Author: Samikhsya Bureau
Prime Minister Narendra Modi doing exercise after walks along the shores before his busy schedule with Chinese President Xi Jinping, in Mahabalipuram on Saturday. UNI PHOTO TK 4 U
ପାଞ୍ଚ ବର୍ଷ ହେବ କେନ୍ଦ୍ରରେ କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ପାଖରେ ଏବେ ଅର୍ଥର ଅଭାବ ଦେଖାଯାଇଛି। ୨୦୧୪ରୁ କେନ୍ଦ୍ରରେ କ୍ଷମତା ଠାରୁ ଦୂରରେ ରହିବା ପରେ କଂଗ୍ରେସ ପାଖରେ ପାଣ୍ଠି ହ୍ରାସ ପାଇଛି। ତେଣୁ ପାର୍ଟି ଚା’-ଜଳଖିଆରୁ ଖର୍ଚ୍ଚ କାଟ କରିବାକୁ ନିର୍ଦ୍ଦେଶ ଦେଇଛି। ଦଳୀୟ ପଦାଧିକାରୀ ଓ ନେତାମାନେ ଚା’-ଜଳଖିଆ ଖର୍ଚ୍ଚ ସହିତ ବିମାନ ଯାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିବେ। କଂଗ୍ରେସର ଆକାଉଣ୍ଟ ବିଭାଗ ସହାସଚିବ, ରାଜ୍ୟ ପ୍ରଭାରୀ ଓ ଅନ୍ୟ ପଦାଧିକାରୀଙ୍କୁ କହିଛନ୍ତି, ସମସ୍ତେ ନିଜର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ପାର୍ଟି ପଦାଧିକାରୀଙ୍କୁ କହିଛି, ଚା’-ଜଳଖିଆରେ ମାସକୁ ୩ ହଜାର ପର୍ଯ୍ୟନ୍ତ କରନ୍ତୁ। ଯଦି ଏଥିରୁ ଅଧିକ ଖର୍ଚ୍ଚ ହୁଏ, ତା’ ହେଲେ ସଂପୃକ୍ତ ବ୍ୟକ୍ତି ନିଜ ହାତରୁ ଦିଅନ୍ତୁ। ସୂଚନାଯୋଗ୍ୟ ପାର୍ଟିର ନେତା ଓ ଅନ୍ୟ ପଦାଧିକାରୀଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କ୍ୟାଣ୍ଟିନରୁ ଚା’-ଜଳଖିଆ ଦିଆଯାଇଥାଏ। ପଦାଧିକାରୀ ଏଥି ପାଇଁ ବିଲରେ ସ୍ୱାକ୍ଷର…
ଭାରତୀୟ ବକ୍ସର ଏମ୍ ସି ମେରୀ କମ୍ ବିଶ୍ବ ବକ୍ସିଂ ଚାମ୍ପିୟନ୍ସିପ୍ ସେମିଫାଇନାଲ୍ରେ ପରାଜିତ ହୋଇଛନ୍ତି । ଏହା ସହିତ ମେରୀ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି । 51 କିଗ୍ରା ବର୍ଗରେ ତୃତୀୟ ସିଡ୍ ମେରୀ କମ୍ ତୁର୍କୀ ବକ୍ସର ବୁସେନାଜ୍ କାକିରୋଗୋଲୁଙ୍କ ନିକଟରୁ ପରାଜିତ ହୋଇଛନ୍ତି । ୟୁରୋପିଆନ୍ ଚାମ୍ପିୟନ୍ସିପ୍ ଏବଂ ୟୁରୋପିଆନ୍ ଗେମ୍ସ ସ୍ବର୍ଣ୍ଣ ପଦକ ବମିଜୟୀନି ବୁସେନାଜ୍ ଏହି ମ୍ୟାଚ୍ରେ 4-1ରେ ବିଜୟୀ ହୋଇଥିଲେ । ବିଶ୍ବ ଚାମ୍ପିୟନ୍ସିପ୍ରେ ଏହା ମେରୀଙ୍କର ଅଷ୍ଟମ ପଦକ । ପୂର୍ବରୁ 6ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲରେ ସଫଳ ହୋଇଥିଲେ ମେରୀ । ମେରୀ ଶେଷଥର ପାଇଁ 2018ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।
MAHABALIPURAM, OCT 12 (UNI):-Prime Minister Narendra Modi walks along the shores before his busy schedule with Chinese President Xi Jinping, in Mahabalipuram on Saturday.
ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ସମାଲୋଚନା କରିଛନ୍ତି । ଜଗନ ଜଣେ ମାନସିକ ରୋଗୀ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ନାଇଡୁ ଅଭିଯୋଗ କରିଛନ୍ତି । କ୍ଷମତାକୁ ଆସିବା ପରେ ବିକାଶ ପରିବର୍ତ୍ତେ ପ୍ରତିଶୋଧ ପରାୟଣତାର ରାଜନୀତିରେ ଲିପ୍ତ ରହିଛନ୍ତି ଜଗନ । ବିପକ୍ଷ ଦଳର ନେତା ଏପରିକି ସାଧାରଣ ଜନତା ଜଗନଙ୍କ ଏହି ବିକୃତ ମାନସିକତାର ଶିକାର ହେଉଛନ୍ତି । ମୁଁ ଅନେକ ମୁଖ୍ୟମନ୍ତ୍ରି ଦେଖିଛି ମାତ୍ର ଜଗନଙ୍କ ପରି କାହାକୁ ଦେଖିନାହିଁ । ଟିଡିପିର 500 କର୍ମୀଙ୍କୁ ବିଭିନ୍ନ ଜେଲ୍ରେ ଅଟକ ରଖାଯାଇଥିବା ନେଇ ନାଇଡୁ ଅଭିଯୋଗ କରିଛନ୍ତି । ବିଧାନସଭା ନିର୍ବାଚନର ପରାଜୟ ପରେ ପ୍ରଥମ ଥର ପାଇଁ ବିଶାଖାପାଟଣା ଗସ୍ତ ସମୟରେ ଏହି ମତ ଦେଇଛନ୍ତି ।
ଲୋକସେବା ଭବନର କେୟାଟେକର ରୁମ୍ରେ ଅଗ୍ନିକାଣ୍ଡ ଘଟିଛି । ସକାଳ ପ୍ରାୟ ୯ଟା ବେଳେ ଏହି ନିଆଁ ଲାଗିଥିବାର ସୂଚନା ରହିଛି । ୪୫ ମିନିଟ୍ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଏଥିରେ ହୋଇଥିବା କ୍ଷୟକ୍ଷତି ମଧ୍ୟ କିଛି ଜଣାପଡିନାହିଁ ।
ୟୁରୋ କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଆଇସ୍ଲ୍ୟାଣ୍ଡକୁ ପରାସ୍ତ କରିଛି ଫ୍ରାନ୍ସ । ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଆଇସଲ୍ୟାଣ୍ଡକୁ 1-0 ଗୋଲ୍ରେ ପରାସ୍ତ କରିଛି ଫ୍ରାନ୍ସ । ଫ୍ରାନ୍ସ ପକ୍ଷରୁ ଓଲିଭର୍ ଜିରୁଡ୍ ଏକ ମାତ୍ର ଗୋଲ୍ ସ୍କୋର କରିଥିଲେ । ଏହି ବିଜୟ ସହିତ ଫ୍ରାନ୍ସ 18 ପଏଣ୍ଟ ସହିତ ଗ୍ରୁପ ଏଚ୍ର ଶୀର୍ଷରେ ପହଞ୍ଚିଛି । 90 ମିନିଟ୍ ପର୍ଯ୍ୟନ୍ତ ମ୍ୟାଚ୍ ଗୋଲ୍ଶୂନ୍ୟ ରହିଥିବା ବେଳେ ଅତିରିକ୍ତ ସମୟରେ ମିଳିଥିବା ପେନାଲ୍ଟି କର୍ଣ୍ଣରରେ ଗୋଲ୍ ସ୍କୋର କରି ଜିରୁଡ୍ ଫ୍ରାନ୍ସକୁ ବିଜୟୀ କରାଇଥିଲେ । ଏହି ଗୋଲ୍ ସହିତ ଅନ୍ତର୍ଜାତୀୟୂ ସର୍କିଟ୍ରେ ଜିରୁଡ୍ ନିଜର 37 ତମ ଗୋଲ୍ ସ୍କୋର୍ କରିଛନ୍ତି । ଫ୍ରାନ୍ସ ପକ୍ଷରୁ ଥିଏରୀ ହେନ୍ରୀ ସର୍ବାଧିକ 51 ଗୋଲ ସ୍କୋର କରିଥିବା ବେଳେ ମାଇକେଲ ପ୍ଲାଟିନି 41ଟି ଗୋଲ୍ ସ୍କୋର କରିଛନ୍ତି ।
