Author: Samikhsya Bureau

ଟିମ୍ ଇଣ୍ଡିଆ ପୁଣେ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ୍ ଓ ୧୩୭ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ ଓ ୧୩୭ ରନରେ ହରାଇଛନ୍ତି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଠ ଟେଷ୍ଟ ସିରିଜକୁ ୨-୦ରେ ହାତେଇନେଇଛି। ପ୍ରଥମ ଇନିଂସରେ ଭାରତର ୬୦୧ ରନ ଜବାବରେ ଦକ୍ଷିଣ ଆଫ୍ରିକା ୩ୟ ଦିବସ ଶେଷ ସୁଦ୍ଧା ୨୭୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପରେ ଭାରତ ଭ୍ରମଣକାରୀ ଦଳକୁ ଫଲୋଅନ୍‌ ଦେଇଥିଲା। ଫଳରେ ୪ର୍ଥ ଦିନରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭ କରିଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ମାତ୍ର ୧୮୯ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ ଉମେଶ ଯାଦବ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ଦୁଇଟି…

Read More

ଆସନ୍ତା ୨୧ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ। ଚାଲିଛି ଏବେ ନିର୍ବାଚନୀ ପ୍ରଚାର। ଆଜି ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜଲଗାଁବରେ ପ୍ରଚାର କରିଛନ୍ତି ମୋଦୀ। ଦେଶର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି। ନିର୍ବାଚନୀ ପ୍ରଚାର ଅବସରରେ ଚଳିତ ଲୋକସଭା ନିର୍ବାଚନ ଫଳାଫଳକୁ ଦୋହରାଇଛନ୍ତି ମୋଦି। ନିର୍ବାଚନରେ ଯେଉଁ ଜନାଦେଶ ଆସିଲା ୧୨୦ କୋଟି ଭାରତୀୟଙ୍କ ସ୍ୱପ୍ନ ଓ ଆକାଂକ୍ଷାକୁ ସମ୍ଭବ କରିବାକୁ ଏକ ପ୍ରୟାସ। ଆଜି ସାରା ଦୁନିଆ ନୂଆ ଭାରତର ଉତ୍ସାହ ଦେଖୁଛି। ସେ ଉଦ୍‌ବୋଧନ ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିନସେନା ମିଳିତଭାବେ ଏନ୍‌ସିପି ଓ କଂଗ୍ରେସ ସହିତ ଲଢ଼ୁଛନ୍ତି। କଂଗ୍ରେସ ତରଫରୁ ଆଜି ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି ରାହୁଲ୍‌…

Read More

ନେଦରଲାଣ୍ଡର ରାଜା ୱିଲିୟମ-ଆଲେକଜେଣ୍ଡର ଏବଂ ରାଣୀ ମୌକ୍ସିମା  ପାଞ୍ଚଦିନିଆ ଭାରତ ଗସ୍ତ କରୁଛନ୍ତି। ରବିବାର ଦିନ ଏହି ଗ୍ରସ୍ତ ଆରମ୍ଭ କରିବେ ନେଦରଲାଣ୍ଡ ରାଜ ଦମ୍ପତି। ୧୪ ଅକ୍ଟୋବରରୁ ୧୮ ଅକ୍ଟୋବରର ଏହି ଗସ୍ତ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ଏବଂ ରାଜନୈତିକ ସହଯୋଗ ଉପରେ ଭାରତର ଶୀର୍ଷ ନେତୃତ୍ୱଙ୍କ ବୈଠକ କରିବେ। ୨୦୧୩ମସିହାରେ ରାଜ ସିଂହାସନ ସମ୍ଭାଳିବା ପରେ ରାଜା ୱିଲିୟମ-ଆଲେକଜାଣ୍ଡାରଙ୍କ ଏହା ପ୍ରଥମ  ଭାରତ ଗସ୍ତ ହେବ। ନେଦରଲାଣ୍ଡର ରାଜଦମ୍ପତିଙ୍କ ସହ ତାଙ୍କର କ୍ୟାବିନେଟର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଭାରତ ଆସିବେ।

