Author: Samikhsya Bureau

ବିଜେପୁର ଉପ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ଷ୍ଟାର କ୍ୟାମ୍ପେନର ଧର୍ମେନ୍ଦ୍ର ପ୍ରଧାନ । ଗାଇସିଲଟରେ ନିଜର ନିର୍ବାଚନୀ ସଭା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ହାତ ଧରି 6 ମାସ ମଧ୍ୟରେ ଛାଡିଦେବା ଠିକ୍‌ ହୋଇନି ବୋଲି ଧର୍ମେନ୍ଦ୍ର ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା ବିଜେପୁରବାସୀଙ୍କ ଭୁଲ ଥିଲା କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର ବାସୀଙ୍କ ଦାୟିତ୍ବ ନେବେ ବୋଲି କହିଥିଲେ ମାତ୍ର କି ଦାୟିତ୍ବ ନେଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ଚାହିଁଥିଲେ ହିଞ୍ଜିଳି ଆସନରୁ ମଧ୍ୟ ଇସ୍ତଫା ପ୍ରଦାନ କରି ପାରିଥାନ୍ତେ ବୋଲି କହିଛନ୍ତି । ସେହିପରି କାଳିଆ ଯୋଜନାରେ ବିଧାୟକଙ୍କ ପତ୍ନୀ ଓ ନେତା ରହିଥିବା ବେଳେ ଚାଷୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି । ବିଜେପି…

Read More

ଖୋର୍ଦ୍ଧା ଜିଲ୍ଲାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଖୋର୍ଦ୍ଧାର ପୋଡ଼ାଡିହ ଗ୍ରାମପଞ୍ଚାୟତର ଲେଖନପୁର ଗାଁରୁ ଲକ୍ଷାଧିକ ଟଙ୍କାର ବିସ୍ପୋରକ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ବାଣ ପ୍ରସ୍ତୁତକାରୀ ଗୌରାଙ୍ଗ ପଟ୍ଟନାୟକଙ୍କୁ ପୁଲିସ୍ ଗିରଫ କରିଛି । ଦୀପାବଳି ପୂର୍ବରୁ ଲେଖନପୁର ଗାଁରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରିବାପାଇଁ ବିସ୍ପୋରକ ସାମଗ୍ରୀ ମହଜୁଦ ଥିବା ଖବର ପାଇ ପୁଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମସ୍ତ ବିସ୍ପୋରକ ସାମଗ୍ରୀ ଶିବକାଶୀରୁ ଆସିଥିବା ଜଣାପଡ଼ିଛି ।

Read More

ନରଓ୍ବେର ନୋବେଲ କମିଟି ପକ୍ଷରୁ 2019 ବର୍ଷ ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମଦ୍‌ ଅଲୀଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ନିମନ୍ତେ ଘୋଷଣା କରାଯାଇଛି । ଶୁକ୍ରବାର ଘୋଷଣା କରାଯାଇଥିବା ଏହି ତାଲିକାରେ ଆବି ଅହମ୍ମଦଙ୍କ ନାମ ଘୋଷଣା କରାଯାଇଛି । ପଡୋଶୀ ରାଷ୍ଟ୍ର ଏରିଟ୍ରି ସହିତ ସୀମାକୁ ନେଇ ଲାଗି ରହିଥିବା ଯୁଦ୍ଧ ସମାପ୍ତ କରିଥିବାରୁ ଆବି ଅହମ୍ମଦଙ୍କ ନାମ ଘୋଷଣା କରାଯାଇଛି । 1998ରୁ 2000 ମଧ୍ୟରେ ଏରିଟ୍ରି ସହିତ ସୀମାକୁ ନେଇ ଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ସମାପ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ପୁରସ୍କାର ପାଇଁ ପରିବେଶବିତ୍‌ ଗ୍ରେଟା ଥନବର୍ଗଙ୍କୁ ପଛରେ ପକାଇ 100 ତମ ନୋବେଲ ଶାନ୍ତି ପୁରସ୍କାର ହାସଲରେ ସଫଳ ହୋଇଥିଲେ ଆବି ଅହମ୍ମଦ । ଆସନ୍ତା ଡିସେମ୍ବର ମାସରେ ଓସ୍‌ଲୋରେ ଏହି…

