Police personnel stands guard at Mamallapuram where two-day Informal Summit between Prime Minister Narendra Modi and Chinese President Xi Jinping scheduled to be held on 11th and 12 October in Mamallapuram about 55 km from Chennai on Thursday.
Author: Samikhsya Bureau
Activists of Devbhoomi Kashtriya Sangathan Himachal Pradesh being taken away by police while blocking traffic during their demonstration at Chhota Shimla on Wednesday.
ସମୀକ୍ଷା ବ୍ୟୁରୋ ହଠାତ ଦଶହରା ଦିନ ଦେଶର ପ୍ରମୁଖ ଟେଲି ଯୋଗାଯୋଗ କମ୍ପାନୀ ରିଲାଏନ୍ସ ଜିଓ ଘୋଷଣା କଳା ଯେ, ଏଣିକି ଜିଓ ରୁ ଅନ୍ୟ ନେଟୱାର୍କକୁ ଫୋନ କଲେ ମିନିଟ ପିଛା ଗ୍ରାହକଙ୍କୁ ୬ ପଇସା ଦେବାକୁ ପଡିବ। ଏହି ଖବରକୁ ନେଇ କିଛି ରୋଚକ ରିପୋର୍ଟ ଓ ମନ୍ତବ୍ୟ ଦେଖିବାକୁ ମିଳିଛି। କିଛି ଟେଲିଭିଜନ ଚାନେଲ ଙ୍କ ହେଡ ଲାଇନ ହେଉଛି “ମାଗଣା ଯୁଗ ଶେଷ”। ତା ମାନେ ହେଉଛି ଜିଓ କମ୍ପାନୀ ହେଉଛି ଦାତା, ଯିଏ ଭାରତର ଗ୍ରାହକଙ୍କୁ ମାଗଣାରେ ଟେଲିଫୋନ ସେବା ଯୋଗାଇ ଆସୁଥିଲା। ଏହାଠୁ ବଳି ଅସତ୍ୟ ଓ ନିର୍ଲଜ ତଥ୍ୟ ଆଉ କିଛି ନଥାଇ ପାରେ।ଚଳିତ ବର୍ଷ ଜୁନ ଶେଷ ସୁଦ୍ଧା ଜିଓ କମ୍ପାନୀର ଲାଭ ୪୬% ବଢିଛି ଓ ମାତ୍ର ତିନି ମାସରେ ଏହି ଲାଭର ପରିମାଣ ୮୯୧ କୋଟି ଟଙ୍କା ବୋଲି କମ୍ପାନୀର ତଥ୍ୟ କହୁଛି। ଏ ଲାଭ କଣ…
ଆସନ୍ତା ନୂଆବର୍ଷ ତଥା ଜାନୁୟାରୀ 1 ତାରିଖରୁ ସୁରତ ଏବଂ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ହେବ ବୋଲି ଜଣାପଡିଛି । ଏୟାର ଇଣ୍ଡିଆର ଏହି ବିମାନଟି ସପ୍ତାହକୁ ତିନି ଦିନ ଯାତ୍ରା କରିବ ବୋଲି ଜଣାପଡିଛି । ଭୁମବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ବିମାନ ଚଳାଚଳ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏ ନେଇ ଟ୍ବିଟ୍ କରାଯାଇଛି ।
ରାଉରକେଲାରୁ 11 କିଗ୍ରା ସୁନା ଜବତ କରାଯାଇଛି । କେନ୍ଦ୍ରୀୟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଟ୍ରେନ୍ରୁ ଏହି ସୁନା ଜବତ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ ସମୁଦାୟ 110 ଖଣ୍ଡ ସୁନା ପ୍ଲେଟ୍ ଜବତ କରାଯାଇଛି । ରାଜଗାଙ୍ଗପୁର-ଝାରସୁଗୁଡା ମଧ୍ୟରେ ଚଢାଉ କରାଯାଇ ହାଓଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସ୍ରୁ ଏହି ସୁନା ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ଜବତ ସୂନାର ମୂଲ୍ୟ ପ୍ରାୟ 4 କୋଟି ଟଙ୍କା ହେବ ବୋଲି ଜଣାପଡିଛି ।
