କେଦାର ମିଶ୍ର ଗତ ଦୁଇ ଦିନ ଧରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ଜି ଜିଂପିଙ୍ଗଙ୍କ ମଧ୍ୟରେ ଦୀର୍ଘ ସମୟର ଆଲୋଚନା ହୋଇଛି। ଭାରତର ବୈଦେଶିକ ବ୍ୟାପାର ବିଭାଗ ସଚିବ ବିଜୟ ଗୋଖଲେଙ୍କ କହିବା ଅନୁଯାୟୀ ଉଭୟ ନେତା କେବଳ ରାତ୍ରି ଭୋଜନ ବେଳେ ଅଢେଇ ଘଣ୍ଟା ପରଷ୍ପର ସହିତ କଥା ହୋଇଛନ୍ତି। ପ୍ରାୟ ଦଶ ଘଣ୍ଟାରୁ ଅଧିକ ସମୟ ଦୁଇ ରାଷ୍ଟ୍ର ମୁଖ୍ୟ ନିବିଡ ଭାବରେ ବୁଲାବୁଲି କରିଛନ୍ତି। ଭାରତର ବୈଦେଶିକ ବ୍ୟାପାର ବିଭାଗ ତରଫରୁ ଏ ସଙ୍କ୍ରାନ୍ତରେ ଯେଉଁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି ସେଥିରେ ଭାରତ ଓ ଚୀନ ମଧ୍ୟରେ ବାଣିଜ୍ୟିକ ଓ ଦ୍ଵିପାକ୍ଷିକ ସମ୍ପର୍କର ଦୃଢତା କଥା କୁହା ଯାଇଛି। ମୋଦୀ ଓ ଜି ଙ୍କ ଭିତରେ ହୋଇଥିବା ଆଲୋଚନାରେ ୧୩୦୦ ବର୍ଷ ତଳର ପଲ୍ଲବ ରାଜାମାନଙ୍କର ଇତିହାସ ବିଷୟରେ ବହୁତ କଥା ହୋଇଥିବାର କୁହାଯାଇଛି। ଅର୍ଜୁନଙ୍କ ତପସ୍ୟା ଓ ତାମିଲନାଡ଼ୁର…
Author: Samikhsya Bureau
ସମୀକ୍ଷା ବ୍ୟୁରୋ 1-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଅକ୍ଟୋବର ୧୧-୧୨, ୨୦୧୯ରେ ସେମାନଙ୍କ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଚେନ୍ନାଇଠାରେ ଆୟୋଜନ ହୋଇଥିଲା। ଏଥିରେ ଉଭୟ ନେତା ବୈଷୟିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ବ୍ୟାପକ ଓ ଦୀର୍ଘକାଳିନ ଏବଂ ରଣନିତି ପ୍ରସଙ୍ଗ ଉପରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ପରିବେଶରେ ମତ ବିନିମୟ କରିଥିଲେ। 2-ଦ୍ୱିପାକ୍ଷିକ ସମ୍ପର୍କକୁ ସେମାନେ ସକାରାତ୍ମକ ଢଙ୍ଗରେ ମୂଲ୍ୟାୟନ କରିଥିଲେ। ବିଶ୍ୱ ସ୍ତରରେ ଭାରତ-ଚୀନ ଦ୍ୱିପାକ୍ଷିକ ମତ ବିନିମୟ କିଭଳି ଆହୁରି ନିବିଡ଼ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । 3-୨୦୧୮ ଏପ୍ରିଲରେ ଚୀନର ଉହାନଠାରେ ଅନୁଷ୍ଠିତ ପ୍ରଥମ ଅନୌପଚାରିକ ଶିଖର ସମ୍ମିଳନୀରେ ହୋଇଥିବା ସହମତିକୁ ସେମାନେ ଦୋହରାଇ ଥିଲେ। ଭାରତ ଓ ଚୀନ ବର୍ତମାନର ଅନ୍ତର୍ଜାତୀୟ ପରିଦୃଶ୍ୟରେ ସ୍ଥିରତାର କାରଣ ହୋଇଥିବାରୁ ଉଭୟ ପକ୍ଷ ସେମାନଙ୍କ ମତଭେଦ ଦୂର କରିବେ ତଥା ମତାନ୍ତରକୁ ବିବାଦ ରୂପ ନ…