ପିଆଜର ଦର ଲୋକଙ୍କୁ କନ୍ଦାଉଥିବାବେଳେ ପିଆଜ ପାଇଁ ପାଞ୍ଚ ଜଣ ମହିଳାଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଦେଶର ଅଧିକାଂଶ ସହରରେ ପିଆଜର ଦାମ୍ ୮୦ ଟଙ୍କା ରହିଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରେ ପିଆଜକୁ ନେଇ ପାଞ୍ଚ ଜଣ ମହିଳାଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବାବେଳେ ଏଥିରେ ପାଞ୍ଚଜଣଯାକ ଆହତ ହୋଇଥିବାର ଖବର ମିଳିଛି। ଅମରୋହା ଗ୍ରାମର ଏକ ଦୋକାନରୁ ଜଣେ ମହିଳା ପିଆଜ କିଣିବାକୁ ନେଇ ଯୁକ୍ତି ଆରମ୍ଭ କରିଥିଲେ। ଠିକ୍ ସେହି ସମୟରେ ଅନ୍ୟ ଜଣେ ମହିଳା ପିଆଜ କିଣିବାକୁ ନେଇ ଅସମର୍ଥତା ପ୍ରକାଶ କରି ସମ୍ପୃକ୍ତ ମହିଳାଙ୍କୁ କିଛି ଶୁଣାଇଥିଲେ। ପରେ ପରେ ପିଆଜକୁ ନେଇ ଏହି ଦୁଇ ମହିଳାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଗଲା। ଏବଂ ଏହି ଝଗଡ଼ରେ ଅନ୍ୟ ମହିଳାମାନେ ସାମିଲ୍ ହୋଇଗଲେ। ପରେ ପରିସ୍ଥିତି ଏପରି ହେଲା ଯେ ମହିଳାମାନେ ଉଭୟ ଉଭୟଙ୍କୁ ଗାଳି ଗୁଲଜ କରିବା ସହ ଭିଡାଭିଡି…
ଅନଲାଇନ୍ରେ ଏବେ ଲୁଟେରା ମାତିଛନ୍ତି । ରାଉରକେଲା ବିଶ୍ରା ଥାନା ଅଂଚଳରେ ଜଣେ ଯୁବତୀଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ହୋଇଯାଇଛି । ଦୁର୍ବୃତ୍ତ ଅନ୍ଲାଇନରେ ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ସଂପୃକ୍ତା ଯୁବତୀ ବିଶ୍ରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଅନୁସାରେ ଯୁବତୀ ଜଣକ ଅନ୍ଲାଇନ୍ରେ କିଛି ଜିନିଷ ମଗାଇଥିଲେ । ଏଥିପାଇଁ ସେ ପେଟିଏମ୍ ଜରିଆରେ ୟୁପିଆଇ ଆଇଡି ଦେଇ ପେମେଣ୍ଟ କରିଥିଲେ । କିନ୍ତୁ ତାଙ୍କ ଜିନିଷ ପହଁଚି ନ ଥିଲା । ବିଳମ୍ବ ହେବାରୁ ଗୁଗୁଲରୁ ସେ କମ୍ପାନୀକୁ କଲ୍ କରିଥିଲେ । କିନ୍ତୁ ତାଙ୍କୁ କୌଣସି ସହଯୋଗ ମିଳି ନଥିଲା । ପରେ ତାଙ୍କ ଆକାଉଣ୍ଟରୁ ୩ ଥରରେ ୫୦ ହଜାର ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଛନ୍ତି । ଏ ନେଇ ସେ ବିଶ୍ରା ଥାନାରେ ଏତଲା ଦେଇଛନ୍ତି ।