ମହିଳା ବିଶ୍ବ ବକ୍ସିଂ ଚାମ୍ପିୟନ୍ସିପ୍ର ସେମିରେ ପ୍ରବେଶ କରିଛନ୍ତି ଏମ୍ ସି ମେରୀକମ୍ । ମେରୀକମ୍ 51 କିଗ୍ରା ବର୍ଗରେ ସେମି ଫାଇନାଲ୍ରେ ପ୍ରବେଶ କରିବା ସହିତ ଭାରତ ପାଇଁ ଏକ ପଦକ ସୁନିଶ୍ଚିତ କରିଛନ୍ତି ମଣିପୁରୀ ବକ୍ସର ଏମ୍ସି ମେରୀକମ୍ । କଲମ୍ବିଆର ଇଙ୍ଗ୍ରିଟ୍ ଭାଲେନ୍ସିଆଙ୍କୁ 5-0ରେ ପରାସ୍ତ କରି ସେମିରେ ପହଞ୍ଚିଛନ୍ତି ମେରୀ କମ୍ । ଏହା ସହିତ ମେରୀ ବିଶ୍ବ ଚାମ୍ପିୟନ୍ସିପ୍ରେ ନିଜର ଅଷ୍ଟମ ପଦକ ତଥା ସପ୍ତମ ସ୍ବର୍ଣ୍ଣ ପଦକ ଆଶାରେ ରହିଛନ୍ତି । ମେରୀ କମ୍ଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଖେଳାଳି କବିତା(81 କିଗ୍ରା), ମଞ୍ଜୁ ରାଣୀ(48 କିଗ୍ରା), ଜମୁନ୍ ବୋରୋ (54 କିଗ୍ରା), ଲୋଭିନା ବୋର୍ଗୋହେଁ(69 କିଗ୍ରା ଏହି ଟୁର୍ଣ୍ଣାମେଣ୍ଟର କ୍ବାର୍ଟରରେ ପ୍ରବେଶ କରିଛନ୍ତି ।
ବିଜେପୁର ଭୋଟ ଗ୍ରହଣ ପୂର୍ବରୁ ମୁହଁ ଖୋଲିଛନ୍ତ ବିଜେପି ନେତା ଅଶୋକ ପାଣିଗ୍ରାହୀ। ଆଜି ସେ ଦଳ ଉପର ଅସନ୍ତୋଷ ପ୍ରକାଶ କରିଛନ୍ତି । “ ଦଳ ମୋତେ ଅଣଦେଖା କରୁଛି। କୌଣସି ଦାୟିତ୍ୱ ଦେଉନାହିଁ”, ସାଧାରଣ ନିର୍ବାଚନରେ ମୋତେ କୌଣସି ଦାୟିତ୍ୱ ମିଳିନଥିଲା । ଦଳ ବୋଧେ ମୋତେ ବିଶ୍ୱାସ କରୁନାହିଁ । ଏଥିପାଇଁ ମୁଁ ସନ୍ଦେହରେ ପଡ଼ି ଯାଇଛି ବୋଲି ଅଶୋକ କହିଛନ୍ତି । ସେହିପରି ଦଳଛାଡିବା ପ୍ରସଙ୍ଗକୁ ଗୁଜବ ବୋଲି କହିଛନ୍ତି । ଦଳରେ ଯାହା ଦାୟିତ୍ବ ପ୍ରଦାନ କରାଗଲେ ମୁଁ କରିବା ପାଇଁ ପ୍ରସ୍ତୁତ ବୋଲି ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।
ଜମ୍ମୁ କାଶ୍ମୀର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଧାରା 370 ଉଚ୍ଛେଦ ପରଠାରୁ ପ୍ରଥମ ଥର ପାଇଁ ଗୁରୁବାର ସୁରକ୍ଷା ବ୍ୟବସ୍ଥାରେ ହ୍ରାସ କରାଯିବା ସହିତ ପର୍ଯ୍ୟଟକଙ୍କ ପାଇଁ ଜମ୍ମୁ କାଶ୍ମୀର ସମ୍ପୂର୍ଣ୍ଣ ଭାବରେ ଖୋଲାଯାଇଛି । ଅଗଷ୍ଟ ଦୁଇ ତାରିଖରୁ ସୁରକ୍ଷା କଟକଣା ଜାରି କରାଯିବା ସହିତ ଅମରନାଥ ଯାତ୍ରୀଙ୍କୁ ଫେରାଇ ଅଣାଯାଇଥିଲା । ଏହାର ତିନିଦିନ ପରେ ଉପତ୍ୟାକାରୁ ଧାରା 370 ଉଚ୍ଛେଦ କରାଯାଇଥିଲା । ଏହାପରେ ବିଭିନ୍ନ ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯିବା ସହିତ ପର୍ଯ୍ୟଟକଙ୍କ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ପର୍ଯ୍ୟଟକଙ୍କ ପାଇଁ କଟକଣା ହଟା ଯାଇଥିଲେ ମଧ୍ୟ ରାଜନେତା ମାନଙ୍କୁ ବର୍ତ୍ତମାନ ମଧ୍ୟ ଗୃହବନ୍ଦୀ ଭାବରେ ରଖାଯାଇଛି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ବଡ ଝଟକା ଲାଗିଛି । ଦଳର 26 ଜଣ ନେତାଙ୍କ ସହ 300 କାର୍ଯ୍ୟକର୍ତା ଇସ୍ତଫା ଦେଇଛନ୍ତି । ଟିକେଟ୍ ଆବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ଏହି ନେତା ଓ କର୍ମୀମାନେ ଦଳ ଛାଡିବା ସହ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଅକ୍ଟୋବର ୨୧ରୁ ମତଦାନ ହେବାକୁ ଥିବା ବେଳେ କର୍ମୀଙ୍କ ଇସ୍ତଫା ଶିବସେନାକୁ ଅଡୁଆରେ ପକାଇ ପାରେ । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବା ସହିତ 124 ଆସନରେ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଜେପି 150 ଆସନରେ ପ୍ରତିଦ୍ବନ୍ଦିତା କରୁଛି । ପୂର୍ବରୁ ଉତ୍ତର ମୁମ୍ବାଇରେ ମଧ୍ୟ ଆସନ ଆବଣ୍ଟନକୁ ନେଇ 300 ଶିବସେନା କର୍ମୀ ଇସ୍ତଫା ପ୍ରଦାନ କରିଥିଲେ ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରୁ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ଦ୍ବିତୀୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି । ପୁନେର ଏମ୍ସିଏ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି 16 ଓଭର ଶେଷ ସୁଦ୍ଧା 1 ଓ୍ବିକେଟ ବିନିମୟରେ 53 ରନ୍ ସଂଗ୍ରହ କରିଛି । ଗତ ମ୍ୟାଚ୍ର ଶତକ ହାସଲକାରୀ ରୋହିତ ଶର୍ମା ମାତ୍ର 14 ରନ୍ କରି ରବାଡାଙ୍କ ଶିକାର ହୋଇଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ 26 ରନ୍ କରି ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ହନୁମା ବିହାରୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଖେଳା ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେନ୍ ପିଟ୍ଙ୍କ ସ୍ଥାନରେ ଆନିର୍ଚ ନୋର୍ଜେଙ୍କୁ ସାମିଲ କରାଯାଇଛି ।
ପୁରୀ ସମୁଦ୍ର ବେଳାଭୂମିରେ ଭାସି ଯାଉଥିବା ଜଣେ ମହିଳାଙ୍କୁ ଲାଇଫ୍ଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି । ଲାଇଫ୍ ଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଥିବା ମହିଳାଙ୍କ ନାମ ଲୀଳାବତୀ ସାହୁ । ସେ ଭଦ୍ରକ ତିହିଡି ଅଞ୍ଚଳର ଲୀଳାବତୀ ପୁରୀ ଭ୍ରମଣ ପାଇଁ ଆସିଥିବା ବେଳେ ଦକ୍ଷିଣ ସ୍ୱର୍ଗଦ୍ୱାର ବେଳାଭୂମିରେ ପରିବାର ଲୋକଙ୍କ ସହିତ ସମୁଦ୍ରରେ ଗାଧୋଉଥିଲେ । ଜୁଆର କାରଣରୁ ଭାସି ଯାଉଥିବା ବେଳେ ତୁରନ୍ତ ଦୁଇ ଜଣ ଲାଇଫ୍ଗାର୍ଡ କର୍ମଚାରୀ ଜି. ଚକ୍ରଧର ଓ କେ. ଅଜିତ ପାଣିକୁ ଡେଇଁ ଲୀଳାବତୀଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ସେ ସୁସ୍ଥ ଅଛନ୍ତି ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ବିଭିନ୍ନ ସିଆରପିଏଫ୍ କ୍ୟାମ୍ପ ଉପରେ ଡ୍ରୋନ୍ କ୍ୟାମେରା ଉଡ଼ୁଥିବା ପୁଲିସ୍ ସନ୍ଦେହ କରୁଛି । ଗତ କିଛି ଦିନ ହେଲେ ମଧ୍ୟରାତ୍ରିରେ ସିଆରପିଏଫ୍ କ୍ୟାମ୍ପ ଉପରେ ଜୁଳିଜୁଳିଆ ପୋକ୍ ଭଳି ଆଲୋକ ଦେଖାଯାଉଛି । ଯାହାକି ସ୍ଥାନୀୟ ପୁଲିସ୍କୁ ଚିନ୍ତାରେ ପକାଇ ଦେଇଛି । ଏହା ନକ୍ସଲଙ୍କ ଡ୍ରୋନ କ୍ୟାମେରା ବୋଲି ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ପୁଲିସ୍ ତତ୍ପରତା ପ୍ରକାଶ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।
Artists performing Ram Sita Milan episode at Lav Kush Ramleela in New Delhi on Wednesday UNI PHOTO-76U
Ace shuttler P V Sindhu waiting for road show on the way to the venue of official reception here organised to felicitate her for having won the World badminton championships recently, in Thiruvananthapuram on Wednesday.UNI PHOTO-61U
Streets flooded with water after the torrential rain in Kolkata on Wednesday. UNI PHOTO CAL 3
ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କୋରାପୁଟ, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସକାଳ 10ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।
କେଦାର ମିଶ୍ର ରଫାଲ ଆସୁଛି। ରଫାଲ ଆସିବାର କଥା ଆଜିର ନୁହଁ, ଗତ କୋଡିଏ ବର୍ଷ ତଳର। ସେନାବାହିନୀରେ ନୂଆ ଓ ଅତ୍ୟାଧୁନିକ ଲଢୁଆ ବିମାନ ସାମିଲ ହେବାର ପ୍ରକ୍ରିୟା, ଏକ ନିୟମିତ ସାମରିକ ପ୍ରକ୍ରିୟା। ୧୯୬୧ରେ ପ୍ରଥମ ଲଢୁଆ ଜେଟ ବିମାନ ଭାବରେ ମିଗ-୨୧ ଆମେ ତତ୍କାଳୀନ ସୋଭିଏତ ଋଷିଆ ରୁ କିଣିଥିଲୁ। ୧୯୬୧ ରୁ ଆଜି ଯାଏ ବହୁମୂଖୀ ଲଢୁଆ ବିମାନ ଭାବରେ ମିଗ-୨୧, ମିଗ-୨୯,ସୁଖୋଇ ସୁ-୩୦, ତେଜସ, ମିରାଜ-୨୦୦୦ ଓ ରଫାଲ ଆମ ସେନା ବାହିନୀରେ ସାମିଲ ହୋଇଛି। ପ୍ରଥମରୁ ଆମେ ଋଷିଆ ରୁ ଲଢୁଆ ବିମାନ କିଣୁଥିବା ବେଳେ ମିରାଜ ଓ ରଫାଲ ଫ୍ରାନ୍ସ ରୁ କିଣିଛୁ। ନିରନ୍ତର ଓ ନିୟମିତ ପ୍ରକ୍ରିୟାରେ ସେନା ବାହିନୀରେ ଅସ୍ତ୍ର ଶସ୍ତ୍ର କିଣା ହୁଏ।ତେବେ ଯୁଦ୍ଧ ବିମାନ କିଣାକୁ ନେଇ ରାଜନୀତି ଗୋଟେ ନୂଆ କଥା। ଏପରିକି ଦେଶର ପ୍ରତିରକ୍ଷା ମନ୍ତ୍ରୀ ନୂଆ କାର କିଣିବାକୁ ଗଲା ଭଳି…