Read More

ଜୁଇରୁ ଜୀଇଁଲେ ବ୍ୟକ୍ତି। ଗଂଜାମ ଜିଲ୍ଲା ସୋରଡା ଅଂଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜୁଇରେ ଶୋଇଥିବା ଜଣେ ବ୍ୟକ୍ତି ଉଠି ଆସିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ସୂଚନାନୁସାରେ, ସୋରଡା ବ୍ଲକ ହରିପୁର ଗ୍ରାମର ସୀମାଂଚଳ ନାୟକ ନାମକ ଜଣେ ବ୍ୟକ୍ତି ଗତକାଲିଠାରୁ ନିଖୋଜ ଥିଲେ। ଛେଳି ଚରାଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ଆଜି ପରିବାର ଲୋକେ ସେ ବିଲରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାସହ ସୀମାଂଚଳ ମୃତ୍ୟୁବରଣ କରିଥିବା ସେମାନେ ଭାବି ନେଇଥିଲେ। ଏହାପରେ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ଆୟୋଜନ କରିଥିଲେ। ରୀତିନୀତିରେ ସାମାଂଚଳକୁ ଜୁଇରେ ରଖି ପୋଡୁଥିବା ସମୟରେ ଚକିତ କଲାଭଳି ଘଟଣା ଘଟିଥିଲା। ହଠାତ ସାମାଞ୍ଚଳ ଜୁଇରୁ ଉଠିଥିଲେ। ଏହା ପରେ ତାଙ୍କୁ ପରିବାର ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ସୀମାଂଚଳ ସୁସ୍ଥ ଥିବା ଜଣାପଡିଛି।

Read More

୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିବା ସହିତ ୫ଟି ସଚିବଙ୍କ ଟିମ୍ ରାଉରକେଲା ସରକାରୀ ହସ୍‌ପିଟାଲ୍‌ ମଧ୍ୟ ଗସ୍ତ କରିଥିଲେ। ଏହି ଟିମ୍ ବହୁ ସମୟ ଧରି ସେଠାରେ ରହିଥିଲେ ଓ ସ୍ଥିତି ସମୀକ୍ଷା କରିଥିଲେ। ରାଉରକେଲା ସରକାରୀ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହିତ  ‘ମୋ ସରକାର’ର କାର୍ଯ୍ୟକାରିତା ଯାଞ୍ଚ ସହ ମତ ମଧ୍ୟ ନେଇଛନ୍ତି ୫ଟି ସଚିବ।

Read More

କଟକ ଚୌଦ୍ବାରରେ କମିସନରେଟ ପୋଲିସ ଏନ୍‌କାଉଣ୍ଟର କରିଛି। ଏହି  ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଜିତୁ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜିତୁ ପାଖରୁ ଗୋଟିଏ ବନ୍ଧୁକ ସହିତ ଗୁଳି ଜବତ କରାଯାଇଛି। ବିଭିନ୍ନ ଡକାୟତି ଓ ଲୁଟ୍ ଘଟଣାରେ ସେ ସଂପୃକ୍ତ ଥିବା ପୁଲିସ୍ କହିଛି। ଜିତୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ମିଳିଥିବା ସୂଚନା ଅନୁସାରେ ଜିତୁ ଚୌଦ୍ୱାର ନିକଟସ୍ଥ ଜଙ୍ଗଲରେ ଥିବା ଖବର ପାଇ ଆଜି ସକାଳେ ଚୌଦ୍ୱାର ପୁଲିସ୍‌ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌ ତରଫରୁ ସେଠାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜିତୁ ପୁଲିସ୍ ଉପରକୁ ଗୁଳି କରି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସ୍ ଏହାର ପାଲଟା ଜବାବ ଦେଇଥିଲା। ପୁଲିସ୍ ଗୁଳିରେ ଜିତୁ ଆହତ ହୋଇଥିଲା ଓ ଧରାପଡ଼ିଥିଲା।