Read More

କେଦାର ମିଶ୍ର ରଫାଲର ଲେମ୍ବୁ ପୂଜା ବିଷୟରେ ଲେଖିବା ବେଳେ ଦୁଇ ଦିନ ତଳେ ଆମେ ଲେଖିଥିଲୁ- “ତେବେ ପାକିସ୍ତାନ କିଛି କମ ପୂଜା ପାଠରେ ବିଶ୍ଵାସୀ ନୁହଁ। ତାଙ୍କ ମନ୍ତ୍ରୀମାନେ ବି ତାବିଜ, ଟୁଣୁ ଟୁଣୁକା ରେ ବିଶ୍ଵାସ କରନ୍ତି। ରଫାଲ ତିଆରି କରିଥିବା “ଦାସଲ୍ଟ” କମ୍ପାନୀରୁ ପାକିସ୍ତାନ ମଧ୍ୟ ମିରାଜ-୩ ଓ ମିରାଜ-୫ ବିମାନ କିଣିଛି। ଏବେ ଚୀନ ପାଖରୁ ପାକିସ୍ତାନ କିଛି ଲଢୁଆ ବିମାନ କିଣିବାର ଯୋଜନା କରୁଛି। ସେଠିକି ସେମାନେ ମଧ୍ୟ ମୌଲବୀ ନେଇ ତାବିଜ ବାନ୍ଧିବାକୁ ଯିବେ”। ତେବେ ଏ ଲେଖା ପଢି ମୁଣ୍ଡ ନଥିବା ଭକ୍ତମାନେ ହଠାତ ଆମ ପାଖକୁ “ପାକିସ୍ତାନ ଚାଲି ଯାଅ’ ବୋଲି ତାଙ୍କର ଚିରାଚରିତ ପ୍ରଳାପ ଆରମ୍ଭ କରିଥିଲେ। ତେବେ ସେହି ଭକ୍ତଙ୍କ ପାଇଁ ପାକିସ୍ତାନ ସେନାବାହିନୀର ଗୋଟେ ଭଲ ବାର୍ତ୍ତା ଆସିଛି। ରାଜନାଥ ସିଂ ରଫାଲ ପୂଜା କରିବାକୁ ପାକିସ୍ତାନ ସେନା ବାହିନୀ ଉଚ୍ଛ୍ଵସିତ ପ୍ରଶଂସା କରିଛି।…

Read More

ଲୋକଙ୍କଠାରୁ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ବିଷୟରେ ଜାଣିବା ଲାଗି ରାଜ୍ୟ “ଫାଇଭ ଟି” ସଚିବ ଭି.କାର୍ତ୍ତିକ ପାଣ୍ଡିଆନ ସିଧାସଳଖ ଲୋକଙ୍କ ସହ କଥା ହେବା ଆରମ୍ଭ କରିଛନ୍ତି। ଗତକାଲି ମାଲକାନଗିରି ଓ କୋରାପୁଟ ଗସ୍ତ କରିବା ପରେ ଆଜି ସେ ଅଚାନକ ବୌଦ୍ଧରେ ପହଞ୍ଚି ଆହାର କେନ୍ଦ୍ରରେ ଲୋକଙ୍କ ସହ ଠିଆ ହୋଇ ଖାଇଥିଲେ। ଆହାର କେନ୍ଦ୍ରରେ ଦିଆ ଯାଉଥିବା ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଓ ବ୍ୟବହାର ବିଷୟରେ ସେ ଲୋକଙ୍କଠାରୁ ପଚାରି ବୁଝିଥିଲେ।

