Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନା ବଡ ବଡ କଥା, ନା ଭାଷଣ ତଥାପି ସବୁଠୁ ଲୋକପ୍ରିୟ ନବୀନ- କାରଣ କଣ? 
ବିଶେଷ ଖବର

ନା ବଡ ବଡ କଥା, ନା ଭାଷଣ ତଥାପି ସବୁଠୁ ଲୋକପ୍ରିୟ ନବୀନ- କାରଣ କଣ? 

October 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
People;s CM Naveen Patnaik

କେଦାର ମିଶ୍ର  

“ମୁଁ ଆପଣଙ୍କ ପାଖକୁ ଆସିଛି, ଆପଣ ମାନେ ଖୁସି ତ! ମୋତେ ଆପଣମାନେ ଆଶୀର୍ବାଦ କରନ୍ତୁ। ଆମ ପ୍ରାର୍ଥୀଙ୍କୁ ବହୁତ ଅଧିକ ଭୋଟ ଦେଇ ଜିତାନ୍ତୁ।” ବାସ ଏତିକି ମାତ୍ର। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିଜେପୁର ଉପନିର୍ବାଚନ ପ୍ରଚାର ବେଳେ ସେ ଦେଇଥିବା ଭାଷଣ ଗୁଡିକ ଏତିକି ଶବ୍ଦରେ ହିଁ ସୀମିତ।  ଏତିକି କଥାରେ ଲୋକଙ୍କ ପାଖରେ ଜଣେ ସବୁଠୁ ଲୋକପ୍ରିୟ ନେତା ହୋଇ ପାରିବ କି? ଏ ପ୍ରଶ୍ନର ଉତ୍ତର ପାଇଁ ନବୀନ ପଟ୍ଟନାୟକଙ୍କୁ ଆମେ ଯଦି ଦେଖିବା, ଆମକୁ ଚକିତ ହେବାକୁ ପଡିବ। ସେ ଯାହା କହୁଛନ୍ତି, ତାହା କେବଳ ଗୋଟେ ପୋଷ୍ଟରର ବିଷୟ। ସେତିକିରେ ଲୋକଙ୍କ ଭିତରେ ଏ ଉତ୍ସାହ କାହିଁକି? ବିଜେପୁରରେ ନବୀନଙ୍କ ରୋଡ ଶୋ’ ଦେଖିଲା ପରେ, ତାଙ୍କର ବିରୋଧୀ ମଧ୍ୟ ମାନିବାକୁ ବାଧ୍ୟ ଯେ ଏ ପ୍ରକାର ଉତ୍ସାହ ଅନ୍ୟ କୌଣସି ନେତାଙ୍କ ପାଇଁ ରାଜ୍ୟରେ ଦେଖିବାକୁ ମିଳୁନାହିଁ। ୨୦ ବର୍ଷ ମୁଖ୍ୟମନ୍ତ୍ରୀ ରହିଲା ପରେ ମଧ୍ୟ ନିର୍ବାଚନ ପ୍ରଚାରରେ ନବୀନ ମାତ୍ର ତିନୋଟି ବାକ୍ୟ ବ୍ୟବହାର କରୁଛନ୍ତି ଓ ତାହା ହିଁ ଲୋକଙ୍କ ଦ୍ଵାରା ଗୃହୀତ ହେଉଛି।

ଭାରତୀୟ ଭୋଟରମାନଙ୍କ ମାନସିକ ବିଶ୍ଳେଷଣ କରିବାକୁ ହେଲେ ପୃଥିବୀର ବଡ ବଡ ମନସ୍ତତ୍ତ୍ଵବିତ ମଧ୍ୟ ହାର ମାନିଯିବେ। ଗୋଟେ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯିଏ ଭାଷଣ ଆରମ୍ଭ କଲେ, ସରିବାର ସୀମା ରହୁନି ଓ ତାଙ୍କ ଲୋକପ୍ରିୟତାର ଏକ ପ୍ରମୁଖ କାରଣ ହେଉଛି ତାଙ୍କର ଭାଷଣ। ଓଡିଶାରେ ଠିକ ଏହାର ବିପରୀତ ଘଟୁଛି। ଏଠି ମୋଦୀଙ୍କ ଭାଷଣ ଓ ଅମିତ ଶାହାଙ୍କ ଉତ୍ତେଜନାମୂଳକ ଉଦବୋଧନକୁ କାଟିବା ଲାଗି ବିଶେଷ କିଛି କହିବାକୁ ପଡୁନାହିଁ। ଗତ କୋଡିଏ ବର୍ଷ ଭିତରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚ ମିନିଟରୁ ଅଧିକ ଭାଷଣ ଦେଇଥିବାର କୌଣସି ରେକର୍ଡ ନାହିଁ। ଆମର ଭାଷଣ ପ୍ରିୟ ଜନତା ଜଣେ ନୀରବ ଲୋକଙ୍କୁ ଏତେ ସମର୍ଥନ ଦେବାର କାରଣ କଣ ହୋଇପାରେ? ନବୀନଙ୍କ ଲୋକପ୍ରିୟତାର କାରଣ ଖୋଜିବାକୁ ଯାଇ ଯେଉଁ ସବୁ ପାରମ୍ପରିକ କଥା କୁହାଯାଏ, ସେ ସବୁ ଅନ୍ୟ ନେତାମାନେ ମଧ୍ୟ କରନ୍ତି। ଲୋକଙ୍କ ପାଇଁ ସରକାରୀ ଯୋଜନାର ଲମ୍ବା ତାଲିକା ଦିଲ୍ଲୀରୁ ତାମିଲନାଡୁ ପର୍ୟନ୍ତ ସବୁ ମୁଖ୍ୟମନ୍ତ୍ରୀ ଦେଇ ପାରିବେ। ଓଡିଶାରେ ସେଥିରୁ ଅଧିକ କିଛି ଘଟୁନାଇଁ।ତା ସତ୍ତ୍ୱେ ମଧ୍ୟ ନବୀନଙ୍କ ଲୋକପ୍ରିୟତାରେ ସାମାନ୍ୟ ଭଟ୍ଟା ପଡୁ ନାହିଁ କାହିଁକି?

