Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ-ଚୀନ ଅନୌପଚାରିକ ଶିଖର ସମ୍ମିଳନୀ: ଆସନ୍ତୁ ଜାଣିବା ଆଲୋଚନା ହୋଇଥିବା 12 ଟି ମୁଖ୍ୟ ପ୍ରସଙ୍ଗ
ବିଶେଷ ଖବର

ଭାରତ-ଚୀନ ଅନୌପଚାରିକ ଶିଖର ସମ୍ମିଳନୀ: ଆସନ୍ତୁ ଜାଣିବା ଆଲୋଚନା ହୋଇଥିବା 12 ଟି ମୁଖ୍ୟ ପ୍ରସଙ୍ଗ

October 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର
ଟ୍ରମ୍ପଙ୍କ ଶୁଳ୍କର ପ୍ରଭାବ ଯୋଗୁଁ ବଢୁଛି ଚୀନ-ଭାରତ ସମ୍ପର୍କ: ବୃଦ୍ଧି ହେଲା ବାଣିଜ୍ୟ କାରବାର

ସମୀକ୍ଷା ବ୍ୟୁରୋ

1-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ  ଅକ୍ଟୋବର ୧୧-୧୨, ୨୦୧୯ରେ ସେମାନଙ୍କ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଚେନ୍ନାଇଠାରେ ଆୟୋଜନ ହୋଇଥିଲା। ଏଥିରେ ଉଭୟ ନେତା ବୈଷୟିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ବ୍ୟାପକ ଓ ଦୀର୍ଘକାଳିନ ଏବଂ ରଣନିତି ପ୍ରସଙ୍ଗ ଉପରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ପରିବେଶରେ ମତ ବିନିମୟ କରିଥିଲେ।

2-ଦ୍ୱିପାକ୍ଷିକ ସମ୍ପର୍କକୁ ସେମାନେ ସକାରାତ୍ମକ ଢଙ୍ଗରେ ମୂଲ୍ୟାୟନ କରିଥିଲେ। ବିଶ୍ୱ ସ୍ତରରେ ଭାରତ-ଚୀନ ଦ୍ୱିପାକ୍ଷିକ ମତ ବିନିମୟ କିଭଳି ଆହୁରି ନିବିଡ଼ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ ।

3-୨୦୧୮ ଏପ୍ରିଲରେ ଚୀନର ଉହାନଠାରେ ଅନୁଷ୍ଠିତ ପ୍ରଥମ ଅନୌପଚାରିକ ଶିଖର ସମ୍ମିଳନୀରେ ହୋଇଥିବା ସହମତିକୁ ସେମାନେ ଦୋହରାଇ ଥିଲେ। ଭାରତ ଓ ଚୀନ ବର୍ତମାନର ଅନ୍ତର୍ଜାତୀୟ ପରିଦୃଶ୍ୟରେ ସ୍ଥିରତାର କାରଣ ହୋଇଥିବାରୁ ଉଭୟ ପକ୍ଷ ସେମାନଙ୍କ ମତଭେଦ ଦୂର କରିବେ ତଥା ମତାନ୍ତରକୁ ବିବାଦ ରୂପ ନ ଦେବାକୁ ସହମତ ହୋଇଥିଲେ ।

4-ଏକବିଂଶ ଶତାବ୍ଦୀର ଅନ୍ତର୍ଜାତୀୟ ବ୍ୟବସାୟର ବିକାଶ ପାଇଁ ଭାରତ ଓ ଚୀନର ଆପୋସ ବୁଝାମଣାକୁ ଦୁଇ ନେତା ହୃଦୟଙ୍ଗମ କରିଥିଲେ। ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ପ୍ରତି ସମର୍ଥନ ଏବଂ ସୁଦୃଢ଼ୀକରଣ ଜରୁରି ବୋଲି ଉଭୟ ନେତା ମତବ୍ୟକ୍ତ କରିଥିଲେ। ସବୁ ଦେଶକୁ ଲାଭ ଦେଉଥିବା ଏକ ମୁକ୍ତ ବାଣିଜ୍ୟ ବ୍ୟବସ୍ଥା ପାଇଁ ଭାରତ ଓ ଚୀନ ମିଳିତ ଭାବେ କାର୍ଯ୍ୟ କରିବେ ।