Read More

ଭାରତୀୟ ଅଧିନାୟକ ବିରାଟ କୋହଲି ଡନ୍‌ ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ବିରାଟ କୋହଲି ୧୯୪ ରନ୍‌ରେ ଅପରାଜିତ ରହି ବ୍ୟାଟିଂ କରୁଛନ୍ତି। ଏହି ଇନିଂସ ସହିତ କୋହଲି ଆଉ ଏକ ରେକର୍ଡ ବୁକ୍‌ରେ ନିଜର ନାମ ସାମିଲ କରିଛନ୍ତି। ଅଧିନାୟକ ଭାବରେ ସର୍ବାଧିକ ୧୫୦ ରନ୍‌ ସ୍କୋର କରିବା ତାଲିକାରେ ବିରାଟ କୋହଲି ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଧିନାୟକ ଭାବରେ ବ୍ରାଡମ୍ୟାନ୍‌ ୮ ଥର ୧୫୦ ରନ୍‌ ସ୍କୋର କରିଥିବା ବେଳେ କୋହଲି ୯ ଥର ୧୫୦ରୁ ଅଧିକ ରନ୍‌ ସ୍କୋର କରିବାରେ ସଫଳ ହୋଇଛନ୍ତି।

Read More

ବିଜେପୁର ଉପ ନିର୍ବାଚନକୁ ନେଇ ମତ ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ବିଜେପୁରରେ ଏବେ ଚାଲିଛି ହାଇଭୋଲଟେଜ୍‌ ପ୍ରଚାର ଚାଲିଥିବା ବେଳେ ବିଜେଡିର ଭୋଟ କମିବା ନେଇ ପୂର୍ବାନୁମାନ ଲଗାଇଛନ୍ତି ପ୍ରମିଳା ମଲ୍ଲିକ । ଦଳର ମୁଖ୍ୟ ସଚେତକ ରହିଥିବା ମଲ୍ଲିକ 22 ହଜାର ଭୋଟ କମିବ ମାତ୍ର ଦଳ 35 ହଜାରରୁ ଅଧିକ ବ୍ୟବଧାନରେ ଜିତିବବୋଲି ପ୍ରମିଳା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରି ପ୍ରମିଳା କହିଛନ୍ତି ସେ ଯେତେ ପ୍ରଚାର କଲେ ବି କିଛି ଫରକ୍‌ ପଡ଼ିବନି ।

Read More

ପଞ୍ଚାନନ କାନୁନଗୋ ଅନେକ ବିଶେଷତ୍ୱରେ ପରିପୂର୍ଣ୍ଣ ଗାନ୍ଧିଜୀଙ୍କର ସରଳ ଜୀବନଚର୍ଯ୍ୟା, ସରଳ ବାକ୍ୟବିନ୍ୟାସ, ସରଳ ଓ ସୁମଧୁର ବାର୍ତ୍ତା ଭିତରେ ଗୋଟିଏ ସରଳ ପ୍ରାର୍ଥନା ଥିଲା । ଏହି ପ୍ରାର୍ଥନା ରାମଧୁନ ଆବାଳ ବୃଦ୍ଧବନିତା ନିର୍ବୋଧତାର ଉଚ୍ଚାରଣ ମାଧ୍ୟମରେ ‘ମଲା’ ‘ମଲା’ ରୁ ରାମର ପରିଚୟ ହୃଦଗତ କରିବେ । କାରଣ ଏଥିରେ ସୁବିସ୍ତୃତ ବାର୍ତ୍ତା ଅତି ସରଳ ଭାବେ ବର୍ଣ୍ଣନା ହୋଇଥିଲା । ରାମଧୁନ୍ ସଂବିଧାନ ଗୃହୀତ ଜାତୀୟ ସଂଗୀତ ନୁହେଁ । ତେବେ ଏହା ମାନବ ଜାତିର ସଂଗୀତ । ଯେଉଁଥିରେ ସଂକୀର୍ଣ୍ଣ ଧର୍ମାନ୍ଧତା ନଥିଲା, ହେଲେ ମାନବବାଦୀ ଆଧ୍ୟାତ୍ମିକ ଚେତନାର ଭରପୁର ବାର୍ତ୍ତା ଥିଲା । ଏଥିରେ ରାଷ୍ଟ୍ର-ରାଷ୍ଟ୍ରନାୟକ ଉଭୟର ରୂପ ଗୋଟିଏ ପ୍ରତୀକ ରାଜା ରାମ୍ ଠାରେ ହିଁ ଦୃଶ୍ୟମାନ ହେବାର ଅଭିପ୍ରାୟ ଓ ବାର୍ତ୍ତା ଥିଲା । ଶକ୍ତି ଓ ପୁରୁଷାକାରର ସମ୍ମିଶ୍ରଣର ରାଷ୍ଟ୍ରକର୍ତ୍ତାଭାବେ ‘ସୀତାରାମ’ଙ୍କୁ ଉପସ୍ଥାପିତ କରାଯାଇଥିଲା । ରାଜା-ରାଷ୍ଟ୍ର-ପ୍ରଜା-ନାଗରିକ ଉଭୟଙ୍କ ପାଇଁ…

