Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବରସ୍ଥିତ ୧୨୦ ବାଟାଲିୟାନରେ ଟେରିଟୋରିୟାଲ ଆର୍ମି ନିଯୁକ୍ତି ମେଳାରେ ଯୋଗଦେବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ପ୍ରାର୍ଥି ରାଜଧାନୀରେ ରୁଣ୍ଡ ହୋଇଛନ୍ତି। ଏତେ ପିଲାଙ୍କୁ ବ୍ୟବସ୍ଥିତ ଭାବେ ରଖିବା ପାଇଁ ନା ୧୨୦ ବାଟାଲିୟାନ ବ୍ୟବସ୍ଥା କରିଛି ନା ପୋଲିସ ପ୍ରଶାସନ। ଫଳରେ ଏହି ପରୀକ୍ଷାର୍ଥୀ ବାଟାଲିୟନ ପାଖରେ ଥିବା ଫୁଟପାଥରେ ରାତି ବିତାଇବାରେ ଲାଗିଛନ୍ତି। ଏପରିକି ପରୀକ୍ଷାର୍ଥୀମାନେ ସେହି ରାସ୍ତା ଉପରେ ରୋଷେଇ କରି ଖାଇବା ଏବଂ ନିତ୍ୟକର୍ମ ମଧ୍ୟ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ପ୍ରଥମ କଥା ଏତେ ପରୀକ୍ଷାର୍ଥୀ ରାଜଧାନୀକୁ ଆସୁଥିବାର ଜାଣିବା ପରେ ମଧ୍ୟ ସେମାନଙ୍କ ପାଇଁ ୧୨୦ ବାଟାଲିୟନ ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହି ପରୀକ୍ଷା ଦେବାକୁ ଆସୁଥିବା ପିଲାମାନେ ସେପରି ଧନୀକ ଶ୍ରେଣୀର ନୁହଁନ୍ତି ଯେ, ହୋଟେଲ ବୁକ କରି ରହିବେ। ତେବେ ଭୁବନେଶ୍ବରର ହୋଟେଲ ସଂଖ୍ୟା ଯେତେ ରହିଛି ହଠାତ…
ଭାରପ୍ରାପ୍ତ ସିଡିଏମ୍ଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବିଧାୟିକା କୁସୁମ ଟେଟ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ । ସେହିପରି ସରକାରୀ ଡାକ୍ତରଖାନାରେ ଖାଲି ଥିବା ଡାକ୍ତରୀ ପଦବୀ ପୂରଣ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଗତକାଲି ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିଲେ । ଏହାକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୬ ଘଣ୍ଟିଆ ବିରୋଧ ପାଳନ କରୁଛି ବିଜେପି ।
ଦେଶରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନଗର ଗତିବିଧି ବଢିବାରେ ଲାଗିଛି । ଦେଶର ୫ଟି ରାଜ୍ୟରେ ଜମାତ୍ ଉଲ୍ ମୁଜାହିଦ୍ଦିନ୍ ବାଂଲାଦେଶ(ଜେଏମ୍ବି) ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଷ୍ଟ୍ରୀୟ ଯାଞ୍ଚ୍ ଏଜେନ୍ସି(ଏନ୍ଆଇଏ) ପକ୍ଷରୁ କୁହାଯାଇଛି। ଏନ୍ଆଇଏ ଡିଜି ଯୋଗୋଶ ଚନ୍ଦର ମୋଦି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆସାମ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକ ଏହି ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ସଂଗଠନର ୧୨୫ ଜଣ ସନ୍ଦିଗ୍ଧ ସଦସ୍ୟଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ ଡିଜି ବଡ଼ ସୂଚନା ଦେଇ କହିଛନ୍ତି ଯେ, ଦେଶରେ ୩ଟି ରାଜ୍ୟରେ ବାଂଲାଦେଶୀ ଆତଙ୍କୀଙ୍କ ଗତିବିଧି ବଢିଛି। ଓଡ଼ିଶା ଆସାମ ଏବଂ ଝାଡଖଣ୍ଡରେ ଏହି ଆତଙ୍କବାଦୀଙ୍କ ଗତିବିଧି ବଢିଛି ବୋଲି ଡିଜି କହିଛନ୍ତି ।
ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପ୍ରତ୍ୟୁଷରେ ହବିଷ୍ୟାଳିମାନେ ପଞ୍ଚତୀର୍ଥରେ ସ୍ନାନକରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ତୁଳସୀ ଚଉରାମୂଳେ ରାଇ ଦାମୋଦରଙ୍କୁ ପୂଜାକରି ବ୍ରତ ଆରମ୍ଭ କରିଛନ୍ତି। ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କର ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ମଠ, ମନ୍ଦିରରେ ବ୍ରତଧାରୀ ରହିଥିବାବେଳେ ସରକାରଙ୍କ ପକ୍ଷରୁ ୩ଟି ଆଶ୍ରୟସ୍ଥଳର ବ୍ୟବସ୍ଥା ହୋଇଛି। ଏହି ୩ଟି ଆଶ୍ରୟସ୍ଥଳରେ ପ୍ରାୟ ୨,୬୦୦ରୁ ଊର୍ଦ୍ଧ୍ୱ ହବିଷ୍ୟାଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହବିଷ୍ୟାଳି ଆଶ୍ରୟସ୍ଥଳର ଉଦ୍ଘାଟନ କରିବେ। ଏଥିପାଇଁ ରେଳଓ୍ବେ ଟୁରିଷ୍ଟ କମ୍ପ୍ଲେକ୍ସ ପରିସରରେ ଆନୁସାଙ୍ଗିକ ବ୍ୟବସ୍ଥା ହୋଇଛି। ମାସେ ପର୍ଯ୍ୟନ୍ତ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ। ହବିଷ୍ୟାଳିମାନଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ସେଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ଯତ୍ନବାନ ରହିଛି।
