Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଟକ ଆକାଶବାଣୀର କିମ୍ବଦନ୍ତୀ ନିର୍ଦ୍ଦେଶକ ପି.ଭି.କୃଷ୍ଣମୂର୍ତ୍ତିଙ୍କ ଦେହାନ୍ତ
ବିଶେଷ ଖବର

କଟକ ଆକାଶବାଣୀର କିମ୍ବଦନ୍ତୀ ନିର୍ଦ୍ଦେଶକ ପି.ଭି.କୃଷ୍ଣମୂର୍ତ୍ତିଙ୍କ ଦେହାନ୍ତ

October 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଭାରତର ଆକାଶବାଣୀ ଓ ଦୂରଦର୍ଶନ ଗଢିବାରେ ଯେଉଁ କେତେଜଣ ମହାନ ଲୋକଙ୍କ ଅବଦାନ ରହିଛି ସେମାନଙ୍କ ଭିତରୁ ଗୋଟେ ଚର୍ଚ୍ଚିତ ନାଁ ହେଉଛି ପି.ଭି.କୃଷ୍ଣମୂର୍ତ୍ତି। ଦୂରଦର୍ଶନର ପ୍ରଥମ ମହା ନିର୍ଦ୍ଦେଶକ, ଆକାଶବାଣୀରେ ଶିକ୍ଷା ଓ ବିଜ୍ଞାନ କାର୍ୟକ୍ରମର ସଂସ୍ଥାପକ, ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟର ଅନନ୍ୟ ପଣ୍ଡିତ, ଏମିତି ବହୁ ପରିଚୟ ତାଙ୍କର ରହିଥିଲା। ୯୮ ବର୍ଷର ପରିପୂର୍ଣ୍ଣ ଜୀବନ ବଞ୍ଚିଥିବା ପିଭିକେ(ବନ୍ଧୁ ଓ କଳାକାର ମହଲରେ ସେ ଏହି ନାମରେ ହିଁ ପରିଚିତ) ଆଜି ଚେନ୍ନାଇ ସ୍ଥିତ ତାଙ୍କ ବାସଭବନରେ ଦେହତ୍ୟାଗ କରିଛନ୍ତି। ୧, ଏପ୍ରିଲ,୧୯୨୧ରେ ମିଆଁମାରରେ ସେ ଜନ୍ମଗ୍ରହଣ କରିଥିଲେ। ଭାରତକୁ ମିଆଁମାରରୁ ଶରଣାର୍ଥୀ ଭାବରେ ଆସିଥିବା ପିଭିକେଙ୍କ ପରିବାର ପରବର୍ତ୍ତୀ ସମୟରେ ଭାରତର ସାଂସ୍କୃତିକ ଜୀବନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପରିବାରରୁ ପୁରୀ ଶଙ୍କାରାଚାର୍ୟ ଭାବରେ ସ୍ଵାମୀ ଭାରତୀ କୃଷ୍ଣ ତୀର୍ଥ ଅଭିଷିକ୍ତ ହୋଇଥିଲେ। ପିଭିକେଙ୍କ ଭାଇ ସୂର୍ୟ କୃଷ୍ଣମୂର୍ତ୍ତି (ସୁବୋଡୁ ଭାବରେ ବିଶେଷ ପରିଚିତ) ଥିଲେ ଭାରତୀୟ ସଙ୍ଗୀତ ଓ ନୃତ୍ୟର ସବୁଠୁ ପ୍ରଭାବଶାଳୀ ଆଲୋଚକ।

ପିଭିକେ ୧୯୪୪ରେ ପ୍ରଥମେ ଆକାଶବାଣୀରେ ଜଣେ ଇଂରାଜୀ ଉଦଘୋଷକ ଭାବରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ମୁମ୍ବାଇ, କୋଲକାତା ଓ ଚେନ୍ନାଇ ର ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇବା ସହିତ ଦୂରଦର୍ଶନର ପ୍ରତିଷ୍ଠାତା ମହା ନିର୍ଦ୍ଦେଶକ ଦାୟିତ୍ଵ ନିର୍ବାହ କରିଥିଲେ। ତେବେ ସରକାରୀ ଚାକିରିରେ ବହୁ ଲୋକ ଆସନ୍ତି ଓ ଯାଆନ୍ତି, ହେଲେ ପିଭିକେ ଥିଲେ କ୍ରାନ୍ତି ପୁରୁଷ। ଯେ କୌଣସି ଆକାଶବାଣୀ ବା ଦୂରଦର୍ଶନ କେନ୍ଦ୍ରକୁ ଲୋକଙ୍କ ସାଂସ୍କୃତିକ ଜୀବନ କେନ୍ଦ୍ର କରିବା ଲାଗି ସେ ନିଜର ଦୁଆର ସବୁବେଳେ ଖୋଲା ରଖୁଥିଲେ।

ତେବେ ପିଭିକେଙ୍କ ସବୁ ପରିଚୟରୁ ଭିନ୍ନ ପରିଚୟ ହେଉଛି, ଓଡିଶା ଓ ଓଡିଶୀ ସହିତ ତାଙ୍କର ନିବିଡ ସମ୍ପର୍କ। ପଚାଶ ଦଶକରେ କଟକ ଆକାଶବାଣୀର କେନ୍ଦ୍ର ନିର୍ଦ୍ଦେଶକ(୨୪,ମଇ,୧୯୫୮ – ୧୮,ଅକ୍ଟୋବର,୧୯୬୦)  ଭାବରେ ତାଙ୍କର ଯୋଗଦାନ ଓଡିଶାର ସାଂସ୍କୃତିକ ଜୀବନରେ ଏକ କ୍ରାନ୍ତିର ପର୍ବ ଥିଲା ବୋଲି କୁହାଯାଏ। କଟକ ଆକାଶବାଣୀ ମାଧ୍ୟମରେ ଓଡିଶାର ସଙ୍ଗୀତ, ନାଟକ, ନୃତ୍ୟ ଓ ଗୀତିନାଟ୍ୟ ପରମ୍ପରାର ନବପର୍ବ ଆରମ୍ଭ ହୋଇଥିଲା। କଟକରେ ବହୁ ମହାନ ଶିଳ୍ପୀଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ପ୍ରତିଭାର ପୂର୍ଣ୍ଣ ବିନିଯୋଗ କରାଇବାରେ ପିଭିକେଙ୍କର ଯୁଗାନ୍ତକାରୀ ଭୂମିକା ରହିଥିଲା। ତାଙ୍କରି ପୃଷ୍ଠପୋଷକତାରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ପଣ୍ଡିତ ଭୁବନେଶ୍ୱର ମିଶ୍ର, ବଂଶୀର ମହାନାୟକ ହରିପ୍ରସାଦ ଚୌରାସିଆ, ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ, ସିକନ୍ଦର ଆଲାମ ପ୍ରମୁଖ ବହୁ କାଳଜୟୀ ସୃଷ୍ଟି ନିର୍ମାଣ କରିଥିଲେ। ପିଭିକେ ଥିଲେ ଏମାନଙ୍କ ପାଇଁ ଏକ ପ୍ରକାର ମାର୍ଗଦର୍ଶକ।

(ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ ପିଭିକେଙ୍କ ସହିତ ମହାନ ଓଡିଆ ଗାୟକ ପ୍ରଣବ ପଟ୍ଟନାୟକ)

ପିଭିକେ ଥିଲେ ଆଜୀବନ ପ୍ରତିଭାର ଆବିଷ୍କାରକ ଓ ପୃଷ୍ଠପୋଷକ। ୮ ବର୍ଷ ତଳେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ପୁରସ୍କାର ଗ୍ରହଣ କରିବାକୁ ଆସିଥିବା ସମୟରେ ତାଙ୍କର ଏକ ଦୀର୍ଘ ସାକ୍ଷାତ୍କାର ନେବାର ସୁଯୋଗ ମୋତେ ମିଳିଥିଲା। ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ପ୍ରଥମେ କଟକ ଆକାଶବାଣୀରେ ନିଯୁକ୍ତି ଦେବାର ଦିନକୁ ମନେ ପକେଇ ସେ କହିଥିଲେ- ୧୯-୨୦ ବର୍ଷର ସେ ଟୋକାଟି ଯେତେବେଳେ ପ୍ରଥମ ସ୍ଵର ତୋଳିଥିଲା, ସେଠୁ ମୁଁ ଜାଣିଥିଲି- ଏ ପିଲା ଦିନେ ମହାନ ଶିଳ୍ପୀ ହେବ। ପଣ୍ଡିତ ଚୌରାସିଆଙ୍କ ମତରେ ପିଭିକେ ନଥିଲେ, ସେ ହୁଏତ ସଠିକ ବାଟ ପାଇନଥାନ୍ତେ।

କଟକ ଆକାଶବାଣୀରେ ଥିବା ସମୟରେ ଓଡିଶୀ ନୃତ୍ୟର ବିକାଶ ଲାଗି ମଧ୍ୟ ସେ ପ୍ରବଳ ଉଦ୍ୟମ କରିଥିଲେ। ଗୁରୁ କେଳୁଚରଣ ମହାପାତ୍ରଙ୍କୁ ପ୍ରୋତ୍ସାହନ ଓ ପରିଚିତି ଦେବାରେ ପିଭିକେଙ୍କର ଅନବଦ୍ୟ ଭୂମିକା ରହିଥିଲା। କଟକ ଆକାଶବାଣୀରେ ତାଙ୍କର ଦୁଇ ସୁଯୋଗ୍ୟ ସହକାରୀ ମହାନ ନାଟ୍ୟକାର ଗୋପାଳ ଛୋଟରାୟ ଏବଂ ବେତାର ଶିଳ୍ପୀ ସୁରେନ ମହାନ୍ତିଙ୍କ ମିଳିତ ଉଦ୍ୟମରେ ଓଡିଆ ଗୀତିନାଟ୍ୟ ଓ ବେତାର ନାଟକର ସଫଳ ପର୍ବ ଆରମ୍ଭ ହୋଇଥିଲା। ପିଭିକେ ସବୁବେଳେ କହୁଥିଲେ, ଓଡିଶାର ଯେତିକି ସାଂସ୍କୃତିକ ସମ୍ପଦ ରହିଛି, ତାର ଏକ ଭାଗ ବି ଆମେ ଚିହ୍ନି ପାରିନୁ। ୧୯୫୮ ରେ ଜଣେ ତାମିଲ ଭଦ୍ରଲୋକ ଓଡିଶା ଆସି ଓଡିଶାର ସାଂସ୍କୃତିକ ନବ ଜାଗରଣରେ ଯେଉଁ ଭୂମିକା ନେଇଥିଲେ, ସେଥିପାଇଁ ଏ ଜାତି ତାଙ୍କ ପ୍ରତି ସବୁବେଳେ କୃତଜ୍ଞ ରହିବ।

Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.