5-ଆତଙ୍କବାଦର ସାର୍ବଜନୀନ ବିପଦ ପ୍ରତି ଉଭୟ ନେତା ଚିନ୍ତା ବ୍ୟକ୍ତ କରିଥିଲେ। କୌଣସି ବାଛ ବିଚାର ନ କରି ସାରା ବିଶ୍ୱରେ ଆତଙ୍କବାଦୀ ସଂଗଠନକୁ ତାଲିମ, ଅର୍ଥଯୋଗାଣ ଓ ସହାୟତା ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ କିପରି କଠୋର ବ୍ୟବସ୍ଥା ଗ୍ରହଣ କରିବ ସେ ଦିଗରେ ଉଭୟ କାର୍ଯ୍ୟ କରିବେ।

6-ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ବୁଝାମଣା ବୃଦ୍ଧି କରିବା ଲାଗି ଭାବ ବିନିମୟ କରିବା ଉପରେ ଉଭୟ ନେତା ଜୋର ଦେଇଥିଲେ। ୧୦.

7-ବିଗତ ଦୁଇ ସହସ୍ରାବ୍ଦୀ ଧରି ଭାରତ ଓ ଚୀନ ମଧ୍ୟରେ ଥିବା ପ୍ରାଚୀନ ବାଣିଜ୍ୟିକ ସମ୍ପର୍କ, ସାମୁଦ୍ରିକ ସମ୍ପର୍କ ବିଷୟରେ ଉଭୟ ନେତା ଆଲୋଚନା କରିଥିଲେ। ଏଥିରେ, ତାମିଲନାଡ଼ୁ ଓ ଫୁଜିଆନ ପ୍ରାନ୍ତ ମଧ୍ୟରେ ବନ୍ଧୁ ରାଜ୍ୟ ସମ୍ପର୍କ ପ୍ରତିଷ୍ଠା ଲାଗି  ଦୁଇ ନେତା ରାଜି ହୋଇଥିଲେ। ଡୁନହ୍ୱାଙ୍ଗ ଏବଂ ଅଜନ୍ତା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଗବେଷଣା ଲାଗି ଏକ ଏକାଡେମୀ ପ୍ରତିଷ୍ଠା କରିବା ନେଇ ଦୁଇ ନେତା ସହମତ ହୋଇଥିଲେ।

8-ଉଭୟ ଅନୁଭବ କରିଥିଲେ ଯେ,ଭାରତ ଓ ଚୀନର ସମାନ୍ତରାଳ ବିକାଶ ଆପୋସ ଲାଭର ସୁଯୋଗ ଆଣିଥାଏ। ତେଣୁ ଉଭୟଙ୍କ  ବନ୍ଧୁତା ଓ ସହଯୋଗର ପାରସ୍ପରିକ ଦିଗ ଆଧାରରେ ଜଣେ ଅନ୍ୟ ଜଣଙ୍କ ନୀତି ଓ କାର୍ଯ୍ୟପଦ୍ଧତିକୁ ସମ୍ମାନ କରିବେ ଏବଂ ଏକ ସକାରାତ୍ମକ, ବ୍ୟବହାରିକ ତଥା ମୁକ୍ତ ଆଭିମୁଖ୍ୟ ଗ୍ରହଣ କରିବେ।

9-୨୦୨୦ ମସିହାରେ ଭାରତ ଓ ଚୀନ ସଂପର୍କକୁ  ବର୍ଷକୁ ୭୦ବର୍ଷ ପୂରଣ ହେଉଛି। ସେଥିପାଇଁ ଭାରତ-ଚୀନ ସାଂସ୍କୃତିକ ଓ ଲୋକସମ୍ପର୍କର ବର୍ଷ ଭାବେ ମାନ୍ୟତା ପ୍ରଦାନ କରିବାକୁ ଦୁଇ ନେତା ରାଜି ହୋଇଥିଲେ। ସମସ୍ତ କ୍ଷେତ୍ରରେ ଭାବ ବିନିମୟକୁ ନିବିଡ଼ କରାଯାଇ ଉଭୟ ରାଷ୍ଟ୍ରର ବ୍ୟବସ୍ଥାପିକା, ରାଜନୈତିକ ଦଳ, ସାଂସ୍କୃତିକ ଓ ଯୁବ ସଂଗଠନ ଏବଂ ସେନା ମଧ୍ୟରେ ବ୍ୟାପକ ସମ୍ପର୍କ ପ୍ରତିଷ୍ଠା ଲାଗି ଦୁଇନେତା ସହମତ ହୋଇଥିଲେ । କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତିପାଳନ କରିବା ଲାଗି ଦୁଇ ଦେଶ ପକ୍ଷରୁ ୭୦ଟି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ଦୁଇ ସଭ୍ୟତା ମଧ୍ୟରେ ରହିଥିବା ଐତିହାସିକ ସମ୍ପର୍କକୁ ଠାବ କରିବା ଲାଗି ଜଳଯାତ୍ରା ଉପରେ ଏକ ସମ୍ମିଳନୀ ମଧ୍ୟ ଆୟୋଜନ କରାଯିବ।