Read More

ରଙ୍ଗାଚରଣ ପ୍ରଧାନ ଶ୍ରୀମାନ୍ ରବିଶଙ୍କର ପ୍ରସାଦଙ୍କ ବକ୍ତବ୍ୟକୁ ହସରେ ଉଡାଇ ହେବନାହିଁ। ସେ ଜଣେ ନାମକରା ଓକିଲ। ପଢାଲେଖା ଲୋକ। ଉଭୟ ବାଜପେୟୀ ଓ ମୋଦୀ ସରକାରରେ ସେ ବହୁତ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ଆସିଛନ୍ତି। ତେଣୁ ଗତ ଶନିବାର ଦିନ ଯେତେବେଳେ ସେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ବା ସ୍ଲୋଡାଉନ୍ ନାହିଁ ବୋଲି କହିବା ପାଇଁ ତିନୋଟି ଫିଲିମ୍ ର ଟିକେଟ ବିକ୍ରି ଉଦାହରଣ ଦେଲେ ତାହାକୁ ଆମେ ଗୁରୁତ୍ବର ସହ ବିଚାର କରିବା ଉଚିତ୍। ମନେ ରଖନ୍ତୁ, ରବିଶଙ୍କର ପ୍ରସାଦ ଏ କଥା କୌଣସି ଥଟ୍ଟା ପରିହାସରେ କହି ନାହାନ୍ତି। କାରଣ ସାମ୍ବାଦିକ ସମ୍ମିଳନୀରେ ସେ ଏକଥା କହିବା ପାଇଁ ତାଙ୍କୁ ଏକ କାଗଜର ନୋଟ୍ ଧରାଇ ଦିଆଯାଇଥିଲା ଯାହାକୁ ପଢି ସେ କହୁଥିଲେ। ସେ ମୁମ୍ବାଇରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହୁଥିବା ବେଳେ ତାଙ୍କରି ସରକାରଙ୍କର ପରିସଂଖ୍ୟାନ ବିଭାଗ ଘୋଷଣା କଲା ଯେ…

Read More

ଭାରତୀୟ ଜନତା ପାର୍ଟି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନିଜର ସଂକଳ୍ପ ପତ୍ର ଜାରି କରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା, ହରିୟାଣା ପ୍ରଭାରୀ ଅନୀଲ ଜୈନ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଦି ଉପସ୍ଥିତ ଥିଲେ। ୩୨ ପୃଷ୍ଠାର ଏହି ଇସ୍ତାହାରକୁ ‘ଆମ ସ୍ବପ୍ନର ହରିୟାଣା’ ବୋଲି ନାମ ଦେଇଛି। ଏଥିରେ କୃଷକ, ଗରିବ, ଯୁବକ ଓ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ନାଗରିକ ସୁବିଧାକୁ ବୃଦ୍ଧି କରିବା ଉପରେ ଫୋକସ ରଖାଯାଇଛି। ପୂର୍ବରୁ ଅକ୍ଟୋବର ୧୧ରେ କଂଗ୍ରେସ ହରିୟାଣା ପାଇଁ ଘୋଷଣାପତ୍ର ଜାରି କରିଥିଲା। ଆସନ୍ତା ଅକ୍ଟୋବର ୨୧ ତାରିଖରେ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Read More

ରାଜଧାନୀ ଭୁବନେଶ୍ୱର ଭିଏସଏସ ନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ଭିଏସଏସ ନଗରର ଏକ ଘରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଆଜି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ପରେ ସେଠାକୁ ଯାଇ ସ୍ଥାନୀୟ ଲୋକେ ସେହି ଘର ଭିତରେ ଜଣେ ଯୁବକଙ୍କ ମୃତଦେହ ଦେଖିଥିଲେ। ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ସୁନାଖଳାର ଅବକାଶ ପାଇକରାୟ। ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ ଚାକିରି କରୁଥିଲେ ଅବକାଶ।

