Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିସିସିଆଇରେ ଚାଲିବ କି ସୌରଭ ଗାଙ୍ଗୁଲିଙ୍କ ଦାଦାଗିରି ?
ବିଶେଷ ଖବର

ବିସିସିଆଇରେ ଚାଲିବ କି ସୌରଭ ଗାଙ୍ଗୁଲିଙ୍କ ଦାଦାଗିରି ?

October 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିସିସିଆଇରେ ଏବେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ନୂତନ ଅଧ୍ୟକ୍ଷ ହୋଇପାରନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ)ର ସଭାପତି ହୋଇପାରନ୍ତି। ବିସିସିଆଇର ସଭାପତି ଦୌଡ଼ରେ ଗାଙ୍ଗୁଲି ସର୍ବାଗ୍ରେ ଥିବାବେଳେ ତାଙ୍କୁ ସଭାପତି କରିବା ନେଇ ସହମତି ପ୍ରକାଶ ପାଇଥିବାର ଜଣାପଡୁଛି।

ସେହିପରି  ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବ୍ରିଜେଶ ପଟେଲ ଆଇପିଏଲର ଅଧ୍ୟକ୍ଷ ଓ ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ସମ୍ପାଦକ ହେବା ନେଇ ଖବର ଶୁଣିବାକୁ ମିଳିଛି। ରାଜ୍ୟ କ୍ରିକେଟ ଆସୋସିଏସନ ମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ଅନୌପଚାରିକ ଭାବରେ ଜୟ ଶାହ ସମ୍ପାଦକ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୁମଲ କୋଷାଧ୍ୟକ୍ଷ ହେବେ ବୋଲି ସହମତି ପ୍ରକାଶ ପାଇଛି। ଏହି ସମସ୍ତ ପଦବୀ ପାଇଁ ନାମାଙ୍କନ ଦାଖଲ କରିବାର ଅନ୍ତିମ ଦିନ ସୋମବାର ରହିଛି। ତେବେ ଯେଉଁମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ସମ୍ଭାବନା ରହିଛି। ଆସନ୍ତା ୨୩ ତାରିଖରେ ବିସିସିଆଇର ନିର୍ବାଚନ ହେବାକୁ ରହିଛି।

ତେବେ ଗାଙ୍ଗୁଲିଙ୍କ ସଭାପତି ହେବା ପରେ କୋହଲି ଓ ଶାସ୍ତ୍ରୀଙ୍କ ସମୀକରଣ ବଦଳିବ ନା ପୂର୍ବବତ ରହିବ ଏନେଇ ଚର୍ଚ୍ଚା ମଧ୍ୟ ଉଠିଛି। ସୌରଭ ଗାଙ୍ଗୁଲି ଓ ରବି ଶାସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ସେତେଟା ମଧୁରତା ଥିବାର ପରିଲକ୍ଷିତ ହୁଏ ନାହିଁ। ୨୦୧୬ ମସିହାରେ ଗାଙ୍ଗୁଲି ସିଏସିର ସଦସ୍ୟ ଥିବାବେଳେ ରବି ଶାସ୍ତ୍ରୀଙ୍କ ବଦଳରେ ଅନିଲ୍‌ କୁମ୍ବଲେ ଟିମ୍‌ ଇଣ୍ଡିଆର କୋଚ୍‌ ରୂପେ ନିର୍ବାଚିତ ହୋଇଥିଲେ। ଏହା ପରେ ଗାଙ୍ଗୁଲି ଓ ଶାସ୍ତ୍ରୀଙ୍କ ମଧ୍ୟରେ ବିବାଦ ବେଶ୍‌ ଗମ୍ଭୀର ରୂପ ନେଇଥିଲା। ସେହିପରି ୨୦୧୭ ମସିହାରେ ବିରାଟ କୋହଲିଙ୍କ ସହ ଅନିଲ୍‌ କୁମ୍ବଲେଙ୍କ ସମ୍ବନ୍ଧରେ ଟିକେ ଫିକା ପଡ଼ିବାରୁ ରବି ଶାସ୍ତ୍ରୀଙ୍କୁ ଟିମ୍‌ ଇଣ୍ଡିଆର କୋଚ୍‌ ରୂପେ ନିର୍ବାଚିତ କରାଯାଇଥିଲା। ଏହି ସମୟରେ ଗାଙ୍ଗୁଲି ସିଏସିର ସଦସ୍ୟ ରହିଥିଲେ ଓ ସେ ରବି ଶାସ୍ତ୍ରୀଙ୍କୁ ଟିମ୍‌ ଇଣ୍ଡିଆର କୋଚ୍‌ କରିବା ସପକ୍ଷରେ ନଥିଲେ। କିନ୍ତୁ ବିରାଟଙ୍କ ଜିଦ୍‌ ପାଇଁ ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର କୋଚ୍‌ ହୋଇଥିଲେ।

ତେବେ ବିସିସିଆଇରେ ଏବେ ସୌରଭଙ୍କ ଦାଦାଗିରି ଚାଲିବା ପରେ କୋହଲି ଆଉ ଶାସ୍ତ୍ରୀଙ୍କ ସମୀକରଣ ବଳବତ୍ତର ରହିବ, ନା ଏଥିରେ କିଛି ପରିବର୍ତ୍ତନ ଦେଖାଯିବ, ତାହା ଆଗାମୀ ସମୟ କହିବ।

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଦିନିକିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

April 21, 2026

ଆଜି ମଙ୍ଗଳବାର ଏପ୍ରିଲ ୨୧ ତାରିଖ କିପରି ରହିବ ଦିନଟି, ଜାଣନ୍ତୁ ନିଜର ରାଶିଫଳ

April 21, 2026

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.