ରାଜ୍ୟରେ 3 ଲକ୍ଷ 41 ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିବା ଜଣାପଡିଛି । ମଙ୍ଗଳବାର ଦିନ କୃଷି ମନ୍ତ୍ରୀ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଏହି ସରକାରୀ ଯୋଜନାରେ ଅନେକ ସରକାରୀ ଚାକିରିଆ, ନାବାଳକ/ ନାବାଳିକା ଏବଂ ବୃହତ ଚାଷୀ ରହିଥିବା ଜଣାପଡିଛି । ଏହି ତାଲିକାରେ 20 ହଜାର ସରକାରୀ ଚାକିରିଆ ଏବଂ ପେନ୍ସନ୍ ଭୋଗୀ ରହିଥିବା ବେଳେ 12 ହଜାରରୁ ଅଧିକ ବୃହତ ଚାଷୀ ଏହି ସହାୟତା ରାଶି ମିଳିଥିବା ଜଣାପଡିଛି । ଏହା ସହିତ ଆଶ୍ଚର୍ଯ୍ୟଜନକ ଭାବରେ ଏହି ତାଲିକାରେ 9 ହଜାର ନାବାଳକ/ ନାବାଳିକା ସ୍ଥାନ ପାଇଛନ୍ତି । ତାଲିକାରେ ସ୍ଥାନ ପାଇଥିବା ସରକାରୀ ଚାକିରିଆ ଏବଂ ବୃହତ ଚାଷୀଙ୍କୁ ଅର୍ଥ ଫେରସ୍ତ ପାଇଁ ପ୍ରବର୍ତ୍ତାଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ସରକାରୀ ଚାକିରିଆ ଅର୍ଥ ପେରସ୍ତ ନକଲେ ଏହା ଦରମାରୁ କଟାଯିବ ବୋଲି…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ସମଗ୍ର ବିଶ୍ବରେ ୭୧ ପ୍ରତିଶତ ଜଳ ରହିଥିବା ବେଳେ ତନ୍ମଧ୍ୟରୁ ୯୯ ପ୍ରତିଶତ ଜଳ ହେଉଛି ସମୁଦ୍ର ଜଳ ବା ଲୁଣି ପାଣି। ଏହି ଜଳ ସାଧାରଣ ଜୀବନରେ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ହୋଇଥିବା ବେଳେ ବଳକା ଜଳକୁ ଦୂଷିତ କରିବାରେ ମାନବ ସମାଜ ବ୍ୟସ୍ତ। ଜଳ ପ୍ରଦୂଷଣ ବିଭିନ୍ନ କାରଣରୁ ହେଉଥିବା ବେଳେ ଆମ ଦେଶରେ ମୂର୍ତ୍ତି ବିସର୍ଜନ ଏହାର ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଛି। ଭାରତୀୟ ସଂସ୍କୃତିରେ ମୂର୍ତ୍ତି ପୂଜା ଏକ ପାରମ୍ପରିକ ପ୍ରକ୍ରିୟା। ବିଭିନ୍ନ ପୂଜା ପାର୍ବଣ ସମୟରେ ଦେବାଦେବୀଙ୍କ ମୂର୍ତ୍ତିକୁ ପୂଜା କରାଯିବା ସହିତ ଏହାକୁ ନଦୀରେ ବିସର୍ଜନ କରାଯାଏ। ଏହି ବିସର୍ଜିତ ମୂର୍ତ୍ତି ନଦୀ ପାଣିକୁ ପ୍ରଦୂଷିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୂର୍ତ୍ତି ପ୍ରସ୍ତୁତିରେ ବ୍ୟବହୃତ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍, ପୂଜା ସାମଗ୍ରୀ ରୂପେ ବ୍ୟବହୃତ ସୋଲ, ପ୍ଲାଷ୍ଟିକ୍ ଫୁଲ, ଜରି ଏବଂ କପଡା ଭଳି…
ଅକ୍ଟୋବର ୨ ତାରିଖ ଅର୍ଥାତ୍ ଗାନ୍ଧି ଜୟନ୍ତୀଠାରୁ ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍ କରାଯିବ । ସହରାଞ୍ଚଳ ସମେତ ରାଜ୍ୟରେ ବ୍ୟାନ୍ ହେବ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ । ସ୍ବାଧୀନତା ଦିବସ ଦିନ ପ୍ଲାଷ୍ଟିକ ବ୍ୟାନ୍ ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ । ଏଣିକି ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା କଡ଼ାକଡ଼ି ହେବ ବୋଲି ସୂଚନା ରହିଛି ।
ରାଜ୍ୟର ୪୦ଟି ଖଣି ନିଲାମ ହେବାକୁ ଯାଉଛି। ଏହା ମଧ୍ୟରେ ୨୦୨୦ରେ ଅବଧି ସରୁଥିବା ୨୪ଟି ଖଣି ରହିଥିବା ଜଣାପଡିଛି। ୨୪ଟି ଖଣି ପୁନର୍ବାର ନିଲାମ ହେବାକୁ ଯାଉଥିବା ବେଳେ ୧୬ଟି ଖଣି ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ୭ଟି ଖଣିର ନିଲାମୀ ଶେଷ ହୋଇଥିବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ତେଲୁଗୁ ଦେଶମ ପାର୍ଟିର ବରିଷ୍ଠ ନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ବାଚସ୍ପତି କୋଡେଲା ଶିବପ୍ରସାଦ ରାଓଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ । ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ୍ ଆର ଜଗନ ମୋହନ ରେଡ୍ଡୀଙ୍କୁ ରାଓଙ୍କ ମୃତ୍ୟୁ ପାଇଁ ଦାୟୀ କରିବା ସହିତ ସିବିଆଇ ତଦନ୍ତ ଦାବୀ କରିଛନ୍ତି ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଡୁ । ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ରାଓଙ୍କୁ ବାରମ୍ବାର ଅପମାନିତ କରାଯାଉଥିବାରୁ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ ବୋଲି ନାଇଡୁ ଅଭିଯୋଗ କରିଥିଲେ । ରାଓଙ୍କ ବିରୋଧରେ ଅନ୍ୟୁନ 20ଟି ମିଥ୍ୟା ମାମଲା ରୁଜୁ କରାଯାଇଥିଲା ଏବଂ ଅନାବଶ୍ୟକ ଭାବରେ ତାଙ୍କୁ ଗିରଫ କରାଯିବା ସହିତ ଅପମାନିତ କରାଯାଇଥିଲା । ଏହି ମାମଲାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସମ୍ମୁଖକୁ ଆସିବ ବୋଲି ନାଇଡୁ କହିଛନ୍ତି ।
ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଆଜି ଶୁଣାଣି ବେଳେ ସମୟ ମାଗିଛନ୍ତି ଆମିକସ୍ କ୍ୟୁରି, ସଲିସିଟର ଜେନେରାଲ୍। ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍କୋର୍ଟଙ୍କୁ ୨ ସପ୍ତାହ ସମୟ ମାଗିଛନ୍ତି। ପୁରୀଠାରେ ବିକାଶ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦେବାକୁ କୋର୍ଟ ଆମିକସ୍ କ୍ୟୁରିଙ୍କୁ କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ତିନି ତାରିଖରେ ହେବ। ଗତ ୭ ତାରିଖରୁ ଆମିକସ୍ କ୍ୟୁରି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ କାମ ତଦାରଖ କରି ଯାଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 69 ତମ ଜନ୍ମ ଦିବସ ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ସହିତ ତାଙ୍କର ସୁସ୍ଥ ଏବଂ ନୀରୋଗ ଜୀବନ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 130 କୋଟି ଭାରତୀୟଙ୍କ ହୃଦୟରେ ରହୁଥିବା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା, ଆପଣଙ୍କ ନେତୃତ୍ବରେ ଭାରତ ପ୍ରଗତିର ଶିଖରରେ ପହଞ୍ଚୁ ବୋଲି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସାଉଦି ଆରବ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣକୁ ନିନ୍ଦା କରିବା ସହିତ ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ରାତିରେ ଗଣମାଧ୍ୟମ ଅଧିକାରୀଙ୍କୁ ସାକ୍ଷାତକାର ସମୟରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି । ବାହାରିନ୍ର ରାଜକୁମାର ସଲ୍ମାନ ବିନ୍ ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କକ ସହିତ ନିଜ ଓଭାଲ କାର୍ଯ୍ୟାଳୟରେ ଆଲୋଚନା ସମୟରେ ଟ୍ରମ୍ପ ଏହି ସୂଚନା ଦେଇଥିଲେ । ସାଉଦି ଆରବର ତେଲ ଖଣିକୁ ନଷ୍ଟ କରିବା ପାଇଁ ତେହେରାନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ନେଇ ଟ୍ରମ୍ପ କହିଛନ୍ତି । ଆମେରିକା ସର୍ବଦା ଯୁଦ୍ଧଠାରୁ ନିଜକୁ ଦୂରରେ ରଖିବାକୁ ଚାହିଁଥାଏ ମାତ୍ର ଇରାନର ଏହି ପଦକ୍ଷେପ ପରେ କିଛି ପୂର୍ବାନୂମାନ କରିବା କଷ୍ଟ ବୋଲି ଟ୍ରମ୍ପ କହିଛନ୍ତି । ପ୍ରକୃତ ଆକ୍ରମଣକାରୀ କିଏ ତାହା ଜାଣିବା ପାଇଁ ଆମେରିକା ଆଗ୍ରହୀ ବୋଲି ଟ୍ରମ୍ପ କହିଛନ୍ତି । ଇରାନ୍…