ଓଡିଶା ରାଜନୀତିରେ ଗତ ଦୁଇ ଦଶନ୍ଧି ଧରି ଏଇ ଅଳ୍ପ ଶବ୍ଦର ରାଜୁତି ଚାଲିଛି। ବିରୋଧୀ ବୁଝି ପାରୁନାହାନ୍ତି, ଅଳ୍ପ ଶବ୍ଦର ପ୍ରଭାବକୁ କାଟିବା ଲାଗି କି ପ୍ରକାର ପ୍ରୟୋଗ ଦରକାର। ବହୁତ କଥା କହିଲେ, ବହୁ ସମାଲୋଚନାର ବାଟ ବାହାରେ। ତେଣୁ ନବୀନଙ୍କର ମନ୍ତ୍ର ହେଲା, ବହୁତ କମ କହିବା। ମାପିଚୁପି, ଭାବିଛିନ୍ତି କହିବା। ସେ ଯେତେବେଳେ ବିଶ୍ଵକପ ହକିର ଉଦଘାଟନ ଉତ୍ସବରେ “ଆପଣମାନେ ଖୁସି ତ” ବୋଲି ପଚାରିଥିଲେ, ତାର ପ୍ରତିକ୍ରିୟା ଅଭୂତପୂର୍ବ ଥିଲା। ସେ ପ୍ରତିକ୍ରିୟା ନିର୍ବାଚନ ସରିବା ପରେ ମଧ୍ୟ ରହିଛି। ଲୋକ ସେଇ ଧାଡିଏ କଥାରେ ଚୁମ୍ବକ ପରି ଲାଖିକି ରହିଛନ୍ତି। ସେହି କଥାକୁ ନେଇ କମ ବ୍ୟଙ୍ଗ ବିଦ୍ରୁପ ହୋଇନାହିଁ। ଯେତେବେଳେ ବି କିଛି ସରକାରୀ ଅବହେଳା ର ଚିତ୍ର ଆସୁଛି, ନବୀନଙ୍କ ସମାଲୋଚକ ମାନେ ସେ ଧାଡିଟିକୁ ବିଦ୍ରୁପ କରୁଛନ୍ତି। ହେଲେ ଲୋକଙ୍କ ପାଖରେ ନବୀନଙ୍କର କୁହୁକ ଅଦ୍ଭୁତ ଭାବେ କାମ କରୁଛି। କୌଣସି ସମାଲୋଚନା ବା ବିଦ୍ରୁପରେ ତାଙ୍କର ଛବି ମଳିନ ପଡୁ ନାହିଁ।

୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ କୁହୁକ ସାରା ଦେଶରେ କାମ କଲା। ବାକ ଚାତୁରୀରେ ମୋଦୀଙ୍କର ଦକ୍ଷତା ପ୍ରବଳ। ତାଙ୍କ ପଛରେ ଦେଶର ପୂରା ଗଣମାଧ୍ୟମ ର ସମର୍ଥନ ରହିଛି। ଏହାର ଠିକ ଓଲଟା ନବୀନଙ୍କ କ୍ଷେତ୍ରରେ ଘଟିଛି।  କଥା କହିବାରେ ନବୀନ ବେଶ କୃପଣ। ନବୀନଙ୍କ ବିରୋଧରେ ଗରଜିବା ଲାଗି ଓଡିଶାର ଗଣମାଧ୍ୟମରେ ବିଜେପିର ପ୍ରଭାବ କିଛି କମ ନୁହେଁ। ରାଜ୍ୟର ସବୁଠୁ ଲୋକପ୍ରିୟ ଟିଭି ଚାନେଲ ଓ ଟିଭି ଓ ଆଉ କିଛି ଘରୋଇ ଚ୍ୟାନେଲ  ରାଜ୍ୟ ସରକାର ଓ ନବୀନଙ୍କର ଘୋର ବିରୋଧୀ ଭାବରେ ଜଣାଶୁଣା। ଅନ୍ତତଃ କିଛି ସାମ୍ବାଦିକ ଅଛନ୍ତି ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରି ନିରନ୍ତର ଲେଖୁଛନ୍ତି ଓ କହୁଛନ୍ତି। ତା ସତ୍ତ୍ୱେ ମଧ୍ୟ ନବୀନଙ୍କ ଲୋକପ୍ରିୟତାକୁ ସାମାନ୍ୟ କ୍ଷତି ପହଞ୍ଚାଇବାରେ କେହି ସମର୍ଥ ନ ହେବାର କାରଣ କଣ?

ଏମିତି ଦେଖିଲେ ନବୀନ ସରକାରର ବିଫଳତାର ତାଲିକା ବି କିଛି କମ ଲମ୍ବା ନୁହେଁ। ତଥାପି ନବୀନ ଏକ ନମ୍ବର ହୋଇ ରହିଛନ୍ତି ଓ ତାଙ୍କ ପାଖରେ ଦୂର ଦୂର ଯାଏ କେହି ପ୍ରତିଦ୍ବନ୍ଦ୍ବୀ ନାହାନ୍ତି। ଏହା କଣ ଆମ ରାଜନୀତିର ସବୁଠୁ ବଡ ବିଡମ୍ବନା??

 

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.