KOLKATA, OCT 12 (UNI) People carrying idol of Goddess Laxmi ahead of Laxmi puja in kolkata on Saturday.UNI PHOTO CAL 4
Matteo Ortenzi (R), Chief Executive Officer Automobile Lamborghini Asia Pacific with others inaugurating a company showroom in New Delhi on Saturday. UNI PHOTO-MS3U
Prime Minister Narendra Modi exchanging the gifts with the President of the Peoples Republic of China Xi Jinping, in Mamallapuram, Tamil Nadu on Saturday.UNI PHOTO-18U
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅର୍ଥ ହେରଫେର ମାମଲାରେ ଭୂଷଣ ପାୱର ଏଣ୍ଡ ଷ୍ଟିଲ ଲିମିଟେଡ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କମ୍ପାନିର ୪,୦୨୫.୨୩ କୋଟି ଟଙ୍କାର ଅଚଳ ସମ୍ପତ୍ତି ଜବତ କରିଛି । ଆର୍ଥିକ ହେରଫେର ଅଧିନିୟମ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଟାଚ୍ ସମ୍ପତ୍ତି ମଧ୍ୟରେ ଜମି, କୋଠା ଓ କାରଖାନା ଅନ୍ତଭୁକ୍ତ ରହିଛି । ସମ୍ପତ୍ତି ଆଟାଚ୍ ନେଇ ଇଡି ଟୁଇଟ୍ ମାଧ୍ୟମରେ ଜଣାଇଛି ।
ରାଜଧାନୀ ଦିଲ୍ଲୀରେ ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଅଡ୍ ଇଭିନ୍ ସ୍କିମ୍ ଲାଗୁ ହେବାକୁ ଯାଉଛି। ଏହି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଡ୍ ଇଭିନ୍ ସ୍କିମ୍ ସହ ଜଡିତ ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଏଥର ଅଡ ଇଭିନ୍ ସ୍କିମ ଚାଲୁ ହେବା ସମୟରେ ସିଏନଜି ଗାଡି ଗୁଡିକୁ ଆଶ୍ଵସ୍ତି ମିଳିବ ନାହିଁ। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ପଦକ୍ଷେପ ଉଠାଇଛନ୍ତି। ଏହା ପୂର୍ବରୁ ଅଡ ଇଭିନ୍ ସ୍କିମ ଚାଲୁହେବା ସମୟରେ ସିଏନଜି ଗାଡି ଗୁଡିକୁ ଆଶ୍ଵସ୍ତି ଦିଆଯାଉଥିଲା। କିନ୍ତୁ ଏଥର ଦିଆଯିବ ନାହିଁ। ତେବେ ମହିଳାମାନଙ୍କୁ ଏଥିରୁ ଆଶ୍ଵସ୍ତୀ ମିଳିବ। ଅଡ ଇଭିନ୍ ଯୋଜନା ସକାଳ ୮ରୁ ଆରମ୍ଭ ହୋଇ ରାତି ୮ଟା ଯାଏଁ ଚାଲିବ। ଯେଉଁ ଗାଡିରେ ମହିଳା ବସିଥିବେ କିମ୍ବା ମହିଳା ଗାଡି ଚଳାଉଥିବେ ସେଗୁଡିକୁ ଆଶ୍ଵସ୍ତି ଦିଆଯିବ। ଏତଦ୍ ବ୍ୟତୀତ ଗାଡିରେ ଯଦି ୧୨ ବର୍ଷରୁ…
