ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର,ଓଡ଼ିଶାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଦେଶ ଗସ୍ତରୁ ଫେରିଛନ୍ତି । ସେ ସେପ୍ଟମ୍ବର ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ଉଗାଣ୍ଡାର ରାଜଧାନୀ କାମ୍ପାଲା ଗସ୍ତ କରିଥିଲେ । କାମ୍ବାଲାରୁ ବାଚସ୍ପତି ଡ. ପାତ୍ର ଏକ ଅଧ୍ୟୟନ ଗସ୍ତରେ ହଙ୍ଗେରୀ, ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ଆଦି ଦେଶ ଗସ୍ତ କରିଥିଲେ । ତାଙ୍କର ଏହି ଗସ୍ତ କାଯ୍ୟକ୍ରମ ସରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଡ. ପାତ୍ରଙ୍କ ସହ ଏହି ବିଦେଶ ଗସ୍ତରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ମଧ୍ୟ ଯାଇଥିଲେ।
Author: Samikhsya Bureau
space for another feet in one of the community Durga puja pandal, Tridhara Sammilani club in the city on the occasion of Maha Navami in Kolkata on Monday
ସମୀକ୍ଷା ବ୍ୟୁରୋ ଆଉ ଗୋଟିଏ ଦିନ ପରେ ଏ ଧରାପୃଷ୍ଟରୁ ମା ନେବେ ବିଦାୟ। ସେଥିପାଇଁ ଦେଶର ସମସ୍ତ ପୂଜା ମଣ୍ଡପ ଚଳଞ୍ଚଳ ହୋଇ ଉଠିଛି। ଶେଷ ଦିନରେ ନେତା ଅଭିନେତା ନେତ୍ରୀ ଅଭିନେତ୍ରୀ ସମସ୍ତେ ମାଙ୍କୁ ଦର୍ଶନ କରିବାରେ ଲାଗିଛନ୍ତି। କେତେକ ସ୍ଥାନରେ ଏମାନେ ଦାଣ୍ଡିଆ ନୃତ୍ୟ କରି ମଧ୍ୟ ନିଜକୁ ଆନନ୍ଦ ଉଲ୍ଲାସରେ ନିଜକୁ ସାମିଲ କରିଛନ୍ତି। ସେମିତି କିଛି ଦୃଶ୍ୟକୁ ତୋଳି ଧରିବାର ଆମର ପ୍ରୟାସ
ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହିଳା ସୁରକ୍ଷିତ ନାହାଁନ୍ତି । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଲୋୟର୍ ପିଏମ୍ଜିର ଲୋକସେବା ଭବନ ନିକଟରେ । ଧାରଣାରେ ବସିଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି । ଉଲ୍ଲେଖଯୋଗ୍ୟ ଯେ, କୋରାପୁଟ ଲମତାପୁଟ ଅଞ୍ଚଳର ୨ ଭଉଣୀ ଲୋୟର ପିଏମଜିରେ ଦୀର୍ଘଦିନ ହେବ ଧାରଣାରେ ବସିଥିଲେ । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ କାଳୁ ନାୟକ ତାଙ୍କ ତମ୍ବୁ ମଧ୍ୟକୁ ଆସି ଦୁର୍ବ୍ୟବହାର କରିଥିଲେ । ଧାରଣାସ୍ଥଳ ନିକଟରେ ଥିବା ପୋଲିସ କ୍ୟାମ୍ପର ପୋଲିସ ପହଞ୍ଚି ଅଭିଯୁକ୍ତ କାଳୁ ନାୟକକୁ ଗିରଫ କରିଥିଲା ।
ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ହେବ ରାବଣ ଦହନ। ସେଥିପାଇଁ ଦେଶର ଅନେକ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣ ପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି। ନଜର ପକାଇବା କେଉଁ ସହରରେ କିପରି ହୋଇଛି ରାବଣ ପୋଡି ପ୍ରସ୍ତୁତି
ଚିକିତ୍ସା ବିଜ୍ଞାନରେ ଚଳିତ ବର୍ଷ ତିନି ଜଣଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ପିଟର ଜେ ରାଟ୍କ୍ଲିଫ୍, ଓ୍ବିଲିୟମ୍ ଜି କେଲିନ୍ ଜୁନିୟର ଏବଂ ଗ୍ରେଗ୍ ଏଲ୍. ସେମେଞ୍ଜାଙ୍କ ନାମ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ପିଟର ଜେ ରାଟ୍କ୍ଲିଫ୍ ଫ୍ରାନ୍ସିସ୍ କ୍ରିକ୍ ବିଶ୍ବବିଦ୍ୟାଳୟ, କେଲିନ୍ ହାଭାର୍ଡ ଏବଂ ସେମେଞ୍ଜା ଜନ୍ସ ହପ୍କିନ୍ସରେ ଅଧ୍ୟାପନା କରନ୍ତି । ମସ୍ତିଷ୍କ ସେଲ୍ ଅମ୍ଲଜାନର ଉପସ୍ଥିତି ଏବଂ ଅନୁପସ୍ଥିତିକୁ ନେଇ କିପରି ପରିଚାଳିତ ହୋଇଥାଏ ଏହା ଉପରେ ଏହି ତିନି ବୈଜ୍ଞାନିକ ଗବେଷଣା କରୁଥିଲେ । ଏହି ଗବେଷଣାକୁ ହିପୋକ୍ସିଆ ନାମରେ ନାମିତ କରାଯାଇଛି ।