10-ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ କରିବା ପାଇଁ ଦୁଇ ନେତା ଏକ ଉଚ୍ଚ ସ୍ତରୀୟ ଆର୍ଥିକ ଓ ବାଣିଜ୍ୟ ଆଲୋଚନା ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ନିଷ୍ପତି ନେଇଥିଲେ । ଯାହାର ଉଦ୍ଦେଶ୍ୟ ହେବ ପରିବର୍ଦ୍ଧିତ ବାଣିଜ୍ୟ ଓ ବ୍ୟବସାୟିକ ସମ୍ପର୍କ ବୃଦ୍ଧି କରିବା ଏବଂ ଦୁଇ ଦେଶ ମଧ୍ୟ ବାଣିଜ୍ୟ ସନ୍ତୁଳନ ପ୍ରତିଷ୍ଠା କରିବା। ପ୍ରଥମ ଉଚ୍ଚସ୍ତରୀୟ ଅର୍ଥନୈତିକ ଓ ବାଣିଜ୍ୟ ଆଲୋଚନାର ପ୍ରଥମ ବୈଠକରେଏହି ପ୍ରସଙ୍ଗରେ ଅଗ୍ରଗତି କରିବା ଲାଗି ଉଭୟ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

11-ସୀମା ପ୍ରସଙ୍ଗ ସମେତ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ। ସେମାନେ ସ୍ୱତନ୍ତ୍ର ପ୍ରତିନିଧିମାନଙ୍କ କାର୍ଯ୍ୟକୁ ସ୍ୱାଗତ କରିଥିଲେ ଏବଂ ୨୦୦୫ ମସିହାରେ ଉଭୟ ପକ୍ଷ ସହମତ ହୋଇଥିବା ନିର୍ଦ୍ଧାରିତ ସିଦ୍ଧାନ୍ତ ଉପରେ ଆପୋସ ସହମତିରେ ଏକ ଢାଂଚା ପ୍ରସ୍ତୁତ କରିବା ଲାଗି ଆଲୋଚନା କରିଥିଲେ। ସୀମାବର୍ତୀ ଅଂଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ଲାଗି ସେମାନେ ପାରସ୍ପରିକ ସହମତିକୁ ଦୋହରାଇ ଥିଲେ।

12-ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଜି ପିନଙ୍ଗ ଅନୌପଚାରିକ ଶିଖର ସମ୍ମିଳନୀ ଆୟୋଜନକୁ ସକାରାତ୍ମକ ଦୃଷ୍ଟି କୋଣ ସହିତ ପ୍ରଂଶସା କରିଥିଲେ।‘ଉହାନ ଭାବନା’ ଏବଂ ‘ଚେନ୍ନାଇ ସମ୍ପର୍କ’ ମାର୍ଗରେ ଏହା ନେତୃତ୍ୱ ସ୍ତରୀୟ ପାରସ୍ପରିକ ଆଲୋଚନା ଏବଂ ଆପୋସ ବୁଝାମଣାକୁ ନିବିଡ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅବସର ସୃଷ୍ଟି କରୁଛି । ଭବିଷ୍ୟତରେ ସେମାନେ ଏପରି ସମ୍ପର୍କ ଜାରି ରଖିବାକୁ ରାଜି ହୋଇଥିଲେ। ତୃତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଲାଗି ଚୀନ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚୀନ ରାଷ୍ଟ୍ରପତି ନିମନ୍ତ୍ରଣ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.