ଆଜି ତାମିଲନାଡୁ ମହାବଳିପୁରମ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଳାଭୂମି ସଫେଇ କରିଛନ୍ତି । ୩୦ ମିନିଟ୍ ଯାଏ ସମୁଦ୍ର କୂଳ ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସଫେଇ ମାଧ୍ୟମରେ ସମାଜକୁ ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି । ବେଳାଭୂମିରୁ ପ୍ଲାଷ୍ଟିକ ଆବର୍ଜନା ଉଠାଇଛନ୍ତି ମୋଦି । ଗତକାଲି ଐତିହାସିକ ସହର ମହାବଳିପୁରମ୍ରେ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୌପଚାରିକ ସାକ୍ଷାତକାର ହୋଇଛି । ଆଜି ଦୁଇ ରାଷ୍ଟ୍ରର ମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେଉଛି ।
କ୍ରମାଗତ 12 ତମ ବର୍ଷ ପାଇଁ ଶ୍ରଷ୍ଠ ଭାରତୀୟ ଧନୀ ତାଲିକାରେ ରହିଛନ୍ତି ମୁକେଶ ଅମ୍ବାନୀ । ଶୁକ୍ରବାର ଫୋବର୍ସ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଥିବା ବେଳେ ସମୁଦାୟ 51.4 ବିଲିୟନ୍ ଡଲାରର ସମ୍ପତ୍ତି ସହିତ ମୁକେଶ ଅମ୍ବାନୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଭାରତରେ ବିଭିନ୍ନ ବ୍ୟବସାୟୀଙ୍କ ସମ୍ପତ୍ତିରେ 8 ପ୍ରତିଶତ ହ୍ରାସ ପାଇଥିବା ବେଳେ ଦୁଇ ନମ୍ବର ସ୍ଥାନରେ ରହିଥିବା ଅଜୀମ୍ ପ୍ରେମ୍ଜୀ 17 ତମ ସ୍ଥାନକୁ ଖସି ଆସିଛନ୍ତି । 10 ନମ୍ବର ସ୍ଥାନରେ ରହିଥିବା ଗୌତମ ଅଦାନୀ 8ଟି ସ୍ଥାନ ଉପରକୁ ଉଠି 15.7 ବିଲିୟନ୍ ଡଲାର ସହିତ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଅଶୋକ ଲେଲ୍ୟାଣ୍ଡ ମାଲିକ ହିନ୍ଦୁଜା ବ୍ରଦର୍ସ 15.6 ବିଲିୟନ୍ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ ସାର୍ପୋଜୀ ପାଲୋଞ୍ଜୀ (15 ବିଲିୟନ୍) ଚତୁର୍ଥ ସ୍ଥାନରେ ରହିଛନ୍ତି । ଉଦୟ କୋଟାକ୍(14.8) ଏବଂ ଶିବ ନାଦାର…
କେଦାର ମିଶ୍ର ବିଜେପୁର ଉପ ନିର୍ବାଚନରେ ଓ ତା ପୂର୍ବରୁ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ ରୁ ବଞ୍ଚିତ ହୋଇଥିବା ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବେ ଦଳ ତାଙ୍କୁ ଅଣଦେଖା କରୁଛି ବୋଲି ଅଭିଯୋଗ କରିଛନ୍ତି। ତେବେ ଅଶୋକ ପାଣିଗ୍ରାହୀଙ୍କ ଅଭିଯୋଗ ଏକ ପ୍ରକାର ଅରଣ୍ୟ ରୋଦନ ପାଲଟିଛି। ତାଙ୍କ ବିଳାପ ନା ବିଜେପି ଶୁଣୁଛି, ନା ଆଉ କାହା ପାଖରେ ତାଙ୍କୁ ସାନ୍ତ୍ଵନା ଦେବାର ସମୟ ଅଛି। ୨୦୧୮ରେ ସେ ଯେତେବେଳେ ବିଜୁ ଜନତା ଦଳ ଛାଡି ବିଜେପିରେ ଯୋଗ ଦେଲେ ଦେଇଥିଲେ ସେତେବେଳେ ତୁରନ୍ତ ତାଙ୍କୁ ବିଜେପୁର ଉପ ନିର୍ବାଚନ ଲାଗି ଟିକେଟ ମିଳିଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋକ ପାଣିଗ୍ରାହୀଙ୍କୁ ସେମି ଫାଇନାଲ ନିର୍ବାଚନରେ ମୁଖ୍ୟ ଖେଳାଳି ଭାବେ ମଇଦାନକୁ ଛାଡିଥିଲେ। ବିଜେପୁରରେ ଅଶୋକ ହାରିଲା ପରେ, ବିଜେପିରେ ତାଙ୍କର ଆବଶ୍ୟକତା ସରିଗଲା। ତାପରେ ତାଙ୍କୁ ଆଉ ଗୁରୁତ୍ଵ ଦେବାର କୌଣସି…
ମୃତ୍ୟୁ କିଭଳି ମଧ୍ୟ ଆସିପାରେ । ଟ୍ୟୁସନ୍ ଯାଉଥିବା ସମୟରେ ହାଇବା ମାଡିଯିବାରୁ ଜଣେ ଛାତ୍ରଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଚଛନ୍ତି । ପାରାଦୀପର ଫୁଲବେଲାରୀ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ୟୁସନ୍ ଯାଉଥିବା ସ୍କୁଲ ଛାତ୍ରଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ମାଡ଼ିଗଲା । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ର ପ୍ରାଣ ହରାଇଥିବାବେଳେ 2 ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଦ୍ୱୟଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
MUMBAI, OCT 11 (UNI) – Bollywood actor Amitabh Bachchan greets to fans outside his bunglow Jalsa,Juhu t on his 77th Birthday,in Mumbai on Friday. UNI PHOTO-79U
ମହାବଳୀପୁରମ: ଚେନ୍ନାଇର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଲାଥିଲା। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗିଙ୍କୁ ସେ ମହାବଳୀପୁରମରମର ପ୍ରାଚୀନ କାରୁକାର୍ଯ୍ୟକୁ ନିଜେ ଟୁରିଷ୍ଟ ଗାଇଡ ଭାବେ ବୁଲାଇ ଦେଖାଇଥିଲେ। ମୋଦି ତାମିଲନାଡୁର ପାରଂପାରିକ ପୋଷାକ ପିନ୍ଧି ଏହି ବିଶ୍ବ ଐତିହ୍ୟକୁ ବୁଲାଇ ଦେଖାଇଥିଲେ। ସେ ତାମିଲନାଡୁର ଧୋତି ସହିତ ଧଳା ସାର୍ଟ ଏବଂ ବେକରେ ଏକ ଉତ୍ତରୀୟ ପିନ୍ଧିଥିଲେ। ଜିନପିଙ୍ଗି ମଧ୍ୟ ବ୍ଲେଜର ଓ ଟାଇ ବଦଳରେ ସେ ସାଧାରଣ କଳା ରଂଗର ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧିଥିଲେ। ୟୁନିସ୍କୋର ଅନୁସାରେ ଏହି ମହାବଳୀପୁରମରେ ରହିଛି 7ମ ଓ 8ମ ଶତାଦ୍ଦୀର ପଥର କାରୁକାର୍ଯ୍ୟ। କରମଣ୍ଡଳ ଉପକୂଳରେ ଏହି ପଥର କାରୁକାର୍ଯ୍ୟକୁ ପଲ୍ଲବ ରାଜାଙ୍କ ସମୟରେ ଖୋଦିତ କରାଯାଇଥିଲା। ଏହି ପ୍ରାଚୀନ ଐତିହ୍ୟ ଗୁମ୍ଫାକୁ ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି ଭ୍ରମଣ କରିଥିଲେ। ମୋଦି ସବୁ ସ୍ଥାନରେ ଗୁମ୍ଫାର କାରୁକାର୍ଯ୍ୟ ଏବଂ…