ସମୀକ୍ଷା ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ଅଧାରାବଣ କହିଛନ୍ତି। ସୁର କହିଛନ୍ତି ଯେ, ସବୁ ଦଳରେ ରାବଣ ଅଛନ୍ତି। ଓଡିଶା ରାଜନୀତିରେ 2ରୁ 3 ଜଣ ରାବଣ ରହିଛନ୍ତି। କଂଗ୍ରେସରେ ମଧ୍ୟ ଅଛନ୍ତି। ବିଜେଡିରେ ଗୋଟିଏ ରାବଣ। ସେ କେବଳ କର୍ମଚାରୀଙ୍କ ଧରି ଶାସନ କରୁଛନ୍ତି। ନବୀନ ହେଉଛନ୍ତି ଅଧା ରାବଣ। ପୂର୍ବରୁ ସେ ରାମ ଥିଲେ ମଝିରେ ରାବଣ ହେଲେ ପରେ ରାମ ଆଉ ଏବେ ଅଧା ରାବଣ ଅଛନ୍ତି। ସେହିପରି ଧର୍ମେନ୍ଦ୍ରଙ୍କୁ ବିଜେପିର ଅଧାରାବଣ ବୋଲି ଅଭିହିତ କରିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ । ସେହିପରି ରାଜ୍ୟରେ କଂଗ୍ରେସ ମୁଖ୍ୟ ରହିଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ରାମଙ୍କ ସହିତ ତୁଳନା କରିଥିଲେ ସୁର।
କେଦାର ମିଶ୍ର ପଞ୍ଜାବ-ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ ଟଙ୍କା ରଖିଥିବା ହଜାର ହଜାର ଗ୍ରାହକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ନିଜେ ଜମା କରିଥିବା ଟଙ୍କା ଉଠାଇବାକୁ ତାଙ୍କୁ ବାରଣ କରାଯାଇଛି। ସାଧାରଣ କୃଷକ, ଶ୍ରମିକ, ଗୃହିଣୀ ଓ ଛୋଟ ବ୍ୟବସାୟୀ( ଏମାନେ ହିଁ ସମବାୟ ବ୍ୟାଙ୍କ ରେ ସର୍ବାଧିକ ଜମା କରିଥାନ୍ତି) ଏବେ ଜାଣନ୍ତି ନାହିଁ ତାଙ୍କ ଟଙ୍କାର ଭବିଷ୍ୟତ କଣ? ଏହି ବ୍ୟାଙ୍କରେ ଜମାଖାତା ଥିବା ଗ୍ରାହକମାନେ ଅତି ବେଶୀରେ ମାତ୍ର ହଜାରେ ଟଙ୍କା ଉଠାଇ ପାରିବେ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ଦ୍ଦେଶ ଦେଇଛନ୍ତି। ପରେ ତାହାକୁ ଦଶ ହଜାର ଓ ପଚିଶ ହଜାରକୁ ବଢା ଯାଇଛି। ମାତ୍ର ୧୦ ଲକ୍ଷ ଟଙ୍କାର ପୁଞ୍ଜି ନେଇ ୧୯୮୪ରେ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କରେ ଆଜି ସବୁଠୁ ବଡ ଘୋଟାଲା ସମ୍ଭବ ହୋଇଛି। ୨୧ ହଜାର ଜାଲ ଜମାଖାତା ଖୋଲି ରାକେଶ ୱାଧାବନ ଓ ଦେୱାନ ପରିବାରକୁ…
ଝାରସୁଗୁଡ଼ା ପୁଡ଼ାମାଲ ଗାଁରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି । ନିକଟସ୍ଥ ପଡ଼ିଆରୁ ଗଳାକଟା ଅବସ୍ଥାରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖିଥିଲେ । ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ବେକରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି ।
Devotees at Kali Bari – On the occasion of Dhurgastami during Dussehra festival, in Chennai on Sunday.
A girl dressed as the Hindu goddess is seen during the Durga Puja festival in Dhaka, Bangladesh, Oct. 6, 2019. During the five-day Durga Puja festival, the biggest annual Hindu festival, the Goddess Durga is worshipped in her different forms.
Jharkhand Armed Police (JAP) personnel perform Shastra Puja on the occasion of Maha Navami the ninth day of the Navratri celebration in Ranchi on Monday.