ସମୀକ୍ଷା ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ ତଥା ଧର୍ମକୁ ବିଶେଷ ପ୍ରାଧାନ୍ୟ ଦେଇଥା’ନ୍ତି। ଚଳିତ ଥର ଅକ୍ଟୋବର ୧୪ରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଳନ ହେବ। ଏହି ମାସରେ ସ୍ନାନ, ଦାନ ଓ ଉପବାସ କରିବା ଦ୍ବାରା ସମସ୍ତ କଷ୍ଟରୁ ମୁକ୍ତି ମିଳିବା ସହିତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟ କରିବା ଦ୍ବାରା ଆମେ ମାନସମ୍ମାନ ପାଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇପାରିବା। ଏହି ରାଶିରେ ସୂର୍ଯ୍ୟ ତୁଳା ରାଶିରେ ଅବସ୍ଥାନ କରିଥାନ୍ତି। ଏଥିପାଇଁ ସୂର୍ଯ୍ୟଦେବଙ୍କର ବିଶେଷ ପୂଜା ଅର୍ଚ୍ଚାନ କରିବା ଦ୍ବାରା ମାନସମ୍ମାନ ପ୍ରାପ୍ତି କରାଯାଇଥାଏ। କାର୍ତ୍ତିକ…
ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ଗତକାଲି ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କ ସପକ୍ଷରେ ବାହାରିଛି ବିଜେପି। ୫ଟି ସଚିବଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଦଳ ଆଜି ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରୁଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ। ଏଥିପାଇଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାଙ୍କ୍କୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି।
ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟସ୍ତରର ଚାରି ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ଆଉ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଇନ୍ଦୋରର ଶାହନବାଜ ଖାନ୍, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ ଓ ଗ୍ୱାଲିୟରର ଅନିକେତ। ସୂଚନା ଅନୁଯାୟୀ, ହୋଶଙ୍ଗାବାଦର ଏନ୍ଏଚ୍ -୬୯ ନିକଟରେ ଏହି ଘଟଣା ଘଟିଛି । ହୋଶଙ୍ଗାବାଦରେ ଅଖିଳ ଭାରତୀୟ ହକି ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଏଥିରେ ଭାଗ ନେବା ପାଇଁ ଏହି ଖେଳାଳିମାନେ ଯାଉଥିଲେ। କାର୍ରେ ସମୁଦାୟ ୭ଜଣ ଲୋକ ରହିଥିଲେ । ସେମାନେ ଏକ ସ୍ବିପ୍ଟ ଡିଜାୟର କାର୍ରେ ସେଠାକୁ ଯାଉଥିବା ବେଳେ ଏକ ଗାଡ଼ିକୁ ଓଭରଟେକ୍ କରିବାକୁ ପ୍ରୟାସ କରିଥିଲେ। କାର୍ଟି ଦ୍ରୁତ ଗତିରେ ଥିବାରୁ ଓଭର୍ଟେକ୍ କରିବା ସମୟରେ ଏହା ଭାରସାମ୍ୟ ହରାଇଥିଲା ଓ ଏକ ଗଛରେ…
ଉତ୍ତର ପ୍ରଦେଶର ମଉ ଜିଲ୍ଲାଠାରେ ସୋମବାର ସକାଳେ ଗ୍ୟାସ୍ ସିଲିଣ୍ଡର ଫାଟି ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଙ୍ଗା କୋଠା ତଳେ ଆଉ କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଗ୍ୟାସ୍ ସିଲିଣ୍ଡର କେଉଁ କାରଣରୁ ଫାଟିଛି, ତାହାର ଅସ୍ପଷ୍ଟ ରହିଥିବାବେଳେ ଏହି ଘଟଣାର ତଦନ୍ତ ଚାଲିଛି । ଏହି ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ଆହତମାନଙ୍କ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
କେଦାର ମିଶ୍ର ଓଡିଶା ସରକାରଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନା “ମୋ ସରକାର’’ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହା ସହିତ ଫାଇଭ ଟି, ଯଥା-ସାମୁହିକ ଦାୟିତ୍ଵ(ଟିମ ୱାର୍କ), ସମୟସୀମା (ଟାଇମ ଲିମିଟ), ଟେକ୍ନୋଲୋଜି, ସ୍ବଚ୍ଛତା (ଟ୍ରାଂସପେରେନ୍ସି) ଓ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ)କୁ ସରକାରର ମନ୍ତ୍ର ଭାବରେ ଗ୍ରହଣ କରିବାକୁ କୁହା ଯାଇଛି। ଏହି ଲକ୍ଷ୍ୟ ସାଧନ ଲାଗି ସରକାରର ସବୁଠୁ ପ୍ରଭାବଶାଳୀ ଅଧିକାରୀ ଭି. କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆ ଯାଇଛି। ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ସବୁ ବଡ ବଡ ଅଧିକାରୀ ଏହି କାମରେ ଲାଗିଛନ୍ତି। ଏହି ବିଭାଗ ଦାୟିତ୍ବରେ ଥିବା ଶାସନ ସଚିବ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲା ଗସ୍ତ କରି ଏହି ଯୋଜନାର ତଦାରଖ କରୁଛନ୍ତି। ଅନ୍ତତଃ ସରକାରୀ ଭାବରେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ପ୍ରଭାବଶାଳୀ ମନେ ହେଉଛି। ଦାୟିତ୍ବରେ ଖିଲାପ କରୁଥିବା ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Devotess carrying paddy from paddy (in Tribal Traditional Dress) to Lakshimander temple, on the occasion of Maa Lakshmi puja festival, in Guwahati on Sunday.