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଡ୍ରାଇଭର୍ ସିଟ୍ରେ ରହିଛି ବିରାଟ କୋହଲିଙ୍କ ଭାରତୀୟ ଦଳ । ବିରାଟ କୋହଲିଙ୍କ ଦ୍ବିଶତକ ତଥା କ୍ୟାରିୟରର ସର୍ବାଧିକ ସ୍କୋର ବଳରେ ଭାରତ 601/5ରେ ଇନିଂସ ଘୋଷଣା କରିଥିବା ବେଳେ ଦିନର ଖେଳ ସମାପ୍ତ ହେବା ବେଳକୁ ଦ ଆଫ୍ରିକା 36 ରନ୍ରେ 3 ଓ୍ବିକେଟ୍ ହରାଇ ସଙ୍କଟରେ ପଡିଛି । ଅଧିନାୟକ ବିରାଟ କୋହଲି 336 ବଲ୍ର ସମ୍ମୁଖୀନ ହୋଇ 33 ଚୌକା ଏବଂ 2 ଛକ୍କା ସହାୟତାରେ କ୍ୟାରିୟର ସର୍ବାଧିକ 254* ସଂଗ୍ରହ କରିଥିଲେ । ଗତକାଲି ମୟଙ୍କ ଅଗ୍ରଓ୍ବାଲ (108) ମଧ୍ୟ ଶତକ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁଜାରା(58), ରାହାଣେ(59) ଏବଂ ରବୀନ୍ଦ୍ର ଜାଡେଜା(91) ରନ୍ ସଂଗ୍ରହ କରିଥିଲେ । ଦ. ଆଫ୍ରିକା ପକ୍ଷରୁ ରବାଡା 3ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ କେଶବ ମହାରାଜ ଏବଂ ସେନୁରାନ ମୁଥୁସ୍ବାମୀ…
AHMEDABAD, OCT 11 (UNI):- Congress leader Rahul Gandhi at Additional Chief Metropolitan Magistrate court premises, in Ahmedabad on Friday. UNI PHOTO-61U
CHENNAI, OCT 11 (UNI):- President of China Xi Jinping being received on arrival at Chennai Airport on Friday. UNI PHOTO-40U
ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଏକ କରୁଣ ଘଟଣା ଘଟିଛି । ନିଜର ଦୁଇ ଝିଅଙ୍କ ସହିତ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟଗା ଉଦ୍ୟମ କରିଛନ୍ତି ଜନୈକ ମହିଳା । ଘଟଣାରେ ମା ରମା ଭଞ୍ଜ ପ୍ରାଣ ହରାଇଥିବା ବେଳେ ଦୁଇ ଝିଅ ଗୁରୁତର ଭାବରେ ଆହତ ହୋଇଛନ୍ତି । ଜଣଙ୍କର ପାପୁଲି କଟି ଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