Read More

କେନ୍ଦୁଝର ସରକାରୀ ଅର୍ଥ 23 ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ସରପଞ୍ଚ ଗିରଫ ହୋଇଛନ୍ତି । ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫେରାର ହୋଇଯାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ପାଇଁ ଆସିଥିବା ଏହି ଅର୍ଥକୁ ଆତ୍ମସାତ କରାଯାଇଥିବାର ଅଭିଯୋଗ ଆସିବା ପରେ ଘଟଗାଁ ଥାନାରେ ବିଡ଼ିଓ ଅଭିଯୋଗ କରିଥିଲେ । ପିପିଳିଆ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ନାୟକଙ୍କୁ ଘଟଗାଁ ଥାନା ଗିରଫ କରିଛି । ଘଟଣାର ଅନ୍ୟତମ ଅଭିଯୁକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଫେରାର ହୋଇଥିବା ସୂଚନା ମିଳିଛି ।

Read More

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ପୁନର୍ବାର ଗିରଫ ହୋଇଛନ୍ତି । ଚୌଧୁରୀ ଚିନି କଳ ଦୁର୍ନୀତି ମାମଲାରେ ଗିରଫ ହେବା ସହିତ ନଓ୍ବାଜଙ୍କୁ 14 ଦିନିଆ ରିମାଣ୍ଡରେ ନେବାକୁ ଶୁକ୍ରବାର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ଶରିଫ୍‌ଙ୍କୁ ଲାହୋର ସ୍ଥିତ ଜେଲକୁ ପଠାଯାଇଛି । ଚିନି କଳର ଅଂଶଧନ ବିକ୍ରିରେ ଶରିଫ୍‌ ପରିବାରର ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା । ଏନ୍‌ଏବି ପକ୍ଷରୁ ତଦନ୍ତ କରାଯାଇ ଅର୍ଥ ହେରଫେର ମାମଲାରେ ଶରିଫ୍‌ ଏବଂ ତାଙ୍କ ଝିଅ ମରିୟମ୍‌ ଶରିଫ୍‌ଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ମରିୟମଙ୍କ ନିକଟରେ ଏହି କମ୍ପାନୀର 1.2 କୋଟି ଅଂଶଧନ ରହିଛି ।

Read More

ଦିଲ୍ଲୀ ସରକାରଙ୍କ ଡେଙ୍ଗୁ ଅଭିଯାନରେ ସହାୟତା କାରଣରୁ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ରାଜଧାନୀ ଦିଲ୍ଲୀରେ ଡେଙ୍ଗୁ ଭୟଙ୍କର ଅବସ୍ଥା ସୃଷ୍ଟି କରିଥିବା ବେଳେ ବିଗତ ଏକ ବର୍ଷ ଧରି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିଲା । ବିଗତ 6 ମାସ ହେବ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଏହି ଅଭିଯାନର ଅଂଶ ହେବା ସହିତ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟିର ଉଦ୍ୟମ କରୁଛନ୍ତି । ସେହ୍ବାଗଙ୍କ ଏହି ଉଦ୍ୟମ କାରଣରୁ କେଜ୍ରିଓ୍ବାଲ ଶୁକ୍ରବାର ଦିନ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Read More