Read More

KATHMANDU, Oct. 13, 2019 (Xinhua) — Chinese President Xi Jinping attends a welcome ceremony held by Nepali President Bidya Devi Bhandari upon his arrival at the airport in Kathmandu, Nepal, Oct. 12, 2019. Xi Jinping arrived in Kathmandu on Saturday for a state visit to Nepal. Xinhua/UNI PHOTO-4F

Read More

ସମୀକ୍ଷା ବ୍ୟୁରୋ କାର୍ଯ୍ୟରେ ଅବହେଳା ଯୋଗୁଁ ସୁନ୍ଦର ସିଡିଏମ୍‌ଓଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।  ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲ ନିଲମ୍ବିତ ।  ‘ମୋ ସରକାର’ କାର୍ଯ୍ୟକାରିତାରେ ଅବହେଳା ଅଭିଯୋଗ ହୋଇଛି । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଯୋଗୁଁ ଜିଲ୍ଲାପାଳ ନିଖିଲ ପଓ୍ବନ କଲ୍ୟାଣ କାରଣ ଦର୍ଶାଆ ନୋଟିସ୍‌ ଜାରି କରିଛନ୍ତି ।  ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀଠାରୁ ରାଜ୍ୟ ସରକାର  ୫ଟିକୁ ଭିତ୍ତିକରି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଫୋକ୍‌ସ୍‌ରେ ରହିଛି ରହିଛି ଥାନା ଓ ଡାକ୍ତରଖାନା । ନିକଟରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ରାସ୍ତାରେ ପ୍ରସବକୁ ନେଇ ‘ମୋ ସରକାର’ ଯୋଜନାକୁ ନେଇ ପ୍ରଶ୍ନବାଚୀ ଉଠିଥିବାବେଳେ  । ଏହି କାର୍ଯ୍ୟକ୍ରମରେ ଅବହେଳା ଅଭିଯୋଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ…

Read More

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଏକ କାର୍‌କୁ ଆଳୁ ବୋଝେଇ ଟ୍ରକ୍‌ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଡ୍ରାଇଭର ଓ ଅନ୍ୟମାନେ ଗୋଟିଏ ପରିବାର ସଦସ୍ୟ ରହିଛନ୍ତି। ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଆଜି ଭୋର୍‌ ପ୍ରାୟ ୪ଟାବେଳେ ଭଦ୍ରକ ୧୬ନଂ ଜାତୀୟ ରାଜପଥରେ ଏକ ଆଳୁ ବୋଝେଇ ଟ୍ରକ୍‌ କାର୍‌କୁ ଧକ୍କା ଦେଇଥିଲା। ଫଳରେ ପାଞ୍ଚ ଜଣ ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଭଣ୍ଡାରିପୋଖରୀ ପୋଲିସ ସଂପୃକ୍ତ ଟ୍ରକ୍‌କୁ ଜବତ କରି ତଦନ୍ତ କରୁଛି।

Read More

ପର୍ଯ୍ୟଟକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଜଣେ ଫଟୋଗ୍ରାଫର । ନିଜ ଜୀବନକୁ ବାଜିରେ ଲଗାଇ ସମୁଦ୍ରରେ ବୁଡ଼ି ଯାଉଥିବା ଲୋକକୁ ପାଣିରୁ ଉଦ୍ଧାର କରିଛନ୍ତି । ଜଣେ ମହିଳା ପର୍ଯ୍ୟଟକ ଆନ୍ଧପ୍ରଦେଶ କାକିନାଡ଼ାରୁ ପୁରୀ ବୁଲିବାକୁ ଆସିଛନ୍ତି । ଆଜି ସକାଳେ କୋଣାର୍କ ଚନ୍ଦ୍ରଭାଗାରେ ଗାଧୋଉଥିଲେ । ଏହି ସମୟରେ ସେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଫଟୋଗ୍ରାଫର ତୁରନ୍ତ ପାଣିକୁ ଡେଇଁ ପଡ଼ିଥିଲେ । ସେ ମହିଳାଙ୍କୁ ପାଣିରୁ ଉଦ୍ଧାର କରି କୋଣାର୍କ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଜନୈକା ମହିଳାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି ।