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଏକ ଭିନ୍ନ ଯୁକ୍ତି ଉପସ୍ଥାପିତ କରିଛନ୍ତି । ପ୍ରସାଦ କହିଛନ୍ତି, “ଅକ୍ଟୋବର ୨ରେ ରିଲିଜ ହୋଇଥିବା ୩ଟି ଫିଲ୍ମ ଗୋଟିଏ ଦିନରେ ମିଳିତ ଭାବେ ୧୨୦ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଦେଶର ଅର୍ଥନୀତି ଆଦୌ ହ୍ରାସ ପାଇନାହିଁ। ସେହିପରି ଦେଶରେ ଜିଡିପିର ଦର ମଧ୍ୟ ଠିକ୍ ରହିଥିବାର କରିଛନ୍ତି । ଦେଶରେ ୨୬୮ଟି ମୋବାଇଲ୍ ନିର୍ମାଣକାରୀ କମ୍ପାନୀ ରହିଛି । ମେଟ୍ରୋ ନିର୍ମାଣ ଚାଲିଛି । ରାସ୍ତା ନିର୍ମାଣ ହେଉଛି । ଲୋକଙ୍କ ପାଖରେ ଚାକିରି ଅଛି । ରବିଶଙ୍କର ପ୍ରସାଦ ଏନ୍ଏସ୍ଏସ୍ଓ ତରଫରୁ ହୋଇଥିବା ନିଯୁକ୍ତିକୁ ନେଇ ପରିସଂଖ୍ୟାନକୁ ମଧ୍ୟ ଖାରଜ କରିଛନ୍ତି । ଦେଶର ଅର୍ଥନୀତି ଅଭିବୃଦ୍ଧି ସୂଚକାଙ୍କ ହ୍ରାସ ପାଉଥିଲେ ହେଲେ ହେଁ କେନ୍ଦ୍ରମନ୍ତ୍ରୀ ଏହାକୁ ମାନିବାକୁ ନାରାଜ ।
କଟକ ଏସ୍ସିବି ମେଡିକାଲର ତିନି ମହଲାରୁ ଡେଇଁ ଶନିବାର ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ ମେଡିସିନ ବିଭାଗ ନିରାଶ୍ରୟ ଓ୍ବାର୍ଡ ତିନି ମହଲାରେ ଥିବା ଏକ ଝରକା ଗ୍ରୀଲ ତାଡ଼ି ଜଣେ ରୋଗୀ ଡେଇଁପଡ଼ିଥିବା ଅନୁମାନ କରାଯାଉଛି। ତେବେ ତାଙ୍କ ପରିଚୟ ମିଳି ନ ଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।
ସ୍ବର୍ଗତ ଅକ୍ଷୟ ମହାନ୍ତି ଅକ୍ଷୟ ମହାନ୍ତି କେବଳ ଗୀତର ପୁରୁଷ ନଥିଲେ, ତାଙ୍କ ଜୀବନ ଥିଲା ସାହିତ୍ୟ ଓ ସଙ୍ଗୀତ ଭିତରେ ଏକ ଚିରନ୍ତନ ସେତୁ। ଗଳ୍ପ, କବିତା ଓ ଉପନ୍ୟାସ ତିନୋଟି ଯାକ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଥିଲା। ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ଚର୍ଚ୍ଚିତ ଶୈଳୀକାର ଭାବରେ ତାଙ୍କର ପରିଚୟ ସ୍ବତନ୍ତ୍ର । ଆସନ୍ତୁ ପଢିବା ଖୋକା ଭାଇଙ୍କ ‘ନଗ୍ନ ମୋନାଲିସା’ ଗଳ୍ପ ସଂକଳନରୁ ଏହି ଗପଟିକୁ। ତୁମ ଗୀତ କେତେ ସହଜରେ ଛୁଇଁପାରେ ହୃଦୟକୁ। କେତେ ସହଜରେ ବଦଳେଇ ଦେଇପାର ମନର ଅବସ୍ଥା। ତୁମେ ଜାଣନା ତୁମ ଗୀତର ନାମ କେତେ। ତୁମ ଗୀତକୁ ଭଲ ପାଇବାକୁ ଯାଇ ତୁମକୁ ଯେ କେତେ ଭଲ ପାଆନ୍ତି ସେ ଖବର ତୁମେ ରଖିନ। କାହିଁକି ରଖିନ ? ତା’ର କାରଣ ଖୋଜିବାକୁ ଯାଇ ଆଜି ମୁଁ ଏ ଗପ ଲେଖୁଛି। ହୁଏତ ଗପ ସରିଲାବେଳକୁ ଏ କେବଳ…
ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍କା । ବିଜେପୁର ଇସ୍ତଫା ଦେଲେ ବିଜେପୁରର ବରିଷ୍ଠ ନେତା ଅଶୋକ ପାଣିଗାଗ୍ରହୀ । ୨୦୧୮ ଉପନିର୍ବାଚନରେ ବିଜେପୁରରୁ ବିଜେପିର ପ୍ରାର୍ଥୀ ଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ତଥା ଅଣଦେଖା କରାଯାଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ତେବେ । ଏପରିକି ତାଙ୍କ ନାମ ତାରକା ପ୍ରଚାରକରେ ମଧ୍ୟ ରଖାଯାଇନାହିଁ ବୋଲି ସେ କହିଛନଦ୍ତି । ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଅଶୋକ ପାଣିଗ୍ରାହୀ ।
ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠିନି ବୋଲି କହିଛନ୍ତି ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ । ଆତଙ୍କବାଦକୁ ନେଇ ଆଲୋଚନା ହୋଇଥିବାବେଳେ କାଶ୍ମୀର ପ୍ରସଙ୍ଗକୁ ନେଇ କିଛି ଆଲୋଚନା ହୋଇନି କହିଛନ୍ତି ବୈଦେଶିକ ସଚିବ । ଏହି ବୈଠକ ସରିବା ପରେ ବୈଦେଶିକ ସଚିବ ବିଜୟ ଗୋଖଲେ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗ ହେଉଛି ଭାରତର ନିଜସ୍ବ ବ୍ୟାପାର । ସେହିପରି ଚୀନ୍ ରାଷ୍ଟ୍ରପତି ପରବର୍ତ୍ତୀ ବୈଠକ ପାଇଁ ଚୀନ୍ ଯିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ଜଣାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ କେବେ ଯିବେ, ଏହାନେଇ ତାରିଖ ପରେ ନିର୍ଦ୍ଧାରଣ ହେବ ବୋଲି ସୂଚନା ଦେଇଛନ୍ତି ବୈଦେଶିକ ସଚିବ ।
Participant performing cultural program , during the carnival was organised to showcase the award-winning Goddess Durga idols of the year at Red Road organised by West Bengal Government, in Kolkata on Friday.UNI PHOTO CAL 8
ରଙ୍ଗାଚରଣ ପ୍ରଧାନ ମଲାଜହ୍ନ (ଚକୋରୀ ଝରାନା ଲୁହ ଜୋଛନା ରାତି) , କିଏ କାହାର, ସଂସାର (ବୋଉଲୋ ହେବିନାହିଁ ବାହା ହେବିନାହିଁ) , ଯାଯାବର (ଗାଡି ଚାଲେ ପଛେଇ), ନାଗଫାଶ (ନଦୀ ଫେରେ ସାଗରକୁ) , ତଅପୋଇ (ସାତ ଦରିଆ ପାରେ), ଝିଲିମିଲି (ବଧୁ ହସେ ମଧୁ ମଧୁ), ନିଝୁମ ରାତିର ସାଥୀ, କିଏ ଜିତେ କିଏ ହାରେ, ଶ୍ରୀଜଗନ୍ନାଥ (ନାଁ ତା’ର ଲଳିତା), ଅଶାନ୍ତ ଗ୍ରହ, ସ୍ବପ୍ନସାଗର (ଚିଠି ମୋର ଟିକି ଚଢେଇ), ଦଣ୍ଡା