ଡିଆରଡିଓର ଏକ ଚାଳକ ବିହୀନ ବିମାନ ଖସିପଡି ଧ୍ବଂସ ପାଇଛି । କୁଡାପୁରାର ଚିତ୍ରଗୁଡା ଜଙ୍ଗଲରେ ଏହି ଘଟଣା ଘଟିଛି । ମଙ୍ଗଳବାର ସକାଳ 7.50 ମିନିଟ୍ ସମୟରେ ଏହି ବିମାନଟି ଧ୍ବଂସ ପାଇଥିଲା । କର୍ଣ୍ଣାଟକର ଚଲକିରିତାଲୁକର ଜୋଡି ଚିକେନ୍ନାଲ୍ଲି ଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଥିଲା । ଦୁର୍ଘଟଣାରେ କୌଣସି କ୍ଷତି ଘଟିନଥିବା ବେଳେ ନିକଟସ୍ଥ ବିଲରେ କାମ କରୁଥିବା କିଛି ଚାଷୀ ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡିଆରଡିଓ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ବିଶ୍ବକର୍ମା ପୂଜା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଭୁ ବିଶ୍ବକର୍ମାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ, କାରୀଗରୀ ଜ୍ଞାନକୌଶଳରେ ଓଡିଶା ଆହୁରି ବିକଶିତ ଓ ସମୃଦ୍ଧ ହେଉ ବୋଲି ନବୀନ ଟ୍ବିଟ୍ କରିଛନ୍ତି ।
ବିଏସ୍ପି ସୁପ୍ରିମୋ ମାୟାବତୀଙ୍କୁ ଝଟ୍କା । ରାଜସ୍ଥାନର 6 ଜଣ ବିଏସ୍ପି ବିଧାୟକ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ବିଧାୟକ ମାନେ କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କରେ ରହିଥିବା ଏହି 6 ବିଧାୟକ ସୋମବାର ବାଚସ୍ପତିଙ୍କୁ ଭେଟି କଂଗ୍ରସରେ ଯୋଗ ଦେବା ନେଇ ସୂଚନା ଦେଇଥିଲେ । ବିଏସ୍ପି ବିଧାୟକ ରାଜେନ୍ଦ୍ର ଗୁଡ୍ଡ, ଯୋଗେନ୍ଦ୍ର ସିଂ ଅଓ୍ବାନା, ଲଖନ୍ ସିଂ ମୀନା, ସନ୍ଦୀପ ଯାଦବ ଏବଂ ଦୀପଚାନ୍ଦ ଖେଇରା କଂଗ୍ରେସରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି । ରାଜ ସ୍ଥାନରେ କଂଗ୍ରେସ 100 ଆସନରେ ବିଜୟୀ ହୋଇଥିବା ବେଳେ ପୂର୍ବରୁ 12 ସ୍ବାଧୀନ ବିଧାୟକ ଦଳରେ ଯୋଗ ଦେଇଥିଲେ । ବର୍ତ୍ତମାନ 6 ବିଏସ୍ପି ବିଧାୟକଙ୍କ ଯୋଗଦାନ ପରେ ଦଳର ସମୁଦାୟ ବିଧାୟକ ସଂଖ୍ୟା 118ରେ ପହଞ୍ଚିଛି ।
କେଦାର ମିଶ୍ର ଭାରତରେ ବୋଧହୁଏ ଅପରାଧୀଙ୍କ ଲାଗି ଦୁଇ ପ୍ରକାର ଆଇନ ରହିଛି! ଗୋଟେ ଆଇନ ସାଧାରଣ ଅପରାଧୀଙ୍କ ପାଇଁ ଓ ଆଉ ଏକ ଆଇନ ଶାସକ ବିଜେପି ଦଳର ଅଭିଯୁକ୍ତ ନେତାମାନଙ୍କ ପାଇଁ। ଅନ୍ତତଃ ଉତ୍ତର ପ୍ରଦେଶର ଦୁଇଟି ଚର୍ଚ୍ଚିତ ଧର୍ଷଣ ଘଟଣାରେ ପୋଲିସ ତଥା ଅଦାଲତର ଗତିବିଧି ଦେଖି ଏମିତି ଏକ ଦୁର୍ଭାଗ୍ୟଜନକ ସିଦ୍ଧାନ୍ତରେ ପହଞ୍ଚିବାକୁ ଆମେ ବାଧ୍ୟ ହେଉଛୁ। ଧର୍ଷଣ ବା ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କର ଅଭିଯୋଗ ମାତ୍ରେ ପୋଲିସ ତୁରନ୍ତ ଅଭିଯୁକ୍ତ ଉପରେ କାର୍ୟାନୁଷ୍ଠାନ ନେବାର ବିଧି ରହିଛି। ଉତ୍ତର ପ୍ରଦେଶରେ କିନ୍ତୁ ଏ ନିୟମ ସରକାରୀ ଦଳର ଅଭିଯୁକ୍ତ ନେତାମାନଙ୍କ କ୍ଷେତ୍ରରେ ଲାଗୁ ହେଉନାହିଁ। ଉନ୍ନାଓ ମାମଲାରେ ବିଜେପି ବିଧାୟକ କୁଳଦୀପ ସେଙ୍ଗର ପୋଲିସ ଓ ଉତ୍ତର ପ୍ରଦେଶ ପ୍ରଶାସନର ଖୋଲା ସମର୍ଥନରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ପୁରା ପରିବାରକୁ ନିପାତ କରିଦେଲେ। ଆଇନର ଲମ୍ବା ହାତ ପୀଡ଼ିତାଙ୍କୁ ସୁରକ୍ଷା ଦେଇ…