ସମୀକ୍ଷା ବ୍ୟୁରୋ ମାଉଣ୍ଟ ଆବୁରେ ଆୟୋଜିତ ଏକ ଉତ୍ସବରେ ଓଡିଶାର ବିଶିଷ୍ଠ ସମାଜ ସେବି ମାନସୀ ପ୍ରଧାନଙ୍କୁ ମିଳିଛି ଗାର୍ଡିୟାନସ ଅଫ ହ୍ୟୁମାନିଟ ସମ୍ମାନ। ବ୍ରହ୍ମା କୁମାର ଗ୍ଲୋବାଲ ସମିଟରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି କେନ୍ଦ୍ର ଆଇନି ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି ସମିଟରେ 140ଟି ଦେଶରୁ 25 ହଜାର ଡେଲିଗେଟ୍ସ ଯୋଗ ଦେଇଥିଲେ। ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବ୍ରହ୍ମାକୁମାରୀ ସଂସ୍ଥା ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ମାନସୀ ନୂଆଦିଲ୍ଲୀରେ ନିର୍ଭୟା ସେନା ନାମିତ ଏକ ଅନୁଷ୍ଠାନ ଗଠନ କରି ଅସହାୟ ମହିଳାମାନଙ୍କ ପାଇଁ କାମ କରୁଛନ୍ତି। ମାନସୀ ପୂର୍ବରୁ ଅକ୍ସଫୋର୍ଡ ୟୁନିଭର୍ସିଟି ତରଫରୁ ଦୀକ୍ଷାନ୍ତ ଭାଷଣ ଦେବା ପାଇଁ ସୁଯୋଗ ମିଳିଥିଲା। ଏଥିସହିତ ରାଣୀ ଲକ୍ଷ୍ମୀବାଇ ସମ୍ମାନ ସହିତ ବହୁ ସମ୍ମାନର ଅଧିକାରୀ ସେ ହୋଇଛନ୍ତି। ମାନସୀ ପୂର୍ବରୁ ଜାତୀୟ ମହିଳା କମିଶନରେ ଜଣେ ସଦସ୍ୟା ଭାବେ କାର୍ଯ୍ୟ କରିଥିଲେ। ସେତେବେଳେ ସେ…
ସମୀକ୍ଷା ବ୍ୟୁରୋ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ କରିବା ବିରୁଦ୍ଧରେ ଆସନ୍ତା କାଲି ବିଜେପି ପକ୍ଷରୁ ରାଜଭବନ ଆଗରେ ଧାରଣା ଦିଆଯିବ। ଏଥିସହିତ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଚାରି ଗୋଟି ପ୍ରସଙ୍ଗ ନେଇ ଆସନ୍ତାକାଲି ରାଜଭବନ ଆଗରେ ଧାରଣା ଦିଆଯିବ । ସେଗୁଡିକ ହେଲା (୧) ପ୍ରଧାନମନ୍ତ୍ରୀ ଆବାସ ଯୋଜନାକର ନାଁ କାଟି ରାଜ୍ୟସରକାର ବିଜ୍ଜୁ ପକ୍କାଘର କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ୨୦୧୮ ସର୍ଭେ ଅନୁଯାୟୀ ୪ ଲକ୍ଷ ଘରର କାର୍ଯ୍ୟଦେଶ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ବଣ୍ଟନ କରି ଗାଇଡ ଲାଇନ ଅନୁଯାୟୀ କାର୍ଯ୍ୟାଦେଶ ହେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକ ଲଗାଯିବାର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟସରକାର ଏହାକୁ…
ସମୀକ୍ଷା ବ୍ୟୁରୋ ବେଶ୍ କିଛିଦିନ ଧରି ରିଲାଏନସ ଜିଓ ମାଗଣା ସେବା ଯୋଗାଇବା ପରେ ଏବେ ପଇସା ଦେବାକୁ ଆରମ୍ଭ କଲା ଯୋଜନା। ତେବେ ସବୁବେଳେ ନୁହେଁ। ଯଦି ଆପଣ ଜିଓ ଫୋନରୁ ଅନ୍ୟ କୌଣସି କଂପାନୀ ଫୋନକୁ ଫୋନ କଲେ ଗଣିବେ ପଇସା। ପ୍ରତି ଏକ ମନିଟରେ 6 ପଇସା ପଡିବ ବୋଲି ଆଜି ଜିଓ ତରଫରୁ ଘୋଷଣା କରାଯାଇଛି। ତେବେ ଜିଓ ଚାଲାକ କରି ଏହି ପଇସାରେ ଆପଣଙ୍କୁ ଡାଟା ଯୋଗାଇବ ବୋଲି କହିଛି। ଅର୍ଥାତ ଆପଣ ଅନ୍ୟ ମୋବାଇଲ ସେବା କଂପାନୀ ଫୋନକୁ ଫୋନ କଲେ ମାସରେ ଯେତେ ପଇସା ପଡିବ ସେତିକି ଡାଟା ଆପଣଙ୍କୁ ମିଳିଯିବ। ତେବେ ଆପଣ ଅନ୍ୟ କଂପାନୀ ମୋବାଇଲକୁ କଲ କରିବାକୁ ହେଲେ ଆପଣଙ୍କୁ ଆସନ୍ତାକାଲିଠାରୁ ଏକ IUC ଟପଅପ ପକାଇବାକୁ ପଡିବ। ସେହି ଟପଅପରେ ଯେ ପର୍ଯ୍ୟନ୍ତ ପଇସା ଥିବା ସେ ପର୍ଯ୍ୟନ୍ତ ଆପଣ କଥା ହେବେ। ଏହାଦ୍ବାରା ଜିଓ…

