିଛି।
ସମୀକ୍ଷା ବ୍ୟୁରୋ ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ରାଜ୍ୟ ବିଜେପିରେ ସମସ୍ତେ ମିଳିତ ଭାବରେ ନିଷ୍ପତ୍ତି ନିଅନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଜେପିରେ ତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ଆଜି ଦଳରୁ ଇସ୍ତଫା ପ୍ରଦାନ କରିଥିଲେ। ରାଜ୍ୟ ବିଜେପିରେ ସମସ୍ତ କର୍ମୀ ଜଣେ ଜଣେ ନେତା, କାହାକୁ ଅଧିକ ବା କମ୍ ସମ୍ମାନ ନୁହେଁ ସମସ୍ତଙ୍କୁ ସମାନ ଭାବରେ ବିବେଚନା କରାଯାଏ ବୋଲି ମତ ରଖିଛନ୍ତି ବସନ୍ତ ପଣ୍ଡା।
ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୪ ତମ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଉଭୟ ଇଂରାଜୀ ଏବଂ ଓଡିଆରେ ଟ୍ବିଟ୍ କରି ମୋଦୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ବୋଲି ଟ୍ବିଟ୍ କରି ମୋଦି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସମୀକ୍ଷା ବ୍ୟୁରୋ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ବିଜେପିର ଦଳୀୟ ନେତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ରହିଥିବା ରାଉତ ଆଜି ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ବିଭିନ୍ନ ସମୟରେ ବିଜେପିର କାର୍ଯ୍ୟଧାରାକୁ ନେଇ ଦାମ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଜେପିରେ ତାଙ୍କୁ କୋଣ ଠେସା କରି ରଖାଯାଉଥିବା ନେଇ ସେ ସଦାସର୍ବଦା ଗଣମାଧ୍ୟମରେ ବିଜେପି ନେତାଙ୍କ ବିରୋଧରେ ମତ ଦେଉଥିଲେ। ଉଲ୍ଲେଖଯୋଗ୍ୟ ଯେ, ବିଜେଡିରୁ ବହିଷ୍କୃତ ହେବା ପରେ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଶ୍ରୀ ରାଉତ।
କେଦାର ମିଶ୍ର ଓଡିଶା ଗଣମାଧ୍ୟମରେ ଅନ୍ତତଃ ଏ ପ୍ରକାର ଭୟଙ୍କର ରୋଗ ଏଯାଏ ଗ୍ରାସି ନଥିଲା। ଜାତୀୟ ଗଣମାଧ୍ୟମରେ ପାଖଣ୍ଡି ବାବା ଓ ମାତାମାନଙ୍କର ପ୍ରବଳ ପ୍ରଭାବ ରହିଥିବା ବେଳେ, ଓଡିଶାରେ କେବଳ ପ୍ରବଚନ ଓ ଧର୍ମ ମାମଲାରେ ଏମାନେ ସୀମିତ ରହୁଥିଲେ। ତେବେ ଗତ ଦୁଇଦିନ ହେଲା ହଠାତ ଓଡିଶାର କିଛି ପ୍ରମୁଖ ଟେଲିଭିଜନ ଚାନେଲ ଗୁଡିକ ଏ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଜାତୀୟ ଗଣମାଧ୍ୟମରେ ନିଜର ପାଖଣ୍ଡି ଚରିତ୍ର ଓ ଦୁର୍ବ୍ୟବହାର ପାଇଁ ପ୍ରସିଦ୍ଧ କେହି ଜଣେ ଓମ ବାବା ବିଷୟରେ ନିରନ୍ତର ଖବର ଓ ସ୍ଵତନ୍ତ୍ର ଆଲୋଚନା ଚାଲିଛି। ଏହାର କାରଣ କଣ? ଏକଥା ଠିକ ଯେ, ଏହି ତଥାକଥିତ ବାବାଜିକୁ ଆମର ସାମ୍ବାଦିକମାନେ କଠିନ ପ୍ରଶ୍ନ ସବୁ ପଚାରୁଛନ୍ତି। ହେଲେ ଏ ଲୋକ ତ ପ୍ରଶ୍ନର ଉତ୍ତର ଦେବାକୁ ଆସିନାହିଁ। ଗୁଡାଏ ମିଛ ଓ ବାଜେ କଥା ଗପି ସେ ଲୋକଙ୍କୁ ଭୁତାଇବାକୁ ଚାହୁଁଛି।…
ଜଳେଶ୍ୱର ଥାନା ଅନ୍ତର୍ଗତ ମିଲ୍ବାଡି ଅଞ୍ଚଳରୁ ଆଜି ଭୋରରୁ ଅବକାରୀ ବିଭାଗ 1 କିଲୋଗ୍ରାମ ବ୍ରାଉନ୍ ସୁଗର ଜବତ କରିଛି । ଏହାର ଅନ୍ତର୍ଜାତୀୟ ମୂଲ୍ୟ 1 କୋଟି ଟଙ୍କା ହେବ । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ମିଲ୍ବାଡି ଅଞ୍ଚଳର ସପନ କୁମାର ପ୍ରଧାନ । ଜଳେଶ୍ୱର ଅବକାରୀ ବିଭାଗ ଏବଂ କଟକ କେନ୍ଦ୍ରୀୟ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ଆଜି ଭୋରରୁ ଷ୍ଟେସନ ବଜାରସ୍ଥିତ ମିଲ୍ବାଡି ଅଞ୍ଚଳରେ ରହୁଥିବା ସପନଙ୍କ ଘର ଉପରେ ଚଢଉ କରିଥିଲେ । ବ୍ରାଉନ୍ ସୁଗାର ସହିତ ଗୋଟିଏ ଚୋରା ବନ୍ଧୁକ ମଧ୍ୟ ଜବତ ହୋଇଛି ।