ବାଳୁଙ୍ଗା (ସହରରେ ଲାଗିଯିବ ନିଆଁ), ଜଗା ହାତରେ ପଘା(ରୁପା ଶଗଡିରେ), ଶଙ୍ଖା ସିନ୍ଦୁର, ମମତା ମାଗେ ମୁଲ, ନଳ ଦମୟନ୍ତି, ଚକା ଭଉଁରୀ (ସ୍ମତି ଏକ ରୁପା ଜହ୍ନ), ସବୁ ମାୟାରେ ବାୟା (ମୁଁ ଯେ ଦେଖିଲି ସେଦିନ), ଏଇ ଆମ ସଂସାର, ବଧୂ ନିରୁପମା, ତୁଣ୍ଡ ବାଇଦ (ଗଡି ଗଡି ଯାଏ ଶଗଡ), ଜୋର୍ ଯାର ମୁଲକ ତାର, ଥିଲି ଝିଅ ହେଲି…
କେଦାର ମିଶ୍ର (ଅକ୍ଷୟ ମହାନ୍ତି ଓରଫ ଖୋକା ଭାଇ। ଓଡିଶାର ପଚାଶ ବର୍ଷର ସାଂସ୍କୃତିକ ଇତିହାସ ଏଇ ଗୋଟିଏ ନାଁ ସହ ଜଡିତ। ଓଡିଆ ଅଜନଜୀବନର ପାପ ଓ ପୂଣ୍ୟ, ଗରିମା ଓ କଳଙ୍କ, ଭାବ ଓ ଅଭାବ, ସବୁ ସେଇ ଗୋଟିଏ କଣ୍ଠରେ ସ୍ଵର ହୋଇ ବଞ୍ଚି ରହିଛି। ଅକ୍ଷୟ ମହାନ୍ତି ନିଜେ ଏକ ଇତିହାସ। ଆଜି ସର୍ବକାଳୀନ ଲୋକପ୍ରିୟ ଓ ଚିର ସବୁଜ ଗାୟକ ଅକ୍ଷୟ ମହାନ୍ତିଙ୍କର 83ତମ ଜନ୍ମଦିବସ । ଅକ୍ଷୟ ମହାନ୍ତି କଟକ ସହରରେ ୧୨, ଅକ୍ଟୋବର ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ । ଖୋକାଭାଇ ରୂପେ ସଙ୍ଗୀତ ଦୁନିଆରେ ପରିଚିତ ଥିବା ଅକ୍ଷୟଙ୍କର ପିତା ଥିଲେ ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣା ମଞ୍ଜରୀ ମହାନ୍ତି । ସେ ଏକାଧାରରେ ଗାୟକ, ଗୀତିକାର, କବି, ସଂପାଦକ, ନିର୍ଦ୍ଦେଶକ, ଗାଳ୍ପିକ, ଔପନ୍ୟାସିକ ତଥା ଚିନ୍ତକ। ଆମ ସମୟର ଖୋକାଭାଇଙ୍କୁ ନେଇ ତାଙ୍କ ଜନ୍ମଦିବସ ଅବସରରେ ଏହି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସହ ଦ୍ବିତୀୟ ଦିବସରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଏହି ଅନୌପଚାରିକ ଶିଖର ସମ୍ମେଳନରେ ଦୁଇ ରାଷ୍ଟ୍ର ପ୍ରମୁଖଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରେ ଏହା ଭାରତ ଓ ଚୀନ ସହଯୋଗକୁ ଏକ ନୂତନ ଦିଶା ଦେବ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ରହିଥିବା ମତଭେଦକୁ ଆଗାମୀ ଦିନରେ ବିବାଦର ରୂପ ଦିଆଯିବ ନାହିଁ । ପାଖାପାଖି ଦେଢଘଣ୍ଟା ବାର୍ତ୍ତାଳାପ ହୋଇଛି। ଏହି ଆଲୋଚନାରେ ଭାରତର ଅର୍ଥମନ୍ତ୍ରୀ ଏସ୍. ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉଭୟ ଦେଶ ପରସ୍ପରକୁ ଆଗାମୀ ଦିନରେ ସହଯୋଗ କରିବେ। ଦୀର୍ଘ ୨ ହଜାର ବର୍ଷ ହେବ ଭାରତ ଏବଂ ଚାଇନା ଦୁନିଆର ପ୍ରମୁଖ ଆର୍ଥିକ ଶକ୍ତିଶାଳୀ ଦେଶ ମଧ୍ୟରେ…