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ଦୃଢ ସ୍ଥିତିରେ ରହିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଶତକ ହାସଲ କରି ବ୍ୟାଟିଂ କରୁଥିବା ବେଳେ ଦଳ ତିନି ଓ୍ବିକେଟ ବିନିମୟରେ 356 ରନ୍‌ ସଂଗ୍ରହ କରିଛି । ପ୍ରଥମ ଦିନରେ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ ସହାୟତାରେ ଭାରତ 273/3 ସଂଗ୍ରହ କରିଥିବା ବେଳେ ଦିନର ଆରମ୍ଭରୁ ରାହାଣେ ଏବଂ କୋହଲି ସତର୍କତାର ସହିତ ବ୍ୟାଟିଂ କରିଥିଲେ । କୋହଲି 183 ବଲ୍‌ର ସମ୍ମୁଖୀନ ହୋଇ 16 ଚୌକା ସହାୟତାରେ 103 ରନ୍‌ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ (58)ଙ୍କ ସହିତ ଅବିଭାଜିତ 156 ରନ୍‌ ଯୋଡିଛନ୍ତି । ଦ.ଆଫ୍ରିକା ପକ୍ଷରୁ ରବାଡା 3ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

Read More

ଉତ୍ତର ପ୍ରଦେଶରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 7 ଜଣ ତୀର୍ଥଯାତ୍ରୀଙ୍କର ପ୍ରାଣହାନି ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ନରୋରାରେ ଏହି ଦୁର୍ଘଟଣା ଘଟିଛି । ଏକ ବସ୍‌ ଧକ୍କା ଦେବାରୁ 4 ଜଣ ମହିଳା ଏବଂ ତିନି ଜଣ ଯୁବତୀଙ୍କ ପ୍ରାଣହାନି ଘଟିଥିବା ନେଇ ପୋଲିସ୍‌ କମିସନର ସନ୍ତୋଷ କୁମାର ସୂଚନା ଦେଇଛନ୍ତି । ଏହି ତୀର୍ଥଯାତ୍ରୀ ମାନେ ବୈଷ୍ଣୋଦେବୀରୁ ଫେରୁଥିବା ବେଳେ ରାସ୍ତାର ଅନ୍ୟ ପାର୍ଶ୍ବରେ ଶୋଇଥିଲେ । ଏହି ସମୟରେ ବସ୍‌ ମାଡିଯିବାରୁ 7 ଜଣଙ୍କ ଦେହାନ୍ତ ହୋଇଥିଲା । ମୃତକଙ୍କ ନାମ ହେଉଛି ଫୁଲମତୀ(65), ମାଳା ଦେବୀ(32), କଳ୍ପନା(3), ସାବିତ୍ରୀ(35), ଯୋଗିତା(5) ଏବଂ ରେଣୁ(22) ।

Read More

ରାନବାକ୍ସି ପ୍ରମୋଟର ଶିବିନ୍ଦର ସିଂ ଏବଂ ମାଲବିନ୍ଦର ସିଂଙ୍କୁ ଗିରଫ କରାଯାଇଛି । 740 କୋଟିର ଅର୍ଥ ହେରଫେର ମାମଲାରେ ଏହି ରାନବାକ୍ସିର ଦୁଇ ପୂର୍ବତନ ପ୍ରମୋଟରଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଉଭୟଙ୍କୁ ପଞ୍ଜାବର ଲୁଧିଆନା ସ୍ଥିତ ବାସଭବନରୁ ଇଡି ପକ୍ଷରୁ ଗିରଫ କରାଯାଇଛି । ଜାପାନିଜ୍‌ ଫାର୍ମ ଡାଇଚି ସାଙ୍କ୍ୟୋକୁ ରାନବାକ୍ସି ବିକ୍ରୟ କରିବା ସମୟରେ ଏହି ଦୁଇ ଜଣ 740 କୋଟି ଟଙ୍କାର ଅର୍ଥ ହେରଫେର କରିଥିବାର ଅଭିଯୋଗ ଆସିଥିଲା ।