People taking out a procession on the occasion of ‘Maharishi Valmiki Jayanti’, in Belagavi on Sunday. UNI PHOTO-59U
Members of Devalu and Bjantri Community participating Lokdhun program during kullu Dussehra festival organized by Dev Samaj in Kullu on Sunday. UNI PHOTO-86U
President, Ram Nath Kovind visiting to Mahaveer Jain Aradhana Kendra, Koba in Gandhinagar on Sunday. UNI PHOTO-106U
ସମୀକ୍ଷାବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ଭୀମପୁର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କାନୁନଗୋ ସାହିରେ ଥିବା ବୃନ୍ଦାବନ ଚନ୍ଦ୍ର ଦେବ ମନ୍ଦିରରେ ଏପରି ଅଭାବନୀୟ ଘଟଣା ଘଟିଛି। ମନ୍ଦିରରେ ଥିବା ଅଷ୍ଟଧାତୁରେ ନିର୍ମିତ ରାଧାକୃଷ୍ଣ ମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, ରାମଲକ୍ଷ୍ମଣ ମୂର୍ତ୍ତି, ବିଭିନ୍ନ ପୂଜା ସାମଗ୍ରୀ, ଦାନବାକ୍ସରୁ ନଗଦ ୪୦୦୦ ଟଙ୍କା ଏବଂ ବହୁ ମୁଲ୍ୟବାନ ଜିନିଷ ଚୋରି ହୋଇଥିଲା। ଗତକାଲି ଶନିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ଏହାକୁ ନେଇ ଭୀମପୁର ଗ୍ରାମବାସୀଙ୍କ ଦ୍ଵାରା ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଏସ.ଆଇ ଦିଗବିଜୟ ବିଶ୍ଵାଳ ତୁରନ୍ତ ତଦନ୍ତ ଆରମ୍ଭ କରି ଆସାମୀକୁ ଧରିବାରେ ସଫଳ ମଧ୍ୟ ହୋଇଛନ୍ତି। ସମ୍ପୃକ୍ତ ଆସାମୀ ଜଣଙ୍କ ଦୀପକ କୁମାର ତ୍ରିପାଠୀ (ବୟସ ୨୦ବର୍ଷ) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।…
ସୁନ୍ଦରଗଡ଼ ମେଡିକାଲ ରୋଡ଼ରେ ଥିବା ଏକ ବେଆଇନ ପାଥୋ ଲ୍ୟାବକୁ ସିଲ କରାଯାଇଛି। ଲ୍ୟାବର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସାର୍ଟିଫିକେଟ ନଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଚାଲୁଥିବାରୁ ତହସିଲଦାର ସିଲ୍ କରିଛନ୍ତିା “ମୋ ସରକାର” କାର୍ଯ୍ୟକାରିତାକୁ ଗୁରୁତ୍ବର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ସମସ୍ତ ଜିଲ୍ଲା ଗସ୍ତ କରି ୫ଟି ସଚିବ ଭ.କେ ପାଣ୍ଡିଆନ ବୁଲି ରୋଗୀଙ୍କ ସୁବିଧା ସମ୍ପର୍କରେ ବୁଝିଥିଲେ। ଆଜି ଭ.କେ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ “ମୋ ସରକାର” କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜଣେ ରୋଗୀଙ୍କ ବ୍ଲଡ଼ ରିପୋର୍ଟ ମେଡିକାଲ ରୋଡ଼ରେ ଥିବା ଏକ ପାଥୋ ଲ୍ୟାବରେ ଯାଂଚ କରାଯାଇଥିଲା। ସେହି ଲ୍ୟାବର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସାର୍ଟିଫିକେଟ ନଥାଇ ବେଆଇନ ଭାବେ ଚାଲୁଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଲ୍ୟାବଟିକୁ ସିଲ କରିଛନ୍ତି।