Read More

ବ୍ରହ୍ମପୁର ସହରରେ ପୋଲିସ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ ଜୋରଦାର କରୁଛି । ଅନେକ ଜୁଆଡି ଗିରଫ ମଧ୍ୟ ହେଉଛନ୍ତି । ଆଜି ମଧ୍ୟ ବ୍ରହ୍ମପୁର ପୋଲିସ କିଛି ଜୁଆ ଆଡ୍ଡାରେ ଚଢାଉ କରି ୬୮ଜଣଙ୍କୁ ଗିରଫ କରିଛି । ବ୍ରହ୍ମପୁର ସହରରେ ଅନେକ ଦିନ ଧରି ଜୁଆ ଆଡ୍ଡା ସକ୍ରିୟ ରହୁଥିବା ଖବର ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇ ଅନେକ ଜୁଆଡିଙ୍କୁ ଗିରଫ କରାଯାଇଥିଲା । ଆଜି ମଧ୍ୟ ଟାଉନ ଥାନା ପୋଲିସ ୭ଟି ଜୁଆ ଆଡ୍ଡା ଉପରେ ଚଢାଉ କରିଛି । ଏହି ଚଢାଉ ବେଳେ ୬୮ଜଣଙ୍କୁ ଗିରଫ କରାଯିବା ସହ ନଗଦ ୨ଲକ୍ଷ ୪୫ହଜାର ୨୩୦ ଟଙ୍କା ଜବତ ହୋଇଛି । ଏହାସହ ୨୫ଟି ମୋବାଇଲ ମଧ୍ୟ ଜବତ ହୋଇଛି । ସେହିପରି ରାୟଗଡା ଗୁଣୁପୁରରେ ମଧ୍ୟ ଜୁଆ ଆଡ୍ଡାରେ ଚଢାଉ କରାଯାଇ ୧୨ ଜଣଙ୍କୁ ଗିରଫ କରାଯିବା ସହ…

Read More

ସମୀକ୍ଷା ବ୍ୟୁରୋ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର୍‌ ଅଶୋକ କୁମାରଙ୍କ ଆଜି ହେଉଛି ୧୦୮ତମ ଜନ୍ମଦିବସ ।  ବିହାରର ଭାଗଲପୁରଠାରେ ୧୯୧୧ ମସିହାରେ ଆଜିର ଦିବସରେ ଜନ୍ମଗ୍ରହଣ କରିଥିଲେ ଅଶୋକ କୁମାର ।  ସ୍ବପ୍ନର ସହର ମୁମ୍ବାଇ ଜଣେ ଟେକ୍ନିସିଆନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ସମୟରେ ବଲିଉଡର ପ୍ରଥମ ସୁପରଷ୍ଟାର ପାଲଟି ଯାଇଥିଲେ । ଏହି ସୁପରଷ୍ଟାରଙ୍କର ଷ୍ଟାଇଲ୍‌, ଡାଇଲଗ୍‌ ଲୋକଙ୍କ ଭାଷା ପାଲଟି ଯାଇଥିଲା । ଜନ୍ମ ସମୟରେ ଅଶୋକ କୁମାରଙ୍କ ନାମ ‘କୁମୁଦଲାଲ୍‌ ଗାଗୁଲିଙ୍କ ଥିଲା । ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକେ ତାଙ୍କୁ ସ୍ନେହରେ ଦାଦା ମୁନି (ବଡ଼ ଭାଇ) ବୋଲି ଡାକୁଥିଲେ । ଅଶୋକ କୁମାର ପ୍ରାରମ୍ଭରେ ବମ୍ବେ ଟକିଜ୍‌ରେ ଲାବ୍‌ ଆସିଷ୍ଟାଣ୍ଟ ରୂପେ କାମ କରୁଥିଲେ ।  ୧୯୩୬ ମସିହାରେ ବମ୍ବେ ଟକିଜ୍‌ରେ ନିର୍ମାଣ ହେଉଥିବା ଫିଲ୍ମ ‘ଜୀବନ ନୈୟା’ ର ଶୁଟିଂ ଆରମ୍ଭ ହେବା ପୂର୍ବରୁ ଏହି ଫିଲ୍ମର ଲିଡ୍‌ ଆକ୍ଟେ୍ରସ୍‌ ଦେବିକା…