Read More

ଭାରତର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌ ଏକ୍ସପ୍ରେସ୍‌ର ସଫଳତା ପରେ କେନ୍ଦ୍ର ସରକାର ଅଧିକ ଟ୍ରେନ୍‌ର ଘରୋଇକରଣ କରିବାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ସରକାର 50 ଟି ରେଳ ଷ୍ଟେସନ୍‌ ଏବଂ 150ଟି ଟ୍ରେନ୍‌ର ଘରୋଇକରଣ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି । ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ସଚିବ ଦଳ ଗଠନ କରିବା ନେଇ ସରକାର ପ୍ରସ୍ତାବ ରଖିଥିବା ଜଣାପଡିଛି । ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଭାରତୀୟ ରେଳବାଇର ଚେୟାରମ୍ୟାନ୍‌ ଭି କେ ଯାଦବଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି । ଅକ୍ଟୋବର 7 ତାରିଖରେ କାନ୍ତ ଏହି ପତ୍ର ଲେଖିଥିବା ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ପ୍ରଥମେ ଯେତେବେଳେ ଓଡିଶା ସରକାର “ଫାଇଭ ଟି” ନାମରେ ଏକ ବିଭାଗ ସୃଷ୍ଟି କଲେ, ତାକୁ ନେଇ ଅନେକ ସ୍ଵାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହୁଏତ ରାଜ୍ୟ ସରକାରଙ୍କ ଅନେକ ଫେସନେବଲ ଘୋଷଣା ଭଳି ଇଏ ବି ସେମିତି ଏକ ଯୋଜନା ମନେ ହେଉଥିଲା। ନୂଆ କର୍ପୋରେଟ ଶୈଳୀରେ ଏମିତି ସବୁ ଅକ୍ଷର ଯୋଡି ଯୋଜନା ତିଆରି କରିବା, ବେଳେ ବେଳେ ହାସ୍ୟାସ୍ପଦ ମନେ ହୋଇଥାଏ। ତେବେ ଗତ ୨ ମାସ ଭିତରେ “ଫାଇଭ ଟି” ବିଭାଗର ପ୍ରଭାବ ରାଜ୍ୟ ପ୍ରଶାସନ ଉପରେ ପ୍ରଚ୍ଛନ୍ନ ଭାବରେ ପଡିବା ଆରମ୍ଭ କଲାଣି। ପ୍ରଥମେ କିଛି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଲେ। ଏହା ଯେ କେବଳ ଆରମ୍ଭ ଥିଲା, ସେକଥା ଏବେ ବୁଝା ପଡୁଛି। ରାଜ୍ୟ ଶାସନରେ ରହିଥିବା ଅପାରଗ, ଅଳସୁଆ ଓ ଭ୍ରଷ୍ଟାଚାରୀଙ୍କୁ ବିଦା କରିବା ଲାଗି ଏକ ସୁଚିନ୍ତିତ ଯୋଜନା ଇତି…

Read More

ବିଜେପୁର ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଥିବା ବେଳେ ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପ୍ରଚାର କରିବେ ବୋଲି ଜଣା ପଡିଛି । ବିଜେପୁରର ଗାଇସିଲଟ ବ୍ଲକର ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ସେ ପ୍ରଚାର କରିବେ । ଏହୋ ସହିତ ଏହି ଦୁଇ ପ୍ରଚାର କାର୍ଯ୍ୟକ୍ରମ ବ୍ୟତୀତ ଧର୍ମେନ୍ଦ୍ର ଏକ ରୋଡ ଶୋ କରିବେ ବୋଲି ମଧ୍ୟ ଜଣାପଡିଛି ।

Read More

ପୋଲିସ୍‌କୁ ମିଳିଛି ବଡ ସଫଳତା । ବିଗତ କିଛି ମାସ ହେବ ଜୁଆଡିଙ୍କ ଦୌରାତ୍ମ୍ୟ ବଢିଥିବା ବେଳେ ଆଜି ବ୍ରହ୍ମପୁର ପୋଲିସ୍‌ 15 ଜଣ ଜୁଆଡିଙ୍କୁ ଗିରଫ କରିଛି । 15 ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ 7 ଲକ୍ଷ 68 ହଜାର ଟଙ୍କା ଜବତ କରିଛି । ଏହା ସହିତ ଜୁଆଡି ମାନଙ୍କ ନିକଟରୁ 16ଟି ମୋବାଇଲ୍‌ ଫୋନ୍‌ ଏବଂ 5ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କ ସନ୍ଧାନ ଜାରି ରଖିଛି ପୋଲିସ୍‌ ।

Read More

Miss Asia Pacific International 2019 Chaiyenne Huisman (C) of Spain is seen during the coronation night in Pasay City, the Philippines, Oct. 10, 2019. Miss Spain Chaiyenne Huisman was crowned the Miss Asia Pacific International 2019. Xinhua/UNI PHOTO-9F

Read More