Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗର୍ଭପାତକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଭାରତରେ ଏହି କାରଣ ପାଇଁ ବୃଦ୍ଧି ପାଉଛି ଗର୍ଭପାତ
ବିଶେଷ ଖବର

ଗର୍ଭପାତକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଭାରତରେ ଏହି କାରଣ ପାଇଁ ବୃଦ୍ଧି ପାଉଛି ଗର୍ଭପାତ

October 18, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାୟୁ ପ୍ରଦୂଷଣ ଦ୍ଵାରା କେବଳ ଦିଲ୍ଲୀ ଏନସିଆର ଅଞ୍ଚଳର ବାୟୁମଣ୍ଡଳ ନୁହେଁ ବରଂ ସାରା ଦେଶର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଏହା କେବଳ ଯେ ମହିଳା, ବୟସ୍କ ବ୍ୟକ୍ତି ଏବଂ ଜନ୍ମିତ ଶିଶୁ ଉପରେ ପ୍ରଭାବ ପକାଏ ତା ନୁହେଁ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ବାୟୁ ପ୍ରଦୂଷଣର ପ୍ରଭାବ ପଡିଥାଏ । ବହୁ ଗର୍ଭସ୍ଥ ଶିଶୁ ପ୍ରଦୂଷଣ ଯୋଗୁଁ ଜନ୍ମ ହେବ ଆଗରୁ ହିଁ ଗର୍ଭ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି। ପ୍ରଦୂଷଣ ଯୋଗୁଁ ମହିଳାଙ୍କଠାରେ ଗର୍ଭପାତ ଭଳି ସମସ୍ୟା ଏବେ ବହୁତ ଦେଖିବାକୁ ମିଳୁଛି।

ଭାରତରେ ପ୍ରତିବର୍ଷ ୧୨.୪ ଲକ୍ଷ ଲୋକ ପ୍ରଦୂଷଣର ଶିକାର ହୋଇଥାନ୍ତି

ଏଇ ନିକଟ ଅତୀତରେ ଜାରି କରାଯାଇଥିବା ଷ୍ଟେଟ ଅଫ ଗ୍ଲୋବାଲ ଏୟାର ୨୦୧୯ ର ତଥ୍ୟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୨.୪ ଲକ୍ଷ ଲୋକ ପ୍ରଦୂଷଣର ଶିକାର ହେଉଛନ୍ତି । ଏହି ଅଧ୍ୟୟନ ଦ୍ଵାରା ଜଣା ପଡିଛି ଯେ ବାୟୁ ପ୍ରଦୂଷଣ ଦ୍ଵାରା କେବଳ ଗର୍ଭପାତ ଭଳି ସମସ୍ୟା ଦେଖିବାକୁ ମିଳେ ତାହା ନୁହେଁ ଏହା ଦ୍ଵାରା ସମୟ ପୂର୍ବରୁ ପ୍ରସବ ଏବଂ କମ ଓଜନର ଶିଶୁ ଜନ୍ମ ଭଳି ସମସ୍ୟା ଦେଖିବାକୁ ମିଳେ ।

୨୮ ଜଣ ମହିଳାଙ୍କ ଉପରେ ହେଲା ପରୀକ୍ଷା

ପ୍ରଥମ ଥର ପାଇଁ ଏକ ପରୀକ୍ଷଣରୁ ଜଣାପଡିଛି ଯେ, ମାର ନିଶ୍ଵାସ ପ୍ରଶ୍ଵାସ ଦ୍ଵାରା ଗର୍ଭସ୍ଥ ଶିଶୁଙ୍କ ନିକଟକୁ ବିଷକ୍ତ କାର୍ବନ କଣିକା ପହଞ୍ଚିପାରେ। ଏହି ବିଷୟକୁ ନେଇ ବେଲଜିୟମ ଏହାକୁ ଅଧିକ ଅଧ୍ୟୟନ କରିଥିଲା। ଏହି ଅଧ୍ୟୟନ ପାଇଁ ଧୂମ୍ରପାନ କରୁ ନ ଥିବା ୨୮ ଜଣ ମହିଳାଙ୍କୁ ଚୟନ କରାଯାଇଥିଲା। ଏଥିରେ ହାଇ ଏମେଜିଙ୍ଗ ଟେକନିକର ବ୍ୟବହାର କରାଯାଇଥିଲା । ଏହି ଟେକନିକ ଦ୍ଵାରା ଗର୍ଭ ନଳୀରେ ଥିବା ନମୁନା ଗୁଡିକୁ ଯାଞ୍ଚ କରା ଯାଇ ପାରିବ । ଏହି ପଦ୍ଧତି ଦ୍ଵାରା କାର୍ବନ କଣିକା ଚମକଦାର କଣିକାରେ ପରିଣତ ହୋଇ ଯାଏ।  ଏହି ପରୀକ୍ଷା ଦ୍ଵାରା ଏହା ଜାଣିବାକୁ ମିଳିଲା ଯେ ମା’ର ନିଶ୍ଵାସ ଜରିଆରେ ଗର୍ଭସ୍ଥ ଶିଶୁ ପାଖକୁ ମଧ୍ୟ କାର୍ବନ କଣିକା ପହଞ୍ଚିପାରେ । ଏହି ପରୀକ୍ଷାରେ ୧୦ ମହିଳା ଯେଉଁମାନେ ରାସ୍ତାର ୫୦୦ ମିଟର ମଧ୍ୟରେ ବସବାସ କରୁଥିଲେ ତାଙ୍କ ପ୍ଲାସେନ୍ତାର କାର୍ବନ କଣିକାର ମାତ୍ରା ଅଧିକା ଥିବାର ଦେଖିବାକୁ ମିଳିଲା। ସେହିପରି ସଡକଠାରୁ ପାଞ୍ଚ ମିଟର ଦୂରରେ ରହୁଥିବା ଗର୍ଭବତୀ ମହିଳାଙ୍କଠାରେ ଏହାର ପରିମାଣ କମ୍‌ ଦେଖିବାକୁ ମିଳିଲା।

ବ୍ଲାକ କାର୍ବନ ହିଁ କ୍ଷତିର କାରଣ

ଆଇଏଇଏମଏର ପୂର୍ବତନ ମହାସଚିବ ଡା ନରେନ୍ଦ୍ର ସୋନିଙ୍କ ଅନୁସାରେ ମା’ର ନିଶ୍ଵାସ ଏବଂ ରକ୍ତ କଣିକା ଦ୍ଵାରା ଗର୍ଭସ୍ଥ ଶିଶୁ ମଧ୍ୟ ପ୍ରଦୂଷଣର ଶିକାର ହେଉଥିବା ତଥ୍ୟର ସତ୍ୟତା ରହିଛି। ଏଥିରେ କୌଣସି ସନ୍ଦେହ ନହିଁ ଯେ ବ୍ଲାକ କାର୍ବନ ଦ୍ଵାରା ଗର୍ଭପାତ, ସମୟ ପୂର୍ବରୁ ପ୍ରସବ ଏବଂ ଶିଶୁଙ୍କ ଦୁର୍ବଳ ଦେହ ଭଳି ସମସ୍ୟା ଦେଖିବାକୁ ମିଳେ । ଏଭଳି ପରିସ୍ଥିତିର ସୁଧାର ପାଇଁ ପ୍ରଦୂଷଣକୁ ରୋକିବା ଜରୁରୀ ବୋଲି ସେ କହିଛନ୍ତି। ତେଣୁ ପରିବେଶକୁ ସବୁଜ ସୁନ୍ଦର ରଖିବା ତଥା ପ୍ରଦୂଷଣ ମୁକ୍ତ ରଖିବା ଏକାନ୍ତ ଜରୁରୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

ଅଗଷ୍ଟରେ କମିବ ବର୍ଷା, ବଢ଼ିବ ତାତି; ଆଇଏମଡିର ପୂର୍ବାନୁମାନରେ ବଢ଼ିଲା ଚିନ୍ତା

August 2, 2026

ଶିକ୍ଷକଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ

August 2, 2026

ରାଶିଫଳ: ଅଗଷ୍ଠ ଦୁଇ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କ ଭାଗ୍ୟଫଳ

August 2, 2026

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.