Read More

ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆଜିକୁ ଆଉ ଆଠ ଦିନ ବାକି ରହିଲା । ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଦୁଇ ରାଜ୍ୟ ପାଇଁ ଭୋଟପ୍ରକ୍ରିୟା ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ମତଦାତାଙ୍କୁ ଆକର୍ଷଣ କରିବା ପାଇଁ କଂଗ୍ରେସ ଓ ବିଜେପି ସମେତ ସମସ୍ତ ରାଜନୖେତିକ ଦଳମାନେ ପୂରା ଅଣ୍ଟା ଭିଡ଼ି ସାରିଲେଣି । ଆଜି ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧି ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ । ପିଏମ୍‌ ମୋଦି ଆଜି ଦ୍ବିପ୍ରହର ୧୨ଟାରେ ଉତ୍ତର ମହାରାଷ୍ଟ୍ରର ଜଲଗାଓ୍ବଠାରେ ଏକ ରାଲିର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ପରେ ସନ୍ଧ୍ୟା ୪ ଘଟିକା ସମୟରେ ବିଦର୍ଭର ଭଣ୍ଡାରା ଝିଲ୍‌ଲାର ସକୋଲିଠାରେ ଆଉ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ନିର୍ବାଚନୀ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ମୋଟ ୯ଟି ରାଲିକୁ ସମ୍ବୋଧିତ କରିବେ ।…

Read More

ଜାପାନରେ ଶନିବାର ଭୟଙ୍କର ବାତ୍ୟା ‘ହୋଜିବିସ’ ଆସିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଗତ ୬୦ ବର୍ଷ ମଧ୍ୟରେ ଏଭଳି ବାତ୍ୟା କେବେ ଦେଖାଯାଇ ନ ଥିଲା । ଏହି ଭୟଙ୍କର ବାତ୍ୟାରେ ଶହ ଶହ ଲୋକ ଆହତ ହୋଇଥିବା ବେଳେ ୭୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଭୟରେ ଜାପାନ ରେଳଷ୍ଟେସନ ଗୁଡ଼ିକ ବନ୍ଦ ହୋଇଯାଇଛି । ଜାପାନର ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଶନିବାର ସନ୍ଧ୍ୟାରେ ଏଠାରେ ଘଣ୍ଟାପ୍ରତି ପବନର ବେଗ ୧୪୪ କିଲୋମିଟର ଥିଲା । ଦୀର୍ଘ ୬ ଦଶନ୍ଧି ମଧ୍ୟରେ ଜାପାନ୍‌ରେ ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ଼ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଟୋକିଓ ଇଜୁ ଦ୍ବୀପରେ ସ୍ଥଳଭାଗ ଛୁଇଁବା ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଟୋକିଓ, ଇଜୁ ଓ ସିଲୁଓକାରେ ବନ୍ୟା ସ୍ଥିତି ସହ ଭୂସ୍ଖଳନ…

Read More